ଅନାଥିନୀ ପ୍ରିୟା

 

 

 

 

 

 

 

 

 

 

 

ଅନାଥିନୀ ପ୍ରିୟା

ବିପିନ୍‌ ଗୋସ୍ୱାମୀ

 

 

ଉପହାର

 

କୁମାରୀ ମନୋରମା ପଣ୍ଡା (ଶିକ୍ଷୟିତ୍ରୀ)

କୁମାରୀ ସନ୍ଧ୍ୟାରାଣୀ ସାହୁ (ବିଜ୍ଞାନଛାତ୍ରୀ)

ତୁମରି କରକମଳେ

ମୋର

‘‘ଅନାଥିନୀ ପ୍ରିୟା’’

ତୋଳିଦେଲି

ଇତି ଲେଖକ :–

 

କହିବାକୁ ହେଲା

 

ମୋର ‘‘ଅନାଥିନୀ ପ୍ରିୟା’’ ଏକ ନଗ୍ନନାମିତ ଉପନ୍ୟାସ ମାତ୍ର, ଏପରି ନାମରେ ନାମିତ ନ କରିଥିଲେ ବଜାରରେ ଆଦୌ ଏହାର ଚାହିଦା ରହି ନ ଥାଆନ୍ତା, କାରଣ ଏପରି ନାମରେ ବିରୋଧ କରିଥିବାରୁ ମୋର କେତକ ପ୍ରକାଶକ ବହି ଛାପିବା ପାଇଁ ନାକ ମୋଡ଼ିଥିଲେ । ଏବଂ କେତେକ ପ୍ରକାଶକ ବନ୍ଧୁ ମଧ୍ୟ ମୋତେ ଅପମାନିତ କରି କହିଥିଲେ ତୁମ ବହି ଆମଦ୍ୱାରା ଛାପା ହେବା ସମ୍ଭବ ନୁହଁ । କାହାଣୀଟି ଯେତେ ମିଛ ହେଲେବି କଥାଟି ସତପରି ଆପଣ ଅନୁଭବ କରିବେ, ଯେହେତୁ ଅନୁଭୂତି ନହେଲେ ଉପନ୍ୟାସ; କାବ୍ୟ କବିତା ଲେଖିବା ନିହାତି ଅସମ୍ଭବ ।

ନିତ୍ୟାନ୍ତ ସତ୍ୟ ନହେଲେ ବି ‘‘ଅନାଥିନୀ ପ୍ରିୟା’’ ମୋର ନିଜସ୍ୱ, ତା’ଛଡ଼ା ମଣିଷ ମଣିଷକୁ ଭଲ ପାଏ, ପ୍ରେମ କରେ, ହୃଦୟ ଖୋଲା ସତକଥା କହେ; ସତ୍ୟ କହି ନିଜେ ବି ମଶାଣିକୁ ଠେଲି ହୋଇଯାଏ, ଭଲପାଇ ମଣିଷ ସନ୍ଦେହରେ ଘାଣ୍ଟି ଗୋଳି ହୁଏ । ସେ କଥା ଉକ୍ତ ଅନାଥିନୀ ମୋର ତା’ର ଲବ୍ଧ ପ୍ରେମରୁ ପ୍ରମାଣିତ କରିଛି ।

କମ୍‌ ଯୋଗ୍ୟତା, ଦୁନିଆଁ ବାବଦରେ ମୋର କମ୍‌ ଜ୍ଞାନ ଥିବାରୁ ଅନେକ କ୍ଷେତ୍ରରେ ଯେ ଲେଖାରେ ମୋଟେ ତ୍ରୁଟି ନଥିବ ସେ କଥା କହିବା ବାହୁଲ୍ୟ ମାତ୍ର, ତେଣୁ କାହାଣୀ ପଢ଼ି ଆପଣ ମୋତେ ସମାଲୋଚନା କରନ୍ତୁ, ଉପଦେଶ ଦିଅନ୍ତୁ ଉପଦେଷ୍ଟା ହୁଅନ୍ତୁ ଏପାଇଁ ମଧ୍ୟ ମୁଁ ଆପଣଙ୍କୁ ପ୍ରାର୍ଥନା କରୁଛି । ଇତି

ଲେଖକ

 

କିଟିମିଟି ଅନ୍ଧାର ।

 

ଅସ୍ପଷ୍ଟ ଆଲୋକ ମଧ୍ୟରୁ ଧୀରେ ଧୀରେ ପୁରୀ ଟ୍ରେନ୍‌ଟା ଡାଉନ ହେଲା । ଆଖି ଆଗରେ ମୋର ପୂରିଲା ଯୌବନର ଝିଅଟିଏ ।

 

ବଡ଼ ପ୍ରଗଳ୍‌ଭା ଥିଲା ସେ ଝିଅଟି । ପୁରୁଷ ପିଲାଙ୍କ ସାଥିରେ ଗପିବାରେ ତା’ର କିଛି ଗୋଟାଏ ଇୟତା ନଥିଲା ।

 

ଭାବୁଥିଲି କିଛିଟାଏ କହି ଦେଇ ତା’ର ଏମିତି ଗପିବାର ବ୍ୟଗ୍ର ଗତିଟାକୁ ମନ୍ଥର କରିଦେବି । କିନ୍ତୁ ପୁଣି ଭାବୁଥିଲି, କାହିଁକି ? କିଏ ସେ ସେ ? ହୁଏତ ମୋର ସମ୍ମାନ ପ୍ରତି ଆଞ୍ଚ ଆସିପାରେ ।

 

ତେଣୁ ନୀରବ ରହିଲି ।

 

ପୁଣି କର୍ଣ୍ଣକଟୁ ହେଲା ତା’ର ବାକ୍ୟ ଏବଂ ଗପିବାରେ, କାରଣ ସେ କହୁଥିଲା, ଝିଅ ପିଲାଙ୍କ ପଛରେ ପୁଅମାନେ ଗୋଡ଼ାଇ ଯାଆନ୍ତି ।

 

ଥୟ ଧରି ପାରିଲି ନାହିଁ, ଯୁକ୍ତି କଲି, ଯେହେତୁ ମୁଁ ପୁରୁଷ, ଝିଅମାନେ ପୁରୁଷ ପଛରେ ଗୋଡ଼ାଇ ଯିବା ଏବେ ଆଉ ବିଚିତ୍ର ନୁହଁ, କାରଣ ସେମାନେ ବି ପୁରୁଷ ସାଥିରେ ପାଦ ମିଶାଇ ଚଳିଲେଣି । ସଭା, ସମିତି କରି ନିଜର ଆତ୍ମବଡ଼ିମାର ରୂପରେଖ ଦେଲେଣି । ସବୁ ସ୍ତରରେ ପୁରୁଷ ପରି ସ୍ତ୍ରୀର ସମାନ ଅଧିକାର ରହିବ, ଏକଥା ମଧ୍ୟ ସରକାର ସିଦ୍ଧାନ୍ତ ନେଇଛନ୍ତି । ସେଥିପାଇଁ ଏତେବଡ଼ କମ୍ପାଣ୍ଟମେଣ୍ଟ ମଧ୍ୟରେ ସେ ଝିଅଟା ଯେ ଗପୁଥିଲା । ସେ ତା’ର ଭୁଲ ନୁହେଁ, ଗପି ଗପି ସ୍ଥିର ହେଲା ଯାଏ ମୋତେ ମଧ୍ୟ ଧୈର୍ଯ୍ୟ ସହକାରେ ଶୁଣି ଯିବାକୁ ହେବ । ନହେଲେ ଯେ ତା’ର ପୁରୁଷ ବନ୍ଧୁମାନେ ମୋ ଉପରେ କିଛି ଗୋଟାଏ ଆକ୍ରମଣ କରିବାର ସୁବିଧା ଖୋଜି ପାରନ୍ତି । ମୁଁ ଆଉ ଇନ୍ଧନ ଯୋଗାଇଲି ନାହିଁ । ପୁରୁଷ ହେଲେ ବି ମୋତେ ଅନ୍ୟ ପୁରୁଷ ପିଲାଙ୍କ ପରି ଏକରକମ କ୍ଳୀବ ହୋଇ ଝଅଟାର ପ୍ରତ୍ୟକ କହିଯାଇଥିବା କଥା ଗୁଡ଼ାକ ଶୁଣି ଯାଉଥିଲି, ଯିବାକୁ ପଡ଼ିଲା....

 

ଝିଅଟା ବି ଗପିବାରେ ଲାଗିଲା ।

 

ଟ୍ରେନ୍‌ଟା ବି ଠିକ୍‌ ସମୟରେ ଷ୍ଟେସନ୍‌ ଧରିଲା । ଏକା ଷ୍ଟେସନରେ ସମସ୍ତେ ଓହ୍ଲାଇଗଲୁ-

 

ଏକା ଗାଁ, ଉଭୟ କୁଣିଆ–

 

ସେଦିନ ସେ ଯେମିତି ବନ୍ଧୁଙ୍କୁ ଘରକୁ ଯାଇଥିଲେ, ମୁଁ ମଧ୍ୟ ସେମିତି ବନ୍ଧୁଙ୍କ ଘରକୁ ଗଲି-

 

ରାତ୍ରିଟା ଅବଶ୍ୟ ସେତେ କିଛି ରୋମାଞ୍ଚ ପରି ମୋତେ ଲାଗିଲା ନାହିଁ । କାରଣ ସେ ଝିଅଟା ଯେ ମୋର କେହି ନୁହେଁ । ତେଣୁ ତା’ କଥା ନେଇ ମୁଁ ବା କାହିଁକି ଏତେ ଭାବି ଥାଆନ୍ତି । ସେଥିପାଇ ଅବା ସେ ଝିଅଟା ପାଇଁ ମୁଁ ଏତେ ବ୍ୟାକୁଳ ହେବାର ଆବଶ୍ୟକତା ମଧ୍ୟ ଉପଲବ୍‌ଧି କଲି ନାହିଁ ।

 

ପରଦିନ ସକାଳେ ସିଗାରେଟ୍‌ କିଣିବା ବାହାନା ନେଇ ପୁଣି ସେହି ଝିଅଟାକୁ ଯେ ଦେଖିବା ପାଇଁ ମୋ ମନ ବ୍ୟାକୁଳ ହେଲା, ତାହା ଅବର୍ଣ୍ଣନୀୟ ।

 

କାହିଁକି ଏବଂ କ’ଣ ପାଇଁ ଯେ ମୁଁ ବ୍ୟାକୁଳ ହେଲି ସେହି କଥାକୁ ହିଁ ଚିନ୍ତା କରି କରି ମୋର ଭୋକ ଶୋଷ ବନ୍ଦ ହୋଇଯାଉଛି ।

 

ଯେଉଁ ପୁରୁଷପଣିଆ ତା’ର ଗପିବା ଉପରେ ବିରକ୍ତି ହେଉଥିଲା, ସେହି ପୁରୁଷ ଆଜି ତା’ ପାଇଁ କ୍ଷତ ବିକ୍ଷତ । ଆପେ ଆପେ ତା’ ପାଖକୁ ଦୌଡ଼ି ଯାଇଥିଲି । ସମ୍ବୋଧନ କରିଥିଲି–ଆପଣ ଆମ ଘରକୁ ଟିକେ ଆସନ୍ତୁ ।

 

ମୋର ଅନୁରୋଧରେ ହୁଏତ ସେ ଆମ ଘର ଯାଏ ଆସିଥିଲେ । ଅଳ୍ପ କେଇ ମିନିଟି ପାଇଁ ମୋର ଶଶୁରଙ୍କ ପରିବାର ଲୋକଙ୍କ ସହିତ ମିଶି ସାମାନ୍ୟ କଥା ହୋଇ ଚାଲି ଯାଇଥିଲେ । କିନ୍ତୁ ମୁଁ ଯେ ଡାକି ଆଣିଥିଲି, ମୋର ମନ ମଧ୍ୟରେ ଯେ କିଛି ଗୋଟାଏ ରହି ଯାଇଥିଲା, ତାହା ତାଙ୍କୁ କହିବି ବୋଲି ଭାବିଥିଲି ସତ; କିନ୍ତୁ କହି ପାରି ନଥିଲି । ତଥାପି ପ୍ରାଣରେ ଡର ରଖିବି ତାଙ୍କର ବହି ଖଣ୍ଡିକ ମଧ୍ୟରେ ପୁଣି ତାଙ୍କ ଅଜାଣତରେ ନୂଆବର୍ଷରେ ଉପହାର ପତ୍ରଟି ଲୁଚାଇ ଥୋଇ ଦେଇଥିଲି ।

 

ସେ ଚାଲିଗଲେ । ସେହି ଉଡ଼ନ୍ତା ଖଇ ବହି ଖଣ୍ଡିକ ମଧ୍ୟରେ ମୋର ଉପହାରଟି ଲୁଚି ଲୁଚି ତାଙ୍କ ସଙ୍ଗରେ ଗଲା । ତା’ପରେ କ’ଣ ହେବ, ତାହାହିଁ କେବଳ ମୁଁ ଭାବୁଥିଲି । ତାଛଡ଼ା ମନ ମଧ୍ୟରେ ବି ଖୁବ୍‌ ଭୟ ତଥା ଆତ୍ମସମ୍ମାନକୁ ଡର ଥାଏ ।

 

ତା’ପରେ ସେ କ’ଣ କଲେ । ଏହି ଉପହାର ପାଇଁ ଯେ ମୋ ପାଇଁ ସେ କେଉଁ ଅପରାଧିର ଶାସ୍ତି ଦେବେ କିମ୍ବା କେଉଁ ପରିଭାଷାରେ ଯେ ମୋତେ ସମ୍ଭାଷଣ କରିବେ ସେୟାହିଁ ଭାବୁଥିଲି ।

 

ଅବଶ୍ୟ ମୁଁ ଭାବୁଥିଲି, ସେ ମୋତେ ଗାଳି ଦେଇ ପାରନ୍ତି । ପ୍ରତ୍ୟେକ୍ଷରେ ନହେଲେ ବି ଅଲକ୍ଷରେ ସେ ମୋତେ ଖରାପ ଭାବିବେ ନିଶ୍ଚୟ । ମୁହଁରେ ନକହିଲେ ବି ଭିତରେ ଭିତରେ ସେ ମୋ ପାଇଁ ଖୁବ୍‌ ଜୋରରେ ରାଗୁଥିବେ କାରଣ ମୋର ବି ମନେ ପଡ଼ୁଥାଏ । ସେ କହୁଥିଲେ ପୁରୁଷ ପିଲାମାନେ ଝିଅଙ୍କ ପଛରେ ଗୋଡ଼ାନ୍ତି ।

 

ସେହି ଚିନ୍ତା, ସେହୀ କ୍ଳେଶ ନେଇ ରବିବାରଟି କଟିଲା । ତା’ ପରଦିନ ସୋମବାରଟି ଯେ ଏକ ଅପମାନିତର ଦିନରୂପେ ମୋ ପାଖକୁ ପାଖେଇ ଆସିବ, ସେ କଥା ମୁଁ ଆଗରୁ ଜାଣି ନେଇଥିଲି । କ’ଣ କରିବି, ସେହି ଟ୍ରେନଟା ହିଁ ଯେ ମୋର ଗୋଟିଏ ମାତ୍ର ପଥ । କଟକ ଯାଇ ଅଫିସ କରିବାରେ ତା’ ବ୍ୟତୀତ ମୋର ଆଉ କେହି ପ୍ରିୟ ବନ୍ଧୁ ନଥିଲେ ।

 

ଡର, ଭୟ, ମାନ, ସମ୍ମାନକୁ ପଛକୁ ରଖି ପୁରୁଷ ପିଲାଙ୍କ ପରି ସେଦିନ ଗୋଟାଏ ଜିଦ୍‌ ଆଉ ନିର୍ଭୟ ଚିତ୍ତରେ ଷ୍ଟେସନ ଯାଏ ଗଲି ।

 

ବାଟ ଚାଲିଛି, ବାଟରେ ସାଥିମାନଙ୍କ ସାଥୀରେ ଗପିଛି, କିନ୍ତୁ ମନଟା ଯେ ତାଙ୍କରି ପାଖରେ ସେ କଥା କେବଳ ମୋର ଏହି ଭିତର ଅନ୍ତରଟା ହିଁ ଜାଣେ ।

 

କିନ୍ତୁ କ’ଣ ହେଲା–ଅଧା ବି ମୋର ସମସ୍ତ ଚିନ୍ତାର ଅବକାଶ ହେଲା ଏହିକି, ମୁଁ ହୁଏତ ଏଇଠି ଅପଦସ୍ତ ହୋଇଯିବି । ‘‘ଚା’’ ପିଆ ଛାଡ଼ି ହୁଏତ ସେ ଦୋକାନରୁ ଉଠିଆସି ମୋର ବିବେକର ବିରୁଦ୍ଧରେ ଯାଇ ମୁଁ ଯେଉଁ ଅପବ୍ୟବହାର କରିଛି । ତାଙ୍କୁ ନ ଜଣାଇ ତାଙ୍କ ଅଲକ୍ଷ୍ୟରେ ଯେଉଁ ଉପହାର ପତ୍ର ତାଙ୍କ ନାମରେ ଉତ୍ସର୍ଗ କରଛି ସେ ମୋର ଭୁଲ । ଅବଶ୍ୟ ଭୁଲ ମାଗି ତାଙ୍କଠାରୁ ପ୍ରାର୍ଥନା ମାଗି ନେବା ସେତେ ବଡ଼ କଥା ନୁହଁ, କିନ୍ତୁ ଏତେ ଜଣ ପୁରୁଷ ପିଲାଙ୍କ ଆଗରେ ଯେ ମୋତେ କ୍ଳୀବ ହୋଇ ଯିବାକୁ ହେବ ।

 

ବଡ଼ ଛାନିଆଁ ହୋଇ ପଡ଼ିଲି । ହଠାତ୍‌ କିଛି ପଚାରି ଦେବକି ? ଭାବିବା ମଧ୍ୟ ମୋର ମିଛ ହେଲା ନାହିଁ । ସେ ‘‘ଚା’’ ପିଇବା ଛାଡ଼ି ହଠାତ୍‌ ପଚାରିଲେ କଟକ ଯିବେନା ?

 

ଉତ୍ତରରେ ମୁଁ କହିଲି ହଁ ।

 

କିନ୍ତୁ ମନରେ ମୋର ଭୟ ଥାଏ । କଟକରେ ଯେ ତାଙ୍କର ରହିବା ଘର, ତା’ଛଡ଼ା ଜଣେ ପୁରୁଷ ବନ୍ଧୁଙ୍କୁ ଯେତେ ଜଣ ପୁରୁଷ ବନ୍ଧୁ ସାହାଯ୍ୟ କରନ୍ତି ନାହିଁ, ତା’ଠାରୁ ଅଧିକ ବନ୍ଧୁ ଜଣେ ଝିଅଙ୍କୁ ସାହାଯ୍ୟ କରିବେ । ଏ ମୋର ପ୍ରତ୍ୟେକ୍ଷ ଦର୍ଶନରେ ଉପଲବ୍‌ଧି କରିଛି । ତେଣୁ ଡର ଭୟରେ ଯେ ମୋ ଛାତି ଭିତରଟା ଆନ୍ଦୋଳିତ ହେଉ ନଥିଲା ତାହା ବି ନୁହଁ–ତେବେ କ’ଣ କରିବି-

 

କଟକ ଯାଇ ଅଫିସ୍‌ ନକରିବାଟା ଯେ ମୋର ନିର୍ବୋଧତା କୌଣସି ଦରଖାସ୍ତ ନଦେଇ ଛୁଟିରେ ରହି ପାରୁନାହିଁ । ଜରୁରୀକାଳୀନ ପରିସ୍ଥିତିରେ ଯେ ଚାକିରି ଖଣ୍ଡକ ଛୁଟ୍‌ କରି ଚାଲିଯିବ ।

 

ଏଇ ଚାକିରି ପାଇଁ ମୋର ମଧ୍ୟ ଜିଦ୍‌ ଥିଲା, ସମ୍ମାନ, ମାନ, ସୁଖ, ଦୁଃଖିତ ମଣିଷ ପାଇଁ, ତାହାହିଁ ବି ଆଗରୁ ଶୁଣିଥିଲି ।

ତେଣୁ ଦମ୍ଭ ଧରିଲି, କିନ୍ତୁ ଭିତରଟା କଥା.....

ବଡ଼ ଅଶୋଭନୀୟ ପରିସ୍ଥିତି, କ’ଣ ହେବ ପୁଣି କ’ଣ ହେବନାହିଁ ସେହି କଥା ଚିନ୍ତା କରିବା ମଧ୍ୟରେ ସେ ପଚାରିଲେ, ମୋ ଅଜାଣତରେ ମୋତେ ଜଣେ କିଏ ଉପହାର ଦେଇଛନ୍ତି ।

କିନ୍ତୁ... ?

କଥାଟା ଛଡ଼ାଇ ଆଣିଥଲି ମଧ୍ୟ, କଥା ଛଳରେ କହିଥିଲି, ସେ ଯେତିକି ଭିତରେ ଉପହାର ଦେଇଛି, ସେ ବୋଧେ ସେତିକି ପରିମାଣରେ ଆପଣଙ୍କୁ ଭଲ ପାଇ ସାରିଛି ।

ମୋ କଥାରେ ସେ ହସିଲେ–

ମୁଁ ଆଶ୍ଚର୍ଯ୍ୟ ହେଲି !

ଯାହାର ଛନ୍ଦହୀନ ଛଳ ଛଳ ଆଖି ମୋ ପାଇଁ ରାଗ ଆଉ ବେଜିତ୍ କରିବାର ମନୋବୃତ୍ତି ନେଇ ନେଇ ପାଷାଣର ରୂପ ନେବ ବୋଲି ବିଗତ ଦୁଇଟା ଦିନ ଲାଗି ପଡ଼ି ଭାବୁଥିଲି ।

ସେ ଯେ ହଠାତ୍‌ ଏତେ ଶୀଘ୍ର ଏମିତି ଏକ ନିରୋଳ ହସରେ ମୋତେ ପ୍ରଶ୍ନ ପଚାରିବେ ଜାଣି ଆଶ୍ଚର୍ଯ୍ୟ ହୋଇ ଯାଉଥିଲି, ଆଉ ତାଙ୍କର ମୁହଁକୁ ବି କିଛି ସମୟ ଲକ୍ଷ ବିହୀନ ଭାବେ ଚାହିଁଥିଲି ସେ ପୁଣି ମୋତେ କହିଲେ ।

 

କିନ୍ତୁ ଉପହାର ଚିତ୍ରଟି ସେତ ଭଲ ହେଲାନି ।

 

ମୁଁ ଶୁଣିଲି ଏବଂ ମୁହଁକୁ ଚାହିଁଲି, ସେତେବେଳକୁ ସେ ବଡ଼ ଲାଜୁରା ହୋଇ ପଡ଼ିଛନ୍ତି । ତାଛଡ଼ା ଭାବିଲି ଗତ ଶନିବାର ଦିନ ରାତ୍ରୀ ଗାଡ଼ି ଉପରେ ବସି ଯିଏ ଏତେ କଥା ଗପିବାକୁ ବ୍ୟଗ୍ର ହେଉଥିଲେ ସେ କିନ୍ତୁ ବର୍ତ୍ତମାନ ଏତେ ଶାନ୍ତ ତଥା ଲଜ୍ୟା ସଙ୍କୁଳ ହେବେ ଏ ଧାରଣା ମୋର ବଡ଼ ବିଚିତ୍ର ଭାବେ ପରିପ୍ରକାଶ ହୋଇଥିଲା ।

 

ଉପହାରଟି ଛୋଟ ହୋଇଛି, ଉପାୟ ହୀନତା ଭାବେ ମୁଁ କହିବି ବୋଲି ଭାବୁଥିଲି, ଯିଏ ଉପହାରଟି ଦେଇଛି ସେ ହୁଏତ ଖୁବ୍‌ ଗରିବ ହୋଇଥିବେ, କିନ୍ତୁ କହିବାକୁ ମୋତେ କିମିତି କିମିତି ଲାଗିଲା । କାରଣ ମୁଁ ଧନରେ ଗରିବ ହେଲେ ବି ମନଟା ଯେ ମୋର ସେତେ ଗରିବ ନୁହଁ । ଭଲ ପାଇବାର ପ୍ରଥମ ଦୃଶ୍ୟରେ ଯେ ମଞ୍ଚ ଉପରୁ ଓହରି ଯିବାକୁ ହେବ । ଏ ଦୁର୍ଭାବନା ବି ମୋର ଥିଲା-

 

ମୁଁ କହିଲି–ସେ ପରୀକ୍ଷା କରୁଥିଲେ, ଛୋଟ ଉପହାରଟି ନେଇ ସେ ଯଦି ସତ କଥା କହି ମନ୍ତବ୍ୟ ଦେବେ, ତେବେ ଯେ ଜାଣିବ ସେ ସତ କହିଛନ୍ତି କିନ୍ତୁ ମୋତେ ଭଲ ପାଇଛନ୍ତି ।

 

ଏହି ପଦିଏ କଥାରେ ହୁଏତ ହାରିଗଲେ ବୋଲି ମୋର ଅନୁମାନ ।

 

ତା’ପରେ ଗାଡ଼ିରେ ଏକା ସାଥୀରେ ବସିଲୁ, ଗପିଲୁ, ପେଡ଼ା ବି ଖିଆଗଲା । ସାଥୀ ହୋଇ ରିକ୍‌ସାରେ ବି ମୁଁ ତାଙ୍କୁ ନେଇ ଛାଡ଼ି ଆସିଲି ତାଙ୍କ ଘର ନିକଟରେ ।

 

ସେ ଚାଲିଗଲେ ସତ, କିନ୍ତୁ ମନଟା ମୋର ଯେ ତାଙ୍କ ପଛେ ଚାଲିଗଲା । ଆଉ ଫେରିବ କି ନା ତାହା ମଧ୍ୟ ଅସମ୍ଭବ ।

 

ତେଣୁ ବାଧ୍ୟ ହୋଇ ତା’ ପରଦିନ ଘରକୁ ଗଲି ।

 

ତା’ପରେ କ’ଣ ହେଲା, ତାହା ମଧ୍ୟ କହିଦେବା କୌଣସି ପୁରୁଷ ପକ୍ଷେ ଠିକ୍‍ ହେବନି । ତେଣୁ ‘‘ଗୋପନ ରଖିବେ’’ ବୋଲି ସେ ମୋତେ ଆଗରୁ କହିରଖିଛନ୍ତି ।

 

ବର୍ତ୍ତମାନ ମୁଁ ପ୍ରେମିକ, ସେ ମୋର ପ୍ରେମିକା–ବର୍ତ୍ତମାନ ତା’ର ଚିଠି ପଢ଼ିଲେ ମୋ ମନ ଅଳ୍ପକେ ଅଳ୍ପକେ ବୁଝିବାକୁ ଲାଗିଛି ନିଜର ନ ହୋଇଥିବାରୁ ବହୁତ ସମୟ ବାହାରେ ବାହାରେ ସେହି ଅନୁଶୋଚନା ବି କରୁଛି ।

 

–କ’ଣ ସେ ଲେଖିଛି ।

 

ଆପଣ ମୋତେ ମନା କରିଥିଲେ ମୋତେ ନମସ୍କାର କରିବେନି । ସେଥିପାଇଁ ନମସ୍କାର ନକରି ପାରି ମୁଁ ବଡ଼ ଦୁଃଖିତ ।

 

କ’ଣ ଲେଖିବି ଏବଂ କ’ଣ ଛାଡ଼ିବି ? ଆପଣ ସାମାନ୍ୟ ସାମାନ୍ୟ କଥାରେ ଯଦି ଏପରି ଭୁଲ ବୁଝି ବସିବେ, ତେବେ ଆପଣଙ୍କ ଭଳି ଅଝଟ ଏବଂ ଅବୁଝାଙ୍କୁ କିପରି ବୁଝାଇବି । ? ଆପଣ ନିଜେ ହିଁ କହିଥିଲେ ଯେ ‘ରାଧା ତୁ ବହୁତ ଧନୀଙ୍କୁ ଦେଖିଥିବୁ, କିନ୍ତୁ ମୋ ପରି ମାନୀଙ୍କୁ ନୁହଁ’ । ପୁନର୍ବାର ଆପଣ ଆପଣ ହିଁ କହିଲେ ଯେ–ତୋ ନିକଟରେ ମୋର ସନ୍ଦେହ ରହୁଛି । କାରଣ ମୋଠାରୁ ଅଧିକ ଧନୀଙ୍କୁ ଦେଖିଲେ ମନ ତୋର ବଦଳି ଯାଇପାରେ ।

 

ଏଥର ଆପଣ ନିଜେ ବିଚାର କରନ୍ତୁ ଯେ କେଉଁଟା ଠିକ୍‌ ଏବଂ କେଉଁଟା ଭୁଲ ? ମୁଁ ବୁଝାଇ ଦେବି ଆପଣ ମୋ ସିଦ୍ଧାନ୍ତକୁ ସ୍ୱୀକାର କରିବେ ତ ? ଶୁଣନ୍ତୁ–

 

ଧନୀ ଦେଖିଛ ସତ; କିନ୍ତୁ ଆପଣଙ୍କ ପରି ଧନୀଙ୍କୁ ନୁହଁ, ହେଲେ ଆଜିଯାଏ ଦେଖିଥିବା ଧନୀମାନଙ୍କ ମଧ୍ୟରୁ କାହିଁ, ମୁଁ ତ କାହାରି ହୋଇଗଲି ନାହିଁ କି ମୋର ମଧ୍ୟ କେହି ହୋଇଗଲେ ନାହିଁ । ତେଣୁ ଦୁଃଖୀତା ହେବି ଯଦି ଆପଣ ଅକାରଣେ ମୋତେ ସନ୍ଦେହ କରିବେ ।

 

ଗୋଟିଏ କଥା ପଚାରିବି ? ଆଶା ନିସନ୍ଦେହ ଭାବେ ସତକଥା ଜଣାଇବେ । ଯଦି ମୋତେ ଅଯଥା ଭୁଲ ବୁଝିବେ ବା ରାଗ କରିବେ ତେବେ ମୁଁ ଅବଶ୍ୟ ନିରୁପାୟ ଏବଂ ନାଚାର । ସତ କୁହନ୍ତୁ ତ, ଆପଣ ମୋ ବ୍ୟତୀତ ଏହିଭଳି ଆଉ କୌଣସି ଝିଅକୁ ଭଲ ପାଇ ନାହାନ୍ତି ବା ପାଉ ନାହାନ୍ତି ।

 

ଖରାପ ଭାବିଲେ ?

 

ଏଇ ତ ଆପଣଙ୍କ ଦୋଷ । କାରଣ କୌଣସି କଥାକୁ ସ୍ପଷ୍ଟ ଭାବେ ପଚାରିବା କ’ଣ ମୋର ତ୍ରୁଟି ? ଅବଶ୍ୟ ଆପଣ ଯଦି କହିବେ ଯେ ହଁ ‘‘ରାଧା’’ ମୁଁ ତୁମ ବ୍ୟତୀତ ଆଉ ଅନ୍ୟ ଝିଅଛି ମଧ୍ୟ ଭଲ ପାଉଛି, ସ୍ପଷ୍ଟତା ପାଇଁ ମୁଁ ଖୁସି ହେବି । ଆପତ୍ତି କରିବି ନାହିଁ । ବରଂ....ଛାଡ଼ନ୍ତୁ । କ’ଣ ସବୁ ଭାବି ଯାଉଥିବେ, ଯଦି ପଚାରିବାଟା ମୋର ଭୁଲ ହୋଇଯାଉଥାଏ, ତେବେ କ’ଣ ଏହି ଅବାଧ୍ୟ ଓ ଦୃଷ୍ଟାକୁ କ୍ଷମା ଦେବେନି ?

 

ଆପଣ ଏତେ ପାଖକୁ ପାଖକୁ ଆସିବେ ଏବଂ ମୁଁ ଏତେ ଶୀଘ୍ର ଏତେ ପାଖକୁ ଯିବି ବୋଲି ମୋର ବିଶ୍ୱାସ ତଥା ଧାରଣା ନ ଥିଲା–ତେଣୁ ଭାବିଲେ ସ୍ୱପ୍ନ ଭଳି ମନେ ହୁଏ । ଜାଣେନା ଇଶ୍ୱରଙ୍କର ବରାଦ କ’ଣ ?

 

ଏହା ପୂର୍ବରୁ ମୁଁ ଖୁବ୍‌ Free (ଫ୍ରୀ) ଥିଲି, ନିଶ୍ଚିତ ମଧ୍ୟ ଥିଲି । ଏବେ କିନ୍ତୁ ବହୁତ କିଛି ଭାବିବାକୁ ପଡ଼ୁଛି ।

 

କାହା ପାଇଁ କହିଲେ ?

 

ହସିବେନି.....କେବଳ ଆପଣଙ୍କ ପାଇଁ ।

 

ହଁ ଗୋଟିଏ ଜରୁରୀ କଥା, ଭଲ ପାଉଥିଲେ ନିଶ୍ଚୟ ରଖିବେ । ନାଁ ଥାଉ, ପରେ.... ।

 

ତା’ଛଡ଼ା ଆପଣଙ୍କର ଆଜିର ଗୋଟିଏ କଥାରେ ଭୀଷଣ ରାଗ ହୋଇଛି ନଲେଖିଲେ ବି ମୁଁ ରହିପାରୁନି । ଲେଖିଛନ୍ତି–

 

ଆପଣ ଏତେ ନିକଟକୁ ଆସିଲା ପରେ, ହଠାତ୍‌ ଯେ ଆଉ ଆସିବେ ନାହିଁ ବୋଲି କହିବେ । ଲକ୍ଷେ ଚିଠି ଲେଖିଲେ ବି ମୋଟେ ନୁହଁ–ଇତ୍ୟାଦି, ଇତ୍ୟାଦି । ତେବେ ଏ ଭଲ ପାଇବାର ମୂଲ୍ୟ ? ନିଜେ ତ ଯାହା ଜଳିବେ, କେବେ ମୋ କଥା ଚିନ୍ତା କରିଛନ୍ତି ? କେବେ ମୋ ହୃଦୟ ଭିତରକୁ ଝାଙ୍କି ଦେଖିଛନ୍ତି ଯେ ସେଠାରେ କାହାରି ପାଇଁ ଦରଦ ଅଛି, ମମତା ଅଛି ସବୁ କିଛି ଅଛି, ତଥାପି ଶୂନ୍ୟ ମୁଁ, କ’ଣ ଭାବୁଛନ୍ତି ?

 

ସତରେ ଆପଣଙ୍କୁ ବୁଝିବା, ଆପଣଙ୍କ ଲେଖାକୁ ବୁଝିବା ଅତି କଷ୍ଟ, ଭାରି କିଟିମିଟିଆ ଆପଣ, ପୁଣି ଖୁବ୍ ସରଳ ମଧ୍ୟ । ଆପଣ ମୋ ଜୀବନକୁ ଆସିଗଲେ, ମୁଁ ଆଦର ଦେଖାଇଛି ଏବଂ ଆଦର ପାଇଛି, ମଧ୍ୟ ସବୁ କିଛି ।

 

ଯାହାଟା ମୁଁ ଆଜିଯାଏ ପାଇ ନଥିଲି । ଆଚ୍ଛା ଯେଉଁ ଜିନିଷଟି ବାକି ରହିଗଲା । ତାହା କ’ଣ ଆଣିବା ଏତେ ଜରୁରୀ ? ମୁଁ ତ ଆପଣଙ୍କୁ କିଛି ଦେଇ ପାରୁନି । ତେଣୁ ନେବାର ଅଧିକାରଟା ଖୁବ୍‌ କମ୍‌, ନାଁ କ’ଣ ?

 

ଏଇ ପୁଣି ରାଗିଲେ !

 

ଶେଷରେ କେତୋଟି ଜରୁରୀ କଥାଟି କହି ଭାବୁଥିଲି ଆଜିର ଚିଠିଟି ବନ୍ଦ କରିବା । କ’ଣ କିଛି ଭାବିବେ ।

 

ଅବଶ୍ୟ ଭାବିବେ ନାହିଁ ବୋଲି ମୁଁ ଜାଣେ ତେବେ କହୁଛି । ଆପଣଙ୍କୁ ମୋର ଅନୁରୋଧ’ ଏହି ବାଜେ ଚିଠି ଗୁଡ଼ିକ ମୋର ଚିରିଦେବେ’ ମମତା ଦୃଷ୍ଟିରୁ ଯଦି ଚିରି ନପାରିବେ ତେବେ ଫେରାଇଦେଲେ ଚଳିବ ।

 

କ’ଣ କହୁଛନ୍ତି ଏମିତି ଛୋଟିଆ ଛୋଟିଆ ଅନୁରୋଧ ଗୁଡ଼ିକ ରକ୍ଷାକରିବେ ନାହିଁ ? ଆଶା ହତାଦାର କରିବେନି !

 

ଆଉ ଅନ୍ୟ ଜରୁରୀ କଥା ହେଉଛି ଯେ ଯଦିଓ ଆପଣ ମୋତେ ସବୁଦିନ ସାକ୍ଷାତରେ ଚାହାଁନ୍ତି ତଥାପି ପ୍ରତିଦିନ ଏବଂ ଅଧିକ ସମୟ ପାଇଁ ଆମ ଘରକୁ ଆସିଲେ ମୋର ଆପତ୍ତି ନାହିଁ । ମାତ୍ର ଏପରି ପରିସ୍ଥିତି ସୃଷ୍ଟି ନହୋଇ ଯାଉଯେ ‘ମୋ, ସନ୍ଦେହ କରିବେ ଅବଶ୍ୟ କେବଳ ଦେଖିବାକୁ ଚାହିଁଲେ ମୋର ଫଟୋକୁ ଦେଖି ପାରିବେ’ ନଚେତ୍‍ ସ୍କୁଲରୁ ଫେରିଲା ବେଳେ’ ବାଟରେ ଅବା ପାର୍କରେ, କିନ୍ତୁ ଘରେ ନୁହେଁ । କାରଣ ବଦନାମ ପାଇଁ ସର୍ବଦା ଶଂକାକୁଳ । ମା’ଙ୍କ ବ୍ୟତୀତ ମୁଁ ମୋ ନିଜର ଅଭିଭାବକ’ ଏଣୁ ଅନୁରୋଧ ଯେ ମୋର ଉପରୋକ୍ତ ଲେଖାଗୁଡ଼ିକ ପଢ଼ି ଆପଣ ଓଲଟା ଅର୍ଥ କାଢ଼ିବେ ନାହିଁ’ ଆପଣଙ୍କୁ ଆପଣଙ୍କର ରାଧାର ରାଣ ମୋତେ ଆଦୌ ଭୁଲ ବୁଝିବେ ନାହିଁ କିମ୍ବା କହିବେନି ଯେ ଆଉ ମୋଟେ ଆସିବି ନାହିଁ । ଆପଣଙ୍କର ଏହି କ୍ଷୁଦ୍ର ବାକ୍ୟଟି ଖୁବ୍ ବାଧେ’ ବାଧିନଥାନ୍ତା କିନ୍ତୁ ଏବେ ଭୀଷଣ ଭାବେ ବାଧୁଛି, ଆଉ ବେଶୀ କ’ଣ ଲେଖିବି ? ଚିଠି ଦେବେତ ? ହଁ ଯିବା ସମୟରେ କହି ଯାଇଛନ୍ତି ଭୁଲିବୁ ନାହିଁ ଆପଣ ବିଶ୍ୱାସ କରୁଛ ତ ? ଏ ଜନ୍ମରେ ଭୁଲିବା ଆଦୌ ସମ୍ଭବ ନୁହେଁ ବରଂ ପ୍ରତି ମୁହୂର୍ତ୍ତରେ ହୃଦୟ ଭିତରକୁ ଆପଣ ଆସି ଯାଉଛନ୍ତି । ବଡ଼ ଅସ୍ଥିର ଲାଗୁଛି, ମନ ବି ମୋର ଅସ୍ଥିର କିଛି ହେଲେ ବୁଝୁଛି । ତେଣୁ ବାଧ୍ୟ ହୋଇ ଅନ୍ୟମନସ୍କ ହେଉଛି କାହି ତଥାପି ସେ ଅଭଦ୍ର ମୋତେ ଛାଡ଼ୁନାହିଁ । ବଡ଼ ଝିଟିଆଟା ।

 

ହଁ ଲେଖୁଥିଲି ପରା ଆପଣ ମୋତେ ବିଶ୍ୱାସ କରୁନାହାନ୍ତି ତେବେ ହୃଦୟ ଚିରି ଦେଖିବେ ? ଇଚ୍ଛା ହେଉଥିଲେ ଦେଖନ୍ତୁ । ସବୁକିଛି ଦେବାକୁ ମୁଁ, ବାଧ୍ୟ । ହୃଦୟ ଚିରାଇବାକୁ ମନା ତ କରୁନି ।

 

ଆହା ଛାଡ଼ି ଯାଉଥିଲି । ଆପଣଙ୍କର ଚିଠିର ଉତ୍ତର ଯେ ବାକି ଅଛି ଆପଣଙ୍କର ରାଧାନାମ୍ନୀ ଚିଠିଖଣ୍ଡିକ ପଢ଼ି ମୁଣ୍ଡ ମୋର ଗଣ୍ଡଗୋଳ ହେଇଯାଉଛି । ଭାବିଥିଲି କଳ୍ପନା କରିଥିବ ଯେ କୌଣସି ପୁଅକୁ କିଛି ଦେବିନାହିଁ ବୋଲି ଏବଂ କଥା କହିବି । କିନ୍ତୁ ମନ ଦେବିନି, ହେଲେ ହୃଦୟ ଦେଖାଇବି ନାହିଁ, ମାତ୍ର ମୋର ସଂକଳ୍ପ, ପ୍ରତିଜ୍ଞା ଶପଥ ସବୁ କିଛି ମୋର ଚୁରୁମାର ହୋଇଗଲା ହାରିଗଲି ଆପଣଙ୍କ ପାଖରେ । କିନ୍ତୁ ଗୋଟିଏ କଥା ଆପଣ ଆମ ଘରେ ନରହିଲେ ଭଲ । କାରଣ ଅତି ପାଖେଇ ଆସିଲେ । ଅତି ଦୂରେଇ ଯିବାକୁ ହୁଏ । ଯଦି ଆପଣ ଆମ ଘରେ ରହିବେ ତେବେ ଆପଣଙ୍କ ରୁମକୁ (Room) ଯିବାକୁ ବାଧ୍ୟ ହେବି । ନଗଲେ ଆପଣ ମାନ କରିବେ । ଗଲେ ‘ମା’ ରାଗିବେ ଫଳରେ ସୃଷ୍ଟି ହେବ ଦ୍ୱନ୍ଦ୍ୱ, ଝଡ଼, ସଂଘର୍ଷ, ଗୋଳମାଳ । ଖଣ୍ଡ ଯୁଦ୍ଧ, ତା’ପରେ ଶେଷ ହୋଇଯିବ ସବୁ କିଛି ଆପଣ ପୁଣିଥରେ ଫେରିଯିବାକୁ ବାଧ୍ୟହେବେ ସେହି ଚିର ପରିଚିତ ଅତି ଆଦରର ଗ୍ରାମକୁ ଆଉ ମୁଁ ?

 

ଅନ୍ୟମାନଙ୍କର ସନ୍ଦେହୀ ଅବିଶ୍ୱାସୀ ବିଶ୍ୱାସଘାତକତାର ପାତ୍ରୀ, ତତ୍‌ ସଙ୍ଗେ ସଙ୍ଗେ ଘୃଣା’ ରାଗ, ଏବଂ ବିତୃଷ୍ଣାରେ ସମସ୍ତେ ମୋତେ ଖରାପ ଭାବିବେ । ଆପଣ କ’ଣ ଏହା ଚାହାନ୍ତି ? ତେଣୁ ତୁମର ବିହରଣୀ ରାଧାର ଛୋଟ କଥାଟି ମାନି ଆମ ଘରେ ରହିବାର ଭାବନାକୁ ବଦଳାଇ ଦିଅନ୍ତୁ ।

 

ତା’ପରେ ପ୍ରଶ୍ନ ଆସୁଛି, ଆମ ପ୍ରେମର ଭବିଷ୍ୟତ ସମ୍ପର୍କରେ,

 

ସତରେ ଆପଣ ସମ୍ପୂର୍ଣ୍ଣ ଦୋଷୀ, ଓ ଦାୟୀ,

 

କାହିଁକି ମୋ ମଧ୍ୟରେ ଏ ପ୍ରୀତି କରିବାର ନିଆଁ ଜାଳିଲେ କାହିଁକି ଆଣିଲେ ମୋ ମଧ୍ୟରେ କ୍ଷିଦା, ଓ ତୃଷ୍ଣା ? କି ଦୋଷ କରିଥିଲି ଆପଣଙ୍କର ? ଆପଣଙ୍କୁ ଦୁନିଆଁରେ ଆଉ ଝିଅ ମିଳିଲେ ନାହିଁ ଜଳାଇବାକୁ ? କନ୍ଦାଇବାକୁ ?

 

ଲେଖାପଢ଼ି ନିଶ୍ଚୟ ରାଗୁଥିବେ, ରାଗନ୍ତୁ, ଗାଳି ଦିଅନ୍ତୁ, ମାରନ୍ତୁ ପଛକେ, ମୁଁ କ’ଣ କରିବି ? ଆଗେଇ ପାରୁନି କି ପଛେଇ ପାରୁନି, ମଝିରେ ଥାଇ କେବଳ ହତସନ୍ତ ହିଁ ସାର ହେଉଛି, କାରଣ ଆପଣ ମୋ ଭିତରେ ଏମିତି କ’ଣ ଅପୂର୍ବ ଜିନିଷଟା ଦେଖି ନେଲେ ଯେ, ଏମିତି ମନ୍ତ୍ର କରି ଟାଣି ନେଲେ ? ନିଶ୍ଚୟ ଆପଣ ଜଣେ ଗୁଣିଆ, ନମାନିଲେ ମଧ୍ୟ ମୁଁ କହିବି ? ଯେ ହେତୁ ‘‘ପ୍ରେମ’’ ଶୁଣିଥିଲି । ହେଲେ ପ୍ରମାଗ୍ନିରେ ଜଳିନଥିଲି, କାହାରିକୁ ଝୁରିବା ଶିଖିନଥିଲି, କାହାର ପ୍ରତୀକ୍ଷା, ବା ସାକ୍ଷାତ ଆଶାରେ ଆଖିରୁ ଲୁହ ଗଡ଼ାଇ ନଥିଲି । କାହାପାଇଁ ବ୍ୟାକୁଳ ଅବା ଆତୁର ହୋଇ ନଥିଲି-

 

ସବୁ ନାଟର ଗୋବର୍ଦ୍ଧନ ଆପଣ ? ଭାରି ରାଗ ହେଉଛି ଆପଣଙ୍କ ଉପରେ, କାରଣ ସେହି ରାଗ ବିନା ମୋର ଅସ୍ତ୍ର ବୋଲି ଆଉ କିଛି ନାହିଁ ଆପଣ ଯେ ମୋର ହୋଇ ମଧ୍ୟ ଆଉ କାହାର ?

 

କୁହନ୍ତୁ ମୁଁ କ’ଣ କରିପାରେ ? ଆପଣଙ୍କୁ ପାଇ ପାରୁନି କି ଛାଡ଼ି ପାରୁନି, ସତରେ ବଡ଼ କଷ୍ଟ ଲାଗୁଛି । ତଥାପି ମୁଁ ନିରୁପାୟ, ନିରୂତ୍ତର, କର୍ତ୍ତବ୍ୟ ଉଭୟଙ୍କ ପଥରେ ବାଧକ, ତେଣୁ ମିଳନଟା ସମ୍ଭବ ଆର ଜନ୍ମରେ, ମନଟା ଏଜନ୍ମରେ, ଶରୀର ପର କାଳରେ ପାଇବେ, ଏଥିପାଇଁ ଅବଶ୍ୟ ମୁଁ ଗର୍ବିତା ଯେ ମନ ମୁତାବକ ଆପଣଙ୍କୁ ପାଇଥିଲି, ଯାହାଙ୍କୁ କି ମନ ଖୋଲି କିଛି କହିବାର ସୁଯୋଗ ପାଇଲି, ତେଣୁ ଭାରାକ୍ଳାନ୍ତ ଜୀବନ ତ୍ରୟଦଂଶରେ ହାଲୁକା ହେଲା ସତ କିନ୍ତୁ...-? ସବୁକିଛି ଅପୂର୍ଣ୍ଣ ରହିଗଲା, ରହିଯିବ, ତଥାପି ଅନୁରୋଧ ଯେ ଯେତେବେଳେ ଲୋଡ଼ିବି, ସେତେବେଳେ ଧୋକା ଦେବେନି, କ’ଣ କହୁଛନ୍ତି ? ସବୁବେଳେ ମୋର ଗୋଟାଏ ଭୟ ଯେ ‘‘ମା’’ ଆପଣଙ୍କ ଆସିବା ବନ୍ଦ କରି ନ ଦିଅନ୍ତୁ, ତାହାହେଲେ ଜୀବନ୍ତ ଦଗ୍‌ଧ ହୋଇଯିବି । ତେଣୁ ବରଂ ଦୂରରେ ରହି ମୋର ହୋଇ ରୁହନ୍ତୁ ପାଖକୁ ଆସି ଦୂରେଇବାର ବାଟ ନ କାଢ଼ନ୍ତୁ, କାରଣ ଏଥିରେ ଉଭୟଙ୍କର ମଙ୍ଗଳ ଅଛି ।

 

ବର୍ତ୍ତମାନ ‘‘ମା’ ଯେଉଁପରି କଟୁବାକ୍ୟ ଶୁଣାଉଛନ୍ତି, ସେଗୁଡ଼ିକ ନିରବରେ ଶୁଣି ଶୁଣି ମୁଣ୍ଡ ବୁଲାଇ ଦେଉଛି, ସମୟେ ସମୟେ ବିନ୍ଧୁଛି ମଧ୍ୟ । କେବଳ ଆପଣଙ୍କ ଆଦେଶକୁ ମନେପକାଇ ନିରବ ହେବାକୁ ବାଧ୍ୟ ହେଉଛି । ତେବେ ତ ଇଚ୍ଛାହୁଏ ବିଷ ଟୋପେ ପିଇ ଦେଇ ଶୋଇ ଯିବାକୁ, ସେତକ ମଧ୍ୟ ଆପଣଙ୍କ କଥା ଭାବିଲେ କରି ପାରେନାଁ ଜାଣେନା କେଉଁ ମମତାର ଡୋରି ମୋତେ ବାନ୍ଧି ରଖିଲା । ହଁ ଆଉ ଗୋଟିଏ କଥା ତୁମରି ଦୁଷ୍ଟାମୀରୁ ଓଠ ଗୁଡ଼ିକ ଆଜି ବିନ୍ଧୁଛି । ମାନେ କେମିତି ଗୋଟିଏ କଷ୍ଟ ହୋଉଛି; ତେଣୁ..... ! ମୋର ଏହା ସୌଭାଗ୍ୟ ଯେ ଆପଣ ମୋଭଳି ଅପଦାର୍ଥକୁ ନିଜର ମହାନ ହୃଦୟ ଭିତରେ ସ୍ଥାନ ଦେଇ ପାରିଲେ । କିନ୍ତୁ ଏତେ ସବୁ ହୋଇ ମଧ୍ୟ ମୋର ଅବଶୋଷ ରହିଗଲା, ରହିଯିବ ମଧ୍ୟ, ଛାଡ଼ନ୍ତୁ, ‘‘ମା’’ ଆଜି କହୁଥିଲେ ଯେ ସେ ତିନିଦିନ ହେଲା ଶୋଇ ପାରୁ ନାହାନ୍ତି । ଆଶା ଖରାପ ନଭାବି ବୁଝିବାକୁ ଚେଷ୍ଟା କରିବେ, ଏଥିରେ ମୋର ଦୋଷ ନାହିଁ ବୋଲି ଭାବୁଛି । ହଁ ଗୋଟିଏ ପ୍ରଶ୍ନ ଆପଣଙ୍କୁ କିଏ କହିଲା ମୋତେ ଭଲ ପାଇବାକୁ ? କିଏ କହିଲା ପାଖରେ ଆସିବାକୁ ? କିଏ କହିଲା ମୋର ସୁପ୍ତ ଭାବନା ତନ୍ତ୍ରୀକୁ ଜଗାଇବାକୁ ? ଇଶ୍ୱର ନ କରନ୍ତୁ, ଯଦି କିଛି ହୁଏ ତେବେ ଆପଣ ନିଜକୁ ସ୍ତ୍ରୀ ମାଧ୍ୟମରେ ଭୁଲାଇ ପାରିବେ । କିନ୍ତୁ ମୁଁ.... ? ନିତ୍ୟାନ୍ତ ଏକାନ୍ତ ସମ୍ପୂର୍ଣ୍ଣ ବେସାହାରା, ପୁରାପୁରି ଆଶ୍ରୟ ହୀନା ଦେଖାଯାଉ ଭାଗ୍ୟରେ ଆଗକୁ କ’ଣ ଲେଖାଅଛି ।

 

ଆମ ଘରକୁ କମ୍‌ ଆସିବେ, ମାଆ ଯେପରି ଆସିବାକୁ ମନା ନକରନ୍ତୁ, କାହିଁକି ? ଏହି ସାମାନ୍ୟ ବାକ୍ୟ ମଧ୍ୟ ମୁଁ ସହିପାରିବି ନାହିଁ ପ୍ରତିରୋଧ କରିବାକୁ ଚାହିଁଲେ ମଧ୍ୟ କେଉଁ ବଳରେ କରିବି ? ତେଣୁ ନିରବରେ ତଥା ଲୁଚିକରି ହିଁ କାନ୍ଦିବାକୁ ପଡ଼ିବ । ଭାବୁଥିବେ ଯେ ମୁଁ ସବୁକିଛିକୁ, ମନା କରୁଛି କିନ୍ତୁ ପ୍ରକୃତରେ ତା’ ନୁହଁ । ଏତେବର୍ଷ ପରେ ଆପଣଙ୍କଠାରୁ ପାଇଥିବା ଅଗାଢ଼ ପ୍ରେମ ଗୁଡ଼ିକ କାଳେ ଅପସରିଯିବ, ତେଣୁ ସଞ୍ଚରିବାର ବାଟ ଯୋଗାଡ଼ କରିବାରେ ଲାଗିଛି ସତରେ ମୁଁ ପ୍ରେମ ଲୋଭୀ, ପାଇନଥିଲି ବୋଲି ମହତ୍ତ୍ୱ ବୁଝି ନଥିଲି, ଲେଖାପଢ଼ି ବିରକ୍ତ ହେଉଛନ୍ତି କି ? ତେବେ ଏତିକିରେ ହିଁ ଇତିଶ୍ରୀ କରିଦେବେ ବୋଲି ଭାବୁଛନ୍ତି ?

 

‘‘ମା’’ ଆଜି ଏକ ଜରୁରୀ କଥା ନେଇ କଲିକତା ଯିବାକୁ ବାହାରିଛନ୍ତି, ଯିବା ସମୟରେ ମଧ୍ୟ ମୋ ଉପରେ ବିରକ୍ତ ହେଉଛନ୍ତି, ସମୟେ, ସମୟେ ମୁଁ ବଡ଼ ଅଧୈର୍ଯ୍ୟ ହୋଇ ପଡ଼ୁଛି, ଯେ ହେତୁ ରକ୍ତ ମାଂସରେ ମୋର ଶରୀର ଗଢ଼ା,

 

ମୁଁ ଦେବତା ନୁହଁ,

 

‘‘ମା’’ ଗଲାବେଳେ କହି ଯାଉଛନ୍ତି ଯେ ଆପଣଙ୍କ ଆସିବା କଥା, କହିଦେବୁ ଯେ, ମୋ ଅନୁପସ୍ଥିତିରେ ଏତେଟା ସେ ଆସିବେ ନାହିଁ କିମ୍ବା ତୁ ମଧ୍ୟ ତାଙ୍କ ସାଙ୍ଗରେ ଘଣ୍ଟା, ଘଣ୍ଟା ଧରି ଗପ କରିବୁ ନାହିଁ । ପାଖରେ ଥିବା ସାନ ଭଉଣୀମାନେ କ’ଣ ଶିଖିବେ ଇତ୍ୟାଦି, ଇତ୍ୟାଦି, ଅନେକ କିଛି, ଏହା ସତ୍ତ୍ୱେ ଆପଣ ମୋତେ ଆହୁରି ଗାଳି ଶୁଣାଇବାକୁ ଚାହୁଁଛନ୍ତି ଯଦିଓ ମୋ ଜୀବନଠାରୁ ବଳି ଆପଣଙ୍କୁ ଚାହେଁ ତଥାପି ଶୁଣୁଛନ୍ତି ତ ଘରର ଅଶାନ୍ତି କଥା, ତେଣୁ ବାଟରେ ଦେଖା କରିବେ । ଅବଶ୍ୟ ଘରକୁ ଆସିବେ, ମଝିରେ ମଝିରେ ଏବଂ ଅଳ୍ପ ସମୟ ପାଇଁ । ଏହା ମୁଁ କହୁନାହିଁ, ମୋର ଅନ୍ତର କହୁନାହିଁ, ଆଉ କେହି କହୁଛନ୍ତି, ଆଶା ଚିଠି ପଢ଼ିସାରି ନିଜର ମତାମତ ଜଣାଇବେ, ତା’ ମାନେ ନୁହଁ ସେ ମୋ ଜୀବନଟାକୁ ଚୁରମାର କରି ଦେଇ ଚାଲିଯିବେ ।

 

ବଡ଼ ଦୁଃଖିତ, ଆପଣ ସତରେ ମୋତେ ଭଲ ପାଇବା ଉଚିତ୍‌ ନଥିଲା କାରଣ ଏହା ଆମ ଉଭୟଙ୍କ ପାଇଁ ଆଶୀର୍ବାଦର କାମ ନଦେଇ ଅଭିଶାପର କାମ ଦେଉଛି, ଛାଡ଼ନ୍ତୁ ଅନେକ ଲେଖିଦେଲିଣି ଆଉ ଯେମିତି କିଛି ମନେ ପଡ଼ୁନାହିଁ, ତେଣୁ ପରେ ଧୀରେ ଧୀରେ ଜଣାଇବି, ପୂର୍ବେ ସିନା ପ୍ରତିଦିନ ଆସୁଥିଲେ ତେଣୁ ମୋତେ ଚବିଶ ଘଣ୍ଟା ମନେରଖିବାର କାରଣ ଥିଲା, କିନ୍ତୁ ଏବେ-? ଭୁଲିଯିବେ ମୋତେ’ ଏବଂ ଆମର ପବ୍ରିତକୁ ? ହୁଏତ ପାରିବେ କିନ୍ତୁ ମୁଁ ନୁହଁ କାରଣ ପାଉଁଶ ଭିତର ନିଆଁ ଜଳେନା ସତ କିନ୍ତୁ କୁହୁଳୁ ଥାଏ ଲିଭିଯାଏନା ଠିକ୍‌ ସେହିପରି ମୋ ହୃଦୟ ଓ ଶରୀର ଆଜି ଜଳୁଛି । କିନ୍ତୁ ଥଣ୍ଡା ପଡ଼ି ଯିବନି ? କ’ଣ ଭାବୁଛନ୍ତି ? ଖରାପ ?

 

ଆପଣ ଆଜି ପର୍ଯ୍ୟନ୍ତ ମୋତେ ଶରୀର ମାଗି ନାହାନ୍ତି ଅନୁରୋଧ ମାଗିବେ ନାହିଁ ମଧ୍ୟ, କାରଣ ତା’ପରେ ଗୋଟିଏ ଅପବିତ୍ର ଦେହକୁ ଧରି ମୁଁ ଏତେବଡ଼ ଦୁନିଆରେ ଏକୁଟିଆ ଆଦୌ ଆଗେଇ ଯାଇ ପାରିବିନାହିଁ ତେଣୁ ବରଂ ଚେଷ୍ଟା କରନ୍ତୁ ଏ ନିଆଁକୁ ଶାନ୍ତ କରିବାକୁ । ନଚେତ୍‌ କ୍ଷତି ମୋର ହେବ । ଆପଣଙ୍କର ନୁହେଁ ।

 

ଆମର ପ୍ରେମ କେବଳ ମାନସର ଧରାପୃଷ୍ଠରେ ଆବିର୍ଭାବ ହେଉ । ତା’ଠାରୁ ଆଗକୁ ନୁହଁ ସତ କହୁଛି ଆପଣ ମୋର ଅବାଧ୍ୟ ହେଲେ ମୁଁ ମରିଯିବି, ଏହି ୧୬୭୬ ରେହିଁ ମରିଯିବି ଚାହୁଁଛନ୍ତି ମୋର ମୃତ୍ୟୁ ତ ? କୁହନ୍ତୁ, ଆପଣଙ୍କ ପାଇଁ ମୋ ଜୀବନ ଗଲେ ଦୁଃଖ ନାହିଁ । ବରଂ ମୁକ୍ତି ପାଇଯିବି, ଦୂରରେ ଥାଇ ଆପଣଙ୍କୁ ଚାହିଁ ରହିଥିବି ।

 

ପୁଣି ଆପଣଙ୍କ ସାଥିରେ ସାକ୍ଷାତ ହେବା ପୁର୍ବରୁ ପୁଅପିଲା ମାନଙ୍କୁ ମାନୁ ନଥିଲି, ବା ସେମାନଙ୍କ ନିକଟରେ ମୁଣ୍ଡ ନୁଆଇ ନଥିଲି । ମାତ୍ର ଆପଣଙ୍କ ନିକଟରେ ହିଁ ମୋର ସମସ୍ତ ସଂଯମ ଶକ୍ତି ନଷ୍ଟ ହେବାକୁ ଯାଉଛି ।

 

ଜାଣନ୍ତିନା ମୋର କିଛି ହେଲେ ଆପଣଙ୍କୁ ପାପ ଲାଗିବ । କାରଣ ସେଦିନ ଟ୍ରେନରେ ମୁଁ ଗପି ନଥିଲି କି ଗାଁରେ ମଧ୍ୟ ଗପି ନଥିଲି, ସବୁର ବାଟ ଦେଖାଇଲେ ଆପଣ, ଏବେ ପୁଣି କ’ଣ କରିବେ ଦେଖାଯାଉ କେମିତି ବଞ୍ଚିବି ଏକୁଟିଆ, ଉପାୟ ବତାଇ ଦେବେ ।

 

ଆଜି ଗୁଡ଼ାଏ କଥା ଲେଖି ଆପଣଙ୍କ ମନକୁ ଖୁବ୍‌ ଆଘାତ ଦେଇଛି ଜାଣେ’ କ’ଣ ଜାଣି ଶୁଣି ଦେଇଛି ? ମୋତେ କ’ଣ ଏଥିରେ ଆନନ୍ଦ ମିଳୁଛି ? ଆପଣଙ୍କର ଦୁଃଖ କ’ଣ ମୋର ଦୁଃଖ ନୁହେଁ । ଆପଣଙ୍କର ଲୁହ କ’ଣ ମୋର ଲୁହ ନୁହେଁ ? ଜାଣେନା ଇଶ୍ୱର କାହିଁକି ଏସବୁର ସୃଷ୍ଟି କଲେ । ଏ ଘଟଣା ପଛରେ ତାଙ୍କର କି ମହତ ଉଦ୍ଦେଶ୍ୟ ଅଛି ତାହା ମଧ୍ୟ ଆମକୁ ଅଜଣା, ତଥାପି ଚାହିଁଛି ଯେତେବେଳେ ଶେଷ ପର୍ଯ୍ୟନ୍ତ ଚାହିଁବି, ନପାଇଲେ ମଧ୍ୟ ଦୁଃଖ ଭିତରେ ଥାଇ ମଧ୍ୟ ଖୋଜିବି । ଡାକିବି, ଲେଖିବି ଦେଖା କରିବି ଆଉ ତା’ପରେ ?

 

ଆଗକୁ ଲେଖିପାରୁନି ଚିଠିଟି ରୋଷଘରେ ଲେଖୁଛି ତେଣୁ ଅଜଣାତରେ ତେଲଗୁଡ଼ାକ ଲାଗି ଯାଉଛି’ କିଛି ଖରାପ ଭାବିବେ ନାହିଁ ନିଜର ଭାବି ଚଳାଇ ନେବେ । ଆଜି ରାଗ କରି ପେନଟି ପକାଇ ଦେଲେ ପଚାରିବାରୁ କହିଲେ ଭଲ ପାଇବା ମୂଳରେ ପ୍ରଥମ ବିନ୍ଦୁରେ ବିନ୍ଦୁ ମିଶାଇ ଥିଲା ଏ ପେନ୍‌ ପୁଣି ଦୂରେଇ ଯିବାକୁ କହୁଛି ତେଣୁ ମୁଁ ଦୁଃଖିତ,

 

ମୋ’ ରାଣ ଏପରି ଆଉ ଯେପରି ଏମିତି ଅବୁଝା ହୋଇ ଅଭିମାନ ନକରନ୍ତି ଆପଣ ଯାହା ଭାବନ୍ତୁନା କାହିଁକି ! ସତେ ଯେମିତି ମୁଁ ଅନୁଭବ କରୁଛି ଆପଣ ମୋର କିଛି ଗୋଟାଏ କ୍ଷତି କରୁଛନ୍ତି । ତେଣୁ ଗଭୀର ଦୁଃଖରେ ମୁଁ ଭାଙ୍ଗିପଡ଼ୁଛି । ଏମିତି ରାଗନ୍ତିନା ? ତେବେ ଭଲ ପାଇବେ କିପରି । କାରଣ ପ୍ରେମ ଅର୍ଥ ସହିବା ଏବଂ ସହବା ଅର୍ଥ ପ୍ରେମ ହିଁ ଏଭଳି କୌଣସି କାମ କରିବେନି ଯେଉଁଥିରେ ମୋର ଲାଭ–ଥିବ । ଓ ଅନ୍ୟମାନଙ୍କର କ୍ଷତି ହେଉଥିବ । ବରଂ ମୋତେ କ୍ଷତି ସହିବାକୁ ଦିଅନ୍ତୁ ।

 

ଆଚ୍ଛା ଆପଣ ସିଗାରେଟ ବନ୍ଦ କରିଦେଲେ କ’ଣ ହୁଅନ୍ତା ଅନେକ ଥର ଶୁଣିଲିଣି ଯେ (Chest pain) ହୁଏ । ତେଣୁ ଆପଣଙ୍କ ସିଗାରେଟ ପିଇବା ଦେଖିଲେ ଭୟ ଏବଂ ଦୁଃଖ ଲଗେ । ଅନ୍ତତଃ ଚେଷ୍ଟା କରନ୍ତୁ ଛାଡ଼ି ଦେବାପାଇଁ କ’ଣ କହୁଛନ୍ତି ।

 

ଜଣାଇବେ ଆପଣ ମୋ ପାଇଁ କଷ୍ଟ କରି ଶୀତ ରାତିରେ ଗାଧେଇ ନଖାଇ ଦୌଡ଼ୁଛନ୍ତି ସବୁକିଛି ବୁଝୁଛି ସେଥିପାଇଁ ଲଜ୍ୟା ଏବଂ ଦୁଃଖ ଲାଗେ ଯେ ଆପଣ ଏହି ଅପଦାର୍ଥ ପାଇଁ ଏତେ କଷ୍ଟ କରି କ’ଣ ପାଉଛନ୍ତି । ମୋଠାରୁ ପୁଣି ତାଡ଼ନା ଆଘାତ ପ୍ରତାରଣା ଇତ୍ୟାଦି ଆଉ ଗୋଟିଏ କଥା ପୂର୍ବଭଳି ଲେଖା ଲେଖି କାର୍ଯ୍ୟରେ କାମରେ ନିଜକୁ ବ୍ୟସ୍ତ ରଖିବେ । ଆଗେ ସେଭଳି ଅନେକ ବହି ଲେଖୁଥିଲେ ଏବେ ମଧ୍ୟ ଅନେକରୁ ଅନେକ ଲେଖନ୍ତୁ । ଶୁଣିଲେ ଖୁସି ହେବି, ଗର୍ବ କରିବି ମଧ୍ୟ ‘ମା’ଙ୍କୁ ଖୁସି କରାଇବାରେ ବାଟ ଖୋଜି ମୋତେ ବି ଶାନ୍ତି ଦିଅନ୍ତୁ ନହେଲେ ବଞ୍ଚିପାରିବି ନାହିଁ ।

 

ମୁଁ କିନ୍ତୁ ଆଉ ଗୋଟିଏ କଥା ପାଇଁ ଖୁବ୍‌ ଭୟ କରୁଛି ତାହା ହେଉଛି ଆପଣ ମୋ ଦେହ ଚାହାନ୍ତି କି ମୋତେ ? ଯଦି ଦେହକୁ ତେବେ ମନ ଫେରାଇ ଦିଅନ୍ତୁ । ଯଦି ମନକୁ ତେବେ ମୋ ଭିତରେ ଏସବୁ ନିଆଁ ଜାଳି ମୋର କି ଲାଭ କରୁଛନ୍ତି ଆପଣ ପୁରୁଷ ଆପଣ ଶୋଇଲେ ମଧ୍ୟ କ୍ଷତି ନାହିଁ । ମାତ୍ର ମୁଁ ନାରୀ ସ୍ପର୍ଶ ହେଲେ ମଧ୍ୟ ଦୋଷାବହ । ସେଥିପାଇଁ ବାରମ୍ବାର ଅନୁରୋଧ କରୁଛି ମୋ ଶରୀରକୁ ଜଳାଇବାକୁ ଚେଷ୍ଟା କରନ୍ତୁ ନାହି । କିମ୍ବା ନିଜେ ମଧ୍ୟ ଜଳନ୍ତୁ ନାହିଁ, ଶରୀର ଦେଇଛି ସତ । କିନ୍ତୁ ସବୁଟା ମାଗନ୍ତୁ ନାହିଁ । ଆଉ କେତେଥର କହିଲେ ଶୁଣିବେ ଆଉ ଯଦି କୌଣସି ଦିନ ଭିଣୋଇକୁ ନେଇ ସନ୍ଦେହ କଲେ ରାଗ ଆସିବ ନାହିଁ । ଛାଡ଼ନ୍ତୁ ଆଜି ପଛକୁ ଆସିବେ ନାହିଁ ।

 

ସାନ ଭଉଣୀମାନେ କ’ଣ ଭାବିବେ ‘ମ’ଙ୍କୁ ପୋଡ଼ି ଦେବେ ମା ଆସିଲେ ମୁଁ ଚିଠି ଦେଇ ଜଣାଇବି ଅବଶ୍ୟ ପାଞ୍ଚ ମିନିଟି ପାଇଁ, ସାକ୍ଷାତ ଓ ଚିଠିର ଆଦାନ ପ୍ରଦାନ ପାଇଁ ଆପଣଙ୍କୁ ଡକାନ୍ତି, ମାତ୍ର ପାଞ୍ଚମିନିଟ ବଦଳରେ ପାଞ୍ଚଘଣ୍ଟା ବିତିଗଲେ ମଧ୍ୟ ଛାଡ଼ିବାକୁ ଇଚ୍ଛା ହେଉନି । ଏଣେ ରହିଲେ ତେଣେ ଘରର ଅସୁବିଧା ତେଣୁ ମନକୁ ବୁଝାଇ ରହିବେ, କ’ଣ ଭାବୁଛନ୍ତି ଆରେ ମୁଁ ଯେ ଆପଣଙ୍କର ରାଧା, ତେଣୁ ବ୍ୟସ୍ତ କାହିଁକି ମୋର ବଡ଼ ଭାଗ୍ୟ ଯେ ମୁଁ ରାଧା ନାମ ପାଇଛି ଆଉ କୌଣସି ଦିନ ଫୋପାଡ଼ି ରାଗିବେ ନାଇଁ ତେବେ ମୋର ଏହି ଛୋଟ କଥା ରଖିବେନି ।

 

ବର୍ତ୍ତମାନ ଆଉ ମନେପଡ଼ୁନି । ପରେ ଲେଖିବି ଓଠକୁ କିମ୍ବା ଗାଲକୁ କାମୁଡ଼ିଲେ ବା ଦାନ୍ତ ବସାଇଲେ ମୁଁ କଥା କହିବି ନାହିଁ କିମ୍ବା ଆପଣଙ୍କ ପାଖକୁ ଯିବି ନାହିଁ । ଏଇ ଏହି ଅସଭ୍ୟ ଲେଖା ଚିଠିଟିକୁ ଚିରିଦେବେ । ଆପଣଙ୍କୁ ଆପଣଙ୍କର ରାଧାରାଣ ମୋ ଚିଠି ରଖି ମୋତେ ଫାଶି ଦିଅନ୍ତୁ ନାହିଁ । ଏତେ ନିର୍ଦ୍ଦୟ ଆପଣ । ଯଦି ସନ୍ତକ ଚାହାନ୍ତି ତେବେ ମଲା ପୂର୍ବରୁ ଦେଇଯିବି ସାରା ଜୀବନ ପାଇଁ ଲୁହ ଗଡ଼ାଉଥିବେ ।

 

ପ୍ରାଣ !

 

ମୋ ଜୀବନର ଅନେକ କିଛି ଆପଣ ଜାଣି ଗଲେଣି ତଥାପି ତ ଲେଖା ସରୁନି କିମ୍ବା କାଗଜ ଅଣ୍ଟୁନାହିଁ ଠିକ୍‌ ଯେମିତି ପ୍ରେମ ମରେନି ସେମିତି ମୋର ସନ୍ତକ ନିର୍ଜୀବ କାଗଜ ମାନେ ତେବେ ମୋର ଆବଶ୍ୟକ କ’ଣ ବରଂ ମୋର ଚିଠିଗୁଡ଼ାକୁ ଭଲ ପାଆନ୍ତୁ, ଆଦର କରନ୍ତୁ । ଗେହ୍ଲା କରନ୍ତୁ । ମୋତେ ବିଦାୟ ଦିଅନ୍ତୁ ମୁଁ ପ୍ରତିଦିନ ଖଣ୍ଡିଏ ଖଣ୍ଡିଏ ଲେଖା ପଠାଇ ଦେବି । ତାକୁ ଧରି ଶୋଇବେନି ନା କ’ଣ ଚଳିବନି ମୋ ଚିଠିଗୁଡ଼ିକ ପୁଣି ମୋ ଅପେକ୍ଷା ଏତେ ଭଲ ଏଇ ଦୟାକରି ମୋର ଚିଠିଗୁଡ଼ାକ ଚିରିଦେବେ । ହେଲେ ଆଉ ଲେଖିବି ନାହିଁ ଏଥର ଖୁସି ତ ।

 

ସାନ ଭଉଣୀମାନେ କୋଠା ଉପରେ ଥିଲାବେଳେ ପାଖକୁ ଡାକିବେ ନାହିଁ । ସେମାନେ କ’ଣ ଭାବିବେ ଏ ରାଧା ଭଉଣୀ ଏଡ଼େ ଅଭଦ୍ର ପୁଅ ପିଲାର ଏତେ ନିକଟରେ ବସେ, ପୁଣି ଆମ ଆଗରେ ଟିକିଏ ହେଲେ ମୋର କଥା ଏବଂ ଲାଜ ରଖନ୍ତୁ । ସତ କହୁଛି ସାନ ଭଉଣୀ । ଏମାନଙ୍କର ଉପସ୍ଥିତିରେ ମୁଁ ତିଳେ ହେଲେ (Free) ଫ୍ରୀ ହୋଇ ପାରୁନାହିଁ, ଆଦୌ ଡାକିବେ ନାହିଁ ଏବେ ସରିଯାଉଛି କି ବୁଢ଼ୀ ହୋଇଯାଇଛି ଯେ ଆପଣ ମୋ ଗାଲ ଓ ଓଠକୁ ପାଇବାକୁ ଏତେ ବ୍ୟସ୍ତ ହେଉଛନ୍ତି, ରାଗୁଛନ୍ତି କିଛି ଭୁଲ୍‍ କହୁଛି କି ମନେ ରହିଲା ତ ବାରମ୍ବାର କହି ରଖୁଛି ଭୁଲ ହେଲେ ବି ଭଉଣୀମାନଙ୍କ ଆଗରେ ନୁହେଁ ।

 

ଆମ ଭଲପାଇବାର ପରିଣାମ କେଉଁଠି ଏବଂ ତାହା କ’ଣ ଏ ବିଷୟରେ କିଛି ହେଲେ ମଧ୍ୟ କହି ହେଉନି ।

 

ତଥାପି ମୋର ବିନମ୍ର ଅନୁରୋଧ ଯେ ମୋତେ ସବୁଦିନ ପାଇଁ ନିଜ ଭିତରେ ଲୁଚାଇ ଦିଅନ୍ତୁ, ଯେପରି ମୋତେ କେହି ନ ଦେଖନ୍ତୁ । କାହାରି ଭୋକିଲା ଚାହାଣି ଯେପରି ମୋ ଉପରେ ନପଡ଼ୁ । ତାଛଡ଼ା ଆପଣଙ୍କୁ ମୋର ଅନେକ ସନ୍ଦେହ । ମୋତେ ଏକିଲା ରଖି ଗୋପରୁ ମଥୁରା ଚାଲି ଯିବ ନାହିଁ ତ ?

 

ଆଜି ଯେଉଁ ଓଠ କାମୁଡ଼ା ପାଇଁ ମୋ ପାଖରେ ଜିଦ୍‌ କରୁଥିଲ ।

 

ଥରେ !

 

କି କାକୁସ୍ଥ ହୋଇ ଭିକ୍ଷା କରୁଥିଲ ମତେ ? ହେଲା, ଏଥର ସୁନା ପୁଅଟି ପରି ଶୋଇବେ ତ ? ଅଯଥା ଦେହକୁ କଷ୍ଟ ଦେଇ ଦୁର୍ବଳତାର ଶିକାର ହେବନି ବରଂ ମୋଟା ହେବାକୁ ଚେଷ୍ଟା କରନ୍ତୁ । ଅବଶ୍ୟ ବେଶୀ ମୋଟା ହେବାକୁ କହୁନି, ଯାହା ଆବଶ୍ୟକ ସେତିକି–ନହେଲେ....ଆପଣଙ୍କ ପାଖରେ ଲଜ୍ୟା ଛାଡ଼ିଛି ବୋଲି ଏତେ ଶୀଘ୍ର କହି ପାରିଲି ।

 

ମନ ଦୁଃଖ କରିବେନି । ଅବଶ୍ୟ ଏହା ଠିକ୍‌ ଯେ ଆପଣ ମୋତେ ବିବାହ କରିପାରିବେ ନାହିଁ । ତା’ ମାନେ ନୁହେଁ ଯେ ଆପଣଙ୍କର ରାଧା ଅନ୍ୟ ନିକଟରେ ଶଯ୍ୟାସଙ୍ଗିନୀ ହୋଇଯିବ । ମୋତେ ବିଶ୍ୱାସ କରନ୍ତୁ । ସେ ‘ରାଧା ସିନା ବିବାହ କରିଥିଲେ କିନ୍ତୁ ମୁଁ ନୁହେଁ ।’

 

ଏଥର ପ୍ରଶ୍ନ ଆସୁଛି ଉପଭୋଗ ବିଷୟରେ ।

 

ମୋର ବିଶ୍ୱାସ ଆପଣ ହିଁ ମୋତେ ସମ୍ପୂର୍ଣ୍ଣ ଉପଭୋଗ କରିପାରିବେ ଓ କରିବେ । ଅପେକ୍ଷା କରନ୍ତୁ । ଏବେ ନୁହଁ । ମୁଁ ମଧ୍ୟ ଆପଣଙ୍କର ଭଲ ପାଇବାର ଶକ୍ତିକୁ ପରୀକ୍ଷା କରୁଛି ଯେଉଁଦିନ ଶୁଣିବି ଯେ ଆପଣ କହିବେ...ହେବ....ହେବ....ହେବ । ସେଇ ଦିନ ଆପଣଙ୍କ ରାଧା ଆପଣଙ୍କ ପାଖରୁ ଦୂରେଇ ଯିବ ।

 

ଅବଶ୍ୟ ମନରୁ ଆପଣଙ୍କୁ ଦୂରେଇ ପାରିବି ନାହଁ କି ଭୁଲାଇ ପାରିବି ନାହିଁ । ହଁ କାନ୍ଦି କାନ୍ଦି ହୁଏତ ଫେରି ଆସିବି ସେଦିନ । ଗୋଟିଏ ପ୍ରଶ୍ନ–ଆପଣ ମୋତେ ସମ୍ପୂର୍ଣ୍ଣ ଉପଭୋଗ ନ କରି ମଧ୍ୟ ସାରା ଜୀବନ ପାଇଁ ଭଲ ପାଇବେ ତ ? କାରଣ ଅନେକ ପୁଅ ଚିତା କାଟିବାକୁ ସେହି....ଖୋଜୁଥାନ୍ତି ।

 

ମିଳିଗଲେ ଚମ୍ପଟ୍‌ ।

 

ମୁଁ କାହଁକି ପାଖକୁ ଯିବାକୁ ଡରେ କହିବି–

 

ପାଖକୁ ଗଲେ ଥରେ ଥରେ ଇଚ୍ଛା ହେଉଛି ସବୁ କିଛିଟା ପାଇଁ । ପୁଣି ବିବେକ ବି ବାଧା ସୃଷ୍ଟି କରୁଛି । ସେତକ ହୋଇଗଲେ ପ୍ରେମର ଓଜନ କମିଯିବ । ଆମେ ମଧ୍ୟ ସମସ୍ତଙ୍କର ପରି ଅତି ସାଧାରଣ ହୋଇଯିବା ।

 

ତେଣୁ ଆପଣଙ୍କୁ ମୋର ପ୍ରାର୍ଥନା ଯେ ସହବାସ ପାଇଁ କେବେ ମନ ଢଳାଇବେ ନାହିଁ । ନମିଳିଲେ ମନ ଦୂରେଇ ନେବେନି । ଏବେ ଧୀରେ ଧୀରେ ମୁଁ ଲୋଭୀ ହୋଇ ପଡ଼ିଲିଣି । ଶରୀର ପ୍ରାୟ ସମୟେ ସମୟେ ଉତ୍ତେଜିତ ହୋଇ ଉଠେ । ଅବଶ୍ୟ ସେହି ନିର୍ଜନ ରାତିରେ ରାତ୍ରୀଟା, ପୁଣି ଶୀତ ରାତ୍ରୀଟା ବଡ଼ ଅବାଧ୍ୟ ହେଉଛି କି ମୋତେ ବଡ଼ ଲଜ୍ଜା ଦେଉଛି । ଏକୁଟିଆ ଶୋଇବାକୁ ମୋର ଆଉ ମନ ନାହିଁ । କ’ଣ ଭାବୁଛନ୍ତି ? ଶୋଇବାକୁ ଇଚ୍ଛା ହେଉଛି କି ଆପଣଙ୍କର ମାଡ଼ ଖାଇବେ, ମାଡ଼, ଏତେ ଜୋର୍‌ରେ ମାରିବି ଓ ଗାଳିଦେବି ଯେ ଆଉ ମୋଟେ ଭୋତେ ଭଲ ପାଇବେ ନାହିଁ । ବରଂ ଦେଖିଲେ ଘୃଣା ଓ ବିରକ୍ତି ବୋଧ କରିବେ । ସେତେବେଳେ ସବୁ ପ୍ରେମ ଆମର ଉଭେଇଯିବ ।

 

ଆଚ୍ଛା ମୁଁ ତ ଆପଣଙ୍କର କିଛି କାମରେ ଆସିଲି ନାହିଁ, ତେବେ ମୋତେ ଭଲ ପାଆନ୍ତି ଯେ, କାହିଁକି ? ଏମିତି ନିସ୍ୱାର୍ଥ ଭାବେ ସବୁଦିନ ଭଲ ପାଇ ପାରିବେ ତ ? ମୋ ରାଣ ଖାଇ କହିଲେ ?

 

ଭଡ଼ାଘର ନେବେ ସତ । କିନ୍ତୁ ଅପବ୍ୟୟ ଯେ ? ଦରକାର ଅବଶ୍ୟ ବୁଝୁଛି । ଅନ୍ତତଃ ଆପଣଙ୍କ ପାଇଁ ନ ହେଲେ ମୋ ପାଇଁ, କାରଣ ଏହା ମଧ୍ୟରେ ମୁଁ ଆପଣଙ୍କ ସାଥିରେ ଶୋଇବାର କଳ୍ପନା ଓ ଲାଳସା ମଧ୍ୟ କରି ସାରିଲିଣି । ଏଇ କିନ୍ତୁ ସେଇଟା ନୁହଁ ତାକୁ ବାଦ ଦେଇ ରାଜି ତ । ହଁ, ପାଖରେ ଘର ନେଲେ ସୁବିଧା ସତ, କିନ୍ତୁ ପ୍ରତିଦିନ ଆପଣଙ୍କ ବସାକୁ ଯିବି ନାହିଁ, ବଦନାମ । ଯେଉଁ ଦିନ ଯିବି, ସେଦିନ ଗାଲ ଓ ଓଠକୁ କାମୁଡ଼ିବେ ନାହିଁ । ମୁହଁରେ ଦାଗ ବସିଲେ ଆପଣଙ୍କ ରାଧା ଯେ ବେସରମି କଥାଟା ଉପଭୋଗ କରିବ । ତା’ଛଡ଼ା ସେଇଟା ବି ମାଗିବେ ନାହିଁ ।

 

ଏଇ ତିନୋଟି ସର୍ତ୍ତ ପରେ ମୁଁ ଯିବି ।

 

କ’ଣ କହୁଛନ୍ତି ?

 

ମନେକରି ଏ ସବୁର ଉତ୍ତର ଦେବେ । ସିଗାରେଟ୍‍ଟା ଛଡ଼ାଇ ନେଇ ବହୁତ ନିଷ୍ଠୁରତାର କାମ କରିଛି । କ’ଣ କରିବି, ମନଟା ଯେ ସହ୍ୟ କରି ପାରୁନି । ଆପଣଙ୍କର କାଶ ହେଲେ ଅବା ଛାତି ଦରଜ ହେଲେ ମୋତେ ଭୟ ଲାଗୁଛି, କାରଣ ଆପଣ ଏବେ ଥରେ କହୁଥିଲେ ଯେ, ଏଇଟା ମୋର ଶେଷ ରୋଗ, ଏଇ ସେମିତି ଆଉ କେବେ କହିବେ ନାହିଁ । ତା’ପରେ ମୁଁ କାହାକୁ ନିଜର କହିବି ? କାହାକୁ ଭଲ କହିବି ? ମୋତେ ପୁଣି କିଏ ଭଲ ପାଇବ ? କିଏ ମୋର କଅଁଳ ଗଣ୍ଡରେ ଚୁମ୍ବନ ଦେବ ? କିଏ ମୋତେ ଆଦର କରିବ, କିଏ ମୋତେ ଶାସନ କରିବ ? ମୁଁ କାହାର ରାଧା ହେବି ? କିଏ ମୋର ସର୍ବସ୍ୱ ହେବ ? ସତ କହୁଛି ମୁଁ ବାହା ହେବିନାହିଁ, ଆପଣଙ୍କ ପାଇଁ ମୁଁ ଚିରକୁମାରୀ ହୋଇ ରହିଯିବି । ନିଶ୍ଚୟ, ଦେଖିବେ ତ ? ଭଗବାନ କରନ୍ତୁ ! ମୁଁ ଆପଣଙ୍କ କାନ୍ଧରେ ହିଁ ଚାଲିଯାଏ,

 

ମୁଁ ଏଥର ସବୁ କିଛି ପାଇଛି । ତେଣୁ ମରିଗଲେ ଦୁଃଖ ନାହିଁ ଅବଶ୍ୟ ମା ହୋଇ ପାରିବିନି । ସ୍ତ୍ରୀ ହୋଇ ନ ପାରିଲେବି ପ୍ରେମିକା ହୋଇ ରହିଯିବି ? ସ୍ତ୍ରୀ ଠାରୁ ପ୍ରେମିକାର ସ୍ଥାନ ଉଚ୍ଚରେ, ତେଣୁ ମୁଁ ଖୁସି, କିନ୍ତୁ ଗୋଟିଏ କଥା, ମରିଗଲା ପରେ ମୋତେ ନିଶ୍ଚୟ ଦୁଇଟା ଜିନିଷ ଆପଣ ନିଜ ହାତରେ ପିନ୍ଧାଇ ଦେବେ ।

 

ଗୋଟଏ ଚୁଡ଼ି, ଅନ୍ୟଟି ସିନ୍ଦୁର । ଯଦି ଲୋକମାନେ ଆପତ୍ତି କରିବେ । ସେତେବେଳେ ଆପଣ କହିଦେବେ, ରାଧା ଏହା ମୋତେ କରିବାକୁ ଅନୁରୋଧ କରିଥିଲା, ପ୍ରମାଣ ପାଇଁ ଅଫିସ୍‌ରୁ ଚିଠିଆଣି ଦେଖାଇ ଦେବ ।

 

ହଁ ଆଜି ମୋ ଉପରେ ଆପଣ ରାଗି ଯାଇଛନ୍ତି, କାରଣ ମୁଁ ସଦାବେଳେ ଘରଟା ତଥା ମୋ ମଧ୍ୟରେ ଗପ ହେବାପାଇଁ ସବୁବେଳେ ନିରୋଳାଟାକୁ ଉପଲବ୍‌ଧୀ କରେ । କିନ୍ତୁ କ’ଣ କରିବି-? କାହାକୁ ତ ମନାକରି ପାରୁନାହିଁ । ଦୁନିଆଁରେ ଘରକରି ରହିବାକୁ ହେଉଛି । ତା’ଛଡ଼ା କାହାକୁ ମନାକରି ହେବ ଏବଂ ଅନ୍ୟ କାହାକୁ ମନାକରି ହେବନାହିଁ । ଜାଣେ ମନେ ମନେ ମୋ ଉପରେ ରାଗ କରିଥିବେ । ହେଲେ କ’ଣ କରିବି, ସଂସାରରେ ଘର କରି ଆପଣଙ୍କର ରାଧା ଆଜି ନିରୁପାୟ-

 

ତାଛଡ଼ା ଆପଣ ମୋତେ ରାସ୍ତାଘାଟ, ଆଉ ଛକ ମାନଙ୍କରେ କେତେଦିନ ଧରି ସାକ୍ଷାତ କରିବେ ? କାରଣ ଆମର ପ୍ରେମ, ଦିନ ମାସ ବର୍ଷକ ପାଇଁ ନୁହଁ । ବରଂ ଅନେକ ବର୍ଷକ ପାଇଁ, ବହୁତ ବର୍ଷ ପାଇଁ, ତେଣୁ ଉପାୟ ? ବରଂ ଆପଣଙ୍କ ନେଇଥିବା ବସାଘରକୁ ମଝିରେ ମଝିରେ ଯିବାକୁ ହେବ, ହେଇ ଦେଖିଲେ ତ କେତେ ହଇରାଣ ହେବାକୁ ପଡ଼ୁଛି । ସେ ପୁଣି କିଳା ପୋତେଇ ଦରରେ ? କ’ଣ ଲାଭଟା ମିଳୁଛି । ଭଲପାଇ ନାହାନ୍ତି ଯେ ମଣିଷକୁ..... !

 

ପ୍ରେମକରି ଅନେକ ହାରିଛନ୍ତି । ଧୋକା ଖାଇଛନ୍ତି । ଆତ୍ମହତ୍ୟା କରିଛନ୍ତି । ପାଗଳ ହୋଇଛନ୍ତି । ଘର ତ୍ୟାଗ କରିଛନ୍ତି, ବଦନାମ ମଧ୍ୟ ହୋଇଛନ୍ତି । ଏହି ସବୁର ଶିକାର ହେବିନି ବୋଲି କୌଣସି ପୁଅକୁ ଭଲ ପାଉ ନଥିଲି । କେତେ ଆରାମ ଥିଲା ମୋ ଜୀବନ । ରାନ୍ଧିବା, ସ୍କୁଲ ଯିବା ଥିଲା ମୋର ମୁଖ୍ୟ ।

 

କିନ୍ତୁ ଏବେ.... ?

 

ଆଗେ ଗୋଟିଏ ପୋଷ୍ଟକାର୍ଡ଼ ଦୁଇଦିନରେ ଶେଷ କରୁଥିଲି, ଏବେ ଛଅଫାଳ ଲେଖିଲେ ମଧ୍ୟ କିଛି ବୁଝି ପାରୁନାହିଁ । କୌଣସି କାମରେ ମନ ଲାଗୁନି । ପ୍ରଥମ ମୁଁ ସମସ୍ତଙ୍କୁ ଉପଦେଶ ଦେଉଥିଲି ଯେ ‘‘ପ୍ରେମ କରିବା ପାପ’’ ପ୍ରେମ ଏକ ଜଟିଳ ରୋଗ, ସେଥିପାଇଁ ପ୍ରେମର ବଶୀଭୂତ ହେବା ଆଦୌ ଉଚିତ୍‌ ନୁହଁ । ଅନ୍ୟକୁ ଉପଦେଶ ଦେଉଥିଲି । କିନ୍ତୁ ଆଜି ମୋର ଏ କ’ଣ ହେଲା ? କାହିଁକି ଏତେ ବଡ଼ ବଡ଼ ଭୁଲ କରି ପକାଇଲି ? ଓଃ କିପରି ଶାନ୍ତି ପାଇବି ସବୁବେଳେ କେବଳ ଆପଣଙ୍କୁ ଝୁରିବା ହିଁ ସାର ହେଲା କ’ଣ ମିଳିଲା, ମୋ ଭଲ ଜୀବନରେ ନିଆଁ ଲଗାଇ କି ଶାନ୍ତି ପାଇଲେ ?

 

ଏବେ ସ୍କୁଲରେ ମଧ୍ୟ ଅନ୍ୟମନସ୍କ ହୋଇଯିବି । ସବୁବେଳେ ଆପଣଙ୍କ କଥା ସ୍ନେହ, ଆଦର, ପ୍ରେମ, ପରିଶେଷରେ ଚୁମ୍ବନ, ମନେପଡ଼ିବ । ସେତେବେଳେ ମୋ ଅବସ୍ଥା କ’ଣ ହେବ ? ସତରେ ମୋତେ ଏମିତି ଲାଗୁଛି ଯେ ଆପଣଙ୍କୁ ଝୁରି ଝୁରି ମୁଁ ମରିଯିବି, ପାଇ ତ ପାରିବିନି । ତେଣୁ ଝୁରିବା ବ୍ୟତୀତ ମୋର କାମ ଆଉ କ’ଣ ? କାହିଁକି ଏତେ ବଡ଼ ଅପରାଧ କଲେ ? ମୋତେ ହିଁ କଲବଲ କରିବାକୁ ଥିଲା ! ଏ ଦୁନିଆଁରେ କ’ଣ ଆପଣଙ୍କ ଶିକାରରେ ଶିକାରୀ ହେବାକୁ କେହି ଗୋଟିଏ ଅନ୍ୟ ଝିଅ ମିଳିଲେ ନାହିଁ । ପ୍ରଥମରୁ ତ ଅଭିଶାପ ପରି ଘରର ଗୁରୁ ଦାୟିତ୍ୱ ମୋ ଉପରେ ଲଦା ହୋଇଛି । ସେଥିରେ ପୁଣି ବୋଝ ଉପରେ ଆପଣ.......

 

ଆଉ ଆପଣଙ୍କର ପ୍ରେମ ଜ୍ୱାଳା, କାହାକୁ କହିବି ଓ କେମିତି ସହିବି ? ବର୍ତ୍ତମାନ ଯଦି ପାଖରେ ଥାଆନ୍ତେ ତେବେ ମୋର ମାନସିକ ଦେଖି ନିଶ୍ଚୟ କିଛି ପ୍ରତିକାର କରିଥାଆନ୍ତେ । ମାତ୍ର ଆପଣ କିଛି କରିପାରିବେ ନାହିଁ । ଓଃ, ମୋ ଗୋଡ଼ କାହିଁକି ଖସିଲା ? ମୋ ମନରେ କାହିଁକି ଏମିତି ଏକ ଦୁର୍ବଳତା ପଶିଲା ? ବଡ଼ ଅସହ୍ୟ ଲାଗୁଛି । ଅନ୍ତତଃ ଗୋଟିଏ ଦିନ ଯେବେ ଆପଣଙ୍କୁ ପାଆନ୍ତି ତେବେ ହୃଦୟର ଜ୍ୱାଳାକୁ କିଞ୍ଚିତ କରିମାଣରେ କମାଇ ପାରନ୍ତି !

 

କିନ୍ତୁ ସେ ଭାଗ୍ୟ ମୋର ନାହିଁ କାରଣ ବୋଧହୁଏ ମୁଁ ଅଭିଶପ୍ତା, ଆପଣ ଏମିତି କରନ୍ତୁ ଯାହାଦ୍ୱାରା କି ମୁଁ ପ୍ରେମ ଜ୍ୱାଳାରୁ ରକ୍ଷା ପାଇ ଯାଏ । ଏଗୁଡ଼ିକ ଅନୁଭବ କରିନଥିଲି ଯେଉଁ ଦିନ ଠାରୁ ପ୍ରେମ ଫାନ୍ଦରେ ପଡ଼ିଲି ସେହି ଦିନଠାରୁ ଏବି ଏକ ରୋଗ ମୋର ହୋଇଛି । ହାୟ କ’ଣ କରିବି ? କେମିତି ବଞ୍ଚିବି ? ଜାଣନ୍ତି ନା କେତେ ଛଟପଟ ହେଉଛି ? ଏସବୁ କେବଳ ଆପଣଙ୍କ ପାଇଁ ମୁଁ କାହିଁକି ସେଦିନ ନିଷ୍ଠୁର ନହେଲି ? ନିଦ ଆସିଲାଣି ଯାଉଛି ଶୋଇବି । ଆପଣ ଆସିବେନି ? ଭାବି ଭାବି ଶୋଇ ପଡ଼ିବି ? ଆଜି ନିଶ୍ଚୟ ସୋପ୍ନରେ ଦେଖିବି ଯେ ଆପଣ ମୋ ନିକଟରେ ।

 

କିନ୍ତୁ ସେଇଟା...ହେବ ନାହିଁ, ମନେ ରହିଲା ତ ? ଶେଷରେ ପୁଣି ଥରେ ଅନୁରୋଧ, ମୁଁ ଯେପରି ଅନ୍ୟର ଶିକାର ମଣିଷ ନହୁଏ ସେମାନେ କାହିଁକି ଆଉ ମୋ ପାଖକୁ ଆସିବେ ?

 

ମୁଁ କାହିଁକି ଯିବି ? ମୋର ନାରୀତ୍ୱକୁ ରକ୍ଷାକରିବା କ’ଣ ଆପଣଙ୍କ କାମ ନୁହଁ କି ? କିନ୍ତୁ ଭାବବିହ୍ୱଳ ହୋଇ ଆମ ପ୍ରେମକୁ କେବେ ପଦାରେ ପକାଇବେ ନାହିଁ । ମୋର ଲଜ୍ଜା ରଖିବେତ ? ପରେ ମନେପଡ଼ିଲେ ଲେଖିବି । ଯାଉଛି ଶୋଇବି ? କିନ୍ତୁ ଗୋଟିଏ ଗଭୀର ଆଲିଙ୍ଗନ ପାଇଁ ମନରେ ଖୁବ୍‌ ଇଚ୍ଛା । କିନ୍ତୁଟା ହିଁ ବାଧକ । ଶେଷରେ ଆପଣଙ୍କର ରାଧା ଯେତେ ବାଧା ଝଡ଼, ଝଞ୍ଜା ଆସିଲେ ମଧ୍ୟ ମୋ ପାଇଁ ଛିଡ଼ା ହେବାକୁ ପଡ଼ିବ । କାରଣ କ’ଣ ପାଇଁ ମୋତେ ଆକାଶରୁ ଆଣି ପଞ୍ଜୁରୀରେ ବାନ୍ଧିଲେ ? ମୋର ଦରକାର ନୁହଁ ସୁନା ପଞ୍ଜୁରୀ, କେମିତି ପୁଣି ଉଡ଼ିବି ସେହିଆ ମୁକ୍ତ ଆକାଶରେ, କାରଣ ଉଡ଼ନ୍ତା ଡେଣା ଦୁଇଟା ଯେ ମୋ ଦେହ ସହିତ ସଂଲଗ୍ନ ନୁହେଁ ।

 

ଭାରି ଦୁଷ୍ଟ ଆପଣ । ଏଥର ଶାନ୍ତିତ ଷ୍ଟେସନବାଲା । ଅସଭ୍ୟ ଭାରି ଅସଭ୍ୟ ଆପଣ । ରାଗରେ ଜର୍ଜରିତ ହୋଇ ମଧ୍ୟ କ୍ଷତି କରି ପାରୁନାହିଁ । ଯେହେତୁ ମୁଁ ଆପଣଙ୍କର ଗୋଟିଏ...ଏବେ ଡାଉନ ଟ୍ରେନ ଛାଡ଼ିବା ବେଳ ହେଲାନା ? ସତରେ କ’ଣ ମୋତେ ଦେଖା ନକରି ଗାଁକୁ ଚାଲିଗଲେ-? ଏମିତି ଜଣେ ! କେମିତି ମନ କହିଲା ଯାଇ ପାରିଲେ ତ ଧନ୍ୟବାଦ । ମୁଁ କିନ୍ତୁ ପ୍ରତି ମୁହୂର୍ତ୍ତରେ ଯେ ଆପଣଙ୍କୁ ଅପେକ୍ଷା କରିଛି । ଘ ୫–୩୦ ମିନିଟ ଯାଏ ମୋର ସମ୍ପୂର୍ଣ୍ଣ ଆଶା ଓ ବିଶ୍ୱାସ ଥିଲା ଯେ ଆପଣ ଆସିବେ ପିଲାମାନେ ମଧ୍ୟ ଆପଣଙ୍କୁ ଅପେକ୍ଷା କରିଥିଲେ ।

 

ଅବଶ୍ୟ ଫୁଲ ପାଇଁ । ମୁଁ କିନ୍ତୁ ଫୁଲ ପାଇଁ ନୁହେଁ ବରଂ ମୋ ମନ ଥିଲା ସେହି ଅସଭ୍ୟ ମଣିଷ ପାଖରେ । କିନ୍ତୁ ହାୟ ଅପେକ୍ଷା କରି କରି ହାରିଗଲି । କିନ୍ତୁ ଆପଣ ଆସିଲେ ନାହିଁ, ମୋତେ ହତାଶ କରି ଦେଲେ । ଗୋଟିଏ ଦିନ ନ ଦେଖିଲେ ପାଗଳ ହୋଇ ଯାଉଛି । ଅଧିକ ଦିନ ହେଲେ ମୋ ଅବସ୍ଥା କ’ଣ ହେବ ? ଅନୁମାନ କରି ପାରୁଛନ୍ତି କି ନାହିଁ ? ମୁଁ ଯାହା ଦେଖିଲିଣି ଏହାରି ଭିତରେ ମୁଁ ଶୁଖି ଶୁଖି ମରିଯିବି । କିଛି ଔଷଧ କରି ନାହାନ୍ତି ତ ? ଏଇ ମୋର ଗୋଟିଏ କଥା ରଖିବେ । ପ୍ରତିଦିନ ଅନ୍ତତଃ ଥରେ ମୋତେ ଆପଣ ଦର୍ଶନ ଦେବେ । ନଦେଲେ ମରିଯିବି । ସତ କହୁଛି ମରିଯିବି । ବର୍ଷର ପ୍ରଥମ ଦିନ ବିତିବାକୁ ଯାଉଛି । ତଥାପି ଅସଭ୍ୟ ମଣିଷ ତୁମ୍ଭେ ଏଯାଏ ଆସିଲନି ? ଏତେ ନିଷ୍ଠୁର । ରହି ପାରିଲେତ ? ତେଣୁ ଆଶ୍ଚର୍ଯ୍ୟ ଲାଗୁଛି ବିଶ୍ୱାସ ହେଉନି-। ମାନ କରିବା ଉଚିତ କିନ୍ତୁ ବ୍ୟକ୍ତି ବିଶେଷରେ ଏଭଳି ମାନ କରିବେ ? ତେବେ ଆପଣ ଖୁସି ହେବେନି ମୁଁ ହେବି ?

 

ଓଃ ଆପଣ ମୋତେ କ’ଣ କରିଦେଲେ ?

 

ଶାନ୍ତିରେ ଦୁଇଟି ଖାଇ ପାରୁନି କିମ୍ବା ସୁଖରେ ଟିକେ ଶୋଇ ପାରୁନି । ତା’ଛଡ଼ା କୋଣସି କାମରେ ଆଉ ମନ ନାହିଁ । ମନ ହେଉଛି ଆପଣଙ୍କ ସାଥିରେ ବସି ଦିନରାତି ଗପ କରନ୍ତି-। ଗପକରି କରି ଥକି ପଡ଼ିଲେ ଚୁପ୍‌ କରି ଶୋଇ ପଡ଼ନ୍ତି, ଛାଡ଼ ସବୁ କେବଳ ସୋପ୍ନ ଓ କଳ୍ପନା ଗୋଟିଏ କଥା ବାରମ୍ବାର କହିରଖୁଛି ପ୍ରତିଦିନ ଥରୁଟିଏ ଯେପରି ସାକ୍ଷାତରୁ ମୋତେ ବଞ୍ଚିତ ନକରନ୍ତି । ଆଚ୍ଛା ଆପଣ ମୋତେ ଠକି ଦେଉନାହାନ୍ତି ତ ? ସତରେ ମୋ ପାଇଁ ଜୀବନ ଦେଇପାରିବେ କି । କିଛିଦିନ ପାଇଁ ଆପଣଙ୍କ ସହିତ କୌଣସି ଗୋଟାଏ ଦୂର ଜାଗାରେ ବୁଲିବାକୁ ଖୁବ୍‌ ଇଚ୍ଛା ହେଉଛି । ଅବଶ୍ୟ ସମ୍ଭବ ନୁହେଁ ଜାଣୁଛି ସମସ୍ତ ଆକାଶ କୟାଁ ଚିଲିକାମାଛ ।

 

ଆଉ ଅନେକ ଲେଖିବାକୁ ଯଦିଓ ଇଚ୍ଛା । କିନ୍ତୁ ଆଜି ଏତେ ଦୁଃଖ ଲାଗୁଛି ଯେ ଚାରିଟାଠାରୁ ଟିକିଏ ହସିପାରୁନାହିଁ । ତେଣୁ ଘରେ ମଧ୍ୟ ଅନେକଙ୍କ ଆଖିରେ ମୁଁ ଭାରି ସନ୍ଦେହୀ, ପ୍ରଶ୍ନ ଆସୁଛି ତୋର କ’ଣ ହୋଇଛି କିଲୋ ରାଧା ? ଏଇ ବିଷାଦ, ମଳିନ ମନଟାତ କାହାକୁ କିଛି ଉତ୍ତର ଦେଇ ପାରୁନାହିଁ । ସତକଥା ସିଧାସଳଖ କହିବାକୁ ଯାଇ କିଛିବି କହିବାକୁ ମୋର ରାହା ନାହିଁ । ଛାଡ଼ ସବୁ ମୋର ଦୁର୍ଭାଗ୍ୟ, ଦୋଷ ଦେବି କାହାକୁ ? ତାହା ହିଁ ଭାବୁଛି !

 

ପୁଣି କ’ଣ ଲେଖିବି ? ହାତବିତ ଚାଲୁନି । ମୁଣ୍ଡ ବିନ୍ଧୁଛି କେମିତି ଆପଣଙ୍କ ମନରୁ ସନ୍ଦେହ ପୋଛିବି ? ମୁଁ ଗରିବ ଓ ଧନୀ ଜାଣେନା ଚିହ୍ନେ କେବଳ ମଣିଷ, ଏତେ ସନ୍ଦେହୀ ଆପଣ-? ମୁଁ ପାଷାଣୀ ନୁହଁ ? ହସିବି ନା କାନ୍ଦିବି ? ତା’ଛଡ଼ା ମୁଣ୍ଡପିଟି ମରିଯିବାକୁ ଇଚ୍ଛା ବି ହେଉଛି ତଥାପି ମୁଁ ନାଚାର ଓ ନିରୁପାୟ । ସତରେ ମୋ ମନ ଆଜି ଭୀଷଣ ଦୁଃଖ । ଅନ୍ତର ମଧ୍ୟ ଆଜି ଖୁବ୍‌ ଉଦ୍‌ବେଳିତ, ନୟନ ଦୁଇଟା ଯେ ଖୁବ୍‌ ବ୍ୟଗ୍ର ଲୋତକ ବର୍ଷଣ କରିବାକୁ ? ଭାବୁଛି କାନ୍ଦି ପକାଇ ହୁଏତ କିଞ୍ଚିତ ପରିମାଣରେ ମୋ ମନର ଦୁଃଖ ଲାଘବ କରନ୍ତି । କିନ୍ତୁ ପାରୁନି, ଲୋତକର ଢେଉ ଯେ ଆଉ ମାନୁନି କିଛି । ସତେ ଯେପରି ମୋର ହୃଦୟ ସେତୁରେ ଗୋଟାଏ ଛିଦ୍ର କରି ଦେଇ ବାହାରକୁ ବାହାରି ଯିବାକୁ କହୁଛି । ହେଲେ ଅଟକାଇବାକୁ ପ୍ରାଣପଣେ ଚେଷ୍ଟା କରୁଛି ନ ହେଲେ ଯେ ସାନ ଭଉଣୀ ଦୁହେଁ ମୋତେ ସନ୍ଦେହରେ ପଚାରି ପାରନ୍ତି । କୌଣସି କାରଣ ନଥାଇ ତୁମେ ଆଖିରୁ ଲୁହ ଗଡ଼ାଉଛୁ ଦେଈ !

 

କୁହନ୍ତୁ ତ ! ସେତେହେଲେ ସେମାନଙ୍କୁ କ’ଣ ଉତ୍ତର ଦେଇ ନିର୍ବୋଧତାର ଶିକାରୀ ହେବାକୁ ଯିବିନି ।

 

ଠିକ୍‌ ସେହିପରି ସବୁ । ସେହିପରି ମନ ମୋର ଆନମନା । କ’ଣ କରିବି ଏବଂ କ’ଣ ନ କରିବି । ମନ ମଧ୍ୟରେ ସୁନ୍ଦର ତାଜମହଲର ସୋପ୍ନ । ଜାଣେନା, ମନର ଶାହାଜାନ ମୋର ଏ ଜୀବନର କେତେବେଳେ ଆସିବେ, କେତେବେଳେ କହିବି ଯେ..... ? ପାରୁନି, ଉଠି ପାରୁନି କି ବସି ପାରୁନି, ହସି ପାରୁନି କି କାନ୍ଦି ପାରୁନି । ମନ ମୋର ସଦାସର୍ବଦା ଶଙ୍କାକୂଳ । କ’ଣ କରୁଥିବେ ଆପଣ । ନିଜ ଜୀବନକୁ ବଡ଼ ଅସହ୍ୟ ବୋଧ କରୁଥିବ ନୁହଁ ? କୁହ–ପରାଧୀନତା ଡୋରରେ ଯାହାର ବନ୍ଧନ, ଯେଉଁ ବନ୍ଧନରୁ କି ମୋତେ ଆଜି ଉନ୍ମୁକ୍ତ ହେବାର ବାଟ ମିଳୁନି, ସେଠି ମୋର ଚାରା ଅବା ଉପାୟ କ’ଣ ?

 

ଦେଖନ୍ତୁ–ଯିଏ ରାଧା, ସେ ଯେ ବନ୍ଧନ ଛିନ୍ନ କରି ପାରେନା । କାରଣ ତା’ ଆଖି ଆଗରେ ଦୁନିଆଁ ଯେ କଳଙ୍କ ନିମନ୍ତେ ଆଖି ମାରୁଛି ।

 

ଶୁଣନ୍ତୁ–କହୁଥିଲି ନା, ହାତରେ ମାରିଲେ ଶରୀରରେ ଯେଉଁ ପରାଶ ହେବ ତାହା ଖୁବ୍‌ ସମୟ, କିନ୍ତୁ ଆଖିରେ ମାରିଲେ ଯେ ଦେହ ଜଳିଯାଏ । ତେଣୁ ଦୁନିଆଁ ଆଖି ଆଗରେ ମୁଁ ଯେ ଦଣ୍ଡାୟମାନ । କ’ଣ କରିବି କୁହନ୍ତୁ ।

 

ହୁଏତ ମୋର ହୀନ ବୁଦ୍ଧି । କମ୍‌ କିଛି ତୁମ ହୃଦୟକୁ ବୁଝିଛି ସହଜେ ତ ଝିଅ ପିଲାନା-? ତେବେ ଏତେ ହଠାତ୍‌ ଯେ ମୋ ମନରେ ଆପଣ ଜ୍ଞାନ ଉଦୟ ହେବାର ଅନୁଭବ କରିବେ, ତାହା ମିଛ କଥା ଅସମ୍ଭବ ନୁହଁ କି ? କହନ୍ତିନା ମୁଁ ବୋକି ବୋଲି । ଏତେ ଚତୁର ହେବି କିପରି କହିଲେ । ତା’ଛଡ଼ା ଯାହା ମୁଁ ଆପଣଙ୍କ ପାଖରେ ଦେଖିବି ନାହିଁ ବୋଲି ଭାବୁଥିଲି ତାହା ଆଜି ମୁଁ ଦେଖିଛି । ଆପଣଙ୍କ ହୃଦୟରେ ଆଘାତ ଦେଇ ମୁଁ ଆଜି ଆପଣଙ୍କୁ କନ୍ଦାଇଛି । ସେ ପାଇଁ ଆଜି ତ ମୋ ଆଖିରେ ଲୁହ ରହୁନି । ରୋଷାଇ ଘରେ ସମସ୍ତଙ୍କ ଅଲକ୍ଷରେ ମୁଁ କାନ୍ଦୁଛି ଯେ, ଅବଶ୍ୟ ମୁଁ କହୁନି ଆପଣ ଏପାଇଁ ମୋତେ ଉପହାର ଦିଅନ୍ତୁ ।

 

ମୁଁ ଉପହାର ଲୋଭୀ ନୁହଁ ମୁଁ ହୃଦୟ ଲୋଭୀ, ସେଇଥିପାଇଁ ତ ମୁଁ ଆପଣଙ୍କ ରୁଗ୍‍ଣ ଶରୀରକୁ ଚୋରି କରିଛି, ଜାଣେନା ଏହାଦ୍ୱାରା ଏଭଲ ପାଇବା ଦ୍ୱାରା ଆପଣଙ୍କର କ’ଣ କ୍ଷତି ହୋଇଯିବ । ଭାବୁଛି କ୍ଷତି ତ ନିଶ୍ଚୟ । କିନ୍ତୁ କ୍ଷତିଟା ଯେ ମୋର ହେବ, ସେଇଥିପାଇଁ ମୁଁ ଆପଣଙ୍କୁ ରାଣ ଦିଏ । ଆପଣଙ୍କ ପସନ୍ଦ ବିରୁଦ୍ଧରେ ପ୍ରତିବାଦ କରେ । ଆପଣ ମୋ ଜୀବନକୁ ଆସିଛନ୍ତି ନା ?

 

ତେବେ କାନ୍ଦନ୍ତୁ ନାହିଁ ମୁଁ ଆପଣଙ୍କର ହାତ କୁଣ୍ଢାଇ । ମୋତେ ଧରି ଆପଣ ଖେଳନ୍ତୁନା ହସନ୍ତୁ ନା କ୍ଷତି ହେଉ, ମୋର ହେବ, ରାଧା କଳଙ୍କିନୀ ହେବ ? ଏଇ ତ ଆପଣଙ୍କ ମନର ଦୁଃଖ । ଦେଖନ୍ତୁ ମୁଁ ସେ ଗୁଡ଼ାଙ୍କର ବିଶ୍ଳେଷଣ କରେନା । ଦୁନିଆର ଝିଅଙ୍କ ପରି ମୁଁ ଆପଣଙ୍କର ରକ୍ତ ଶୋଷିବାକୁ ଆସିନି । ଆସିଥିଲି ଆଉ ଆଶା ଥିଲା ମୋ ଜୀବନରେ ଆପଣଙ୍କର ସ୍ନେହବାରି ପଡ଼ୁ, ମୋର କୁସୁମ ଧୀରେ ଧୀରେ ପ୍ରସ୍ଫୁଟିତ ହେଉ । ବାସ୍ନା ହେଉ, ଗନ୍ଧରେ ଆପଣ ହୁଅନ୍ତୁ ମୋର ପ୍ରେମ ପ୍ରିୟାସୀ ଭ୍ରମର । ଆଉ ମୁଁ ମଧ୍ୟ ଆପଣଙ୍କର ପ୍ରେମ ପାଗଳିନୀ..... ?

 

ରାଧା ହିଁ ଏତେ ଶୀଘ୍ର ମନକଥା ଖୋଲି ପାରୁନି । ଖୋଲି ଦେଲେ ଆପଣ ପୁଣି କହିବାକୁ ସୁଯୋଗ ନେବେ । ରାଧା ସ୍ୱାର୍ଥପର, ସେ......

 

ନା ନା

 

ଆପଣଙ୍କୁ ମୋ ରାଣ ସେମିତି ଭାବିବେ ନାହିଁ ବୋଲି ଭାବୁଛି,

 

ଆଚ୍ଛା’ କ’ଣ ଲେଖିବାକୁ ଯାଇ କ’ଣ ଲେଖୁଛି, ମୋତେ କ୍ଷମା ଦେବେନାହିଁ ନା ? ଯଦି ଦେବେ ତେବେ ଆଉ ଦୁଇପଦ ଲେଖୁଛି, ଶୁଣିବେନା ନାହିଁ, ମୋର ଅନୁରୋଧ ଶୁଣିବେ ନିଶ୍ଚୟ । କହିବିନା– ?

 

ଆପଣ ମୋତେ ଏତେ ସନ୍ଦେହ କରୁଛନ୍ତି ? କିନ୍ତୁ ଆପଣ ଜାଣନ୍ତିନା ? ମୁଁ ସଦାସର୍ବଦା ନିର୍ମଳ ଆଉ ବିବ୍ରତ ହୋଇ କହିବି ବୋଲି ଆପଣଙ୍କର ସେହି ଗରିବ ହୃଦୟରେ ଆଶ୍ରୟ ନେଇଛି । ଦେଖିବେ । କେବେ ଯଦି ମୁଁ ତଳେ ପଡ଼ିଯିବି ତେତେ କହିବେ ।

 

ରାଧା ତୁ କ’ଣ କଲୁ ?

 

ମୋର ବିଶ୍ୱାସ ସେଦିନ କେବେ ମୋ ହୃଦୟକୁ ଆସି ଛୁଇଁ ପାରିବ ନାହିଁ, ଯେଉଁଦିନ ମୁଁ ମୋର ମନ ଏବଂ ଶରୀରକୁ ଅଗ୍ର ବଳକା ହୋଇ ଆଉ କାହାକୁ ଦେଇଦେବି ସେ ଦିନ ବୁଝିବେ ମୁଁ ଆପଣଙ୍କର ମାନସପଟର ରାଧା ନୁହଁ ମୁଁ ତାପସୀ । ଜାଣେ ଆପଣ ସେତେବେଳେ ଦୂରେଇ ଯିବେ, ମାନେ ମୋତେ ଭୁଲିଯାଇ, ଭୁଲେଇ ଦେଇ, ସତରେ ଏହା ନିଶ୍ଚିତନା । ତେବେ ସାରା ଜୀବନ ଯେ ମୁଁ ଆପଣଙ୍କୁ ଝୁରୁଥିବି । ସତ କହୁଛ ଜୀବନରେ ଯେତେ ପ୍ରଲୋଭିତ ବିଷୟ କଥା ଦେଖି ଶୁଣି ଜାଣୁଥିଲି, ସେସବୁ ଆପଣଙ୍କୁ ପାଇଲା ପରେ ମିଛ ହୋଇଲା ଏବେ ସବୁଟା ଯେ ଆପଣଙ୍କ ହୃଦୟ ବିହୁନେ ବିଷ ପରି ଲାଗୁଛି ।

 

କେଡ଼େ ମହାନ ଆପଣଙ୍କର ହୃଦୟ । କେଡ଼େ ମହାନ ଆପଣଙ୍କର ପ୍ରେମ, ପାଇଛି ସବୁ ପାଇଛି, ତେଣୁ ମୁଁ ଆପଣଙ୍କ ନିକଟରେ ଚିରଋଣୀ ।

 

ତା’ଛଡ଼ା ଆପଣଙ୍କଠାରୁ ପାଇଥିବା ପବିତ୍ର ହୃଦୟକୁ ମୁଁ ହରାଇ ଦେଇ ନିଜକୁ ଏତେ ଅପରାଧି ବୋଲି ଭାବିବି କାହିଁକି କୁହନ୍ତୁ ତ ?

 

ନାଁ ତାହା ହରାଇ ଦେବାକୁ ଚାହୁଁନି । କିନ୍ତୁ ଆପଣ ଚାହାନ୍ତି ଯେ ଆମର ପ୍ରେମ ଲୋପ ହୋଇଯାଉ । ପ୍ରେମ ଆମର ମରି ଯାଉ ଆମେ ଆମକୁ ଅଜଣା ହୋଇଯାଉ, କିପରି ?

 

କ’ଣ ଦରକାର ଧ୍ୱଂସ । ଜାଣେ ଅନେକ ଧନୀ ମୋ ପଛରେ ଗୋଡ଼ାଇଛନ୍ତି କିନ୍ତୁ ପାରିବେନି ସେମାନେ Not even a singe ward ସେ ସ୍ଥଳେ ଆପଣ ପାଇଛନ୍ତି ମୋ ହୃଦୟ ଓ ଶରୀର କୁହନ୍ତୁ ତ ଆଉ କ’ଣ ଦେବି ଆପଣଙ୍କୁ ସେଇଟା ତ ଦୁଃଖ ଲାଗୁଛି, ଏତେ ବୁଝାଇବା ସତେ ସେହିଅଳି । ସେହି ଅଝଟିଆ କଥା ଓ ଅବୁଝା ମନ ଆପଣଙ୍କର ।

 

ମୋର ଯୌବନ ତ ଏବେ ସରିଯାଉନି । ତେବେ ବ୍ୟସ୍ତ କାହିଁକି ?

 

ଆପଣ ହିଁ ନିଶ୍ଚୟ ସେ ସବୁର ଅଧିକାରୀ, ହୋଇଛନ୍ତି ତ ? ନା କ’ଣ କହୁଛନ୍ତି । ମୁଁ ଯାହା କହୁଛି ମିଛ । ରାଧା ମିଛ କହେନା ବୋଲି ଆପଣ ଜାଣନ୍ତି ତ ।

 

ହଁ ପଚାରୁଛନ୍ତି ମୋର ଅନେକ ଯୁବକ ବନ୍ଧୁ ନା ? ହଁ ମାନୁଛି ହେଲେ ମୁଁ ପାପଶକ୍ତ, ପାପି ନୁହେଁ ତ । ବରଂ ଜଣେ ଶିକ୍ଷିତା ଏବଂ ବଂଶର ଆଭିଜାତ୍ୟ ଦୃଷ୍ଟିରୁ ମୁଁ କୌଣସି ମତେ ତଳକୁ ଖସି ପାରୁ ନାହିଁ । ପ୍ରେମର ବାଧକ କ’ଣ ଜାଣନ୍ତି, ଅବିଶ୍ୱାସ ଆଉ ସନ୍ଦେହ । ମୋର ସୁନାଟା ପରା ରାଧାକୁ ଟିକିଏ ହେଲେ ବୁଝନ୍ତୁ ସେଗୁଡ଼ାକ ତ୍ୟାଗ କରନ୍ତୁନା, ବାରମ୍ବାର କହିଛି, ଏବେ ଓ ଭବିଷ୍ୟତ ପାଇଁ କହୁଛି ମଧ୍ୟ ମୋଉପରେ ଆପଣଙ୍କର ଦାବି ଓ ଅଧିକାର ନିଶ୍ଚୟ ଅଛି ।

 

କିନ୍ତୁ ଆପଣ ବହୁତ ଡେରିରେ ମୋ ଜୀବନକୁ ଆସିଲେ । ମୋ ଭଳି ଗୋଟାଏ ନିଷ୍ଠୁର ପାଷାଣୀର ଏଇ ଆସିବାଟାକୁ କେବେ ଆଶା ବି କରି ନଥିଲା, କାରଣ ମୁଁ ଅନେକାଶଂରେ ପଥର ପରି । ଏହା ସତ୍ତ୍ୱେ ବି ଆପଣଙ୍କର ହାବଭାବ ବି ମୋ ନିକଟତର ହୋଇପାରିଲା ତେଣୁ ମୁ ଧନ୍ୟ, ସୌଭାଗ୍ୟବତୀ ଓ ଗର୍ବିତା ।

 

ଏତେ କଥା ମନ ଖୋଲିକହେ ତଥାପି ଆପଣ ମୋତେ ସନ୍ଦେହ କରୁଛନ୍ତି ? ମୋତେ ଭୁଲ ବୁଝନ୍ତୁ ନାହିଁ । ମୁଁ ଦୁନିଆରେ ଆଉ କାହାର ନୁହଁ କି ଦୁନିଆରେ ମୋର କେହି ନୁହେଁ, ମୋର କେହି ନୁହଁ କେବଳ ଜଣେ ମଣିଷ ହିସାବରେ ମୁଁ ମଣିଷକୁ ଆଦର ସମାନ କରେ । ମଣିଷକୁ ଆସନ ଦିଏ । କିନ୍ତୁ ହୃଦୟ ଦିଏନା ତ । ଦେହ ଦେଇନି ତ । ତା’ଛଡ଼ା ପ୍ରେମ କରିନି । ଜାଣେ ବିଶ୍ୱାସ ହେଉ ନଥିବ । କେମିତି ତୁମ ମନରେ ବିଶ୍ୱାସ ଜନ୍ମାଇବି ଭାବିଲେ ଭାବନା ସରୁନି । ମୁଣ୍ଡଟା ଯେ ଗୋଳମାଳ ହୋଇଯାଉଛି ।

 

ଏ ହୃଦୟର ଖୋଲା କଥା । ଯେତେ ଖୋଲି କହିଲେ ତ ଆପଣ ବୁଝୁନାହାନ୍ତି । କୁହନ୍ତୁ ତ ଆପଣଙ୍କୁ କେଉଁ ଭଳି ବୁଝାଇବି ।

 

ଆପଣ ଦିନକୁଦିନ ଖୁବ୍ ଅବୁଝା ହୋଇ ଯାଉଛନ୍ତି କ’ଣ ?

 

ମୁଁ ଏହି ସନ୍ଦେହ ପାଇଁ ରାଗ ଆରମ୍ଭ କରିବି । ଭାବୁଛି ଭଲ ବେଳଟା ଏହିପାଇଁ ଧୀରେ ଧୀରେ ମଧୁମୟ ହୋଇ ନିମ୍ନକୁ ଚାଲିଯିବ ମୁଁ ମରିଯିବି ।

 

ବରଂ ମୁ ମରିଯାଏ କିନ୍ତୁ ରାଧା ପାଇଁ ଆପଣଙ୍କର ହୃଦୟ ନ ସରୁ । ଆପଣଙ୍କ ଜୀବନ ସୁଖରେ ବିତୁଥିଲେ ମୋର ସେଥିରେ ସ୍ୱାର୍ଥ ଥାଏ । ଏକଥା ଆପଣ ଭୁଲି ଯାଉଛନ୍ତି ଯେ ।

 

ନା କ’ଣ ? ମୋ କଥା ତଥାପି ବୁଝୁନାହାନ୍ତି, ହେଇ ରାଗିଗଲେନା ? ରାଗନ୍ତୁ ପଛକେ ରାଗରେ ମାଡ଼ ମାରି ମୋତେ କନ୍ଦାନ୍ତୁ ପଛକେ ହେଲେ ମୋଠାରୁ ଦୂରେଇ ଯାଆନ୍ତୁ ନାହିଁ । ଆପଣ ନିରବ ରହିଗଲେ ଯେ ମୋ ଜୀବନରେ ଏକ ଦାରୁଣ ପ୍ରତିଘାତ ଆସିବ ସେ କଥା ମୁଁ ଅନୁଭବ କରୁଛି ମୋତେ ଓ ମୋର ପ୍ରେମଭରା ହୃଦୟକୁ ଅପମାନ ଲାଗିବ ଏହା କ’ଣ ଆପଣ ଚାହାଁନ୍ତି ?

 

ତେବେ ମୋତେ କାହିଁକି ଶିଖାଇଲେ ଭଲ ପାଇବାକୁ କାହିଁକି କାଟିଲେ ମୋର କକ୍ଷ । କାହିଁକି ଜଳାଇଲେ ପ୍ରେମର ବହ୍ନି ? ପ୍ରତୀକ୍ଷାର ମଧୁରତା ଅଧିରତାର ସ୍ୱାଦ ? ଆଦୌ ସହିପାରିବି ନାହିଁ ଆପଣଙ୍କର ଦୂରତା । ଇଚ୍ଛା ହେଉଛି ମରିଯିବାକୁ, କିନ୍ତୁ ମରିଗଲେ ଆପଣଙ୍କୁ ପାଇବି କେମିତି-? ଆପଣଙ୍କର ଆଦର ସ୍ନେହ ଓ ପ୍ରେମକୁ ହରାଇବା ପକ୍ଷେ ବର୍ତ୍ତମାନ କିଛିଦିନ ପାଇଁ ବଞ୍ଚିବାକୁ ଇଚ୍ଛା ହେଉଛି, ସତରେ ମୋତେ ଭୁଲିଯିବେ, ସତରେ ମୋତେ ଦୂରେଇ ଦେବେ, ପ୍ରକୃତରେ ମୋଠାରୁ ଦୂରେଇ ଯିବେ please (ପ୍ଲିଜ) ମୋର ହୋଇ ରହିଯାଆନ୍ତୁ ଗୋଡ଼ ଧରୁଛି ମୋତେ ଅନ୍ୟର ଦେବାକୁ ଦିଅନ୍ତୁ ନାହିଁ । ନିଜେ ମଧ୍ୟ ଆଉ କାହାର ହୋଇ ଯାଆନ୍ତୁ ନାହିଁ ।

 

ମୋ କଥା ମାନିବେନି ? ମୋ କଥା ରଖିବେନି ? ଦେହର ସେଇଟା ବଡ଼କଥା ନୁହ, ତାହା ଖୁବ୍‌ ଶସ୍ତା ପୁରୁଷ ପାଇଁ, କାରଣ ମୂଲ୍ୟହୀନତା ଭାବେ ଝିଅମାନେ ମଧ୍ୟ ବେଳେବେଳେ ଦେଇପକାନ୍ତି କାରଣ ସେମାନେ sexy ହଁ ସବୁଝିଅ ଦେଇ ପାରିବେ......

 

କିନ୍ତୁ ମନ ମସସ୍ତେ ଦିଅନ୍ତି ନାହିଁ । ଭୁଲ ଲେଖି ନାହିଁତ ? କେବେ ତ କହିନାହିଁ ଯେ ଆପଣ ଗରିବ ବରଂ ସହରର ହିପିକଟା ଓ ବେଲବଟମ୍‍ ପିନ୍ଧା ଯୁବକ ମଧ୍ୟ ମୋ ମନକୁ ଆକର୍ଷିତ କରି ପାରି ନାହାନ୍ତି ।

 

ତେଣୁ ଆପଣ ଏଥିପାଇଁ ଗର୍ବ କରିବା ଉଚିତ । ମୁଁ ରଙ୍ଗ ରୂପକୁ ଦେଖେ ନାହିଁ, ଦେଖେ ହୃଦୟକୁ । ମନ ଦୁଃଖକରନ୍ତୁନି । ବ୍ୟସ୍ତ ହୁଅନ୍ତୁ ନାହିଁ, ମୋତେ ସୀତାଙ୍କଠାରୁ ଆହୁରି ଅଧିକ କଷ୍ଟ ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡ଼ିବ, ତେଣୁ ମୁଁ ଦୁଃଖିତ ନୁହଁ ।

 

ପୁଣିଥରେ କହୁଛି ମୋତେ ଅବିଶ୍ୱାସ କରନ୍ତୁ ନାହିଁ । ମୁଁ ଏତେ ରଙ୍ଗୀନ ଓ ଶସ୍ତା ନୁହଁ ଯାହା ଆପଣ ଭାବନ୍ତି ଛି’ ଆଉ କହି ପାରୁନି ।

 

–ଦୁଇ–

 

ଶୋଇବାକୁ ଇଚ୍ଛାଥିଲେ ମଧ୍ୟ ଶୋଇ ପାରୁନାହିଁ କୁହନ୍ତୁ ତ କ’ଣ କରିବି । ଖୁବ୍‌ ଇଚ୍ଛା, ଅନ୍ତତଃ ଥରେ ସାରାରାତ୍ରୀ ଆପଣଙ୍କ କୋଳରେ ଶୋଇବାକୁ । କିନ୍ତୁ ବଦମାସୀ କରିବେ ନାହିଁ, କାମୁଡ଼ିବେ ନାହିଁ ।

 

ଆପଣ ନିଶ୍ଚୟ ଭାବୁଥବେ ମୁଁ ବଡ଼ Sexy ହୋଇ ପଡ଼ିଛି ବୋଲି, କିନ୍ତୁ ନୁହେଁ, Sexy ପୁଣି କ’ଣ ? ଏଇତ ଆପଣ ଆଉ ମୋ ମଧ୍ୟରେ ତାହାତ ହେବା ସମ୍ଭବ, ମୁଁ ଆପଣଙ୍କୁ ଲେଖୁଛି । ସ୍ୱାମୀ ବା ପ୍ରେମିକ ତାଙ୍କ ନିକଟରେ କ’ଣ କିଛି ଗୋଟାଏ ଗୋପନ ରଖାଯାଇ ପାରେ, ହେଇଯେ ମନ ହେଉଛି ପାଖରେ ଯାଇ ଶୋଇ ପଡ଼ନ୍ତି ।

 

କିନ୍ତୁ ଭାବନା......ଭାବନା ହୋଇ ରହୁଛି ।

 

ସେଥିପାଇଁ ଏ ତକିଆ ଗୁଡ଼ାକ ଉପରେ ବି ମୋର ରାଗ ।

 

ଛାଡ଼ । ରାଗ କରି ପୁଣି ଲାଭ କ’ଣ । ମୁଁ କ’ଣ ଜାଣେନା ମୋର ପ୍ରେମିକ ଯିଏ ସିଏ ବଡ଼ ଲମ୍ପଟ ନାଗର, ତାଙ୍କର ଇଚ୍ଛା ମୁଁ ତାଙ୍କ ପାଖରେ ହାରିବି । ମୁଁ ଜିତିନାହିଁ କିମ୍ବା ଜିତିବି ନାହିଁ । ଆଜି ଯାହା କହିଲେ ମଧ୍ୟ ଦୋଷ, କଥାଟାକୁ ଧରିବା ପାଇଁ ଆଉ ଡେରି ନାହିଁ, ଭାବୁଛି କ’ଣ ହେବ, କ’ଣ କରିବି ? କେମିତି ସନ୍ତୁଷ୍ଟ କରିବି, ସବୁବେଳେ ଜଗିବାକୁ ପଡ଼ିଲା ଅନ୍ୟମାନଙ୍କୁ । ତେଣୁ Free (ଫ୍ରି) ପାଉଛି କେତେବେଳେ ଆପଣଙ୍କୁ ବୁଝାଇବାକୁ । ଆଜି ପ୍ରଥମ ଦିନ ଯେଉଁଦିନ କି ଆମେ ଉଭୟଙ୍କୁ ସାମାନ୍ୟ ସ୍ପର୍ଶ କରିବାର ମଧ୍ୟ ସମୟ ଓ ସୁବିଧା ମିଳିଲା ନାହିଁ । ମନ ଖୋଲି କଥା ମଧ୍ୟ ହୋଇ ପାରିଲା ନାହିଁ । ଏଥିପାଇଁ ଆପଣ ମୋତେ ଦାୟୀ କରିବେ ବୋଲି ମୁଁ ଜାଣେ, କିନ୍ତୁ ଏଥିପାଇଁ ପରିସ୍ଥିତି ଦାୟୀ, ମୋର କ’ଣ ଇଚ୍ଛା ନାହିଁ ଯେ ଆପଣଙ୍କ ସହିତରେ ଦୀର୍ଘ ସମୟ ବିତାଇବାକୁ ? ନିଶ୍ଚୟ ଇଚ୍ଛା ଅଛି ।

 

ମାତ୍ର ସେ ଦିନରେ ଅବାଧ୍ୟ କରୁଛ ହି ‘ମା’ । ଦୋଷ କରୁଛି କିଏ ଦଣ୍ତ ପାଉଛି କିଏ ? ସତରେ ଆଜି ବହୁତ । ବହୁତ ଖରାପ ଲାଗୁଛି, । ପୂରାପୂରି ଏକୁଟିଆ ଲାଗୁଛି । ବଡ଼ ଅଶାନ୍ତି ଓ ବିରକ୍ତ ଲାଗୁଛି ଯେହେତୁ ଆପଣ ଆଜି ବଡ଼ ଶାନ୍ତିରେ ଥିଲେ । ଆପଣ ନିଜେ କୁହନ୍ତୁ ମୁଁ କ’ଣ ମୁକ୍ତ ଆପଣଙ୍କ ସାଥିରେ ବହୁତ ଘଣ୍ଟା ବସି ଗପିବାକୁ ? ଆପଣଙ୍କ ସାଥିରେ ଶୋଇବାକୁ ? ଇତ୍ୟାଦି ଇତ୍ୟାଦି ।

 

ସବୁବେଳେ ମୋ ଉପରେ ଏଥର ରାଗରେ, ଗରଗର ହୋଇ ଅଶାନ୍ତି । ବିରକ୍ତ, ସନ୍ଦେହ, ଅବିଶ୍ୱାସ, ଏହିଭଳି ଅନେକ କିଛି ଭୁଲ ବୁଝାମଣାରେ ବଶବର୍ତ୍ତୀ ହେଲେଣି । ତେଣୁ ଭାବୁଛି ଯେ କ’ଣ କଲେ ଆପଣ ଏସବୁ ଦୂରେଇ ଦେବେ । ଉପାୟ ଅବଶ୍ୟ ଜଣା, କିନ୍ତୁ କରିବାକୁ ବାଟ ଆଉ ନାହିଁ । ଆପଣ ତ ଆଗରୁ ଓଲେଇ ଗାଇ ପରି ବନ୍ଧା ହୋଇଛନ୍ତି, କ’ଣ ଭାବୁଛନ୍ତି । ଆଚ୍ଛା କୁହନ୍ତୁ ତ କେବେ ଶୋଇବାକୁ ମିଳିବ । ଆମ ଘରେ ହେଲାପରି ଲାଗୁନି । ତାହାହେଲେ କେବେ, ଏବଂ କେଉଁଠି ? ସତରେ ମୁଁ ଯାହା ଦେଖିଲିଣି । ଆମ ପ୍ରେମ ବଡ଼ ମହଙ୍ଗା, ଅନ୍ୟମାନେ Free (ଫ୍ରି) ସବୁକିଛି କରି ପାରୁଛନ୍ତି, ଅଥଚ ଆମେ କେତେ ନାଚାର । କେବଳ କ’ଣ ଲେଖାରେ ପେଟ ଭରିଯିବ ? ନୁହେଁ ? ତଥାପି କିଛି ନମିଳିବାଠାରୁ ଆପଣଙ୍କ ପତ୍ର ଖଣ୍ଡିକ ମଧ୍ୟ ମୋ ପାଇଁ ବହୁତ ସାନ୍ତ୍ୱନା ଯୋଗାଇ ପାରେ । ସେଥିରେ ପୁଣି ଚିଠିରେ ଯାହା ଲେଖୁଛନ୍ତି ତାହାତ ସ୍ୱୟଂ ଶିବଙ୍କୁ ଜଣା ।

 

ସତରେ କ’ଣ ଭବିଷ୍ୟତରେ ଆସିବା ବନ୍ଦ କରିଦେବେ ? ଯଦି ପ୍ରକୃତରେ ଆପଣ ଏହା କରିବାକୁ ଚାହୁଁଥାଆନ୍ତି ତେବେ ଆଦୌ ଭୁଲ ହେବନାହିଁ । ଯଦି ଏତେ ରାଗ, ଭଲପାଇବା ପୂର୍ବରୁ ଟିକିଏ ଭାବିଲେ ନାହିଁ ଯେ ‘‘ରାଧା’’ ମୋର ଅନ୍ୟ ଏକ ରୁକ୍ମିଣୀ ଅଛି ବୋଲି । ତା’ଛଡ଼ା ଆପଣଙ୍କ ଗୋଟିଏ କଥା ମୋତେ ଭାରି କଷ୍ଟ ଦିଏ । ‘‘ପ୍ରତାରଣା’’

 

ଅସଲ କଥା ହେଉଛି ଏକାନ୍ତ ସମୟ ମିଳୁନାହିଁ । ଆପଣଙ୍କ ଚିଠି ପଢ଼ି ରାଧା ବି ଅତି ଥଣ୍ଡା । ତେବେ ଗୋଟିଏ କଥା କହିବି ? ଆପଣ କାହିଁକି ବିରକ୍ତ ହେଉଛନ୍ତି କହିବି । ଶୋଇ ପାରୁ ନାହାନ୍ତି ଏୟା ତ, ମୁଁ ଅଇଶ୍ୟ ଏଥିରେ ଏକମତ । ମାନେ ମୁଁ ମଧ୍ୟ ଚାହେଁ ସାନିଧ୍ୟା, କିନ୍ତୁ ବରାଦ ନାହିଁ । ତଥାପି ଆମ ଦୁଇ ଜଣଙ୍କୁ ଦୃଢ଼ହୋଇ ରହିବାକୁ ହେବ ।

 

ଯେଉଁଦିନ ଆପଣଙ୍କ ପକ୍ଷ weak (ଉଇକ) ହେବ, ସେଦିନ ଜାଣିବି ଏବେଠାରୁ ଦୁଃଖ, ନୈରାଶ୍ୟ, ପ୍ରବେଶ କଲା ମୋଠାରେ । ସେ ଯାହାହେଉ । ଯାହା କିଛି ହେଲେ ମଧ୍ୟ ଆପଣଙ୍କୁ ଏହି ପ୍ରେମକୁ ରଖିବାକୁ ହେବ । ନଚେତ୍‌ ଆମେ ମଧ୍ୟ ଅନ୍ୟମାନଙ୍କ ଭଳି ଶସ୍ତା ହୋଇଯିବା, ମନ ମଧ୍ୟରେ ଯେଉଁ ଗୁପ୍ତ କଥାଗୁଡ଼ା ଥିଲା ସେକଥା ରାନ୍ଧିବ ଖାଇବା ଶୋଇବା ଆଉ କିଛି ନୁହଁତ ? ବାକିସବୁ ଏକୁଟିଆ ଏକୁଟିଆ ନୁହେଁନା । ତେବେ ଆପଣ ଅରାଜି କାହିଁକି ? ରାଜି ତ ?

 

ମୁଁ ଜାଣେ ଏସବୁ ମୋର କଳ୍ପନା, ସତରେ ପୂରଣ ହେବ ? ଆଖି ଦୁଇଟା କାହିଁକି ପୋଡ଼ୁଛି । ଭାବୁଥିବେ କାନ୍ଦୁଥିଲି ବୋଲି, ଛି, ସେମିତି ଭାବିବେ ନାହିଁ । କାନ୍ଦିଲେ ମୁଁ କେବଳ ଆପଣଙ୍କ ନିମନ୍ତେ କାନ୍ଦେ ଆଖି ପାଇଁ ନୁହେଁ, ତେବେ ଆଖିକୁ ନିଦ ଆସୁଛି, ହେଲେ ଏଇନା ଯେ ଖୁବ୍‌ ଶୀତ, କେତେ ବଦମାସି ସେ ଶୀତର !

ହଁ ଏଯାଏ ନିଜ କଥା ଗପୁଥିଲି ସେଥିପାଇଁ ମୁଁ ମୋ ନିଜକୁ ନିଷ୍ଠୁର ବୋଲି ସ୍ୱୀକାର କରୁଛି କ୍ଷମା କରିବେ ନାହିଁ ? ଜାଣେ କ୍ଷମା କରିବେ ।

ଘରେ ଅଶାନ୍ତି ଲାଗିଥିବାରୁ ଆପଣଙ୍କର ମନ ଆଦୌ ଭଲ ନାହିଁ । ବୁଝୁଛି କିନ୍ତୁ ଦୁନିଆବାଲାକୁ ଜଣାଇ ମୋତେତ ଡାକିଲେ ନାହିଁ । ତେଣୁ ଏ ବାବଦରେ ସହ ଯୋଗ କରିବାର ଥିଲେ ମଧ୍ୟ ଯେତେବେଳେ ମୁଁ ଆପଣଙ୍କ ହୃଦୟରେ ପ୍ରବେଶ କରିଥିଲି ସେତେବେଳେ ନିଶ୍ଚୟ ରାତ୍ରୀ ବାରଟାରୁ ଅଧିକ ହୋଇଥିଲା । ତେଣୁ ଲୋକେ ଶୋଇଥିଲେ ଜାଣି ପାରିଲିନି ଯେ ପରମ ପୂଜ୍ୟ ଶ୍ୟାମଙ୍କ ହୃଦୟରେ ଯେ ରାଧା ପ୍ରବେଶ କଲେ କିପରି ?

ଲେଖି ଲାଭ ନାହିଁ କାରଣ ଆପଣ କୁହନ୍ତୁ ମୁଁ ଆପଣଙ୍କ ନିକଟରେ ପ୍ରତାରଣା କରୁଛି, ଉପରେ ଉପରେ ଭାବୁଛି, ଠକୁଛି, ଭୁଲାଇ, ଦେଉଛି ପ୍ରକୃତ ଅର୍ଥରେ ପ୍ରେମ କରୁନି । ଏଇଆନା ? ଯାହା ଶାସ୍ତି ଦେବାର କଥା ଦିଅନ୍ତୁ’ ସହିବି, ତା’ଛଡ଼ା ଈଶ୍ୱର ମୋତେ ସେହି ସହିବା ଶକ୍ତି ଦିଅନ୍ତୁ, ବର୍ତ୍ତମାନ ମନେପଡ଼ୁଛି, ଜଣେ ହିନ୍ଦୀ କବି ଲେଖିଥିଲେ ।

ସଂସାର ତୁଝିସେ ଚଲତା ହୈ

ତେରୀ ଗୋଦହୈ ସେ ମୈତଭି ହାରିହୈ

ଭଗବାନ କି ତରବ ମହାନ ହୈତୁ

ଫିରଭି କହନେ କୋ ଅବଲା ନାରୀହୈ

ବୁଝିବେ ମରମକୁ ବୁଝାଇବେ ଆପଣଙ୍କୁ ଜଳାଇବା ପାଇଁ ମୁଁ ସଦାବେଳେ ବ୍ୟବସ୍ଥା କରୁଛି । ଆଚ୍ଛା ଆପଣଙ୍କ ହୃଦୟକୁ ଥରେ ପଚାରି ଦେଖିବେ । ରାଧା ମୋତେ ପ୍ରକୃତରେ ଭଲ ପାଏକି ନାହିଁ ? ଆପଣଙ୍କ ଭଳି ସରଳ, ମହାନ ହୃଦୟର ବ୍ୟକ୍ତିକୁ ମୋ ଭଳି ପଥର ପାଷାଣୀ’ ହୃଦୟ ହୀନ ପ୍ରେମ କରି ଶିଖିଲା, କରିପାରିଲା ତେଣୁ ଆଜୀବନ ଗର୍ବ କରିବି ନାହିଁନା ?

ଅନେକ ଥର ଭାବିଛି ଆପଣ ମୋର ଭାରି ବଦରାଗୀ, ଅଭିମାନୀ, ତେବେ ରାଗର ଅତି ଶଯ୍ୟାରେ ଯଦି ମୋଠାରୁ ଦୂରେଇ ଯିବେବା ମୋଠାରୁ ବିମୁଖ ହୋଇଯିବେ । ତେବେ କ’ଣ କରିବି ସେତେବେଳେ ? ଆଚ୍ଛା ମୁଁ ଯେତେବେଳେ ଜ୍ୱରରେ କିମ୍ବା ତା’ଠାରୁ କିଛି ବଡ଼ ରୋଗରେ ପଡ଼ିଯିବି ସେତେବେଳେ ମୋତେ ଦେଖିବୁ କିଏ’ ସେତେବେଳେ ମୋ ପାଇଁ ବ୍ୟାକୁଳ ହେବ କିଏ-? କିଏ ବ୍ୟସ୍ତ ହେବ ? କେହି ନୁହେଁ, ନିଜେ ହେବି ରୋଗୀ ନିଜେ ହେବି ଡାକ୍ତର, ଶେଷରେ ନିଜେହିଁ ନିଜର ଦୁଃଖ ପ୍ରତି ସମବେଦନା ଓ ସହାନୁଭୂତି ଜଣାଇଁବି ।

ଏହାପରେ ଆପଣ, ଆପଣଙ୍କୁ ତ ଦୋଷ ଦେଇ ପାରେନା । କାରଣ ଆପଣ ମୋ ନିମନ୍ତେ ଅନେକ ଅସୁବିଧା ଓ କଷ୍ଟ ସ୍ୱୀକାର କରୁଛନ୍ତି । ଅନେକ ପରିଶ୍ରମ କରି ସାହଯ୍ୟ କରିବାକୁ କୁଣ୍ଠିତ ନୁହନ୍ତି । ସେ ପାଇଁ ମୁଁ ଆପଣ ତ ଋଣୀ ତଥାପି ଶୁଝିବାତ ଏକାନ୍ତ ପ୍ରୟୋଜନ ? ପ୍ରତିଦାନରେ ପାରୁନି କିଛି, କରି ଯଦି ଆଶା ମୋର ନୈରାଶ୍ୟର ପଥ ଦେଖାଏନା, ହେଲେ ଏଥି ନିମନ୍ତେ ମୋତେ ଅନେକ ଜନ୍ମ ଲାଭ କରିବାକୁ ପଡ଼ିବ ।

ହଁ କହୁଥିଲି କ’ଣ ପୁଣି ଲେଖିଲି କ’ଣ ଆପଣଙ୍କର ଉତ୍ତର ଦେବାକୁ ମୋର ଡେରି ହୋଇଗଲା କ୍ଷମା ଦେଇ ଶୁଣନ୍ତୁ ଯେ ରାଧା ଆପଣଙ୍କର । ଏଯାଏତ କାହାରିକୁ ମନ ପ୍ରାଣଢାଳି ଭଲ ପାଇନାହିଁ ତେବେ ତ୍ୟାଗର ବା ଏତେ ପ୍ରଶ୍ନ ଉଠେ କାହିଁକି ?

 

ମୋ ମନରେ କେତେଦିନ ହେଲା । ଯଦିବା ଆପଣଙ୍କର ଶାନ୍ତ ଜଳଧାର ବର୍ଷି ଆସୁଥିଲା ଆଜି ଯେ ଅଗ୍ନି, ଭାବୁଛନ୍ତି ନା ଜଳିପୋଡ଼ି ମରିଯିବି ବୋଲି ।

 

ମୁଁ କ’ଣ ଅନ୍ୟାୟ ଲେଖୁଛି, ରାଗୁଥିବେନା ? ଏବେ ଆପଣ ଖୁବ୍‌ ଜଟିଳ ମଣିଷ ପରି ମୋତେ ଶାସନ କରିବାରେ ବ୍ୟସ୍ତ, ହେଲା ସେ ପାଇଁ ମୋର ଦ୍ୱିଧା ନାହିଁ, କିନ୍ତୁ ମନେରଖନ୍ତୁ । ଯେଉଁ ପୁରୁଷମାନେ ଆପଣଙ୍କ ଆଖିରେ ମୋର, ଏ ସନ୍ଦେହ ହିଁ ଆପଣଙ୍କର ହେଲା ମୁଁ ତାହାକୁ ବରଦାସ୍ତ କରି ପାରୁନାହିଁ । କାରଣ ଆପଣଙ୍କ ପରି ମୁଁ, ସନ୍ଦେହୀ ନୁହଁ ସେଥିପାଇଁ ମୁଁ ଆପଣଙ୍କ ନିକଟରେ କାଠ ନୁହଁ, ଚନ୍ଦନ । ତେବେ ସନ୍ଦେହ କରିବେ ନାହିଁ ବୋଲି ମୋର ଅନୁରୋଧ ଏହା ବିନା ଆପଣ ଯେବେ ସଦାଦିନେ ମୋତେ ଏହିପରି ତ୍ରୁଟି ମାର୍ଜନା ପାଇଁ ଲେଖୁଥିବେ ତେବେ କୁହନ୍ତୁ ତ ଦେଖି । ଜଣେ ଅବୁଝା ପୁରୁଷକୁ ବୁଝାଇବାକୁ ଜଣେ ସାଧାରଣ ନାରୀର ଉପାୟ କ’ଣ ? ବୁଝିପାରୁନି ଯେ ଆପଣ ମୋତେ କେଉଁଦିନେ ପୂରାପୂରି ବୁଝିବେ ।

 

ଆଗରୁ ଶୁଣିଥିଲେ ମୁଁ ଖରାପ, ଏବେ ମଧ୍ୟ ମୁଁ ବୁଝୁଛି ମୋର ସରଳତା ପାଇଁ ଆପଣ ଏହା ଶୁଣିପାରିଲେ, ଆଚ୍ଛା ଏହିପରି ଭାବି କ’ଣ ଆପଣ ମୋତେ ତାମସୀ ରାଧାବାଲି ସ୍ୱୀକାର କରିବେ ? ମନାକରୁନି, ସେମାନଙ୍କ ନିକଟରେ ମୋର ପ୍ରେମକାହାଣୀ ଶୁଣନ୍ତୁତ, ସତକି ମିଛ ଜାଣି ପାରିବେ ।

 

ଆପଣ ଯାହା ଭାବନ୍ତୁନା କାହିଁକି । ଆପଣଙ୍କର ରାଧା ଶରୀର ଲୋଭୀନୁହେଁ । ବୁଢ଼ୀ ହୋଇ ଯାଇପାରେ କିନ୍ତୁ ଯୌନ କ୍ରିୟାକୁ ଆବଶ୍ୟକ ମନେକରିଯେ ମୁଁ ଭାସିଯିବି । ତାହାକପୋଳ କଳ୍ପିତ ।

 

ଆପଣଙ୍କୁ ରାଧା ଭୁଲାଭ ନାହିଁ ପ୍ରତାରଣା କରୁନାହିଁ ।

 

ମୋଟେ ନୁହଁ । ଟିକିଏ ହେଲେ ନୁହଁ । ଆଦୌ ନୁହଁ, କିନ୍ତୁ ଆଜି ଆପଣଙ୍କ ପାଖରେ ପ୍ରେମ କରି ଭୁଲାଇ ଦେଇ ପାରୁନାହିଁ । ଯିଏ ଭୁଲାଏ ସେ ପ୍ରେମକରି ପାରେନି ।

 

ବାରମ୍ବାର କହି ଆସିଛି । ମୁଁ ମାନବିକତାର ପୂଜାରିଣୀ, ଆଜିର ଜୀବନ କାଲି ପାଇଁ କିଛି ସନ୍ତକ ରଖି ପାରେନି, ମୁଁ କେବେ ସଂକୀର୍ଣ୍ଣ ଭାବନେଇ ଆପଣଙ୍କ ନିକଟରେ ଗତିକରି ପାରୁନାହିଁ । ତେଣୁ ଆପଣ ମୋ ଉପରେ ଦୋଷ ଲଦନ୍ତୁ ନାହିଁ ।

 

ତେବେ ଆଗକୁ କ’ଣ ଲେଖାଅଛି ମୁଁ ଜାଣେନା, ଅବଶ୍ୟ ମୋ ଜୀବନର ସବୁକିଛି ଆପଣଙ୍କ ଉପରେ ନିର୍ଭର କରୁଛି, ସୁଖି କରାଇଲେ ଆପଣ, ଦୁଃଖି କରାଇଲେ ଆପଣ, ଓଲେଇଗାଈ ପଘାରେ ବନ୍ଧା ହୋଇଥିବାରୁ ମୋର ଯୋର ତ ନାହିଁ, କନ୍ଦାଇଲେ କନ୍ଦାଇବେ, ଆପଣଙ୍କ ପାଇଁ ମୋର ଶିଥିଳ ଲୋତକ ବରଂ ଅଗ୍ନିଠାରୁ ଆହୁରି ଗରମ ହେଉ ତଥାପି ପ୍ରାଣପଣେ ଆପଣଙ୍କୁ ନିଜର କରିବାକୁ ରାଧା ଚାହିଁ ବସିଛି !

 

କିନ୍ତୁ ଆଜି ଯେ ପୁନର୍ବାର ପୁରୁଣା ରୋଗର ଶିକାର ହୋଇପଡ଼ିଲେ । କାହିଁକି ? ଆସୁଛି ବୋଲି କହି ପୁଣି ଯେ ଆସିଲେ ନାହିଁ କ’ଣ କରିବା କହିଲେ, କୁହନ୍ତୁ ମୁଣ୍ଡ ପିଟିବିନା ? ଏଇ ସାମାନ୍ୟ ସାମାନ୍ୟ କଥାରେ ସନ୍ଦେହ, ଭାବୁଛି ଏପାଇଁ ଆପଣ ଗୋଟିଏ କାମ କରିପାରିଲେ ସବୁର ସମାଧାନ ହୋଇପାରନ୍ତା, ଟୋପିଏ ବିଷ ଯେବେ ଆପଣ ଆଣି ରାଧାର ଖାଦ୍ୟ ସାଥିରେ ମିଶେଇ ଦେଇ ପାରନ୍ତେ ତେବେ ଏତେ କଥା ସହି ରହିବାକୁ ରାଧା ଆଉ ବିଚାରନ୍ତା ନାହିଁ ଆପଣ ବି ଆଉ ଏମିତି ରାଗ ଅଭିମାନ ଘେନି ମୋଠାରୁ ବିଦାୟ ନିଅନ୍ତେ ନାହିଁ ।

 

ଦେଇ ପାରିବେ ନାହିଁ ? ତା’ଛଡ଼ା ଆଉ କିଛି ମାଗୁନାହିଁ ଏବଂ ମାଗିବି ନାହିଁ ଏତେ ବେଶୀଟା ଅବିଶ୍ୱାସ ଆଉ ସନ୍ଦେହକୁ ସହ୍ୟ କରିପାରିବ ନାହିଁ ଏଇକଥା ଉପରେ ଗୁରୁତ୍ୱ, ଆଜି ରାତ୍ରୀରେ ଖାଇ ପାରିନି ।

 

କାହିଁକି ମୋତେ ଭୁଲ ବୁଝିଲେ ଆଉ ବୁଝୁଛନ୍ତି ମଧ୍ୟ ? ଭୁଲ ବୁଝିବା ଅପେକ୍ଷା ମାରିଦେଇ ନିତ୍ୟାନ୍ତ ପକ୍ଷେ ଶ୍ରେୟସ୍କର । ମୁଁ ପ୍ରସ୍ତୁତ ଅଛି । ଆପଣଙ୍କ ହାତରେ ହିଁ ମଲେ ମୋର ନାରୀ ଜୀବନ ତଥା ପ୍ରେମିକା ଜୀବନର ମୁକ୍ତି ମିଳନ୍ତା । ସ୍ତ୍ରୀ ହୋଇ ଆସନ୍ତି ପୁଣି ଏଇ ମର୍ତ୍ତ୍ୟକୁ ।

 

ସତରେ ଯେତେ ମାଜି ହେଲେ ବି ଆପଣ ବୁଝନ୍ତି ମୁଁ ଅମଜା କଳା ପିତଳ ହଣ୍ତାଟା ।

 

ଏତେ ଦୁଷ୍ଟ ଆପଣ ? ମୋତେ ଦ୍ୱନ୍ଦ୍ୱରେ ପକାଇ ଆପଣ ଚାଲିଗଲେ ।

 

ବୁଝୁଛି, ମୁଁ ସ୍ତ୍ରୀ ନୁହ ବୋଲି ସାମାନ୍ୟ କଥାରେ ଏବଂ ନିର୍ଦ୍ଦୋଷରେ ମଧ୍ୟ ମୋ ପାଖରୁ ଉଠି ଚାଲିଗଲେ–

 

କହିବେ ତ ? କାହିଁକି, କି ଦୋଷ କରିଥିବାରୁ ଆପଣ ଆଜି ମୋ ଉପରେ ଏକ ଅସହ ଯୋଗର ପଥର ଲଦୁଛନ୍ତି । ଦୋଷ କରିଥିଲେ ଶାସ୍ତି ଦିଆଯାଉ ।

 

ଜାଣେ ମୋର ଗୋଟିଏ ଭୁଲ୍‌ । ମୁଁ ଆପଣଙ୍କର ପ୍ରେମିକା ସ୍ତ୍ରୀ ହୋଇଥିଲେ....ଛାଡ଼, ଅବଶୋଷ ରହିଗଲେ ବି ଆପଣ କିଛିଟାଏ ହେଲେ ବୁଝିବେ ନାହିଁ ।

 

ଦୁଃଖ ରହିଯିବ । ପୁଣି ସେହି ଦୁଃଖକୁ ଏ ଅଲୋଡ଼ା ଜୀବନରେ ମୁଣ୍ଡାଇ ମୁଣ୍ଡାଇ ମୋତେ ଜଳିବାକୁ ହେବ । ମୁଁ ଜଳିଗଲେ ଆପଣ ଖୁସି ହେବେ ତ ?

 

ତଥାପି ମୁଁ ବୁଝେ, ଆପଣ ମୋତେ ଖୁବ୍‌ ବେଶୀଟା ଭଲ ପାଆନ୍ତି । କିନ୍ତୁ ଏତେ ନିବିଡ଼ ପ୍ରେମର ଆଲିଙ୍ଗନ ମଧ୍ୟରେ ଅନ୍ୟ ବାଜେ କଥା ପଶୁଛି କିପରି ?

 

ଆଉ କିପରି ବୁଝାଇବି ? କେତେ ବୁଝାଇବି । ଥରେ କହିଛି, ମନ ତ ଶରୀରକୁ ଆପଣଙ୍କ ନିକଟରେ ହିଁ ସମର୍ପଣ କରିଛି । ଆଉ କୌଣସି ପୁରୁଷର ମଧ୍ୟ ମୋଠାରେ, ମୋ ମନରେ, ମୋ ହୃଦୟରେ ଅଧିକାର ନାହିଁ । ସମସ୍ତ ଜାଣିବା ପରେ ପୁଣି ଏତେ ରାଗ ଓ ମାନ ? ପ୍ରେମିକର କର୍ତ୍ତବ୍ୟ କ’ଣ ପ୍ରେମିକାକୁ ପ୍ରତ୍ୟେକ କଥାରେ ଭୁଲ୍‌ ବୁଝିବା । ନାଁ, ତାହା ଆପଣ ଆଉ କରନ୍ତୁ ନାହିଁ ବରଂ ଭଲ ପନ୍ଥାଟିଏ ହେଉଛି–ଆପଣ ମୋର ତୋଟି ଚିପି ମାରି ଦିଅନ୍ତୁ । ସବୁ କଣ୍ଟା ଚାଲିଯିବ । ଏ ବିଷୟରେ ଆଉ କିଛି ଲେଖିବାକୁ ଚାହୁଁ ନାହିଁ । ଏବେ ଆପଣ ବିଚାର କରନ୍ତୁ, କିନ୍ତୁ ତା’ମାନେ ନୁହଁ ଯେ ମାନ କରି ରହିଯିବେ ।

 

ପ୍ରେମିକା ହେଲେ ମଧ୍ୟ ମୁଁ ନାରୀ । ଆପଣ ଯେବେ ମୋ ପାଖରେ ଅଭିମାନ କରିବେ ତେବେ ମୋତେ ବାଧିବ କି ନାହିଁ ? ମନ ଭଲ ଲଗୁନାହିଁ, ଯେହେତୁ ବେଶୀ ସମୟ ପାଇଁ ପାଖରେ ଆପଣଙ୍କୁ ପାଇ ପାରୁ ନାହିଁ ।

 

କେମିତି ପାଇବି । କେମିତି ହେଲେ ଆପଣ ମୋ ନିଜର ଆଉ ଆପଣାର ହେବେ । ଭାବୁଛି, ଯେଉଁଦିନ ଏହାର ଗୋଟାଏ କିନାରା ପାଇବି ସେହି ଦିନହିଁ ମୁଁ ଆପଣଙ୍କୁ ବୁଝାଇ ଦେବି ।

 

–ତିନି–

 

ଏଇ କ’ଣ ଭାବୁଛନ୍ତି ? ମୁଁ କିନ୍ତୁ କ’ଣ ଭାବୁଛି କହିବି । ଆପଣଙ୍କ ସହିତ ଅନେକ ଓ ଅଗଣିତ ରାତ୍ରୀ ବିତାଇବାକୁ, ସତରେ କ’ଣ ଏ ଜନ୍ମରେ ପାଇବି ନାହିଁ ଆପଣଙ୍କୁ ? ତେବେ ମୋର କ୍ଷୁଧା ଓ ତୃଷ୍ଣା କ’ଣ ଏହିପରି ରହିଯିବ ? କେତେ ଦିନଯାଏ ଏମିତି ଭୁଲ ବୁଝିବେ, ଯଦି ଏତେ କଥା, ତେବେ......

 

ଛାଡ଼, ତଥାପି ଅଭିଶାପ ବର୍ଷଣ କରିବାକୁ ମୁଁ ମନା କରୁନାହିଁ । ଆପଣଙ୍କ ଇଚ୍ଛା ଉପରେ ମୁଁ ଅବାଧ୍ୟ ନୁହଁ । ତା’ଛଡ଼ା ଆଉ କିଛି କଲେ ରାଧା ଆପଣଙ୍କର ମରିଯିବ ।

 

ହଁ ଗତକାଲି କଥା କହୁଥିଲି । ସବୁ କଥାରେ ଆପଣା ମୋର ଦୋଷ ଦିଅନ୍ତି । ଅବଶ୍ୟ ସେଥିରେ ଅନେକ ଭୁଲ୍‌ ଥାଏ ମୋର । ମୁଁ ମାନୁଛି ଯେ ଆଜି ଯିବା ସମୟରେ ଏବଂ ଫେରିବା ବେଳେ ଆପଣ ମୋ ପଥ ଚାହିଁ ଥକିଗଲେ । କ’ଣ ହେଲା ଆପଣଙ୍କର ? ବର୍ତ୍ତମାନ ଆପଣ ନିଶ୍ଚୟ ଟ୍ରେନରେ ବସିଥିବେ ? ମୁଁ କେଉଁଠି ବସିଛି ଜାଣନ୍ତି, ଠିକ୍‌ ଆପଣଙ୍କର ବସିବା ସ୍ଥାନରେ ପୁଣି ଏକୁଟିଆ, ଚବିଶ ଘଣ୍ଟାରୁ ଅଧିକ ହୋଇଗଲା । କିନ୍ତୁ ଆପଣଙ୍କର ସାକ୍ଷାତ ପାଇ ପାରିଲି ନାହିଁ-। ଏତେ ଭାବ ବିନୋଦିଆ ଆପଣ ? ଇଚ୍ଛା ହେଲା ନାହିଁ, ଆଜି ଆସି ଗୋଟିଏ ଚୁମ୍ବନ କିମ୍ବା ଟିକିଏ ଆଲିଙ୍ଗନଟିଏ । କଷ୍ଟ ହୋଇଥାଆନ୍ତା, ଭାବୁଛନ୍ତି, ପଇସା ପଡ଼ିଥାଆନ୍ତା ! ଆପଣ ତ ଜାଣନ୍ତି, ଆପଣ ମୋତେ ଶତ–ଶଯ୍ୟାର ସଙ୍ଗୀନି କରାଇ ଦେବେ ନାହିଁ ବୋଲି । ତେବେ ଅସୁବିଧା ସ୍ୱୀକାର କରିବାର ମାନେ କ’ଣ ହୋଇପାରେ ?

 

ସତ କହିବି, ମୁଁ ସବୁଠାରୁ ଭଲପାଏ କେବଳ ନିବିଡ଼ ଆଲିଙ୍ଗନକୁ । ଏପରି ଯେତେ ରୋଗ ଓ ରାଗରେ ଥିଲେ ମଧ୍ୟ ଆପଣଙ୍କ ସାନିଧ୍ୟ ପାଇଲେ ସବୁକିଛି ଭୁଲିଯାଏ । କିନ୍ତୁ ଆଜି ମୋର ଦୁର୍ଭାଗ୍ୟ ହେତୁ ସବୁଥିରୁ ବଞ୍ଚିତା ହେବାକୁ ପଡ଼ିଲା । ଅବଶ୍ୟ ମୁଁ ମଧ୍ୟ ଠିକ୍‌ ଆପଣଙ୍କ ପରି କିମ୍ବା ତା’ଠାରୁ ଟିକିଏ ଅଧିକା, ମାନେ, ମୁଁ ମନରେ କ୍ଷୁଧାର୍ଥ ମାତ୍ର ହେଲେ ଶରୀର ପାଇଁ ନୁହଁ । ଆଚ୍ଛା କହିବେ, ଆଜି ଦିନଟା କିପରି ଲାଗିଲା ? ମୋତେ କିନ୍ତୁ ଆଦୌ ଭଲ ଲାଗିଲା ନାହିଁ । ସତେ ଯେମିତି ମୋର କିଛି ଗୋଟାଏ ମୋ ଅଲକ୍ଷରେ ହଜିଗଲା । ତେଣୁ ସ୍କୁଲରେ ଛାତ୍ର-ଛାତ୍ରୀ ମାନଙ୍କୁ ଖୁବ୍‌ ମାରିଛି । ଯେହେତୁ ଅନ୍ୟମନସ୍କ ଥିଲି । କେବେ ପୁଣି ଆପଣଙ୍କୁ ପାଇବି ? ସବୁବେଳେ ମୋ ପାଇଁ ଆପଣଙ୍କୁ ଦରକାର । ପାଞ୍ଚ-ମିନିଟ୍‌ ପାଇଁ ନୁହଁ ବରଂ ଆମର ମଳନର କଣ୍ଟ । ଘଣ୍ଟା କଣ୍ଟା ଅସଂଖ୍ୟ ଥର ଘୂରୁ, ସେଥିକୁ ଆପତ୍ତି ନାହିଁ । ସବୁବେଳେ କଳ୍ପନା କରେ ଯେ ଆପଣ ଶୋଇଥିବେ-। ଆଉ ମୁଁ ଆସି ଆପଣଙ୍କୁ ଉଠାଇବି, ଅବଶ୍ୟ ଖାଲି ହସ୍ତରେ ନୁହଁ, with tea । ତା’ପରେ କ’ଣ ହୁଅନ୍ତା କହିବି । ହୁଁ ଟିକିଏ ହସ ପରେ ଆପଣଙ୍କ ଶରୀର ଉପରେ ମୋର କର ସ୍ପର୍ଶ ହେବ-। ଆପଣ ଉଠିବାକୁ ଅନିଚ୍ଛା ପ୍ରକାଶ କରିବା ମାତ୍ରେ ମୁଁ ବାଧ୍ୟ କରନ୍ତି, ହଁ ଉଠ ମ, ଦରକାର ପଡ଼ିଲେ କାନ ମଧ୍ୟ ମୋ ହାତରୁ ଖସି ଯାଆନ୍ତା ନାହିଁ । ଯେ ହେତୁ ରାଧା କେବଳ ପ୍ରେମିକା ହେବାକୁ ଚାହିଁନି, ସେ ଚାହେଁ ଜନନୀ, ଭଗିନୀ ଓ ସ୍ତ୍ରୀର ରୂପ ମଧ୍ୟ ।

 

କ’ଣ କହୁଛନ୍ତି ?

 

ସନ୍ଦେହତ ଯିବ ନାହିଁ ଜାଣେ । ତେଣୁ ସେ ବିଷୟରେ କିଛି ଲେଖିବା ମାନେ ଭାବିବେ ଯେ ରାଧାର କିଛି ତ୍ରୁଟି ରହିଯାଉଛି । ତେଣୁ ସଂକୋଚ କଲି । ମୁଁ ଜାଣେ ଆପଣଙ୍କର ଅଧିକାର ଓ ଦାବି ଅଛି ସନ୍ଦେହ କରିବେ । କେବଳ ବାକ୍ୟରେ କରନ୍ତୁ ମାନେ ସୀମିତ ଭାବେ ।

 

ସତ କହୁଛି ଆପଣ ପ୍ରଥମ ଯେ କି ମୋର ଦୁର୍ବଳତା ଜାଣି ପାରିଲେ ଏଇ କାହାକୁ କହିବେ ନାହିଁ । ନହେଲେ ଲୋକେ ଶୁଣିଲେ କ’ଣ କହିବେ । ଶେଷରେ ରାଧା ପରି ପଥର ପୁଣି ଭଲପାଇ ପାରିଲା ?

 

ହଁ ଅଳ୍ପ ଲେଖେ ବୋଲି ମାନ କରନ୍ତି, ମୁଁ କ’ଣ ବେଶୀ କିଛି ଲେଖିବାକୁ ଇଚ୍ଛା କରେନା-? ଏୟା ଚିହ୍ନିଲେ ମୋତେ ? ବେଶୀ ଲେଖିବାକୁ ବହୁତ, ବହୁତ ଇଚ୍ଛା । ହେଲେ ଆପଣ ଯେ ସବୁବେଳେ ମୋତେ ଓଲଟା ବୁଝୁଛନ୍ତି ।

 

ଯେତେ ଭୁଲ ବୁଝନ୍ତୁ କି ଯାହା ବୁଝନ୍ତୁ, ତଥାପି ରାଧା କେବଳ ଆପଣଙ୍କୁ ହିଁ ଅତି ନିବିଡ଼ ଭାବରେ ଚାହେଁ ।

 

ଏଥର କ’ଣ ଭାବୁଛନ୍ତି ଶୁଣେ ? ଅବଶ୍ୟ ଯେତେ ଲେଖିଲେ ସରିବ ନାହିଁ । ତଥାପି ତ ଘରର ବଡ଼ ଝିଅ ହିସାବରେ ବହୁତ କାମ ଅଛି । ରାଗ କରିବେ ନାହିଁ ।

 

ଆପଣ ପତ୍ର ଦେବେ, ସେଥିରେ ଆମର ମିଳନ ସମ୍ବନ୍ଧରେ କିଛିଟା ବେଶୀ ଲେଖିବେ । ଅନ୍ତତଃ ଆପଣଙ୍କର ପତ୍ର ପଢ଼ି କିଛିଟା Satisfaction ପାଇଯାଏ ।

 

ହସୁଛନ୍ତି ନା ?

 

ମୁଁ କିନ୍ତୁ କାନ୍ଦୁଛି । କାରଣଟା କ’ଣ ଆପଣ ଜାଣନ୍ତି ନାହିଁ ।

 

ହଁ ସେବା ବିଷୟରେ ତ କିଛି ଲେଖିଲେ ନାହିଁ ସତକୁ ମୁଁ ବଡ଼ ଅଯୋଗ୍ୟ, ସ୍ତ୍ରୀ ପାଇଁ ଆଦୌ ଉପଯୁକ୍ତ ନୁହେଁ, ତେବେ ଉପାୟ..... ?

 

ଛାଡ଼ିଦେବେ ? ସତରେ ପ୍ରତ୍ୟାଖାନା କରିଦେବେ ? ସତେ ଆପଣ ପର ହୋଇ ଯିବେ-?

 

ଜାଣନ୍ତିନା ଏଇ ଚାରୋଟି ଅକ୍ଷର ଲେଖିଲା ବେଳକୁ ଆତ୍ମା ମୋର ଫାଟି ଯାଉଛି ।

 

ଭାବୁଛି କ’ଣ କରିବି । ଯଦି ପୁଣି ଥରେ ପୂର୍ବପରି ନିଃସଙ୍ଗ ହୋଇ ଯିବି ? ତେବେ ସେ ସ୍ନେହ, ପ୍ରେମ ଆଦର, ଆଲିଙ୍ଗନ ଆଉ Kiss ଇତ୍ୟାଦି ମୋର ଅସମ୍ପୂର୍ଣ୍ଣ ହୋଇ ରହିଯିବ ।

 

ଆଚ୍ଛା ପୁଣି କେବେ Kiss (କିସ୍‌) ଦେବେ Please କାମୁଡ଼ିବେ ନାହିଁ ‘ମା’ ଜାଣିଯିବେ’ କ’ଣ ଉତ୍ତର ଦେବି କହିଲେ ? ନିରବ ବ୍ୟତୀତ ଆଉ ଉପାୟ ନାହିଁ ଯାହା କିଛି ଭୁଲ ହୋଇ ଯାଇଥିବ କ୍ଷମା କରିବେ ରାଧାଙ୍କୁ ?

 

ତା’ଛଡ଼ା ଏବେ ଦେଖୁଛି ଆପଣ ମୋ ପ୍ରତି ବିଶେଷ ଭାବରେ ସନ୍ଦେହୀ ହୋଇ ପଡ଼ୁଛନ୍ତି ।

 

ଯେଉଁ ଦିଗରେ ଗଲେ । ଯେଉଁ ପଥରେ ଗଲେ, ଯାହା କଲେ ଦୋଷ, ତା’ହେଲେ ଉପାୟ ।

 

ଆପଣ ଏ କ’ଣ ଏକୁଟିଆ ରାଧାକୁ ଝୁରୁଛନ୍ତି ? ରାଧା କ’ଣ ଆପଣଙ୍କୁ ଖୋଜୁନାହିଁ, ରାଧା କ’ଣ ଆପଣଙ୍କୁ ଚାହେଁ ନାହିଁ ?

 

ଲକ୍ଷ୍ୟ କରିଥିବେ, ମୁଁ ସବୁବେଳେ ହସୁଥାଏ, କିନ୍ତୁ ତା’ମାନେ ନୁହେଁ ଯେ ମୋ ହୃଦୟରେ ଦୁଃଖ ନାହିଁ । ଯେତିକି ସମୟ ପାଖରେ ପାଏ, ଖୁସିରେ, ଆନନ୍ଦରେ ଜାଣି ବିତାଇଦିଏ କାରଣ ଆପଣ ବିଦାୟ ନେଲାପରେ ଖୁସି ହୋଇଲାଭ ? କିନ୍ତୁ ଆପଣ ଭାବନ୍ତି ରାଧା ଭାରି ସୁଖି, ମହା ଆନନ୍ଦରେ ଅଛି ମୋତେ ପଚାରେ ନାହିଁ ଖାତିରି କରେନାହିଁ, ଏପରି ଅନେକ କଥା ଭାବୁଛନ୍ତି, ଭାବନା ଉପରେ ଯେବେ ଅତିରିକ୍ତ କରି ଥାଆନ୍ତା, ତେବେ ଆପଣ ନିଶ୍ଚୟ ଏଗୁଡ଼ାକ ଏତେ ଆପଣ ବ୍ୟବହାର କରନ୍ତେ ନାହିଁ ।

 

ଗୋଟିଏ କଥା କହିବି । ଅବିଶ୍ୱାସ ତ ? ତଥାପି ଲେଖୁଛି । ପ୍ରତ୍ୟେକ ନାରୀ ଚାହେଁ ସୁଖ, ଦୁଃଖର ଜଣେ ଚିର ସାଥୀ ? ତେବେ ମୁଁ କ’ଣ ନାରୀ ନୁହଁ ? ମୁଁ କ’ଣ ଚାହେଁନା ସେହିଭଳି ଏକ ସାଥି ମୋର କ’ଣ ମନ ନାହିଁ, ଆତ୍ମା ନାହିଁ କ୍ଷୁଧା ନାହିଁ, ତୃଷା ନାହିଁ । ହୃଦୟ ନାହିଁ, ଶରୀର ନାହିଁ ନା ଆକାଂଙ୍‍କ୍ଷା ନାହିଁ । ମୁଁ କ’ଣ ସ୍ତ୍ରୀର ଅଧିକାର ବା ଦାବିଟାକୁ ଆବଶ୍ୟକ ମନେ କରେନା, ଅବଶ୍ୟ ସ୍ତ୍ରୀ ନହେବା ପାଇଁ ମୋ ନିକଟରେ ଅଭିଶାପ, ତଥାପିତ ମୁଁ ମଣିଷ କି ପଶୁ ? ବିଗିଡ଼ିଗଲେ ଆସିବେନି, ଦୁରେଇ ଯିବେ ଦୂରରୁ ଦେଖିବେ ଏଇଆ ତ ? କାରଣ ମୁଁ ଆପଣଙ୍କର ସ୍ତ୍ରୀ ନୁହଁ । ଯେପରି ଆପଣଙ୍କର ଦୟା ହାତଧରି.....ତେଣୁ ଦାବିଟା କରିବି କେଉଁ ମୁହଁରେ ବା କେଉଁ ଅଧିକାରରେ ? ଆପଣ ଯେତେ ରଗାଇବାକୁ ଚେଷ୍ଟା କଲେ ମଧ୍ୟ ମୁଁ ରାଗିବି ନାହିଁ ।

 

କାରଣ ଚିଠିର ଉତ୍ତର ନଦେବାଟା ଯେମିତି ରାଧାର ବୋକାମି, ସେମିତି ଆପଣଙ୍କ ଉପରେ ମାନେ ମୋ ନିଜ ଉପରେ ରାଗିବା, ଭୁଲାଉ ଛିନା ? ମାରି ମାରି ଦାନ୍ତ ଭାଙ୍ଗି ଦିଅନ୍ତି, ରାଜି, କିନ୍ତୁ କହିବି, ଆପଣଙ୍କୁ ପାଇବା ପୂର୍ବରୁ ଦୁଃଖ ଲାଘବ କରିବା ପାଇଁ ସାଙ୍ଗମାନଙ୍କ ପାଖରେ ଅଯଥାରେ ସମୟଗୁଡ଼ା ବିତାଇ ଘରକୁ ଫେରୁଥିଲି, ସବୁବେଳେ ଅଶାନ୍ତିରେ ଫେରୁଥିଲି ଅଶାନ୍ତିରେ ରହୁଥିଲି, ଭାବୁଥିଲି କିଏ ମୋ ଆପଣାର, କାହିଁ କେହିତ ନାହାନ୍ତି, ଘରେ କଳି, ପଦା ଲୋକେ ତ Temporary, ସେମାନେ ଅଧଘଣ୍ଟାଏ ଘଣ୍ଟାଏ ପାଇଁ କିନ୍ତୁ ଆଜି ଯାଏତ ମୁଁ କାହାକୁ ନିଜର କରିନାହିଁ, ଏହିଭଳି ଏକ ମହା ଅଭାବ ମଧ୍ୟରେ ମୁଁ ବୁଡ଼ି ରହିଥିଲି । ଏତେଦିନ ପରେ ଠାକୁରଙ୍କର ଦୟା ହୋଇଥିଲା କି ? ବାସ୍ତବିକ ମୁଁ ଯେତେ ଖରାପ ହେଲେ ମଧ୍ୟ ଭାଗ୍ୟବତୀ ଏବଂ ଗର୍ବି ବିଶେଷ କରି କେବଳ ଆପଣଙ୍କ ପାଇଁ ଶୁଣିବେନା ? ମୋର ପ୍ରତ୍ୟେକ ସାଙ୍ଗର ଜଣେ ସାଥି ବା ପ୍ରେମିକା ଅଛନ୍ତି । ମାତ୍ର ମୁଁ ରହିଯାଇ ଥିଲି ଶୂନ୍ୟ, ତେଣୁ ମୋତେ ଲାଜ ଲାଗୁଥିଲା । ଇର୍ଷା ହେଉଥିଲା ମଧ୍ୟ, କିନ୍ତୁ ମୋ ଭାବନାକୁ ଲୁକ୍‍କାୟିତ କରି ରଖିଥିଲି ।

 

କିନ୍ତୁ କେଉଁ ପୁଣ୍ୟ ବଳରେ ଆପଣଙ୍କୁ ପାଇଛି । ସେଥିରେ ପୁଣି ମଝିରେ ଡରାନ୍ତି ଯେ ମୁଁ ଆସିବି ନାହିଁ, ମାନକରି ରହି ଯିବେନା ?

 

ସତରେ ରହିଯିବେ ! ଏତେବଡ଼ ଶାସ୍ତି ଦେବେ ମୋତେ ? ଆଉ କୌଣସି ଗୋଟାଏ ଶାସ୍ତି ଆପଣଙ୍କୁ ମିଳୁ ନାହିଁନା ?

 

ବରଂ ମାଡ଼ ସହିବି, କିନ୍ତୁ ତାହା କରନ୍ତୁ ନାହିଁ ।

 

Divorce କଲେ ମରିଯିବି ଯେ, ସ୍ୱାମୀ ପରିତ୍ୟକ୍ତାଠାରୁ ବଳି ଅଭିଶାପ ନାହିଁ । ଏଥିରେ ଖୁବ୍‌ ଅପମାନ ମିଳିବ ମୋତେ, କ’ଣ କରିବି, ଏତେ ବୁଝାଇବା ସତ୍ତ୍ୱେ ବି ଆପଣ ଲେଖନ୍ତି, ମୁଁ ଆପଣଙ୍କୁ ପ୍ରତାରଣା କରୁଛି, ଭୁଲାଉଛି, ଖସିଯିବି, ଠକୁଛି, ଏଇଆ ନା ? ତଥାପି ମୁଁ ଆପଣଙ୍କୁ ଚାହେଁ । ଯେତେ ରାଗନ୍ତୁ, ଗାଳି ଦିଅନ୍ତୁ । ଭୁଲ ବୁଝନ୍ତୁ, ପଛେକ ।

 

ପଚାରିଛନ୍ତି ରାଧା କାହାର ? ଏକମାତ୍ର ପ୍ରଶ୍ନ କର୍ତ୍ତାଙ୍କର । ଛାଡ଼ିଦେଲେ ମଧ୍ୟ ଭାବନ୍ତୁ ନାହିଁ ଯେ ରାଧା ଆଉ କାହାକୁ ବିଭା ହୋଇଯିବ । ଏପରିକି ଯଦି ଆପଣଙ୍କ ସହିତ ଶୋଇବାର ସୁଯୋଗ ଥରେ ହେଲେ ନପାଏ ତେବେ ମଧ୍ୟ ଆପଣଙ୍କୁ ଭାବି, ଭାବି, ମାନସିକ ସ୍ତରରେ ଭଲପାଇ ସାରା ଜୀବନ କଟାଇ ଦେଇ ପାରିବି । ପରୀକ୍ଷା କରିବେ କି ? କିନ୍ତୁ ମୋର ଲାଭ ହେବ ନାହିଁ । ଆପଣଙ୍କୁ ଏହା ଭଲ ଲାଗିବତ ! ଆପଣ ବଞ୍ଚି ଥାଉ ଥାଉ ମୁଁ ଯଦି ଭୋକିଲା ହୋଇ ରହିଯାଏ ତେବେ.....

 

ଆପଣ ଅନେକ ଥର କହିଲେଣି ଯେ ମୁଁ ମରିଯିବି । ପୁଣି ଏହାରି ମଧ୍ୟରେ, ତା’ପରେ ମୁଁ ଆପଣଙ୍କୁ ଜଳାଉଛି । ସିଗାରେଟ୍‍ ଛଡାଇ ମୁଁ ଆପଣଙ୍କୁ ପିଇଯାଉଛି । ସତରେ ମୁଁ କ’ଣ ଏତେ ପଥର ? ମୋଟେ ନୁହଁ । ରାଧା କେବେହେଲେ ପଥର ହୋଇ ନପାରେ । ସେ ନିଶ୍ଚୟ କୋମଳ, ଯେହେତୁ ମୋର ନାମ ସହ ହୃଦୟର ପୂରାପୂରି ସାମଞ୍ଜସ୍ୟ ରହିଛି । ଆଉ ଅଧିକ କ’ଣ ଲେଖିବି । ଆଉ କୌଣସିଦିନ ମରିବାର ନାମ ଉଠାଇବେ ନାହିଁ । ମୁଣ୍ଡଖରାପ କରିବେ ନାହିଁ । ସବୁବେଳେ ଭାବିଲେ ଯେ ରାଧା ଶରୀର ଦେଇ ପାରିନି କିମ୍ବା ସମସ୍ତ କର୍ତ୍ତବ୍ୟ କରି ପାରୁନାହିଁ । ତଥାପି ରାଧା ଆପଣଙ୍କର ।

 

ଏବେ ବିଶ୍ୱାସ କରିବେ ତ ? ନାଁ ଠିକ ବୋଲି କହିବେ କୁହନ୍ତୁ ? ହେଲେ ରାଧା ଜାଣେ, ଆପଣଙ୍କର ଅଧିକାର ନେଇ ମୁଁ ବଞ୍ଚୁଛି ତେଣୁ ରାଧା ଉପରେ କିଏ ଦାବି କରିପାରିବ ? ରାଧା କାହାର ପ୍ରେମିକା (also wife) ମୁଁ ଜାଣେ ଆପଣ ହିଁ ଏ ସବୁର ଉତ୍ତର ଦେଇ ପାରିବେ ।

 

ହେଲେ ଆପଣ ବଡ଼ ଅବୁଝା, ଯେତେ ବୁଝାଇଲେ କେବଳ ସେହି କଥା । ମୁଁ କ’ଣ ଚାହେଁନି ଲେଖିବାକୁ ? ନିଶ୍ଚୟ ଚାହେ ଏହାର ପ୍ରମାଣ ଆପଣ ଗତ ଚିଠି ଗୁଡ଼ିକରୁ ଜାଣିଥିବେ । ଏହା ଅବଶ୍ୟ ସତଯେ ଆଜି ଲେଖି ପାରିଲିନାହିଁ ଆପଣ ଭାବୁଥିବେ ମୁଁ ଅବହେଳା କରି ଲେଖୁ ନାହିଁ ବୋଲି ମୋଟେ ନୁହଁ । ଏପରି ଯଦି ଭୁଲ ଭାବିଥିଲେ ଦୟାକରି ସମବେଦନା ସହ ତାହା ଆପଣଙ୍କ ମନରୁ କାଢ଼ି ନେବେ ।

 

ତା’ପରେ ଆପଣ ମୋ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ବ୍ୟସ୍ତ, କିନ୍ତୁ ଆପଣ ଯେ ରୁଗ୍‌ଣ; ମୁଁ ଚାହୁଁଛି ଆପଣ ଶକ୍ତିଶାଳୀ ହୁଅନ୍ତୁ, ସୁନ୍ଦର ହୁଅନ୍ତୁ ଆପଣ ବଳଶାଳୀ ହୁଅନ୍ତୁ । ଯାହାଦ୍ୱାରା କି ମୋର କିଛି ଲାଭ ହୁଅନ୍ତା

 

ହସୁଛନ୍ତି ନା ? ହସିବେତ ନିଶ୍ଚୟ । କାରଣଟା ମୋତେ ଯେମିତି ଜଣା ଆପଣଙ୍କୁ ମଧ୍ୟ ସେମିତି ।

 

ପୁଣି ଆଜି ଆପଣ କ’ଣ କରୁଥିଲେ ? ଆସିବେ ନାହିଁନା ? ତେବେ କଷୁରଟା କ’ଣ ଜଣାଇ ମୋତେ ଖୁସି କରାଇବେ ତ ? ଆଉ କହିବେ ମୋର ପ୍ରେମର ପରିଣାମ ସତରେ ଏତେ ତଳେ, ଏତେ ନିମ୍ନରେ !! କାରଣ ମୁଁ ଆପଣଙ୍କର ବିବାହିତା ନୁହେଁ ପ୍ରେମିକା ଏୟା ତ ! ଆପଣ ତାହାହେଲେ ଚାହୁଁଛନ୍ତି ଯେ ମୁଁ କାହାରିକୁ ଝୁରି ଝୁରି ଉପେକ୍ଷା କରି କରି ମୋର ଯୌବନକୁ ବିତାଇଦିଏ ଆପଣ କ’ଣ ଏମିତି ଜାଣିପାରୁ ନାହାନ୍ତି ଯେ ଆପଣ ଖୁସିରେ ବିଦାୟ ନେଲେ ମୁ ଆନନ୍ଦ ହେବି । ଆଉ ଆପଣ ଦୁଃଖରେ ଫେରିଗଲେ ମୁଁ ନିରାନନ୍ଦରେ ଛଟପଟ ହେଉଥିବି । ପୁଣି ଥରେ ଆଖି ଦେଖିଲା ଯାଏ । ତେବେ କୁହନ୍ତୁ ଆପଣ କାହିଁକି ଟିକିଏ ଟିକିଏ କଥାରେ ରାଗୁଛନ୍ତି । କିନ୍ତୁ ମୁଁ ପରାଧୀନ ବୋଲି ଜାଣନ୍ତି ତ ନଚେତ୍‌ କେଉଁ ଝିଅ ତା’ର ଯୌବନ ପସରାକୁ ଏଣେତେଣେ ଫିଙ୍ଗି ଦେବ ଏବଂ ଦୁଃଖରେ ଶଢ଼ିବ । ସୁଖ ଚାହିଁବ ନାହିଁ ।

 

ମୁଁ ହତଭାଗିନୀ ସେ ପାଇଁ ମୋ ଜୀବନରେ ସୁଖ ନାହିଁ । ବିଶେଷ କରି ସ୍ୱାମୀ ଓ ପ୍ରେମିକ ସୁଖ ପାଇଁ ମୁଁ ଯେତେ ବ୍ୟାକୁଳ ମୋ ସ୍ୱାମୀ ମୋ ପ୍ରେମିକ ସେତେ ପରିମାଣରେ କନ୍ଦାଇବାକୁ ଚେଷ୍ଟିତ । ଭାବୁଛି ସେହି ସୁଖଟା କିପରି ପାଇବି ଏବଂ କେବେ ? ସ୍ୱାମୀ ସୁଖ ତ ଦୂରର କଥା, ଶୁଣିବାକୁ ପାଉଛି ଆପଣ ଆଉ ଆସିବେ ନାହିଁ ।

 

ରାଧା ପାଖକୁ ଆସିବେ ନାହିଁ ତ ? ତେବେ କାହା ପାଖକୁ ଯିବେ ଶୁଣେ.... ? ଅବଶ୍ୟ ରାଧା ଆପଣଙ୍କୁ ସୁଖ ଅଜାଡ଼ି ଦେଉ ନାହିଁ । କେମିତି ଅଜାଡ଼ିବି କୁହନ୍ତୁ ପାଖରେ ବସିଲା ବେଳକୁତ କେହିନା କେହି ଆସି ଉପସ୍ଥିତ ହେଉଛନ୍ତି ଆଉ ବାକି କଥାତ..... ? କିପରି ହେବ ?

 

ସତରେ କ’ଣ ଆମେ କିଛିଟାଏ କରିପାରିବା ନାହିଁ ଠାକୁରେ କ’ଣ ସତକୁ ସେହି ପଥର ହୋଇ ରହିଯିବେ । ପ୍ରଣୟର ପ୍ରଥମ ଅଙ୍କରେ ଯେ ଆମେ ବୈରାଗ୍ୟତାକୁ ଉପେକ୍ଷା କରିବାକୁ ଯାଉଛନ୍ତି କାହିଁକି ? କ’ଣ ଏମିତି ଅପରାଧ କରିଥିଲେ ଆମେ ।

 

ଆପଣଙ୍କୁ ସାକ୍ଷାତରେ ପାଇ ମଧ୍ୟ ସାମାନ୍ୟ ସ୍ପର୍ଶ କରିବାର ଅଧିକାର ମୋତେ ମିଳୁନାହିଁ ରାସ୍ତାଘାଟରେ ଚୁମ୍ବନ ଓ ଆଲିଙ୍ଗନ ହୋଇପାରିବନି କେମିତି ବଞ୍ଚିବି ଆପଣଙ୍କ ବିନା ? କାହିଁକି ଏତେ ପାଖକୁ ଗଲି ? କାହିଁକି ଆପଣ ମୋ ପାଖକୁ ଲାଗି ଆସିଲେ ? ଏବେ ମୋ ଭିତରେ ଯେଉଁ sholay ଜଳୁଛି ତାହାକୁ ଆପଣ ହିଁ ଲିଭାଇ ଦେଇ ପାରିବେ କ’ଣ ଏତିକିଟା ସାହାଯ୍ୟ କରିବେ ନାହିଁ ବାସ୍ତବିକ ପ୍ରେମ ଯେ ଏତେ କଠିନ ତାହା ଆଜି ମୁଁ ଜାଣୁଛି ଆପଣ ଯେବେ ମୋ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ, ତେବେ ମୋତେ କ’ଣ ସୁଖ ଦେଇ ପାରିବେ ନାହିଁ । ମୋତେ ତୁଚ୍ଛ କରି କରି ଚାଲିଯିବେ ଭାଙ୍ଗିଦେବେ ମୋର ଗଠିତ ଯୌବନର ଦେବତା ମନ୍ଦିର ।

 

ସୁଖର ଅର୍ଥ କ’ଣ ଦୂରେଇ ଯିବା ? ଦୂରରୁ ଦେଖିବା ? ରାସ୍ତାରେ ଦେଖିବା ।

 

ଆପଣ ମୋର ସ୍ୱାମୀ ପ୍ରେମିକା, ଦେବତା, ଯାହା ହୁଅନ୍ତୁ, ମୋର କିନ୍ତୁ ଗୋଟିଏ କଥା ମୁଁ ଆପଣଙ୍କର.... ଆଖି ପୋଡ଼ୁଥିଲେ ବି ନିଦ ଆସୁଥିଲେ ବି, ଲେଖିବା ପାଇଁକି ଭାରି ଇଚ୍ଛା, ଅନେକ ଉତ୍‌କଣ୍ଠା ।

 

ପରିବାର କାର୍ଯରେ ବ୍ୟସ୍ତ ରହି ଶରୀର କ୍ଳାନ୍ତ, ମନ ଅସୁସ୍ଥ ପ୍ରାଣ ବେଦନାରେ ଉଦ୍‌ଭଟ୍ଟ କିନ୍ତୁ ପଚାରେ କିଏ ? ଜାଣୁଛି କିଏ ? ଶୁଣିଲା ବାଲା କେଇଜଣ ?

 

ଏଇ ଏମିତି ଛୋଟିଆ ଛୋଟିଆ କଥାରେ ଦୂରେଇ ଯିବା ? ଚଳିବ କିପରି । ବଞ୍ଚିବି କିପରି ? ରହିବି କେମିତି । ଏଇଥିପାଇଁ ମୋତେ ଭଲପାଇ ଥିଲେନା, କହୁଥିଲେନା ମୋପାଇଁ ଆପଣ ଚୁଡ଼ି କିଣିବେ ? କଳା ବିନ୍ଦି ମୋ ମଥାକୁ ସୁନ୍ଦର ମାନେନା ବୋଲି ମୋତେ ନାଲି ବିନ୍ଦିଆ ପିନ୍ଧିବାକୁ ।

 

ଏବେ ଜାଣୁଛି ଆମ ପ୍ରେମର ଶରୀର ଏବଂ ତା’ ସ୍ୱାଦର ମୂଲ୍ୟ ଖୁବ୍‌ କମ୍‌, କାରଣ ବନ୍ଧା, ଆପଣ ସଂସାରୀ ।

 

ତେବେ କୁହନ୍ତୁତ । ମୋତେ ଏକା ନଛାଡ଼ି ଷ୍ଟେସନରୁ କାହିଁକି ମୋ ସାଥିରେ ଗୋଡ଼ାଇ ଆସୁଥିଲେ ଅବଶ୍ୟ ଆଉ ସମ୍ଭବ ନାହିଁ, କାରଣ ଥରେ ଆଶା କଲା ମାତ୍ରେ ମୋର ସେହି ଆଶା ବଢ଼ିଚାଲେ, ନୈରାଶ୍ୟ ସୃଷ୍ଟି ହେଲେ ହେବ ମୋର ସର୍ବନାଶ । ତେଣୁ ଏତେ କଥା କାହିଁକି ?

 

ବରଂ ଆମେ ବଞ୍ଚିବା ଏକାହୋଇ । ମରିବା ମଧ୍ୟ ଏକା ସାଥିରେ । ଆପଣଙ୍କ କୋଳରେ ରାଧା ଆଉ ରାଧା କୋଳରେ ଆପଣ, ଏବେଳେ ଯେଉଁମାନେ ଆମ ପଥର କଣ୍ଟକ ହେବେ ସେତେବେଳେ ସେହିମାନେ ହିଁ ବୁଝିବେ ଏ ରାଧା କିଏ ଆଉ ସାଥିରେ..... ସେ ବି କାହାର-!

 

ବାରମ୍ବାର ଶୁଣୁଛି ଆପଣଙ୍କ ଛାତି ଦରଜ, ଘରେ ଅଶାନ୍ତି ମୋ ପାଖରେ ମଧ୍ୟ ସିମିତି । ତେବେ କୁହନ୍ତୁ ଦେଖି.... ମୁଁ ଆପଣଙ୍କର କ’ଣ କରି ପାରିବି, ଆପଣଙ୍କର ସିଦ୍ଧାନ୍ତ ଭାବେ ହୋଟେଲରେ ଖାଇ ନେଲେ କ’ଣ କିଛିଟା ଅସୁବିଧା ହେବ । ବାରମ୍ବାର ମନାକଲା ପରେ ଆପଣ ପୁଣି ସିଗାରେଟ ଖାଉଛନ୍ତି କ’ଣ ମୋତେ ମଥା ପିଟି ମରିବାକୁ କହୁଛନ୍ତି ? ନିଶ୍ଚୟ ଭାତ ଖାଇବେ ହୋଟେଲରେ କିମ୍ବା ରାଧାଘରେ । ରାଧାଘରେ ଖାଇବେତ ? ରବିବାର ଦିନ ଆସିବେ ବୋଲି ଅନୁରୋଧ ନିଶ୍ଚୟ ଆସିବେ, ରାଧା ରୋଷାଇ କରି ଚାହିଁଥିବ ।

 

ଏ କଥାରେ ଆପଣ ହସୁଛନ୍ତିନା ? କାରଣ ଭୋକିଲା ଲୋକକୁ ତିନି ଚାରିଦିନ ପରେ ଖାଇବାକୁ ଦିଆଯାଏ ନାହିଁ । ଆସିବେ ତ, ମୋ ରାଣ ଭୁଲିଯିବେ ନାହିଁ ।

 

ବାରମ୍ବାର ସେହି ଛାତିକଥା ମନେପଡ଼ୁଛି । ବର୍ତ୍ତମାନ କିପରି ଅଛି ଲେଖିବେ, ଭଲ ଥିଲେ ମୁଁ ଖୁସିହେବି ।

 

ତା’ଛଡ଼ା ଶରୀର ପ୍ରତି ମୋଟେ ଯତ୍ନ ନେଉନାହାନ୍ତି କାହିଁକି ଜାଣନ୍ତିନା ମୋର ଅମଙ୍ଗଳ ହେବ ବୋଲି ଆପଣ ମୋର ନିଜର ହେବାର ଗୋଟିଏ ମାସ ମଧ୍ୟ ହୋଇ ନାହିଁ, ଏଇ ଗୋଟିଏ ମାସ ମଧ୍ୟରେ କହି ପାରନ୍ତିତ କଣନାଁ ମୋତେ ଛାଡ଼ି ଚାଲିଯିବେ’ ଏତେଶୀଘ୍ର ! ଦାମ୍ପତ୍ୟ ଜୀବନରେ ଆପଣ ମୋତେ କ’ଣ ଦେଇ ଚାଲିଯିବେ ବୋଲି ଭାବୁଛନ୍ତି । ଭାବନ୍ତୁ ଥରେ ମୋର ଜୀବନ କ’ଣ ହୋଇପାରେ ।

 

ଆପଣ ଚାଲିଗଲେ ମୁଁ କ’ଣ କରିବି । କାହାପାଇଁ ରହିବି । ଆପଣଙ୍କ ବିନା ରାଧା ବଞ୍ଚି ରହିବାର ମୂଲ୍ୟ ତେବେ କ’ଣ ?

 

ବାରମ୍ବାର ସୁଚାଇ ଦେଉଛି ହୋଟେଲରେ ଖାଇବେ । ଜଣେ ଧର୍ମ ପତ୍ନୀ ଥାଇ ସେ ଯଦି ଆପଣଙ୍କର ସେବା ନକରି ପାରୁଛି ତେବେ କୁହନ୍ତୁ ତ ଦେଖି ମୁଣ୍ଡ ଆପଣଙ୍କର କେଉଁ ପରି କରିପାରିବି ବାଟ ବତାନ୍ତୁନା ଜାଣିବି ଆପଣ ମୋତେ ଭଲ ପାଇଛନ୍ତି । ନହେଲେ ମୁଁ ହୃଦୟ ଧରି ରହିପାରୁ ନାହିଁ ।

 

ପୁଣି ଭାବୁଛ ମୁଁ ବଡ଼ ଅବିବେକୀ ! ତେବେ..... ?

 

X X X

 

–ଚାରି–

 

ହଁ ଏ ଅବିବେକୀକୁ ଆପଣ ପ୍ରେମ କଲେ କିପରି ? ଆଉ ଆପଣ ଯଦି ମୁଁ ଆପଣଙ୍କୁ ନିଶ୍ଚିତ ଭାବରେ ସବୁଦିନ ପାଇଁ ପାଇବି ତେବେ ଜାଣିବ ରାଧା ଜିତିଛି ଥାଉ ରାଧା ପାଇଛି ତା’ ଜୀବନର ସେହି ପରମ ଆରାଧ୍ୟା, ନିତି ଖୋଜା ମଣିଷ । ସେ ମଣିଷ ଖୁବ୍‌ ପବିତ୍ର । ସେ ମଣିଷ କେବଳ ହିଁ ଠାକୁର । ସେ ମୋ ମନ ଚିହ୍ନେ ହୃଦୟ ବୁଝେ, ଖାଇ ନଥିଲେ ଖୋଇଦିଏ ରାଗି ଥିଲେ ମୋ ମନରେ ହସଭରେ ।

 

ସେ କୁହୁକ ଜାଣେ, ସେ କିମିଆଁ ଜାଣେ,

 

ସେ ବଡ଼ ଲୋକ ନୁହେଁ ଧନୀ ନୁହଁ ବରଂ ଗରିବ । ତା’ର କବି ପ୍ରାଣ ଆଜି ମୋ ମନରେ ଗୁଞ୍ଜରା ଏ କେବଳ ସଙ୍ଗୀତର ଲହରୀ ।

 

ସଙ୍ଗୀତ ଶୁଣିବ ରାଧା ଢେଉ ଭାଙ୍ଗିବେ ସେ କବି ।

 

ଜାଣୁଛନ୍ତିନା ମୁଁ କେତେ ଉତ୍ତେଜିତ ମୁଁ କେତେ ଆପଣଙ୍କ ହୃଦୟ ପାଇଁ ମର୍ମାହିତ ଏଥିରେ ପୁଣି.....

 

ମୁଁ ଆପଣଙ୍କୁ ଦେଖାଇ ଦୂରେଇ ଦେଉନାହିଁ ବରଂ ପରିସ୍ଥିତି ଆମର ବାଧକ । ଆମକୁ ମିଶାଇ ଦେଉନାହିଁ, ଆମକୁ ନିଜର ହେବାକୁ ଦେଉନାହିଁ ।

 

ମୁଁ ବଡ଼ ଦୁଃଖିତ । ଆପଣ କେତେ ଦିନଯାଏ ଏମିତି ଲୁଚି ଲୁଚି; ମୋ ଘରେ ପଶୁଥିବ, ଆପଣଙ୍କର ଯଶକୀର୍ତ୍ତି ଓଡ଼ିଶାରେ ଚହଳ ପକାଇଲାବେଳେ ଆପଣ ପୁଣି ମୋ ପାଇଁ ଚୋର; କ’ଣ କରିବି କେଉଁ ପଥଦେଇ ଆପଣଙ୍କୁ ପାଇବି କ’ଣ କଲେ ଆପଣ ମୋର ହୋଇ ପାରିବେ ।

 

ଲେଖିଛନ୍ତି ଦାନ୍ତରେ କାମୁଡ଼ି କାମୁଡ଼ି ମୋତେ ଦାଣ୍ଡରେ ହନ୍ତସନ୍ତ କରିବେ । ଦାଣ୍ଡରେ ମୋତେ ଦୋଚାରୁଣୀ କରିବେ । ଏୟା ନା; ଯା କରିବା କଥା କରନ୍ତୁ ଆପତ୍ତି ନାହିଁ ଯେହେତୁ ମୁଁ ଆପଣଙ୍କୁ ମୋଇ ସାରା ଶରୀରଟା ଦେଇ ସାରନ୍ତି ମୋର ନିଜର ବୋଲି ତ ଆଉ କିଛି ନାହିଁ ତାହାର ନିଶ୍ଚୟ ଆପଣଙ୍କର । ତେବେ ଜୋରରେ ନ କାମୁଡ଼ିବାକୁ ଶତ ଅନୁରୋଧ; ଏବେ ଯାହା ସବୁ ଲେଖିଛନ୍ତି ସେ ସବୁରେ ମଧ୍ୟ ମୁଁ ଏକମତ । ତେବେ ସୁଯୋଗ କାହିଁ, ଆପଣ ବନ୍ଧା ବୋଲିଯେ ମୁଁ ସଂକୋଚ ଓ ଭୟଭୀତ ତାହା ନୁହେଁ ଏଭଳି ଭାବନା ଥିଲେ ପ୍ରେମ କାଦୁଅରେ ଗୋଡ଼ ପୁରାଇଲେ କାହିଁକି ? ତା’ଛଡ଼ା ମୋତେ ମଧ୍ୟ ଆପଣ ମନର ପ୍ରତ୍ୟେକ କଥାକୁ ଘୋରି ବାଟି ଭରି ଦେଲେ କାହିଁକି ?

 

ସତ କହୁଛି, ଆପଣଙ୍କ ଚରଣ ଛୁଇଁ ଶପଥ କରୁଛି ମୋତେ ଆଦୌ ଏକାନ୍ତ ସମୟ ମିଳେନା, ଯାହାଦ୍ୱାରା କି ନିର୍ଭୟ ହୋଇ ବସିଛି ଶୋଇବି ଚୁମ୍ବନ ଦେବି, ଆଲିଙ୍ଗନ କରିବି । ବାସ୍‌ ସେତିକି । ? ନା ଆଉ କିଛି ? ରାଗିଗଲେନା ? ବଦ୍‍ରାଗୀ ଲୋକ ତ, ଆପଣ ଯେଭଳି ଡାହାଣ ମୁଁ ମଧ୍ୟ ସେହିଭଳି । ମାତ୍ର ସୀମିତ ଏବଂ ଧୀର ଭାବରେ ପ୍ରଚାରିଛନ୍ତି ଫ୍ରି ଭାବରେ ପାଇବେ, ନାଁ ଏହାର ଉତ୍ତର ଦେବ କିଏ ? ଆପଣ ନାଁ ମୁଁ

 

ଜାଣନ୍ତିନା ମୁଁ ଝିଅ ମୋର ହୃଦୟ ସରଳ ବୋଲି ଆପଣ ସବୁନାଟ କଲେ । ଏହାର ସମାଧାନ ପୁଣି ମୁଁ କରିବି ।

 

ମୁଁ ପାରିବି ନାହିଁ । ଫ୍ରି ଭାବରେ ପାଇବାକୁ ହେଲେ ଆପଣ ହକ୍‍ଦାର ପାଇବେ ନାହିଁ କି-? ନିଶ୍ଚୟ ପାଇବେ । ଜୀବନ ବିନିମୟରେ ମୁଁ ମଧ୍ୟ ଜୀବନ ଦେବି କିନ୍ତୁ କଥା ହେଉଛି ଯେ ସମୟକୁ ନିର୍ଜନତାକୁ ଅପେକ୍ଷା କରିବାକୁ ହେବ ବା ସୃଷ୍ଟି କରିବାକୁ ହେବ ।’

 

ଆପଣ ନିଜକୁ ଶୋଚନାରେ ବୁଡ଼ାଇ ଦେଉଛନ୍ତି ଆଉ ମୁଁ ?

 

ମୁଁ କ’ଣ ଆପଣଙ୍କ କଥା ଭାବେ ନା ? ମୁଁ ଆଉ କାହାରି କଥା ଭାବୁଥିବ, ନୁହେଁ ଆଚ୍ଛା, ଦୁଃଖ ଲେଖିଲେ ମଣିଷ ପୁଣି ଆନନ୍ଦ ପାଏ ।

 

ଖୁସି ହୁଏ ଆନନ୍ଦରେ ବୁଡ଼ି ରହେ । କାହିଁ ନାହିଁ ତ ? ତେବେ ମୁଁ ଆପଣଙ୍କ ଦୁଃଖ ପଡ଼ିଲେ ଖୁସି ହେବି କିପରି ? ପୁଣି ଆପଣଙ୍କର ମାନେ ମୋର ମଧ୍ୟ ।

 

ଆଗରୁ ଲେଖିଛି ପ୍ରେମିକା କ’ଣ କେବଳ ସୁଖର ସାଥି ବୁଝେନି ତା’ର ଦୁଃଖ । ତା’ପରେ ପ୍ରେମିକା କ’ଣ ସ୍ତ୍ରୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପ୍ରେମିକା ଭିତରେ ହିଁ ସ୍ତ୍ରୀର ରୂପ ଲୁଚି ରହିଛି, ଠିକ୍‌ କି ଭୁଲ ? ଆପଣଙ୍କର କୌଣସି କଥାରେ ମୁଁ ଆଜିଯାଏ । ଚିଡ଼ିନାହିଁ ଈଶ୍ୱର କରନ୍ତୁ ଯେ ମୁଁ କେବେହେଲେ ନ ଚିଡ଼େ, ନ ରାଗେ ନୁହେଁ । ତିନିଦିନ ହେଲା ଖାଇ ନାହାନ୍ତି ତେଣୁ ମୁଁ ନିଶ୍ଚୟ ଗଭୀର ଭାବେ ଦୁଃଖିତା, ମାତ୍ର ନିରୁପାୟା ହାତ ଧରି ଟାଣି ଆଣି ଖୁଆଇ ବାର ଭାଗ୍ୟ କିମ୍ବା ସୁବିଧା ମୋର ନାହିଁ । ଯେହେତୁ ମୁଁ ହାତଧରି ସ୍ତ୍ରୀ ନୁହଁ । ବରଂ ରାଧା, କହିବେ ମୁଁ ଆପଣଙ୍କ ପାଇଁ କ’ଣ କରିପାରିବି ।

 

କୁହନ୍ତି ଓ ଲେଖୁଛନ୍ତି, ସତରେ କ’ଣ ମୋର ହୃଦୟ ନାହିଁ, ପ୍ରକୃତରେ କ’ଣ ମୁଁ ହୃଦୟ ହୀନା କିଏ କହୁଛି । ଆପଣ ନା ଅନ୍ୟ କେହି, ଅନ୍ୟ କହିଲେ ଦୁଃଖ ନାହିଁ କିନ୍ତୁ ଆପଣ କହିଲେ ନିଶ୍ଚୟ ଦୁଃଖ କରିବି । ତା’ପରେ ପ୍ରଶ୍ନ ହୃଦୟ ଆଉ କାହାକୁ ଦେଇ ପକାଇଲି ? କ’ଣ ଭାବୁଛନ୍ତି ଯେ ଆଉ କାହାକୁ...... ଏଗୁଡ଼ା ଦେଇ ପକାଇଲି ? ଦେଲାବେଳେ ଆପଣ ଜାଣିଲେ ନାହିଁ, ମୋତେ ମନାକଲେନି ଦେବାକୁ !

 

ଆପଣ ବଡ଼ ବୁଡ଼ବକ । ଜାଣି ଜାଣି ଆପଣ ମୋତେ ପରକୁ ଦେଲେ କିପରି ? ଆପଣ ତାହାହେଲେ ମୋ ହୃଦୟକୁ ଆଜିପର୍ଯ୍ୟନ୍ତ ଗ୍ରହଣକରି ନଥିଲେ । ତେବେ ମୋର କେଉଁ ଜିନିଷଟାକୁ ଗ୍ରହଣ କରିଥିଲେ ଶୁଣେ, ମା’ଙ୍କୁ ଡରିବିନାହିଁତ ଆଉ କାହାକୁ ଡରିବି । ଜାଣନ୍ତିନା ସମାଜ ବନ୍ଧନ ଅଛି ବୋଲି । ଶେଷରେ କେବଳ ମୋତେ ପଛେଇ ପଛେଇ ରହିବାକୁ ହୁଏ । ତା’ଛଡ଼ା ଆପଣ ବିବାହ ବନ୍ଧନରେ ସ୍ୱୀକୃତି ଦେଇ ପାରିବେ ନାହିଁ ତ ? ତେଣୁ ଦୁନିଆଁ ଯାହାଟା ଆମକୁ ଚାହିଁ କହିବ ଆମେ ତାହା ଦେଖି ଶୁଣି ଧୈର୍ଯ୍ୟଧରି ରହି ପାରିବାତ ?

 

ଏବେ ଆପଣଙ୍କ ମତି ଗତି ବଦଳି ଯାଇଛି; ଯେହେତୁ ଆପଣଙ୍କ ମତରେ କୁହନ୍ତି, ଆମେ ଯାହାଟା କରିବା ସେଥିରେ ଲୋକେ ଏକମତି ନହେଲେ ନାହିଁ । ଦୁନିଆଁ କିଛି ନକହିଲା ନାହିଁ, ମୋତେ ନେଇ ସ୍କୁଲରେ, ବାଟରେ ଘାଟରେ ଲୋକେ ସମାଲୋଚନା କରନ୍ତୁ । ବିଦ୍ରୁପ କରନ୍ତୁ-। ଯଦି ଏହା ନଚାହୁଁଛନ୍ତି ତେବେ ମୋତେ ଏତେ ଲାଞ୍ଛନା ଦିଅନ୍ତି କାହିଁକି ।

 

ଆପଣ ମୋର ଏକମାତ୍ର ନିଜର । ମୋତେ ମଣିଷ ପରି ମଣିଷକରି ଗଢ଼ିବାକୁ ଇଚ୍ଛା କରି ମୋ ପାଖକୁ ଧାଇଁଛନ୍ତି ।

 

ତେବେ ଆପଣ ମୋତେ ବିଶ୍ୱାସଘାତିକା ବୋଲି ଭାବନ୍ତୁ ନାହିଁ । ଆପଣଙ୍କ ଜିନିଷ ବିନା ମୁଁ କୌଣସି ଦିନ କାହାରି ଦାନକୁ ହାତ ପାତି ଗ୍ରହଣ କରିନାହିଁ । ଯେଉଁମାନଙ୍କଠାରୁ ଗ୍ରହଣ କରିଥାଏ କେବଳ ମାନବିକତା ଦୃଷ୍ଟିରୁ, କିନ୍ତୁ ପ୍ରତିଦାନରେ ତ ସାରୁଟାଏ ବି ଦେବାକୁ ମୋର ଇଚ୍ଛା ହୁଏନା । ବରଂ ଆପଣଙ୍କୁ ଦେଇଛି, ମୋ ଜୀବନରୁ ସବୁଠାରୁ ଯାହା ଅମୂଲ୍ୟ । କାରଣ ଆପଣ ମୋର ପ୍ରେମିକ ଏବଂ ସ୍ୱାମୀ ।

 

ମୁଁ ଆଉ କାହାରିକୁ ଭଲପାଏନି ଦରକାର ହେଉଛିତ ଆପଣ ମୋର ହୃଦୟକୁ ଚିରି ଦେଖନ୍ତୁନା । ପ୍ରଥମ ଯାହାକୁ ପୁଷ୍ପରାଧା ପ୍ରେମକରି ଶିଖିଲା, ହୃଦୟ ଦେଇ ଶିଖିଲା, ଚୁମ୍ବନ ଦେଇ ପାରିଲା, ଗଭୀର ଆଲିଙ୍ଗନ ପାଇଁ କ୍ଷୁଧାର୍ଥୀ ହୋଇ ପାରିଲା । ଆପଣ ପୁଣି ଏହା କହି ପାରନ୍ତି ଯେ ଅନ୍ୟମାନେ ମୋର ଏତେ ନିଜର, ଏତେ ପାଖର ପ୍ରେମିକ ଇତ୍ୟାଦି ଇତ୍ୟାଦି ।

 

କିନ୍ତୁ ଏ ପାଷାଣୀ ନୁହଁ ସ୍ୱାମୀ । କାହାରି ଚିଠି ପଢ଼ିଲେ ମୋ ମନରୁ କାଣିଚାଏ ମଧ୍ୟ ଢଳି ପଡ଼ିବ ନାହିଁ । ଏପରିକି କେତେ ପ୍ରେମ ପତ୍ର ପଢ଼ିଲେ ମଧ୍ୟ ମୁଁ ହସରେ ଉଡ଼ାଇ ଦେଇ ପାରିବି-। ସେମିତି ମହାଶକ୍ତି ମୋର ଅଛି । ଆଦୌ ଭାବପ୍ରବଣ ବା ଭାବବିହ୍ୱଳ ନୁହେଁ । ମୁଁ ଘରର ଗୁରୁଦାୟିତ୍ୱରେ ବନ୍ଧା । ପ୍ରେମ କ’ଣ ଜାଣି ନଥିଲି । ଆପଣ ଲେଖକ ଆଉ ଚିତ୍ରଶିଳ୍ପୀ, ତେଣୁ ଭାବୁକ । ଆପଣ ସବୁ ଭାବନ୍ତି, କିନ୍ତୁ ମୋତେ ଯେ ତେଲ ଲୁଣର ଚିନ୍ତା ଘାରୁଛି ।

 

କିନ୍ତୁ ଶେଷରେ ପଦେ ଲେଖୁଛି ଯେ ହିନ୍ଦୁ ନାରୀର ଦେବତା ମନ୍ଦିରରେ ରୁହନ୍ତି ନାହିଁ । ତାଙ୍କର ସ୍ୱାମୀ My life….

 

ଯାହା ଲେଖିଲେ ମଧ୍ୟ ଦୋଷ । ପଚାରିଲେ ସଧ୍ୟ ଦୋଷ–ଯାହା କହିଲେ ମଧ୍ୟ ଦୋଷ । କଲେ ମଧ୍ୟ ଦୋଷ । ତେବେ କ’ଣଟା କରିବି ଏବଂ କ’ଣଟା ନକରିବି–ଶ୍ରାଦ୍ଧ ବିଷୟରେ ଏପରି ଅଶୁଭ କଥା ଲେଖିଲେ କାହିଁକି ଓ କିପରି । ରାଧା ନିଶ୍ଚୟ ଆପଣଙ୍କୁ ଗନ୍ଧାଇଲାଣି ହେହଭଲ ନଥିବାର ଆଜି ଚତୁର୍ଥ ଦିନ । କିନ୍ତୁ ଆପଣ ଆସୁନାହାନ୍ତି ଆସିବେ କାହିଁକି ? ତେଣୁ ଭାବି ଭାବି, ଖୋଜି ଖୋଜି ଅଥୟ ହୋଇପଡ଼ିବ ସିନା । କିନ୍ତୁ କେବେ ମନଭରି ଆପଣଙ୍କୁ ପାଇ ପାରିବି ନାହିଁ । ପୂର୍ବଜନ୍ମର କୌଣସି ପାପହେତୁ ମୋତେ ଅଭିଶପ୍ତ ଜୀବନ ବିତାଇବାକୁ ହେବ । କୁହନ୍ତି ଯେ ରାଧାକୁ ମୁଁ ପାଇ ପାରିବି ନାହିଁ । ପୁଣି ରାଧା କହୁଛି କି ସେ ବି ମଧ୍ୟ ଭକ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରୁ ନାହିଁ । ଉଭୟଟା ହିଁ ଠିକ୍‌ ।

 

ସତରେ କ’ଣ ଆମେ ଏକାଠି ରହିପାରିବୁ ନାହିଁ । ସତରେ କ’ଣ ରାଧା କାହାକୁ ସ୍ତ୍ରୀର ସୁଖ ଦେଇ ପାରିବେ ନାହିଁ । ସତେ କ’ଣ ମୋତେ ସ୍ୱାମୀ ସୁଖରୁ ବଞ୍ଚିତା ହେବାକୁ ହେବ । ତା’ପରେ.... ଏମିତି ପତ୍ର ଲେଖି ଲେଖି ତା’ରି ଆଦାନ ପ୍ରଦାନରେ ଜୀବନ ଓ ଯୌବନକୁ ବିତାଇ ଦେବା ।

 

ସତରେ ଭଗବାନ ଶିବ । ଆପଣଙ୍କର କେଡ଼େ ନିଷ୍ଠୁର । ଏତେ ଗୁହାରୀ ପରେ ବି ସେ ଶୁଣନ୍ତି ନାହିଁ । ନହେଲେ ସେ ଆମକୁ ଏକାଠି ଶୋଇବାକୁ ବୁଲିବାକୁ, ହସିବାକୁ, ଖାଇବାକୁ ସମୟ ଓ ସୁବିଧା ଦିଅନ୍ତି ନାହିଁ କାହିଁକି ?

 

ମୋତେ ଦେଖିବାକୁ ମୋ ସାଥିରେ ଗପିବାକୁ, ଆପଣ ସଦାସର୍ବଦା ବ୍ୟାକୁଳ । ମୁଁ ମଧ୍ୟ ଠିକ୍‌ ଏହାହିଁ ଅନୁଭବ କରେ । ତା’ପରେ ଆପଣଙ୍କୁ ଦେଖିଲା ପରେ ମନ ଅତି ଆନନ୍ଦରେ ନାଚିଉଠେ । ହେଇ... ଲଜ୍ଜା କଥା ଅବଶ୍ୟ ଲେଖିଲି । ଲେଖକ ତଥା କବିମାନେ ଖୁବ୍‌ ସୁନ୍ଦର ଚୁମ୍ବନ ଦେଇ ପାରନ୍ତିନା । ଠିକ୍‌ ବୁଝିପାରିଲି ଏଥର । ସେଇଥିପାଇଁ ଆପଣଙ୍କର ସାନିଧ୍ୟ ଲୋଭରେ ମୁଁ ଆଜି ପାଗଳିନୀ ହୋଇଯାଉଛି ।

 

ପୁଣି ଏ କ’ଣ; ମୋତେ ପାଗଳିନୀ କରି ଦେଲା ପରେ ଏକଥା ମନେପଡ଼ୁଛି ତ । ଠିକ୍‌ ଆଗ ପରି ଆପଣ ଚିଠି ଲେଖିଥିବେ । ଯେହେତୁ କାଲି ଶୁଷ୍କ ଓ ନିରାଶ ହୃଦୟ ନେଇ ଫେରି ଯାଇଥିଲେ । ଗୋଟିଏ ନରାଟ ସତ୍ୟ କଥା ଲେଖିଚି । ଆଶା ମୋତେ ବିଶ୍ୱାସ କରିବାକୁ ପ୍ରୟାସ କରିବେ । ଯେହେତୁ ମୁଁ ଗତରାତ୍ରୀରେ ଆପଣଙ୍କୁ ଖୁବ୍‌ ତିନି ଭାବରେ ଭାବି ଶୋଇ ଯାଇଥିଲି । ସୋପ୍ନ ଦେଖୁଥିଲି ମୋର ଯୋଡ଼ିଏ ଯାଆଁଳା ପୁଅ ହୋଇଛନ୍ତି । ପ୍ରଥମ ପୁଅଟି ଖୁବ୍‌ ସ୍ୱାଭାବିକ ଅର୍ଥାତ Normal ଭାବେ ଜନ୍ମ ଲାଭ କଲା । ଆରଟି କିନ୍ତୁ ଖୁବ୍‌ କଷ୍ଟ ସହିତ ଭୂମିଷ୍ଟ ହୋଇଛି । ଆଃ..... ଏତେ ସେ ପ୍ରସୂତି କଷ୍ଟ । ହାଏ, ଆଉ କ’ଣ ସୁଖସୋପ୍ନ ଥିଲା କିଏ ଜାଣେ, ହଠାତ୍‌ ଯେ କଷ୍ଟରେ ମୁଁ କାନ୍ଦି ଉଠୁଥିଲି । ନିଦଟା ଭାଙ୍ଗିଯିବା ମଧ୍ୟ ସ୍ୱାଭାବିକ ।

 

ଆପଣ ବୋଧହୁଏ ଅବିଶ୍ୱାସ କରୁଥିବେ ମିଛ କହିଲି ବୋଲି ତ ତେବେ ଏ କେସ୍‌ରେ ଈଶ୍ୱରଙ୍କୁ ଫାଙ୍କିଦେଇ ପାରିବି ନାହିଁତ ? ଆପଣ ମୋତେ ପ୍ରତି ମୁହୂର୍ତ୍ତରେ ଓଲଟା ବୁଝିଲେ । ରାଗୁଛନ୍ତି ମଧ୍ୟ । କିନ୍ତୁ ଆପଣ ଏହି ସାମାନ୍ୟ କଥାଟାକୁ ବିଶ୍ୱାସ କରି ପାରୁନାହାନ୍ତି ଯେ, ମୁଁ ସ୍ୱାଧୀନ ନୁହଁ, ମୁକ୍ତ ନୁହଁ । ତେଣୁ ସ୍ୱାମୀ ନିକଟରେ ସ୍ତ୍ରୀର ବିଡ଼ମ୍ବନା । ଛାଡ଼ନ୍ତୁ... ପ୍ରଥମ ସ୍ୱାମୀଙ୍କ ଜୀବନ, ପରେ ପ୍ରେମ, ଅବା ଯାହା କୁହନ୍ତୁ ।

 

ମୋ ରାଣ ମୁଁ ଅଧୀର ହୋଇପଡ଼ିଛି ଯେ ଆପଣଙ୍କ ଶରୀର ନେଇ । କିପରି ଅଛ । ଟିକିଏ ଖବର ଦେଲେ ହୁଏତ ମୁଁ ସାମାନ୍ୟ ସୁଖୀ ହୁଅନ୍ତି ।

 

ବାରବୁଲା ନିତେଇ ଦାସ ପରି ଆପଣ । ସତେତ ବୁଲା ମଙ୍ଗଳା ପରି ଦିନଟା ସାରା ଘୂରୁଛନ୍ତି । କି ଧୈର୍ଯ୍ୟ ଆପଣଙ୍କର ! କି ଲକ୍ଷ୍ୟ ଆପଣଙ୍କର । କେତେ ବୁଲି ପାରନ୍ତି, କଷ୍ଟ ହୁଏନା । ଆଚ୍ଛା.... ଆଜି ଦିନରେ ଆପଣ କ’ଣ ଖାଇଲେ ଏବଂ କେଉଁଠି ।

 

ଆପଣ ଏତେ ବଦମାସୀ ଯେ, ଭାବୁଛି ଆପଣଙ୍କୁ ନେଇ କିପରି ସାରା ଜୀବନ ବିତାଇବି । ଅବଶ୍ୟ ସେ ଦମ୍ଭ ଓ ସାହାସ ମୋର ଅଛି । ତଥାପି ବେଳେବେଳେ ବଡ଼ ହଇଚଇରେ ପଡ଼ିଯିବାକୁ ହୁଏ ମୋତେ । ଆଉ ଗୋଟିଏ କଥା, ରାସ୍ତାର ଅଭଦ୍ର ବଜାରୀ ଟୋକାଙ୍କର ମନ୍ତବ୍ୟ ବାବଦରେ ଉଲ୍ଲେଖ କରିଥିଲେ । ଶୁଣିବାକୁ ଚାହୁଁଛନ୍ତି ସେ ବିଷୟରେ କିଛିଟା ଶୁଣନ୍ତୁ... Remark ଶୁଣି ଶୁଣି ଅଭ୍ୟସ୍ତ । ସେଗୁଡ଼ିକୁ ବେଖାତିର କରିବାର ମଧ୍ୟ ମୁଁ ସିଦ୍ଧ ହସ୍ତ । ତେଣୁ ସେମାନଙ୍କର ବାଜେ କଥାକୁ ଶୁଣୁଛି କିଏ ?

 

ଛାଡ଼ନ୍ତୁ... ସେ ସବୁ ବାଜେ କଥା । ବର୍ତ୍ତମାନ ନିଜ ଜୀବନ କଥା ଭାବୁଛି । କେବେ ହସ ଆଉ କାନ୍ଦ । କେବେ ସୁଖ ଆଉ ଦୁଃଖ । କେବେ ଆନନ୍ଦ ଆଉ ନିରାନନ୍ଦ । ଏମିତି ତ କଟିବ । ତେବେ କୁହନ୍ତୁ ତ, କେତେବେଳେ ଆସୁଛନ୍ତି । ଆଉ ପ୍ରତ୍ୟେକ ଦିନ ମୋ ଉପରେ ରାଗିଗଲେ, ଖଡ଼ଗ୍‌ ହସ୍ତ ହେଲେ ଆପଣଙ୍କର ଲାଭ । ବରଂ ରାଗନ୍ତୁ ! କିନ୍ତୁ ନିଜର ଅନିଷ୍ଟ କରନ୍ତୁ ନାହିଁ । କାରଣ ମୁଁ ଆପଣଙ୍କର ଆଉ ଆପଣ ମୋର ନା !

 

–ପାଞ୍ଚ–

 

ଆପଣ ମୋର ପ୍ରିୟ । ଆପଣଙ୍କ ସଂସ୍ପର୍ଶରେ ଆସି ଧୀରେ ଧୀରେ ମୁଁ ଭାରତୀୟ ସଧବା ନାରୀ ଆଡ଼କୁ ଢଳି ପଡ଼ିବାର ଅନୁଭବ କରି ପାରୁଛି । ତେଣୁ ଅନେକ ସମୟରେ ମୁଁ ଏପରି ଅନୁଭବ କରିପାରୁଛି...As if I am married, ହସୁଛନ୍ତି,ନା ? ଅବଶ୍ୟ ହସିବା କଥା ମଧ୍ୟ । କାରଣ ରାଧା ଓ ରାଣୀର’ ପ୍ରେମ ଡାକରା ଯେ ମୋ ପ୍ରାଣକୁ ଅନୁପ୍ରାଣିତ କରୁଛି ।

 

ସେତେବେଳେ ମୁଁ ଗର୍ବ ଅନୁଭବ କରେ । ନିଜକୁ ଖୁବ୍‌ ଭାଗ୍ୟବତୀ ବୋଲି ମୋ ମନରେ ଯେତେ ଆନନ୍ଦ ସେ କଥା ଆପଣ ଆଦୌ ବୁଝିପାରନ୍ତି ନାହିଁ । ସତରେ ଆପଣ ମୋତେ ଏହି ଗଭୀର ଭାବେ ସବୁଦିନ ଭଲ ପାଇବେ ତ ? କେବେହେଲେ ମୋ ପ୍ରତି ପ୍ରେମ ଊଣା କରିବେ ନାହିଁ । ମୁଁ ତ ଚାହୁନି ଯେ ଆପଣ କାନ୍ଦନ୍ତୁ କିମ୍ବା ଆପଣ ମୋତେ ଦୂରରୁ ଦେଖନ୍ତୁ କିମ୍ବା ଦୂରେଇ ଯାଆନ୍ତୁ । ବରଂ ଦିନକୁଦିନ ମୁଁ ଆପଣଙ୍କୁ ଅତି ବେଶୀ ଲୋଭ କଲିଣି । ମୋର ଇଚ୍ଛା, ଆପଣ ସବୁବେଳେ ମୋ ପାଖରେ ରୁହନ୍ତୁ । ବିଶ୍ରାମ ସମୟରେ ମୋ ସହିତ ଗପନ୍ତୁ । ଖାଇବାବେଳେ ସାଥିରେ ଖାଆନ୍ତୁ । ରାତ୍ରୀରେ ଯାହାହେବା କଥା ତ ତାହା ଆପଣଙ୍କୁ ଜଣା । ତେଣୁ ସେ ବିଷୟରେ କ’ଣ ଲେଖିବି ।

 

ଆଜି ଟ୍ରେନରେ ବସି ମୋତେ ମନେମନେ ବହୁତ ଗାଳି ଦେଉଥିବେ । ଯେହେତୁ ମୁଁ ସବୁବେଳେ ଆପଣଙ୍କର ଅବାଧ୍ୟ । ସତରେ ମୁଁ କ’ଣ ଆପଣଙ୍କର ଅବାଧ୍ୟ ? ସତରେ କ’ଣ ମୁଁ ଆପଣଙ୍କୁ ଚାହେଁ ନାହିଁ ସତରେ କ’ଣ ମୁଁ ଆପଣଙ୍କୁ ଝୁରେନାହିଁ । ଆପଣଙ୍କ ପାଇଁ ବ୍ୟାକୁଳ ହୁଏ ନାହିଁ ? ମୁଁ କିନ୍ତୁ କହିବି ଯେ ମୁଁ ଯଦି କାହାରିକୁ ସବୁଠାରୁ ବେଶୀ ଭଲ ପାଇଥିବି ତେବେ ମୋର ଶିବଙ୍କୁ, ମୋର କୃଷ୍ଣଙ୍କୁ; ମୋର କେଦାରଙ୍କୁ, ମୋର ସଲିମଙ୍କୁ, ମୋର ରାଜାଙ୍କୁ ମୋର ଆରାଧ୍ୟଙ୍କୁ, ମୋର ପୂଜ୍ୟଙ୍କୁ । ଆଉ ସେ ଜଣଙ୍କ ସ୍ୱୟଂ ଆପଣ । ଆଉ ବାକି ପରେ ଲେଖିବି । କାରଣ ବର୍ତ୍ତମାନ କାମ, ପତ୍ରରେ ରହି ଯାଇଥିବା ଭୁଲକୁ ମନରେ ଧରିବେନି ।

 

ମୋରାଣ ଏବେଯାଏ ଛାତିର ଚିକିତ୍ସା କଲେକିନା ଜଣାଇଲେ ନାହିଁ । ପ୍ରତିକାର ବୋଧହୁଏ କଲେନାହିଁ । ତେବେ ମୋ ପାଇଁ ଯାହାଟା ଊଣାହୋଇ ପଡ଼ିବ ସେ ପାଇଁ ମୋ ଭାଗ୍ୟ ଦାୟିନା ? ଭାଗ୍ୟକଥା ବୁଝିବି ନାହିଁ । ଆପଣ ଯାହା ହୁଅନ୍ତୁ ପଛକେ ମୋତେ ଛାଡ଼ି ରୁହନ୍ତୁ ନାହିଁ । କାରଣ ମରିଯିବି ଯେ !

 

ବାସ୍ତବିକ ମୁଁ ଆପଣଙ୍କର ‘‘ସ୍ତ୍ରୀ’’ ହେବାପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟା । ଯେହେତୁ କିଛିହେଲେ ସେବା କରୁନାହିଁ କିମ୍ବା କରି ପାରୁନାହିଁ । ଆପଣଙ୍କର ଶରୀର ତତ୍ତ୍ୱ ନେଇ ପାରୁନାହିଁ । ପୋଷାକ ପତ୍ର ମଧ୍ୟ ସଫାକରି ପାରୁନାହିଁ ? କାହିଁକି ମୋ ଭଳି ମୂଲ୍ୟହୀନ, ଅପଦାର୍ଥକୁ ସ୍ତ୍ରୀର ଆସନ ଦେଲେ ? ତେଣୁ ମୁଁ ଭାବୁଛିକି, ନିଶ୍ଚୟ ପୂର୍ବରୁ କିଛି ପୁଣ୍ୟ କାମ କରିଥିଲି, ଯାହା ଫଳରେ କି, ଏ ଜନ୍ମରେ ମୁଁ ମୋ ନିଜର ଭାବେ ଆପଣଙ୍କୁ ପାଇଲି । ମାତ୍ର ଅପର ପକ୍ଷରେ ଆପଣଙ୍କୁ ଆଦୌ ସନ୍ତୁଷ୍ଟ କରିପାରୁ ନାହିଁ । ଆଦୌ ଖୁସି କରାଇ ପାରୁନାହିଁ । ନିହାତି useless ମୁଁ । ଦେଖାଯାଉ ମୋଠାରୁ ବିରକ୍ତି ଓ ଅସନ୍ତୁଷ୍ଟ ହୋଇ ମଧ୍ୟ ଆପଣ ରାଧାକୁ ତା’ର ହକ ଦେଉଛନ୍ତି କି ବଞ୍ଚିତା କରାଉଛନ୍ତି ।

 

ହଁ ଏବେ ତ ଟିକିଏ ନିଦ ଆସୁଛି । ଆଶା ହେଉଛି, ଆପଣଙ୍କୁ କିପରି ପାଖରେ ପାଇବି-। ମାତ୍ର ସବୁ ମୋର ଦୁଭାର୍ଗ୍ୟ ଯେହେତୁ ମୋର ଦୁଭାର୍ଗ୍ୟ । ଯେହେତୁ ମୋ ରାଜା ମୋତେ ବିଳମ୍ବରେ ଆମନ୍ତ୍ରଣ କଲେ । ମୋର ପୂର୍ବର ଚିଠିଗୁଡ଼ିକ କଷ୍ଟ କଲେଣି କି ସାଇତି ରଖିଛନ୍ତି ? ରଖନ୍ତୁ....ମୋର ଆପତ୍ତି ନାହିଁ ।

 

ଆଜି ପୁଣି ଆଉ ଗୋଟିଏ କଥା ହେଲା ଆପଣଙ୍କୁ ବଦଳି ହୋଇଯିବା କଥାରେ । ସତରେ ଚାଲିଯିବେ ? ଯାଇ ପାରିବେ ରାଧାକୁ ଏକୁଟିଆ ଛାଡ଼ିଦେଇ ! ରାଧାକୁ ନିଃସହାୟ କରି ଦେଇ ଚାଲିଯିବେ; ରାଧାକୁ ପ୍ରେମରୁ ବଞ୍ଚିତା କରିଦେଇ ଚାଲିଯିବା । କାହାଜିମା କରି ଦେଇ ଯିବେ ମୋତେ । କାହାପାଖରେ ଛାଡ଼ି ଯିବେ । କିଏ ଆଉ ମୋ କଥା ଚିନ୍ତା କରିବ । କିଏ ଆଉ ମୋ ପାଇଁ ପ୍ରେମ ପାଗଳ ହେବ କିଏ ମୋ ପ୍ରେମ ବିନା ମୋ ବିନା ଅଧୀର ହେବ । କିଏ ମୋତେ ଆଉ ଏତେ ବେଶୀ ଭଲ ପାଇବ ? ପୁଣି ନିଃସ୍ୱାର୍ଥ ଭାବରେ ।

 

ମୁଁ ଆଉ କାହାର ରାଧା ହେବି । ମୁଁ ଆଉ କାହାର ରାଣୀ ହେବି । କିଏ ମୋର ଚୁଡ଼ି ଏବଂ ସିନ୍ଦୁରଟୋପା ହେବ । କିଏ ମୋର ରାଜା ହେବ । କିଏ ମୋତେ ଏତେ Sweet Kiss ଦେବ । କିଏ ମୋତେ ଆଲିଙ୍ଗନ କରିବ । କିଏ ମୋ ପାଇଁ ଅପେକ୍ଷା କରିବ । ମୁଁ ଆଉ କାହା ପାଇଁ ଅପେକ୍ଷା କରିବି । କିଏ ମୋତେ ଜିଲାପି ଖୁଆଇବ । କିଏ ମୋତେ ଲୋକଙ୍କର ଭୋକିଲା ଚାହାଣିରୁ ରକ୍ଷା କରିବି । କିଏ ମୋର ସୁଖ ଦୁଃଖର ସାଥି ହେବ । ମୁଁ ଆଉ କାହାପାଇଁ ପଥର ବସା ଚୁଡ଼ି ପିନ୍ଧିବି । କାହାପାଇଁ ମୋର ଯୌବନ ସାଇତିବି ।

 

ମୋ ପାଖରେ ଆଉ କିଏ ଶୋଇବ । କିଏ ମୋ ଯୌବନକୁ ଉପଭୋଗ କରିବ ? କାହାକୁ ନେଇ ମୁଁ ଆଉ ଗର୍ବ କରିବି । କାହାପାଇଁ ନିଜକୁ ଭାଗବତ ବୋଲି ମଣିବି ମୋର କିଏ କୃଷ୍ଣ ହେବ । ମୁଁ କାହାର ରାଧା ହେବି । ମୋର କିଏ ଜୀବନ ହେବ । ମୁଁ କାହାର ଜୀବନ ହେବି ? ମୋର ଛବି ଆଉ କିଏ ଆଙ୍କିବ । କିଏ ଆଉ ମୋର ଫଟୋ ଡାଇରିରେ ରଖିବ । କିଏ ମୋ କଥା ବୁଝିବ । କିଏ ମୋ ଦୁଃଖ, ବିପଦରେ ଛିଡ଼ା ହେବ । ଶେଷରେ କିଏ ମୋତେ କୋଳେଇବ । କିଏ ମୋର କ୍ଷୁଧା ଓ ତୃଷ୍ଣାକୁ ମେଣ୍ଟାଇବ । କିଏ ମୋ ଜୀବନକୁ ସରସ ଓ ସୁନ୍ଦର କରିବ । ମୁଁ ଆଉ କାହାର ପ୍ରେମିକା ଆଉ ପତ୍ନୀ ହେବି । ମୋର କିଏ ପ୍ରେମିକ ହେବ ? କିଏ ମୋର ଆବଧ୍ୟ ହେବ । କିଏ ମୋର ପୂଜ୍ୟ ହେବ ?

 

ମୋତେ ଜଣାଉଛି ଯେପରି ମୁଁ ଆପଣଙ୍କ ବିନା ଗୋଟିଏ ଦିନ ମଧ୍ୟ ବଞ୍ଚିପାରୁନାହିଁ । ସମସ୍ତେ ଜାଣିଯିବେ ଯେ ରାଧା କାହାକୁ ପ୍ରେମ କଲାଣି । କିନ୍ତୁ ଲୋକେ ଜାଣିଲେ ଲାଭ ହେବନି । ବରଂ କ୍ଷତି ହେବ । କାରଣ ଲୋକ ସିନା ଜାଣିବେ’ କିନ୍ତୁ ମୁଁ ମୋର ମନ ମଣିଷକୁ ପାଖରେ ପାଇ ପାରିବି ନାହିଁ । ସବୁ କିଛି ଭୁଲକରି ଦେବି । ହୁଏତ ସେହି ଲୋଭୀ ମାନେ ମୋତେ ଜବରଦସ୍ତ ଭାବେ ଖାଇଯିବେ, ପିଇଯିବେ, ଶୋଷିଦେବେ ମୋତେ ଲୁଟି ନେବେ, ମୋତେ ଧ୍ୱଂସ କରି ଦେବେ-। ଶେଷରେ ମୋର ଇଜ୍ଜତ୍‌ ମଧ୍ୟ ନେଇଯିବେ ।

 

ରାଧା ଆଉ ରାଧା ହୋଇ ରହିବ ନାହିଁ । ସେତେବେଳେ ରାଧା ହୋଇଯିବ ଭୂତ, ପ୍ରେତ, ରାକ୍ଷାସ । ତା’ପରେ ଦିନେ ଶୁଣିବେ ରାଧା ଆଉ ନାହିଁ । ଘରକୁ ଆସି ଶୁଣିବେ ଯେ ରାଧା ପାଗଳିନୀ ହୋଇ ମରିଗଲା । ଭଲ ଲାଗିବ ତ ସେତେବେଳକୁ ? ଖୁସି ହେବ ତ ସେତେବେଳେ । ତାହାହେଲେ ମୋର ଆଉ କିଛି କହିବାର ନାହିଁ ।

 

ଆଜି ମୋର ସମସ୍ତ ଇଚ୍ଛା ଲେଖୁଛି । ଆଶା, ଅଭିଳାଷ, କାମନା, ବାସନା, ଆଙ୍କାଙ୍‍କ୍ଷା-। ତେଣିକି ଆପଣଙ୍କର ଖୁସି, ଦୟା, ଧର୍ମ, କୃପା, ଅନୁଗ୍ରହ ଏବଂ ଇଚ୍ଛା । ମୁଁ ନାରୀ...ତେଣୁ ନିଶ୍ଚୟ ହାରିବି । ନିଶ୍ଚୟ ମୁଣ୍ଡ ନୁଆଁଇବି । ତା’ପରେ ଭାଗ୍ୟ । ଏତେ ଲେଖିବା ସତ୍ତ୍ୱେ, ଯଦିପରେ ଆପଣଙ୍କର ଅଭାବ ଅନୁଭବ କରିବି ତେବେ ମୃତ୍ୟୁ ମୋର ସୁନିଶ୍ଚିତ ।

 

ତେବେ ମୁଁ ଭାବୁଛି ଯେ ମୁଁ ମରିଗଲେ ଆଉ ତିନୋଟି ଜୀବନ ମଧ୍ୟ ଅସୁବିଧା ଓ ହଇରାଣରେ ପଡ଼ିଯିବେ । ଅନୁରୋଧ ଯେ ଅନ୍ତତଃ ଗୋଟିଏ ପରିବାରକୁ ଯଦି ଧ୍ୱଂସ କରିବାକୁ ଇଚ୍ଛା ଥିବ, ତେବେ ମୋଠାରୁ ଦୂରେଇ ରହିବେ । ଯଦି ଆଉ ରାଧା ପାଇଁ ଏପରି ଲୋଭ, ମମତା, ପ୍ରେମ, ଥାଏ ତେବେ ଆପଣଙ୍କ ପାଦ ଧୋଇ ପାଣି ପିଇବାକୁ ପଛଘୁଞ୍ଚା ଦେବି ନାହିଁ । ଯେହେତୁ ଆଜି ମୁଁ ପୁରାଣର ରାଧା ଭଳି ପାଗଳୀ ହୋଇଯାଇଛି । ଦୟା କରି ଏହି ଆନନ୍ଦ, ଏହି ଖୁସି । ଏହି ଭାଗ୍ୟ ମୋ ଠାରୁ ଛଡ଼ାଇ ନିଅନ୍ତୁ ନାହିଁ । ହୃଦୟରେ ସ୍ଥାନ ନଦେଲେ ମଧ୍ୟ ମୁଁ ଆପଣଙ୍କର ଚରଣର ଦାସୀ, ପଦସେବିକା ।

 

ଆଉ କ’ଣ ଲେଖିବି ? ଚିଠି ଦେବେତ । ଯାଉଛି ଶୋଇବି । ସୋପ୍ନରେ ନିଶ୍ଚୟ ଆସିବେ । ଦେଖାଯାଉ ଆଜି ପୁଣି ମୋର ପୁଅ ହେଉଛି କି ଝିଅ ହେଉଛି । ତେବେ ସେମାନଙ୍କୁ ପିତୃହୀନ ଭାବେ ମଣିଷ କରିବି କିପରି ।

 

ତେଣୁ ମୋ ରାଣ.... ମୋ ପୁଅ ଝିଅମାନଙ୍କର ଆପଣ ବାପା, ଫାଙ୍କି ଦେବେ ନାହିଁତ ?

 

–ଛଅ–

 

ଏମିତି ଯେତେ ଚିଠି ପାଠ କରିଛି ଶିଳ୍ପୀ, ସେତେ, ଚିତ୍ର ବି ରଙ୍ଗ ତୁଳୀରେ ରୂପ ଦେଇଛି-। ଯେଉଁମାନେ ତା’ର ଚିତ୍ର ନିର୍ମାଣ କରି ଆନନ୍ଦ ହେଉଥିଲା ସେହି ମନ ବି ଉପନ୍ୟାସ ଲେଖି ଖୁବ୍‌ ସୁନ୍ଦର ଚିନ୍ତାଧାରା ସୃଷ୍ଟିକରି ପାରୁଥିଲା ।

 

ଆଜି କିନ୍ତୁ ଏ କ’ଣ ହେଲା..... ?

 

ଶିଳ୍ପୀ ଆଜି ନିରୁତ୍ତର, ଚିନ୍ତାମଗ୍ନ !

 

ସେ ଭାବିଥିଲା ଜୀବନ ନାଟିକାରେ ସେ ଯେଉଁ ଅଭିନୟ କରିଛି, ସେ ଅଭିନୟରେ ସେ ହାରିଯିବ । ଏବଂ ହାରିଯିବା ସମ୍ଭବତ ହୋଇଗଲା ।

 

ଆଜି ଶିଳ୍ପୀ ପ୍ରତି ଅବମାନନା କରିଛି ରାଧା । ଶିଳ୍ପୀର ହୃଦୟ ଉପରେ ପାଦଥୋଇ ସେ ହୁଏତ ଉତ୍ତର ଦେଉଛି, ମଣିଷ ତା’ର ପ୍ରିୟ ମଣିଷ ନପାଇଲେ ବଞ୍ଚି ପାରେନା ଶ୍ରଦ୍ଧାନନ୍ଦ । ତୁମେ ମୋର ସାମୟିକ ଜୀବନକୁ ଅନୁଭବ କରିଛି । ତୁମେ ମୋର ବାହ୍ୟଜଗତରେ ଅନେକ ଥର ନିର୍ବିଘ୍ନରେ ଘୂରିଛି । କିନ୍ତୁ କହିବତ ଶ୍ରଦ୍ଧାନନ୍ଦ, ଏ ଜୀବନ ତୁମକୁ କେବେ ଶରୀର ଦାନ କରି ପ୍ରଣୟରତ ହୋଇଛି କି । ସେଇତ ମୋ ନାରୀ ଜୀବନ ଅଭିନୟରେ ନୂତନତ୍ୱ ଥିଲା । ସେଇଥିପାଇଁ ତ ମୁଁ ଆଜି ଜିତିଯାଇଛି । ସେଇଥିପାଇଁ ତ ମୁଁ ମୋର ମନ ମଣିଷ ବାଛିବାରୁ ବଞ୍ଚିତା ହୋଇନି ।

 

ତୁମେ ମୋତେ କ୍ଷମା କରିବ ଶ୍ରଦ୍ଧାନନ୍ଦ । କାରଣ ତୁମ ଜୀବନରେ ମୁଁ କେବେ ଆଞ୍ଚ ଆଣିବାର ପଥ ପ୍ରଦର୍ଶକ ହୋଇନି । କିନ୍ତୁ ଶ୍ରଦ୍ଧାନନ୍ଦ ! ତୁମେ ମୋର ଅତୀତ ଚିଠିଗୁଡ଼ିକ ପଢ଼ି ନିଜକୁ ଖୁବ୍‌ ଛୋଟ ହୋଇ ଯାଇଥିଲ । ମୁଁ ତୁମକୁ ଯେଉଁ ପରି ଭାବେ ନଚାଇବାକୁ ଚେଷ୍ଟା କରିଛି ତୁମେ ଠିକ୍‌ ସେହିପରି ଭାବେ ନାଚିଛ । ଅବଶ୍ୟ ମୁଁ ସେପାଇଁ ଦୁଃଖିତ । ହେଲେ ନିରୁପାୟ । ନହେଲେ ଯେ ମୋର ନାରୀ ଜୀବନକୁ ଏତେଦିନ ଧରି ରକ୍ଷା କରିପାରି ନଥାଆନ୍ତି । ଯେହେତୁ ମୋର ବୟସ ଧୀରେ ଧୀରେ ଗଡ଼ି ଯାଉଥିଲା । କାଳି ବୋଲି ଯେ ମୋତେ କେହି ଗ୍ରହଣ କରିବାକୁ ଚାହୁଁ ନଥିଲେ ।

 

ମୁଁ ତୁମକୁ ଚିଠିଦ୍ୱାରା ଯେତେ ପ୍ରଲୋଭନ ଦେଖାଇ ଆଜିଯାଏ ବଞ୍ଚିଯାଇଥିଲି । ସେ ସବୁ ମିଛ ।

 

ମୁଁ ତୁମକୁ ମୋ ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଥର କହିଛନା । କେତେକ ପୁରୁଷ ପୁଙ୍ଗବ ମୋତେ ଭଲ ପାଇଛନ୍ତି, ଏବଂ ବ୍ୟବହାରରେ ସନ୍ତୁଷ୍ଟ ହୋଇଛନ୍ତି । ମୁଁ କିନ୍ତୁ ଜୀବନକୁ ବିବାହ ତଥା ସଂସାର ଜଞ୍ଜାଳରେ ଯନ୍ତ୍ରଣା ଦେବି ନାହିଁ ବୋଲି କହି ତାଙ୍କଠାରୁ ଦୂରେଇ ଆସେ । ତେଣୁ ମୁଁ ଆପଣଙ୍କୁ ଭଲପାଏ, ଆପଣଙ୍କ ବିନା ମୋର କେହିନାହିଁ ବୋଲି ବାରମ୍ବାର ସୂଚନା ଦେଇଛି ।

 

ତା’ଛଡ଼ା ତୁମେ ବଡ଼ ଅଦ୍ଭୂତ ଭାବେ ପ୍ରେମ ପାଗଳ ଥିଲ ବୋଲି ମୁଁ ଠିକ୍ ପ୍ରଥମରୁ ଜାଣି ନେଇଥିଲି । ଅସଲ ବେଳରେ ମୁଁ ତୁମକୁ ବାନ୍ଧି ରଖିବାର ସୁଯୋଗ ପାଇଯାଇ ଥିଲି । ଦେଖୁଥିଲି ତୁମେ ବଡ଼ ଅଜ୍ଞାନ ଥିଲ । ଯେ ହେତୁ ମୋ ଚରିତ୍ର ସହିତ ଖାପଖୁଆଇ ନିଜକୁ ଜଡ଼ାଇ ନେଇଥିଲ ।

 

ତୁମେ ଏଡ଼େ ନିର୍ବୋଧ ଥିଲକି ଯାହାଦ୍ୱାରା ମୋ ବୁଢ଼ିଆଣି ବସାଇ ଧୀରେ ଧୀରେ ଆସି ଲାଖିଗଲ । ହେଲେ ଲାଭଟା ମୋର ହୋଇଛି । କାରଣ ସମସ୍ତ ପରୀକ୍ଷାରେ ଆପଣ ଜିତିଥିଲେ ବି ମୁଁ ଉତ୍ତୀର୍ଣ୍ଣ ।

 

ତୁମେ ମୋର ଚିତ୍ରରେ ରଙ୍ଗମାରି ମୋତେ ଖୁବ୍‌ ସୁନ୍ଦରୀ କରିଛ । ମୋ ନାମଟା ତୁମ ଉପନ୍ୟାସରେ ଶ୍ରେଷ୍ଠ ନାୟିକା ହୋଇଥିବାରୁ ତୁମେ ଉପସ୍ୟାସର ଚରିତ୍ର ଅନୁଯାୟୀ ମୋ ବାବତରେ ଅନେକ, ଅନେକ କିଛି ପ୍ରଶଂସା ଢାଳିଛ । ସେ ଦୃଷ୍ଟିରୁ ବହୁତ ଲୋକ ମୋର ମନ ମଣିଷ ହେବାର ସୁଯୋଗ ଭଣ୍ଡିଛନ୍ତି । ଏକଠାରୁ ଦଶଯାଏ ସମସ୍ତଙ୍କୁ ଦେଖିଛି । ଶେଷରେ ସେହି ସର୍ବପ୍ରଥମ ଦଶଜଣଙ୍କ ମଧ୍ୟରୁ ପ୍ରଥମ ଦଶଜଣଙ୍କ ମଧ୍ୟରୁ ପ୍ରଥମ ଜଣଙ୍କୁ ବାଛି ନେଇଛି ।

 

ଶିକ୍ଷାଗତ ଯୋଗ୍ୟତା ମୋର ଅଛି । ତେଣୁ ମୋର ପାଠୁଆ ମଣିଷ ଆବଶ୍ୟକ ନଥିଲା-। ସେଥିପାଇଁ ମୁର୍ଖ ହେଲେବି, ଅନ୍ୟ ଦୃଷ୍ଟିରୁ ପୋଲିସ ଅଫିସର । ଏହାଛଡ଼ା ଚାକିରି କ୍ଷେତ୍ରରେ...-

 

ଅବଶ୍ୟ ଭବିଷ୍ୟତ କଥା କହି ପାରୁନି । ଜାଣୁଛି ଯେ ମୁଁ ତୁମକୁ ମୋର ହୃଦୟର ପ୍ରଲୋଭନ ଦେଖାଇ ଆଜିଯାଏ ବାନ୍ଧି ରଖିଥିଲି, ତୁମେ ମୋ ମନ ଜାଣି ମୋ ଚରିତ୍ରକୁ ପୂଜା କରୁଥିଲ । ସେ ପାଇଁ କୃତଘ୍ନ, ସେ ପାଇଁ ମୁଁ ଚିରଋଣୀ ଶ୍ରଦ୍ଧାନନ୍ଦ ।

 

ପ୍ରତିଦିନ ମୁଁ ତୁମକୁ ଯାହା ଅନୁଯୋଗଭାବେ ଦର୍ଶାଇଛି, ଠିକ ତାହାହିଁ ତୁମେ ମୋ ପାଇଁ ପାଳନ କରିଛ । ମୋ ଜୀବନକୁ ଖୁବ୍‌ ସରସ ସୁନ୍ଦର କରିଛ ।

 

ସେ ପାଇଁ ନିଜ ନିଜ ଶରୀର ପ୍ରତି ଯତ୍ନବାନ୍‌ ହୋଇ ପାରିନ, ନିଜ କ୍ଷୁଦ୍ଧାକୁ ବଞ୍ଚିତ କରାଇ ତୁମେ ମୋତେ ପେଟ ଭରି ଖାଇବାକୁ ଦେଇଛ । ଅତୀବ ସୁନ୍ଦର ଓ ମନୋରମ କରି ମୋତେ ଠିକ୍‌ ରାଧାରାଣୀ ପରି କରିଛ ।

 

ଏତେ ତ ମୋପାଇଁ ଧୈର୍ଯ୍ୟଧରି ସହ୍ୟ କରିଛ । ତେବେ ଶେଷ ପ୍ରଶ୍ନଟି କ’ଣ ତୁମେ ମୋପାଇଁ ସହଜ ଓ ସୁକ୍ଷ୍ମ କରିପାରିବ ନାହିଁ ? ତେବେ କହୁଛି, ଶୁଣନ୍ତୁ–ମୋର ବିଭାଘର ଶେଷରେ ପୋଲିସ ଅଫିସର ବିନୋଦଙ୍କ ସହିତ କରାଇ ନେବି ବୋଲି ସ୍ଥିର କରିନେଲି । ଏଥିରେ ଏବଂ ଏ ଶୁଭ ଖବର ପାଇ ମୋର ଏହି ଶୁଭ ବିବାହ ଦିବସରେ ଅମଙ୍ଗଳ ଘଟାଇବେ ନାହିଁତ ? ଆଜିର ପ୍ରେମିକ ପାଖକୁ ଏ ମୋର ଶେଷ ଚିଠି ବିଶ୍ୱାସ ଥିବାରୁ ଲେଖି ପାରୁଛି ଓ ନିମନ୍ତ୍ରଣ ରକ୍ଷା କରିବେନା ?

 

ନିଶ୍ଚୟ ଆସିବେ ! ଯେହେତୁ ମୋର କୌଣସି ପ୍ରସ୍ତାବକୁ ତୁମେ ପ୍ରତ୍ୟାଖାନ କରିନଥିଲ ଶ୍ରଦ୍ଧାନନ୍ଦ, ଆଜି ଯେ ଫାଙ୍କିଦେଇ ରହିଯିବ ତାହା ନୁହଁ ।

 

ରାଧା ଯାହା କହି ଯାଇଛି ଏବଂ ଲେଖିଦେଇଛି ସେଥିରେ ଦରଦପୂର୍ଣ୍ଣ ମଣିଷ ଶିଳ୍ପୀ ଯେ ହାରିଯିବ ତାହାନୁହେଁ ।

 

ଅନେକ ଥର ଏହି ଶ୍ରଦ୍ଧାନନ୍ଦ କହିବସିଥିଲା ତୁ ବିବାହ କଲେ ମୁଁ ଖୁସି ହେବି ରାଧା । କିନ୍ତୁ ଅନ୍ୟକୁ ପ୍ରେମକରି ମୋତେ ଠକି ଦେଲେ ମୋର ଅଭିଶାପ ତୋତେ ଧ୍ୱଂସ କରି ଦେହ ।

 

ଆଜି କିନ୍ତୁ ରାଧା କାହାକୁ ପ୍ରେମ କରିନି । ବରଂ ଶିଳ୍ପୀ ବିରୁଦ୍ଧରେ ବାରମ୍ୱାର ପ୍ରତିବାଦ ଜଣାଇ ସେ ତା’ର ମନ ମଣିଷ ଖୋଜି ଲାଗିଥିଲା । ଏବଂ ପାଇବାକୁ ସକ୍ଷମ ହୋଇଛି । ତେବେ ଏ ମଙ୍ଗଳ ଦିବସରେ ସେ, ବା କାହିଁକି ଅବରୋଧ କରି ଥାଆନ୍ତା ।

 

ଶିଳ୍ପୀ ସଦା ସରଳ । ତେଣୁ ସେ ରାଧାର ଶେଷ ଅନୁରୋଧକୁ ରକ୍ଷାକରି କହିଥିଲା....ବେଶ ତୁମର ବିବାହ ପ୍ରସ୍ତାବକୁ ମୁଁ ମୋ ନିଜ ଗୁଣେ ମାନିନେଲି । ତୁମେ ବିବାହ କରି ସୁଖିହୁଅ ! ସେ ପାଇଁ ମୁଁ ଠାକୁରଙ୍କୁ ଡାକୁଛି, ଆଶା ଅନ୍ୟ କିଛି ଭାବିବେ ନାହିଁ...... !

 

–ସାତ–

 

ତା’ପରେ ଆଜି ହୁଏତି ସେହି ମାଘ ମାସର ପ୍ରଥମ ତିଥି । ରାଧାର ବିଭାଘର । ପୋଲିସ ଅଫିସର ବିନୋଦ ଆଜି ଯୁବରାଜ ରୂପେ ରାଧାର ମନ ମଣିଷ ବାଛିବାରେ ସୁଯୋଗ ଦେବ । ସ୍ୱୟମ୍ୱର ସଭା ନହେଲେ ମଧ୍ୟ ଆଜିର ବିବାହ ବେଦୀର ଚତୁପାର୍ଶ୍ୱରେ ଯେଉଁମାନେ ଘେରିଯିବେ ସେମାନେ ହୁଏତ ରାଧାର ମନ ମଣିଷର ନିର୍ବାଚନର ହାରିଛନ୍ତି । ତଥାପି ସେହି ପୁରୁଷ ପୁଙ୍ଗବମାନେ ଉପହାର ଧରି ଆଜି ରାଧାର ଶେଷ କନ୍ୟା ରୂପ ଦେଖିବାରେ ବ୍ୟାକୁଳ ।

 

ବେଳକୁବେଳ ଘରଦ୍ୱାର ଜନଗହଳିରେ ଭିଡ଼ ଜମୁଛି । କାର, ମୋଟର, ଜିପ୍‌, ଘୋଡ଼ାଗାଡ଼ି, ରିକ୍‌ସା ଗୁଡ଼ାକରେ ଦାଣ୍ଡଟି ବଡ଼ ସଂକୀର୍ଣ୍ଣ ହୋଇପଡ଼ୁଛି ।

 

ଗୋଟିକ ପରେ ଗୋଟିଏ ଭଦ୍ରଲୋକ ଧୀରେ ଧୀରେ ଭିତର କୋଠରିରୁ ବାହାରି ଆସୁଥାଆନ୍ତି । ସମସ୍ତଙ୍କ ମୁଖରେ ହସ ସମସ୍ତଙ୍କ ମୁଖରେ ଉଲ୍ଲାସ । ସମସ୍ତେ ଉଦ୍‌ବେଗ ମନା ।

 

ଏମାନଙ୍କୁ ଦେଖି ଶିଳ୍ପୀ ଶ୍ରଦ୍ଧାନନ୍ଦ ଭାବୁଥିଲା ଏମାନେ ହୁଏତ ସେହି ରାଧାର ଅନିର୍ବାଚିତ ମନ ମଣିଷରୁ ଜଣିଏ ଜଣିଏ । ସେମାନଙ୍କ ଉପହାର ନିଶ୍ଚୟ ରାଧା ସହୃଦୟରେ ଗ୍ରହଣ କରିଛି । ଅଭିବାଦନ ଜଣାଇଛି । କିନ୍ତୁ ଶ୍ରଦ୍ଧାନନ୍ଦ ତ ଜାଣେନି ସେମାନେ ରାଧାକୁ କ’ଣ ଉପହାର ଦେଇଥିଲେ । ସମସ୍ତେ ଖୁବ୍‌ ଧନୀ ବୋଲି ସେହି ରାଧାର ମୁଖରୁ ଶୁଣିଥିଲା ଶ୍ରଦ୍ଧାନନ୍ଦ । ରାଧାର ବିବାହ ଦିବସରେ ଶେଷ ଦର୍ଶନ ଲାଭ କରି ରାଧାର ଶରୀରର ପ୍ରତ୍ୟେକ ଅଙ୍ଗକୁ ବହୁ ମୂଲ୍ୟବାନ ଉପହାର ଦେଇ ନିଶ୍ଚିତ ଭାବେ ଖୁସି କରାଇଥିବେ ।

 

ହେଲେ ଶ୍ରଦ୍ଧାନନ୍ଦ ଗରିବ । ଶ୍ରଦ୍ଧାନନ୍ଦ ଶିଳ୍ପୀ, ନିଶ୍ୱ, ଆଉ ଦରିଦ୍ର । ଦୀର୍ଘଦିନ ଧରି ଯେଉଁ ରଙ୍ଗ ତୁଳୀର ସଜୀବ ପ୍ରତିମାଟି ନିର୍ମାଣ କରି ଆସିଥିଲା ସେ ଯେ ତା’ର ବହୁମୂଲ୍ୟ ସମ୍ପତ୍ତି ।

ରାଧା କେତେ ଉଦାର । ରାଧା କେତେ ସରଳ ଏବଂ ମମତାମୟୀ ! ସେ କଥା ଅଙ୍ଗେ ଅଙ୍ଗେ ଅନୁଭବ କରି ଆସିଛି ଶ୍ରଦ୍ଧାନନ୍ଦ ।

ରାଧା କହେ, ତୁମେ ଶିଳ୍ପୀ ! ଜୀବନରେ ଜୀବନ ମିଶାଇ ଭଲପାଇବାର ଦେବତା ତୁଲ୍ୟ ଜୀବନ ପାଇଥିଲ ତୁମେ । ତୁମକୁ ଦେଖିଲେ ମୋ ମନ ପୂରିଉଠେ । ଭୋକ ଶୋଷ ଭୁଲିଯାଏ ତୁମରି କୋମଳ ଓଠର ଚୁମ୍ବନ ଟିକିଏ, ଆଉ ରୁଗ୍‍ଣ ଶରୀରର ଆଲିଙ୍ଗନ ଟିକକ ପାଇଁ ମୋ ମନ ସଦାବେଳେ ଉତ୍ତେଜିତ ହୁଏ ! ତୁମେ ମୋତେ ଦୁନିଆଠାରୁ ବେଶି ଭଲଲାଗ । ତୁମଠାରେ ମୋର ମନମଣିଷର ଛବି ହସି ହସି ନାଚିଯାଏ । ତୁମଠାରେ ମୋର ଜୀବନର ସୁଖର ଚାୟା ଲୁଚି ଲୁଚି କହିଯାଏ ।

ବାଧା ! ଏଇ ଯେ ତୁମର ବେଣୁ ନୀଳମାଧବ । ଏଇ ଯେ ତୁମର ମଜୁନୁ, ସଲିମ, ଆଉ କେଦାର । ତୁମେ ଦୁଃଖ କରୁଛି ରାଧା ?

ରାଧା ଶିଳ୍ପୀକୁ ନୟନ କୋଣରେ ଥରେ ଦେଖିନେଲେ ବାତୁଳା ହୁଏ ରାଧା । ଚଞ୍ଚଳ ହୋଇ ଉଠେ ତା’ର ମନ । ସଙ୍ଗେ ସଙ୍ଗେ ବାହୁ ବନ୍ଦନରେ ଛନ୍ଦିହୋଇ ଯାଇ କହେ...

ମୁଁ ପାରିବିନି, ପାରିବିନି, ବନ୍ଧୁ ! ତୁମୋ ମୋତେ ଆଉ ପ୍ରେମ କରନାହିଁ । ଜୀବନ ଫୁଲକୁ ମୋର ତୁମେ ଆଉ ଏତେ ଦଗ୍‌ଧ କରନାହିଁ । ମୋତେ ସ୍ନେହ କର । ମୋତେ ଆଶ୍ରୟ ଦିଅ, ମୋତେ..... !!

 

ସତରେ ଶିଳ୍ପୀର ସାନିଧ୍ୟ ଥିଲା ରାଧାର ନୂତନ ଜୀବନ । ଦୀର୍ଘଦିନର ଯାତନା କଷଣ ପରେ ସେ ଠିକ୍‍ ଆଜି ପାଇଁ ଥିଲା ଏଇ ଜୀବନ ମଣିଷକୁ ।

 

କିନ୍ତୁ.... !! ହାଏ, ଆଜି କ’ଣ ହୋଇଛି । ଜୀବନ ଦେଇ ଜୀବନ ପାଇ ପାରିଲା ନାହିଁ ଶିଳ୍ପୀ । ଜୀବନ ଦ୍ୱିପଟା ଥମ୍‌ କରି ଲିଭିଯାଉଛି । ଜୀବନ ଜଗତରେ ସତେକି ଅମାବାସ୍ୟାର ଘମାଘୋଟ ଅନ୍ଧାର ଘୋଟି ଆସୁଛି ।

 

ପୋଲିସ ଅଫିସର ବିନୋଦ ଆଜି ରାଧାର ସ୍ୱାମୀ । ସେ ଆଜିଠାରୁ ହେବ ରାଧାର ପ୍ରତ୍ୟେକ ଅଙ୍ଗର ଅଧିକାରୀ । କିନ୍ତୁ ଶିଳ୍ପୀ.... ?

 

ନାଁ । ସେ ଆଜି ଆଉ କିଛି ଭାବିବନାହିଁ । ଜୀବନର ସବୁଠାରୁ ମୂଲ୍ୟବାନ ବୋଲି ଭାବିଥିଲା ଯେଉଁ ରାଧାକୁ । ତା’ଉପରେ ସେ ଅଭିମାନ କରିବ ନାହିଁ । ପ୍ରତିହିଂସା କରି ତା’ର ସରଳ ପୁଷ୍ପପରି ଜୀବନକୁ ଦଗ୍‍ଧ କରିବ ନାହିଁ । ଅଭିଶାପ ଦେବନାହିଁ । ସେ ତା’ର ଦୀର୍ଘ ଜୀବନ କାମନା କରିବ ।

 

ରାଧା ସୁଖୀ ହେଉ....ଧନୀ ହେଉ....ସୁଖର ସଂସାର ତା’ର ସ୍ୱର୍ଗର ବୈକୁଣ୍ଠ ପରି ଗଢ଼ିଉଠୁ..... ।

 

ଦୀର୍ଘ ସମୟ ଧରି ଦାଣ୍ଡ ପାହୁଚରେ ଠିଆହୋଇ ଏୟା ଭାବିଥିଲା ଶ୍ରଦ୍ଧାନନ୍ଦ । ତା’ପରେ ଧୀରେ ଧୀରେ କୋଠରୀ ଭିତରକୁ ପଶିଥିଲା ।

 

ପ୍ରଥମ କୋଠରୀ ଭିତରକୁ ପଶୁ ପଶୁ ଶ୍ରଦ୍ଧାନନ୍ଦର ନୟନ ଦୁଇଟି ସକାଳ ହୋଇ ଉଠିଥିଲା । ମୁହଁରେ ତା’ର ହୃଦୟ ଭିତରର ହସ ସ୍ପୁରି ଉଠିଥିଲା ।

 

ରାଧା ଆଜି ବଧୁ ବେଶରେ ଗୁମାନ କରି ବସିଛି । କପାଳରେ ତା’ର ବିନ୍ଦୁ ବିନ୍ଦୁ ହୋଇ ସୁବାସ ଚନ୍ଦନ ଲାଗିଛି । କୁନ୍ତଳ ଉପରେ ସଜା ହୋଇଛି । ପାଖୁଡ଼ା, ପାଖୁଡ଼ା ହୋଇ ମନ୍ଦମନ ବାସନାର ରଜନୀଗନ୍ଧା । ଜୁଡ଼ାର ଅଗ୍ର ଭାଗରେ ସଜ ଗୋଲାପଟିଏ । ହାତରେ କିଛି ବିଶେଷ କରି ନଥିଲା । କିନ୍ତୁ ପଥର ବସା ସେହି ନାଲି ଚୁଡ଼ି ଦୁଇପଟ, ଏବଂ ଟିକି ଘଣ୍ଟାଟି । ଗଳାରେ ଫୁଲମାଳ ପୀତ ରଙ୍ଗର ଶାଢ଼ି, ବ୍ଳାଉସ... ।

 

ସ୍ୱର୍ଗର ରମ୍ଭା, ମେନକା, ଲକ୍ଷ୍ମୀ, ସରସ୍ୱତୀ, ଇନ୍ଦ୍ରାଣୀ ଆଉ ନାରାୟଣୀ । ମର୍ତ୍ତ୍ୟର ରାଧା ଆଉ ଜନକ ତନୟା ସୀତା । ଏମାନେ ଆଜି ରାଧାର ରୂପ କଳାରେ ହାର ମାନିବେ ।

 

ଇସ୍‌ କି ସୁନ୍ଦର ଅପରୂପସୀ ଦେଖାଯାଉଛି ରାଧା ।

 

ଶିଳ୍ପୀ ଶ୍ରଦ୍ଧାନନ୍ଦ ବିସ୍ମିତ ହୋଇ ଉଠିଥିଲା ! ସେ ଦିନର ରାଧା ଅପେକ୍ଷା ଆଜିର ରାଧା ସତେ କେଡ଼େ ବିପରୀତ । ସତରେ କେତେ ପରିବର୍ତ୍ତନ ହୋଇଛି ସେ ରୂପରେ......

 

ବାଧା.... !!!

 

ରାଧା ଆଜି ନିଶ୍ୱ ଧନହୀନ ଶିଳ୍ପୀକୁ ଭୁଲି ଯାଇଛି । ଭୁଲି ଯାଇଛି ତା’ର କୋମଳ ଚୁମ୍ବନ ଏବଂ ଗାଢ଼ ଆଲିଙ୍ଗନ ।

 

ଅଜି ଶିଳ୍ପୀର ମନକହେ, ରାଧାର ଅପୂର୍ବ ସୌନ୍ଦର୍ଯ୍ୟ ଆଜି ଥରେ ମନଭରି ଉପଭୋଗ କରନ୍ତା । ମନଭରି କୋଳେଇ ନେଇ ସେ ଭୁଲନ୍ତା ତା’ ଜୀବନର ଅନେକ କିଛି ଦୁଃଖ, ଶୋକ, ହା, ହା କାର, ଆଉ ନିର୍ବିକାର ।

 

ନୟନରୁ ଝର ଝର ହୋଇ ଲୋତକ ବହିଗଲା । ନିଜର ରୁମାଲ ଖଣ୍ଡିକରେ ଲୋତକ ପୋଛି ଦେଇ ଶିଳ୍ପୀ ଡାକିଲା.... ରାଧା...... !!

 

ରାଧା ସାମନାକୁ ଚାହିଁଲା !

 

କିଏ ? ଶିଳ୍ପୀ.....ତୁମେ ଆସିଛ ଶିଳ୍ପୀ !!!

 

ହଁ, ମୁଁ ଆସିଛି ରାଧା.....

 

ତା’ପରେ ଶିଳ୍ପୀ ତା’ର ବହୁ ପରିଶ୍ରମର ଫଳ ରଙ୍ଗ ଆଉ ତୁଳୀର ବହୁ ମୁଲ୍ୟବାନ ଫଟୋଟି ରାଧା ହାତକୁ ବଢ଼ାଇ ଦେଇ କହିଥିଲା...ଉପହାର ଗ୍ରହଣ କରିବୁ ରାଧା, । ଗରିବର ଛୋଟ ଉପହାରକୁ ହେୟମନେ କଲେ ଶିଳ୍ପୀ ତୋର ମରିଯିବ ।

 

ଆଚ୍ଛା ରହିଲି ।

 

ଶିଳ୍ପୀ ଧୀରେ ଧୀରେ ଚାଲି ଆସୁଥିଲା । ରାଧା କିନ୍ତୁ ଶ୍ରଦ୍ଧାନନ୍ଦକୁ ଥରେ ଡାକିବ, ଏବଂ ଅନୁରୋଧ କରିବ, ତୁମେ ଚାଲିଯାଅ ନାହିଁ । ଆସ, ଆଉ ଟିକିଏ ମୋର ସୋଫା ଉପରେ ବସ । ମୋତେ ଆଲିଙ୍ଗନ କର । ମୋତେ ଚୁମ୍ୱନ ଦିଅ, ମୋତେ ଆନନ୍ଦ ଦିଅ...

 

ନାଁ ରାଧା ଆଉ ଡାକିପାରି ନଥିଲା, ଇଚ୍ଛା ଥାଇ ସେ ନିରବ ହୋଇ ପଡ଼ିଥିଲା । ତା’ଛଡ଼ା ସେ ଖାଲି କଇଁ କଇଁ ହୋଇ କାନ୍ଦି ଉଠିଥିଲା ।

 

କିଛି ସମୟ ପରେ ଶିଳ୍ପୀ ଶ୍ରଦ୍ଧାନନ୍ଦର ନିଜ ରୂପ ସେଠାରୁ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା ।

 

–ଆଠ–

 

ରାତ୍ରୀର ଦ୍ୱିତୀୟ ପ୍ରହର । ଭାଉଜମାନେ ଯୋଗ କରି ବିନୋଦକୁ ମଧୁ ଶଯ୍ୟା କୋଠରୀ ମଧ୍ୟକୁ ଠେଲିଦେଇ ଦରଜା ବନ୍ଦ କରିଥିଲେ ।

 

କୁଳଦ୍ୱୀପଟା ଖୁବ୍‌ ଆଲୋକିତ ହୋଇ ଜଳୁଛି । ଜାତିଜାତିକା ଫୁଲର ସମ୍ଭାରରେ ପଲଙ୍କ ଖଣ୍ଡିକ ସତେକି ଦେଖା ଯାଉଅଛି ଫୁଲାର ଚାଙ୍ଗୁଡ଼ାଟିଏ; ତା’ ମଧ୍ୟରେ ନବବଧୂ ବେଶୀ ରାଧା ସତେକି ଗୋଲାପଟିଏ ପରି ହସୁଛି ।

 

‘ବିନୋବ-ଭ୍ରମର’ ପ୍ରଜାପତି । ଏ ଫୁଲରୁ ଉଡ଼ି ସେ ଫୁଲରୁ ମଧୁ ଚାଖିବାର ଉଦ୍ୟମ ସେ ଖୁବ୍‌ ଆଗରୁ କରିଛି । ଏଇ ପୋଲିସ ଚାକିରି କରିବା ମଧ୍ୟରେ ସେ ନ୍ୟାୟକୁ ଅନ୍ୟାୟ କରି କେତେ କେତେ ସରଳମନା କନ୍ୟା କୁମାରୀର ଇଜ୍ଜତ ନେଇଛି । ଆଜିତ ସେହିଁ ବିନୋଦ ଇଏ । ଏଇ ବିନୋଦ ତ ଆଜି ରାଧାର ସ୍ୱାମୀ । ରାଧା ଆଜି ତା’ର ସ୍ତ୍ରୀ । ମନ ଫୁଗୁଣରେ ତା’ର ଯେତେଗୁଡ଼ିଏ ଫୁଲ ଫୁଟି ଆଜି ସୁଖର ସଂସାର କରିବାକୁ ଚାହିଁ ରହିଥିଲା ଏହିପରି ପୁରୁଷ ଭ୍ରମରଟିଏ । ସେ ଭ୍ରମର ପ୍ରଜାପତି ଆଜି ଏହି ବିନୋଦ ।

 

ରାଧାର ବହୁଦିନର ଆଶା ଥିଲା...ବିନୋଦ ଖୁବ୍‌ ସୁନ୍ଦର ଯୁବକ । ଖୁନ୍ଦିଲା, ଖୁନ୍ଦିଲା ପରି ତା’ର ଶରୀରର ଗଠନ । ରଙ୍ଗ ଚମ୍ପା ଫୁଲଠାରୁ ଖୁବ୍‌ ତୋଫା ଏବଂ ଉଜ୍ଜଳ । ତା’ପରି ରୂପବାନ ପୁରୁଷ କେବେ ଏବଂ କୌଣସି ଦିନ ତା’ ଆଖି ଆଗକୁ ଆସିନଥିଲା । ଯିଏ ଆସିଥିଲା ସେଇତ କେବଳ ଏଇ ବିନୋଦ ତା’ର ସ୍ୱାମୀ ।

 

କିନ୍ତୁ ଏ କ’ଣ ହେଲା । ବିବାହର ଚତୁର୍ଥ ଦିନରେ ଯେଉଁ ଦିନଟି ଆସେ, ସେ ଦିନଟି କେବଳ ଗୋଟିଏ ଥର ପାଇଁ, ଆଜିର ଏହି ବାସନ୍ତିକା ମଧୁର ବାସରେ ରାଧା ଚାହିଁଥିଲା । ପ୍ରଥମ ବିନୋଦ ତା’ର ରୂପର ପ୍ରଶଂସା କରିବ, ଚୁମ୍ୱନ ଦେବ, ଗାଢ଼ ଆଲିଙ୍ଗନ କରି ତା’ ଜୀବନର ଅଶେଷ ଅନୁକମ୍ପାକୁ ନଷ୍ଟ କରିବ । ଆଉ ଆଜିର ମିଳନ ବାସରେ ବିନୋଦର ଯାହାଯାହା ସଦ୍ୟ ମନଲୋଭା କଥା ସୃଷ୍ଟି କରିବ । ତାହା ଚିର ଅମର ଯାହାକି ରାଧା ତା’ର ଜୀବନ ସାରା ଭୁଲି ପାରିବ ନାହିଁ ।

 

ଆଜି କିନ୍ତୁ ଏ କ’ଣ ହେଲା ? ଜୀବନର ପହିଲି ଶୁଭର ବାସରେ ଦ୍ୱୀପଟି ଧପ୍‌ କରି ଲିଭାଇଦେଲା ବିନୋଦ । ରାଧାର ଅନିଚ୍ଛା ସତ୍ତ୍ୱେ ରାଧା ଉଲଗ୍ନ ହେଲା । ଇଚ୍ଛା ବିରୁଦ୍ଧରେ ରାଧା ଯାହା ଶିଳ୍ପୀକୁ ତା’ର ଦେଇ ନଥିଲା ତାହାହିଁ ଦେଲା । ହେଲେ ରାଧା ତ ଜାଣିଲା ନାହିଁ, ବିନୋଦ ମଣିଷ କି ପିଶାଚ ।

 

ଛି, ବିରକ୍ତ ହୋଇ ଉଠିଥିଲା ରାଧା । ସେ ଧୀରେ ଧୀରେ ପଲଙ୍କ ଛାଡ଼ି ଆସି ଦୀପଟା ପୁନର୍ବାର ଜଳାଇ ଦେଇଥିଲା । ଆଉ କଇଁ କଇଁ ହୋଇ କାନ୍ଦି ଉଠିଥିଲା..... ।

 

ସେତେବେଳକୁ ରାତ୍ରୀ ତୃତୀୟ ପ୍ରହର ବୋଧହୁଏ । ବାହାର ଖୁବ୍‌ ଜୋରରେ ବର୍ଷା ବର୍ଷୁଥିଲା । ଏବଂ ରାତ୍ରୀ ଖୁବ୍‌ ଅନ୍ଧାର ଥିଲା ।

 

ରାଧାର ଇଚ୍ଛା ହେଉଥିଲା ଆଜିର ଏହି କଳା ରାତ୍ରୀର ବୁକୁ ଫଟାଇ ସେ ଚାଲିଯାଆନ୍ତା ବିନୋଦର ବାସଭବନଠାରୁ ଖୁବ୍‌ ଦୂରକୁ, ଖୁବ୍‌ ଆଗକୁ । ଯେଉଁଠି ଅଛି ଶିଳ୍ପୀ ଶ୍ରଦ୍ଧାନନ୍ଦର ସେହି ଭଗ୍ନ କୁଟା କାଠିର କୁଡ଼ିଆ । ଯେଉଁଠି ଅଛି ନିଶ୍ୱ ଗରୀବ ଶିଳ୍ପୀର ମନମନ୍ଦିରରେ ସ୍ୱର୍ଗର ଦେବତା ।

 

ଠିକ୍‌ ସେଇଠିକି; ଶିଳ୍ପୀର ଭଙ୍ଗାରୁଜା ତପୋବନକୁ ।

 

ରାଧା ଆଉ ଶୋଇ ପାରିଲା ନାହିଁ । ଦୀର୍ଘଦିନର ଶାଣିତ ଅସ୍ତ୍ର ତାର ନିଜ ବକ୍ଷକୁ ବିଦ୍ଧ କରିଛି । ସେ କ’ଣ କରିବ ?

 

ଆସନ୍ତା କାଲି ଶିଳ୍ପୀର ସାମନାରେ ଠିଆହୋଇ କହି ପାରିବତ ? ବିନୋଦ ଜଣେ ବିଚାରବନ୍ତ ପୁରୁଷ । ତା’ ମଧ୍ୟରେ ଲୁଚି ରହିଛି ଦେବତାର ବାସନା । ସେ ତୁମପରି ଏତେ ନିଶ୍ୱ କିମ୍ୱା ଗରିବ ନୁହଁ ।

 

ରାଧା କାନ୍ଦୁଛି । କଇଁ କଇଁ ହୋଇ କାନ୍ଦୁଛି । ଆଖି ଦୁଇଟା ତା’ର ଆସ୍ତେ ଆସ୍ତେ ଫୁଲିବା ଆରମ୍ଭ କରୁଛି ।

 

ବିନୋଦର ଶେଷନିଦ୍ରା ଭଙ୍ଗିଗଲା । ସେ ପଲଙ୍କ ଉପରେ ଦେଖିଲା ରାଧା ନାହିଁ, ରାଧା ତଳେ ବସିଛି । ବିସ୍ମିତ ହୋଇ ଚାହିଁଲା ବିନୋଦ ।

 

ସେ ଭାବିଲା, ଆଜିର ଶୁଭ ଆଉ ମଙ୍ଗଳମୟ ଦିନରେ ରାଧା କାନ୍ଦୁଛି, କ’ଣ ତା’ର ଅମଙ୍ଗଳ ହେଲା ।

 

ବିନୋନ ଧୀରେ ଧୀରେ ପଲଙ୍କ ତ୍ୟାଗ କରି ତଳକୁ ଆସିଲା ଏବଂ ପଚାରିଲା ସତ କହିଲ କ’ଣ ହୋଇଛି ତୁମର ରାଧା ?

 

ରାଧା କ’ଣ କହିଥାଆନ୍ତା, ପହିଲି ପରଶରେ ଯେ ସ୍ୱାମୀ ତା’ର ଅଙ୍ଗଭିଷା କରିଥାଆନ୍ତା ଏବଂ ଇଚ୍ଛା ବିରୁଦ୍ଧରେ ଜୋର ଜବର କରି ପୈଶାଚିକ ଭାବେ ରତି କ୍ରିୟା କରିବ, ଏହିକି ପ୍ରେମ ?

 

ରାଧାବୁଝେ ସ୍ୱାମୀ ସେ ପ୍ରଣୟ କରିବାକୁ ତାଙ୍କର ଶତ ଅଧିକାର ଅଛି, । ତା’ ମାନେ ଯେ.....

 

ମୁଖ ବନ୍ଦ ହୋଇଯାଉଥିଲା ରାଧାର । ମନେ ମନେ ଭାବି ଲାଗିଥିଲା ସେଦିନ ସେହି ମେଘ ମେଦୂର ରାତ୍ରୀ ‘‘ମୋ’’ କୌଣସି ଏକ ଜରୁରୀ କାର୍ଯ୍ୟରେ କଲିକତା ଯାଇଥିଲା ସେଦିନ ହଠାତ୍‌ କାହିଁକି ଉପସ୍ଥିତ ମିଳିଗଲା ଶିଳ୍ପୀର ।

ରାଧାର ହୃଦୟଟି ଧୀରେ ଧୀରେ ଆନନ୍ଦରେ ପୁଲକିତ ହୋଇ ଉଠିଲା । କି ଦେଇ ସେ ଆଜି ଶିଳ୍ପୀର ଆରାଧନା କରିବ, ସେଦିନ ଉପାୟ ହୀନା ଥିଲା ରାଧା; ସତକୁ ଗଣ୍ଡେ ଖାଇବାକୁ ଦେଇ ଅତିଥି ସତ୍‌କାର କରିବାର ସୁଯୋଗ ସେ ପାଇ ନଥିଲା ।

 

ଶ୍ରଦ୍ଧାନନ୍ଦ ମାଗିଲା । ପାଣିଗ୍ଳାସଟିଏ ।

 

ରାଧା ଖୁବ୍‌ ସନ୍ତର୍ପଣର ସହିତ ପାଣି ଗ୍ଳାସଟିଏ ଆଣି ଶିଳ୍ପୀର ହାତକୁ ବଢ଼ାଇ ଦେଇଥିଲା ଏବଂ କହିଥିଲା ତଳ କୋଠରୀରେ ପାରି ଦେବିନା ?

 

ଶ୍ରଦ୍ଧାନନ୍ଦ କହିଥିଲା–ହଁ କିଛି କ୍ଷତି ହେବନାହିଁ ତ ? କିନ୍ତୁ.....ଶ୍ରଦ୍ଧାନନ୍ଦ ଆଉ କିଛି କହିନଥିଲା, ବରଂ ରାଧା ବୁଝିଥିଲା । ଉପର ମହଲାର କକ୍ଷଭେଦି ସେ ତା’ ପାଖକୁ ଯାଇ ପାରିବ ତ ?

 

ନାଁ ତୁମର ଯିବାର ଆବଶ୍ୟକ ନାହିଁ ଶିଳ୍ପୀ । ରାଧା ତୁମର, ସେ ହୁଏତ ତୁମ ପାଖକୁ ଆସିବାର ସୁଯୋଗ ନେବ ।

 

ତା’ପରେ ରାତ୍ରୀ ବାରଟା ବାଜି ପନ୍ଦର ମିନିଟ ହୋଇଯାଇଥିଲା । ଅଲିଅଳ ରାଜଜେମା ପରି ଦୁଇ ଭଗ୍ନୀଙ୍କ ଗହଳିରେ ଶୋଇଯାଇଥିଲା, ରାଧା । ପ୍ରେମଲୋଭୀ ମନମଣିଷ ଯେଉଁ ଶିଳ୍ପୀ, ସେ ଖୁବ୍‌ ଅଧୈର୍ଯ୍ୟ ହୋଇ ଯାଇଥିଲା । ଏବଂ ବିବେକ ବିରୁଦ୍ଧରେ କକ୍ଷଭେଦି ଦରଜାରେ ହାତ ମାରି ଡାକିଥିଲା ରାଧା....ରାଧା....ରାଧା....

 

ରାଧାର ହଠାତ୍‌ ନିଦ ଭାଙ୍ଗିଥିଲା । ସେ ଲଜ୍ଜାବନ୍ତ ହୋଇ ଉଠି ଆସି କହିଥିଲା ମୋତେ କ୍ଷମା କରିବେ । ଅଲକ୍ଷଣା ନୟନ ଦୁଇଟା ମୋର ସତରେ ଭଲପାଇ ଶିଖିନି । କିନ୍ତୁ ରାଜା, ହୃଦୟ ଯେ ମୋର ତୁମ ପାଇଁ ବ୍ୟାକୁଳ ।

 

ଏହାପରେ ତଳମହଲାର କୋଠରୀ ମଧ୍ୟକୁ ରାତ୍ରୀର ରାଧା ଧୀରେ ଧୀରେ ପ୍ରବେଶ କରିଥିଲା । ଏହି ନିଶ୍ୱରୁଗ୍‌ଣ ଶିଳ୍ପୀର ସାରା ଶରୀରରେ ଆଲିଙ୍ଗନ ପାଇଁ ନିଜକୁ ହଜାଇ ଦେଇଥିଲା କେଉଁ ଏକ କାଉଁରୀ ରାଜ୍ୟରେ ।

 

ଶିଳ୍ପୀର ଚୁମ୍ୱନରେ ରାଧାର ଗଣ୍ଡ ଦୁଇଟା ଖୁବ୍‌ ଜୋରରେ କ୍ଷତି ହୋଇଥିଲା । ଓଷ୍ଠ ଧାରରୁ ରକ୍ତସ୍ରାବ ହୋଇ ଯାଇଥିଲା । ତା’ଛଡ଼ା ରାଧା ଉଲଗ୍ନ ହୋଇଥିଲା କିନ୍ତୁ ହୃଦୟବାନ ଶିଳ୍ପୀ.... !

 

ଛି, ଛି, ବିନୋଦ ପରି ସେ ସୁନ୍ଦର ନ ହେଲେ ବି ହେଲେ ବିନୋଦ ପରି ପିଶାଚ ନୁହେଁ ।

 

ତା’ପରେ ବିନୋଦକୁ ସେ ଉତ୍ତର ଦେଇଥିଲା, ପୋଲିସ ଅଫିସର ହେଲାପରେ କ’ଣ ମଣିଷ ତା’ର ମାନବିକତା ହରାଇ ଦିଏ । ବିନୋଦ ଅବାକ୍‌ ହୋଇଥିଲା । ପ୍ରଶ୍ନ କରିଥିଲା । ଆଜି ଏ କ’ଣ ଗପୁଛି ରାଧା ?

 

ରାଧା ଉତ୍ତର ଦେଇଥିଲା–ଜଣେ ଦରିଦ୍ର ଶିଳ୍ପୀର ଜୀବନ ସ୍ୱର୍ଗର ପାରିଜାତଠାରୁ ଆହୁରି କୋମଳ । କିନ୍ତୁ ଜଣେ ପୋଲିସ ଅଫିସରର ହୃଦୟ ବ୍ରଜଠାରୁ ଖୁବ୍‌ ଶକ୍ତି ଏବଂ କଠିନ । କ’ଣ ମୋ କଥାକୁ ମାନି ନେଉଛି ବିନୋଦ ।

 

ବିନୋଦ ରାଗିଉଠିଥିଲା । ସତେ ଯେପରି ସେ ଗୋଟାଏ ଦୁର୍ଦ୍ଦାନ୍ତ ଡକାଏତ ହାବୁଡ଼େ ପଡ଼ିଯାଇଛି । ମୋ ପରି ଅନେକ ସ୍ୱାମୀର ହୃଦୟ କାମନା କରିଛି ଏ ରାଧା ଏବଂ ଶେଷରେ.... ?

 

ଖୁବ୍‌ ବଜ୍ରହୋଇ ଉଠିଥିଲା ବିନୋଦ । ସେ ଗର୍ଜନ କରି କହିଉଠିଥିଲା । ଶିଳ୍ପୀ ଶ୍ରଦ୍ଧାନନ୍ଦ ତୁମର ହୃଦୟ କୋଠରୀର ପ୍ରତ୍ୟେକ ସ୍ଥାନରେ ରନ୍ଦ୍ରକରି ସାରି ଥିଲାନା । ତୁମେ ତାଙ୍କୁ ତୁମ ନିଜ ହୃଦୟଠାରୁ ବେଶୀ ଭଲ ପାଅ ନୁହଁ, ଆଚ୍ଛା....

 

ବିନୋଦ ତାତ୍ସଲ୍ୟରେ ହସି ଉଠିଥିଲା । ତା’ଛଡ଼ା ଶିଳ୍ପୀ ଶ୍ରଦ୍ଧାନନ୍ଦ ତା’ର ଶତ୍ରୁ ଏବଂ ରାଧାର ପ୍ରଥମ ନାୟକ, ଯେ କି ରାଧାର ହୃଦୟ ମଧ୍ୟରେ ଆଜିଯାଏ ଚୋର ପରି ଲୁଚି ରହିଛି । ଦେଖାଯାଉ ବିନୋଦ ପୋଲିସ, ଅଫିସର କି ନାଁ.... !

 

ତା’ପରେ ରାତ୍ରୀଟି ଧୀରେ ଧୀରେ ଆଲୋକିତ ହୋଇ ପାହିଯାଇ ଥିଲା । ପୋଲିସ ଅଫିସରଙ୍କ ଆଖି ଦୁଇଟାରୁ ରାତ୍ରୀର ଘମାଘୋଟ କଳା ଅନ୍ଧାର ଦୂର ହୋଇଯାଇ ଭରି ଯାଇଥିଲା ଶତ ସୂର୍ଯ୍ୟର ଦାବାଗ୍ନୀ । ବିନୋଦ ଚିତ୍କାର କରି ଉଠିଥିଲା–ଶିଳ୍ପୀ....ତୁମେ ଅପେକ୍ଷା କର !!!

 

–ନଅ–

 

ଶେଯଛାଡ଼ି ଥିଲା ବିନୋଦ ଏବଂ ବାହାର ଆଡ଼କୁ ସେ ଚାଲି ଯାଇଥିଲା । କିନ୍ତୁ ରାଧା ବସି ଭାବୁଥିଲା ସେଇ ଗୋଟିଏ କଥା । ଆକାଶରେ ବର୍ଷା ଏବେ ହଜିଯାଇ ଥିଲେ ବି ତା’ ଆଖି ସେମିତି ଅଶ୍ରୁ ବର୍ଷଣ କରୁଛି ।

 

ହୃଦୟ ସତରେ ଯେପରି ଫାଟି ପଡ଼ୁଛି । ମନ ଯେପରି କେଉଁଆଡ଼େ ଦିଗ, ବିଦିଗ ହରାଇ ଧାଇଁ ବୁଲୁଛି ।

 

ସେ କ’ଣ କରିଛି ? ଅପ୍ରିୟ ସତ୍ୟ କହି ସେ ଆଜି କାହାର ସର୍ବନାଶ କରୁଛି ।

 

ସେଦିନ ଧୈର୍ଯ୍ୟଧରି ପାରି ନଥିଲା ରାଧା, ଭୋ, ଭୋ, ହୋଇ କାନ୍ଦି ଉଠିଥିଲା । ସତେ ଯେପରି ତା’ କାନରେ କିଏ କହିଯାଉଛି–

 

ତୁ କାନ୍ଦେନି । ତୋତେ କାନ୍ଦିବାକୁ ମୁଁ ଦେବିନି । ଆଜି ଦେଖୁଛି ତୁ ମୋର ଅତି ନିଜର ହୋଇଛୁ । ଯେତେ ଦୂରେଇ ଗଲେ ବି ତୁମୋ ପାଖକୁ ଆସୁଛୁ । ମୁଁ ତୋତେ ଆଲିଙ୍ଗନ କରୁଛି । ତୋତେ କୋଳେଇ ନେଉଛି । ତୋ କହିଥିବା କଟୁବାକ୍ୟକୁ ମୁଁ ପରିତ୍ୟାଗ କରିଛି । କାରଣ ମୁଁ ତୋତେ ପ୍ରେମ କରିଛି । ମୁଁ ତୋତେ ଭଲ ପାଇଛି । ସେ ଭଲ ପାଇବା ମଧ୍ୟରେ ପୂରି ରହିଛି ଅଶେଷ ମଧୁ ଗନ୍ଧର ସୌରଭତା । ଅଶେଷ କାମନା ଏବଂ ବାସନା ।

 

ତା’ଛଡ଼ା ଗତକାଲି, ରାତ୍ରୀରେ ମୁଁ ଅନୁଭବ କରୁଥିଲି, ରାଣୀ ମୋ ଭିତରେ ବସି କଥା କହୁଛି । ମୁଁ ତାହା ଶୁଣୁଛି ଭାବି ବିହ୍ୱୋଳ ହୋଇ ତନ୍ମୟ ହେଉଛି । ଏବଂ ଇଚ୍ଛା ହେଉଥିଲା–ତୁ ଯାହା କହୁଥିଲୁ ତାହା ଲେଖି ରଖିବାକୁ । ତାହା ହେଲେ ତୋର କହିଥିବା ଯଥାଯଥ ବାକ୍ୟ ଗୁଡ଼ିକ ଆଦୌ ନଷ୍ଟ ହୋଇ ନଥାଆନ୍ତା । କାରଣ ତୁ ଯାହା କରୁଥିଲୁ ତାହାର ପୁନ୍ନରୁକ୍ତି କରିବା ମୋ ଦ୍ୱାରା ଅସମ୍ଭବ ହୋଇ ପଡ଼ୁଛି । ତା’ପରେ ଭାବି ଦେଖିଛି ଯେ ଲେଖି ରଖିବାର ଉଦ୍ଦେଶ୍ୟ ତୁ ମୋର ହଜାଇ ଦେଉଥିଲୁ । ଏଥିରେ ତୋତେ ଅପମାନିତ ଲାଗିବ ବୋଲି । ତୁ ସର୍ବଶକ୍ତିମାନ ହୋଇ ଉଠୁଥିଲୁ ଏବଂ ମୁଁ ହାରି ଯାଉଥିଲି ।

 

ସେତେବେଳେ ତୋ ମନରେ ଭୟ ନଥିଲା । ଉଦ୍‌ବେଗ ନଥିଲା । ନଥିଲା କ୍ଷୋଭ, ଥିଲା କେବଳ ପରମ ପ୍ରଶଂସା; ଚରମ ନିର୍ଭରତା ଓ ଅବିଚଳ ଶାନ୍ତି ।

 

ତେବେ ସତ୍ୟ କଥା ହେଉଛି–ମୋ ମଧ୍ୟରେ ତୋ ପାଇଁ କୌଣସି ଅହଂଭାବ ନାହିଁ । କୌଣସି ତ୍ୱରା ନାହିଁ, ଚାଞ୍ଚଲ୍ୟ ନାହିଁ, ଉତ୍ତେଜନା ନାହିଁ । କେବଳ ତୁ ତୁ ହିଁ ରହିଛୁ ମୋର ସାରାଶରୀ ଜଗତରେ । ତୋ ବିନା ମୋ ହୃଦୟରେ ଆଉ କେହି ଖେଳି ବୁଲି ପାରୁନାହିଁ !

 

ତୋତେ ପାଇଛି । ତୁ ବି ରହିଛୁ, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ । ନିରବତାର ଅଗ୍ନିଶିଖା ସତେ ଯେପରି ହୁ, ହୁ, ହୋଇ ଜଳୁଛି । ସୁଗନ୍ଧିତ ଧୂପ ଯେପରି ଅବିଗୁଣ ହୋଇ ଊର୍ଦ୍ଧ୍ୱକୁ ଗତି କରୁଛି । ସେମିତି ତୁ ମୋ ଶାନ୍ତି ସାଗର ବକ୍ଷରେ, ଉଦ୍‌ଭ୍ରାନ୍ତ ମନ ଆକାଶରେ ତରଙ୍ଗାୟିତ, ଆଉ ଉଦ୍‌ଭାସିତ ।

 

ତୁ ଯେବେ ଇଚ୍ଛା କରିବୁ ମୁଁ ତୋ ମଧ୍ୟରେ ରହିବି ଅଭିନ୍ନ ହୋଇ । ତୋତେ ମିଶାଇ ମୋ ମନକୁ ରଙ୍ଗ ଦେବି । ଗଢ଼ି ବସିବି କେତେଗୁଡ଼ିଏ ଛୋଟ ବଡ଼ ତାଜମହଲର ସ୍ତୂପ, ମୁଖଶାଳା । ଆଉ ତା’ ଚାରିପଟେ ଉପବନ, ବୃକ୍ଷଲତା, ପଶୁ ପକ୍ଷୀ । ତୋ ଶାନ୍ତି ମୋ ମଧ୍ୟରେ ବିରାଜିତ....ମୋହ, ମାୟା, କାୟା, ଛାୟା । ଏ ସବୁଥିରେ କେବଳ ତୁ । ତୋରି ରୂପ, ତୋରି ମନ, ତୋରି ଭାଷା, ତୋରି ଆଲିଙ୍ଗନ, ଭରି ରହିଛି ।

 

ମୁଁ କ’ଣ କରୁଛି ସେ କଥା ବି ମୁଁ ଜାଣେନା । ତଥାପି ମୁଁ ଏତିକି ଭାବେ, ମୁଁ ତୋର ମନର ମଣିଷ ହେବା ପରେ ମୋତେ ଓ ମୋର ଚରିତ୍ରକୁ ଖୁବ୍‌ ସଜାଡ଼ିଛି । ଖୁବ୍‌ ଚରିତ୍ରବାନ କରିଛି, ଖୁବ୍‌ ସ୍ୱଚ୍ଛଭାବେ ଦେଖିଛି ।

 

ମୁଁ ଏକାନ୍ତରେ ଧୀର ହୋଇଛି । ଧୀରସ୍ଥିର ଭାବରେ ଅପେକ୍ଷା କରିଛି ଆଉ ଗୋଟିଏ ଦୁନିଆଁର କୁତ୍ସା ଆବରଣ ଛିନ୍ନ କରି ଦେବାକୁ । ସେତେବେଳେ ତୋ ସାଥିରେ, ମିଳନ ଯେପରି ସୁସଂପନ୍ନ ହୋଇଯିବ ।

 

ମୁଁ ଜାଣେ ଏହି ଆବରଣ ଯେଉଁମାନେ ଆମ ଦେହରେ ଛନ୍ଦି ଦେଉଛନ୍ତି ସେମାନେ ଅଦେଖା ଓ ଆମ ପାଇଁ ପ୍ରତିରୋଧର ଯମ ବାହାକ ।

 

ସେମାନେ ଆମକୁ କ’ଣ କରିଦେବାକୁ ଚାହାଁନ୍ତି, ଆମକୁ ଭିନ୍ନ କରି ଦେବେ । ଆମ ପ୍ରେମରେ ଅଗ୍ନି ଜଳାଇ ନଷ୍ଟ କରିଦେବେ ଆମକୁ ଦୂରେଇ ଦେବେ ? ମୁଁ କିନ୍ତୁ ସେକଥା ବୁଝେନା । ଦିନେ ହେଲେ ନିଜକୁ ମଧ୍ୟ ପ୍ରଶ୍ନ କରୁନାହିଁ । କାରଣ ମୁଁ ଜାଣେ ଏକ ମାତ୍ର ତୋ ପ୍ରେମ ହିଁ ମୋ ନିମନ୍ତେ ଅତୁଟ; ସୀମିତ ଏବଂ ଅଖଣ୍ଡ ।

 

ସେ ଦିନର ତୋ କଣ୍ଠ ସଙ୍ଗୀତ ପୁଣି ଆଉ ଥରକ ପାଇଁ ମୋର କର୍ଣ୍ଣ ଶୁଣୁଛି ଖୁବ୍‌ ନିରବତାରେ ଶୁଣୁଛି । ପୁଣି ବ୍ୟାକୁଳ ହେଉଛି....

 

ମୋ ମସ୍ତିଷ୍କରେ ତାହା ରୂପ ନେଉଛି ଅପୂର୍ଣ୍ଣ କଥାରୂପ ଯଦିଓ ସେ ସବୁ କଥାରେ ତୁହି ରହିଛୁ । ସର୍ବୋତ ଭାବେ, ଓ ତପୋତି ହୋଇ ।

 

ମନେ ରଖିବୁ ମୁଁ ତୋ ଭିତରେ ପୂରି ରହିଛି । ତୋରି ପଛରେ ତୋରି ଶିଶୁସାବକ ରୁପେ ଗୋଡ଼ାଇଛି । ତୋର ଦେହରକ୍ଷୀ ଭାବେ ଜଗିଛି । ଆଉ ସାବଧାନ ହୋଇ ତୋର ଶାସକ ରୂପେ ତୋତେ ପଥ ଦେଖାଉଛି ।

 

ତୁ ନିରାଶ ହଅନା ରାଣୀ । ତୋର ପ୍ରତ୍ୟେକ ଚେଷ୍ଟା, ପ୍ରତିଟି ବ୍ୟଥା, ପ୍ରତ୍ୟେକ ଉଲ୍ଲାସ ଓ ପ୍ରତ୍ୟେକ ବେଦନା । ତୋ ହୃଦୟର ପ୍ରତ୍ୟେକ ଆହ୍ୱାନ । ତୋ ଆତ୍ମାର ପ୍ରତ୍ୟେକଟି ସଂକଳ୍ପପିତ କଥା । ତୋ ଋତୁଚକ୍ରର ପ୍ରତିଟି ଅବର୍ତ୍ତନ । ସବୁ କିଛି କୌଣସିଟା ବାଦଦେଇ ମୁଁ ବଞ୍ଚି ପାରୁନାହିଁ ।

 

ତୁ ହି ମୋର ଆଶ୍ରୟ ଓ ମୋର ଆଶୀର୍ବାଦ । ମୋର ଶକ୍ତି ମୋର ସ୍ୱାସ୍ଥ୍ୟ ମୋର ଆଶା ଓ ସାହାସ ।

 

ଆଜି ଭାବୁଛି....ତୁ ମୋ ମଧ୍ୟରେ ନା ମୁଁ ତୋ ମଧ୍ୟରେ । ଏହା ଭାବିବା ନିଶ୍ଚିତ ମୋର ବୋକାମି କାରଣ ମୁଁ ଜାଣେ–ଭଲପାଇ ନିଜର ହେବା ଦିନରୁ ତୁ ମୋର ଏକମାତ୍ର ଜୀବନ ହୋଇ ରହିଁଛୁ । ପର କିଏ ? ସେ କଥା ତ ମୁଁ ଠିକ୍‌ କହି ପାରେନା ।

 

ତୁ ମୋର ଏକମାତ୍ର ନିଜର ହୋଇଛୁ । ଆତ୍ମାରେ ମିଶିଛୁ ପୁଣି ମନ ମଧ୍ୟରେ ତୁ ସଂଳାପ କରୁଛୁ ।

 

ଅଗ୍ନି ଯେପରି ଆଲୋକ ଦାନ କରେ, ଝରଣା ଯେପରି ତୁଷ୍ଣା ନିବାରଣ କରେ । ବୃକ୍ଷ ଯେପରି ଶୀତଳ ଛାୟା ଏବଂ ମଧୁର ଫଳ ପ୍ରଦାନ କରେ, ଠିକ୍‌ ସେହି ରୂପରେ ଆସି ତୁ ମୋ–ହୃଦୟରେ ମିଶିଛୁ, ।

 

ସତରେ ମୁଁ ଆଜି ସେୟା ଅନୁଭବ କରୁଛି ତା’ଉପରେ ମୋର ସମସ୍ତ ନିର୍ଭର । ମୋ ଅନ୍ତରେ ନିଶ୍ଚିତତା ସବୁଦିନ ବଢ଼ୁଛି ପ୍ରତିଦିନ ମୁଁ ଅନୁଭବ କରୁଛି ମୋ ହୃଦୟରେ ତୋର ପ୍ରେମ ଆହୁରି ଜୀବନ୍ତ ହେଉଅଛି । ତୁ ମୋ ଖୁବ୍‌ ନିକଟକୁ ଆସୁଅଛୁ ।

 

ମୁଁ ଅସ୍ଥିର । ମୁଁ ଯେବେ ସ୍ଥିର ହେବି, ସେଦିନ ଜାଣିଥିବି ଯେ ତୁ ମୋ ସାଥିରେ ଏକ ହୋଇଛୁ । ମୋ ମନରେ ପରମ ସୁଖ ଅମିଶ୍ର ଆନନ୍ଦ ଓ ଅଖଣ୍ଡ ଶାନ୍ତି ଲଦି ଦେଇଛୁ ।

 

ତୋ କଣ୍ଠ ଏତେ ନମ୍ର ନିରପେକ୍ଷ ଏପରି ମହିମାମୟ । ଧେର୍ଯ୍ୟ ଓ କରୁଣାର ଏପରି ପରିପୂର୍ଣ୍ଣ ଯେ ତା’ମଧ୍ୟରେ କର୍ତ୍ତୃତ୍ୱ ଓ ସ୍ୱେଚ୍ଛା ପ୍ରୟୋଗର କୌଣସି ଚିହ୍ନ ନାହିଁ । ମଳୟର ସମୀରଣ ପରି ତାହା ସ୍ନିଗ୍‌ଧ ଓ କୋମଳ ବିଶୁଦ୍ଧ ଧ୍ୱନି ପରି ତାହା ବେସୁରା ବାଦ୍ୟସଂଗୀତ ଭିତରେ ଆଣେ ଐକ୍ୟତାନର ସୁର: ମୁଁ ଜାଣୁଛି ସେ ସ୍ୱର ମୋତେ କିପରି ମଧୁମୟ ହୋଇ ଶୁଣା ଯାଉଛି । ଅନେକ ସମୟରେ ତାହା ରୂପାନ୍ତରିତ ହେଉଅଛି, ଏବଂ ସାନନ୍ଦରେ ମୁଁ କିପରି ଗ୍ରହଣ କରୁଛି ।

 

ଆଜି ଦେଖୁଛି ମୁଁ ଗୋଟାଏ ଧୈର୍ଯ୍ୟର ଚାବୁକୁ ହୋଇଯାଇଛି ।

 

ସତ କହ ରାଣୀ, ମୁଁ ତୋତେ କେତେ ଆବାହନ ନକରେ ହୃଦୟର ଅନ୍ତସ୍ଥଳରୁ । ତୋର ମହନୀୟ ପ୍ରେମ, ଜୀବନ ଆଲୋକ ସମହୋଇ ମୋ ଚତୁର୍ଦ୍ଦିଗକୁ ଆଲୋକିତ କରୁଛି । ତୁ ହି ମୋର ପ୍ରାଣର ପ୍ରାଣ । ଜୀବନର ଜୀବନ ହୋଇ ମୋତେ ସଂଶୋଧନ କରୁଛୁ ।

 

ଅନାଥିନୀ ପ୍ରିୟା

ମୁଁ ଆଜି ତୋ ନିମନ୍ତେ ତୁଳୀ ଧରୁଛି ତୋ ନାମରେ ଲେଖିନି ଚଳାଇଛି ତୋ ନିମନ୍ତେ କବି ସାଜି କବିତା ଲେଖୁଛି । ପୁଣି ଅବିଛନ୍ଦରେ, ମଧୁର ରାଗରେ । ଜାଣେନା ମୋ ସଙ୍ଗୀତ ମୋଠାରୁ ତୋ ନିକଟକୁ ଯାଉଛ କି ନାହିଁ । ତୁ ମୋର ବୁକୁଫଟା ଆତୁର ଆର୍ତ୍ତନାଦ ଶୁଣିପାରୁଛୁ କି ନାଁ । ତା’ ଛଡ଼ା ତୁ ମୋତେ ନିଜର କରୁଛୁକି ନା, ତୋର ସେ ଗରୀୟାନ୍ ରୂପ, ରଙ୍ଗ ତୋର ସୁମନୋହର ଆତ୍ମଗ୍ଳାନି ସମସ୍ତ ମୋ ନୟନ ଦ୍ୱୟରେ ପ୍ରକଟିତ ହେଉଛି ।

 

ଏହି ଆସନ୍ନ ସନ୍ଧ୍ୟାରେ ତୋ ବାକ୍ୟ ତୋର ସାନ୍ତ୍ୱନା ବାଣୀ ମୋତେ ଖୁବ୍‌ ନିକଟକୁ ଟାଣୁଛି । ମୋତେ ତୋର ଅତି ଘନିଷ୍ଟ କରୁଛି ।

 

ତୁ କିଏ ? ମୋ ବୁଦ୍ଧି ଦ୍ୱାରା ତୋତେ ବୁଝି ପାରୁନାହିଁ କିନ୍ତୁ ପବିତ୍ରତାର ସହିତ ମୁଁ ତୋର ନିକଟତ୍ୱ ଆଶା କରୁଛି । ଜାଣେନା ତୁ ମୋ ନିକଟକୁ କେତେ ଶୀଘ୍ର ଆସିବୁ ।

 

ଏତେ କଥାପରେ ପୁଣି ତୁ ଲେଖୁ । ମୋ ପାଇଁ ତୁମେ ଏତେ ବ୍ୟଥା ଏତେ କଷ୍ଟ ଏତେ ମର୍ମାହତ ହୁଅ କାହିଁକି ?

 

କିନ୍ତୁ ରାଣୀ ! ଏମିତି ପ୍ରଶ୍ନର ଉତ୍ତର ମୁଁ ସଠିକ୍‌ ଭାବେ ଦେଇ ପାରୁନାହିଁ । ଯେହେତୁ ମୁଁ ଜାଣେ ଗତ ତା ୨୦ । ୧୨ । ୭୫ ମସିହାର ଶନିବାରଠାରୁ ତୋର ଭାବ କୋଠରୀରେ ବାସକରୁଛି ମୁଁ ମୋର ଦିଗନ୍ତ ବିସ୍ତାରି ମନରାସ୍ତାରେ ତୁ ବି ବିଚରଣ କରୁଛୁ ।

 

ତାହା ହେଲେ ମୋ ନିଜକୁ ନେଇ କ’ଣ ଘଟିବ ଏସବୁ ନେଇ ବ୍ୟସ୍ତ ହେବି କାହିଁକି ?

 

ତୋ ବିନା ସବୁ କିଛି ନିଷ୍ପ୍ରାଣ ମାନସୀ, ପଶୁବତ ନିରାଟ ଅଚେତନ ଏ ମନ । ଯାହା କିଛି ଆମକୁ ସ୍ୱଚ୍ଛ ଆଲୋକ ଦାନ କରିଛି । ଦିବ୍ୟପ୍ରେମ ଶିଖାଇଛି । ଆମକୁ ନିଜର କରିଛି ଆଉ ମୁଗ୍‌ଧ କରିଛି । ସେଥିରେ ମୁଁ ଭୁଲିଯିବି କିପରି ?

 

ତୋର ପ୍ରଶ୍ନର ଉତ୍ତର କ’ଣ ଏତିକିରେ ଯଥେଷ୍ଟ ହେବନାହିଁ । ଏହାପରେ ପ୍ରତ୍ୟେକ ଅସମ୍ଭବ ଯେବେ ସମ୍ଭବ ହୋଇ ନପାରିବ ତେବେ କ’ଣ ଆମେ ଡେଣା ମେଲାଇ ଉନ୍ମୁକ୍ତ ଆକାଶ ଆଡ଼େ ଉଡ଼ି ଯାଇ ପାରିବା ।

 

ବର୍ତ୍ତମାନ ପୁଣି ମୋତେ ହସ ଲାଗୁଛି । ଯେଉଁ ସବୁକଥା ମୋତେ ଜଣା ନଥିଲା ଅବା ଜାଣି ପାରୁ ନଥିଲି, ତାହା ଆଜି ତୋରି ସାନିଧ୍ୟରୁ ଜାଣିପାରିଛି । ତେଣୁ ମୋ ମନରୁ ଅହଂଭାବ ଚୁର୍‍ମାର ହୋଇଗଲା । ମୁଁ ହାରିଛି ତୁ ମଧ୍ୟ ମୋତେ ହରାଇଛୁ ବୋଲି ଗର୍ବ କରି ପାରୁ ।

 

ତା’ପରେ ଏହାହିଁ ତ ମୋର ପ୍ରୟୋଜନ ଥିଲା । ଯାହାଫଳରେ ମୁଁ ବୁଝିପାରିଲି ଏବଂ ଅନୁଭବ କରି ପାରିଲି । ତୋର ସାନିଧ୍ୟର ଯଥାର୍ଥ ସ୍ୱରୁପକୁ ଏବେ ଭାବୁଛି ମୋ ଜୀବନର ଜୀବନ ବ୍ୟତୀତ ଦୁନିଆଁରେ ଆଉ କିଛି ମୂଲ୍ୟବାନ ପଦାର୍ଥ ଅଛି କି ତୋତେ ଓ ତୋ ହୃଦୟକୁ ସରସ ସୁନ୍ଦର କରିବା ପାଇଁ ଅର୍ପଣ କରି ଥାଆନ୍ତି ।

ସତରେ ରାସମଣୀ ମୁଁ ତୋତେ ମୋର ଜୀବନ ଉତ୍ସର୍ଗ କରିଛି ସବୁକିଛି ତୋର । ମୁଁ କେବଳ ଅତିଥି ଆଉ ତୁ ତୋର ଅତିଥିର କର୍ତ୍ତା ।

ଗତ ଦୀର୍ଘଦିନ ଧରି ମୁଁ ଏକମାତ୍ର ଅନୁଭବ କରୁଥିଲି ଏତେ ଦିନ ହେଲା ମୁଁ କେବଳ ତୋତେ ମସ୍ତିଷ୍କ ଦେଇ ପ୍ରେମ କରୁଥିଲି । ଆଜି ଆଉ ତାହା ନାହିଁ । ବର୍ତ୍ତମାନ ହୃଦୟ ଦେଇ ପ୍ରେମ କରୁଛି । ମନ ଓ ରକ୍ତ ଦେଇ ଭଲପାଉଛି ।

ମୋର ଆଧାରର ଏକ ନୂତନ ଦ୍ୱାର ତୁ ଉନ୍ମୋଚନ କରିଛୁ । ଦରିଜା ପାରହୋଇ ମୁଁ ତୋର ମନ ମନ୍ଦିରକୁ ଯିବା ଆସିବା କରିବାକୁ ସୁବିଧା ପାଇଛି । ତଥାପି ମୁଁ ଜାଣେନା, ସେ ଦରଜା ପାର ହୋଇ ବିଚରଣ କରିବାକୁ ମୁଁ ଉପଯୁକ୍ତ କି ଅନୁପଯୁକ୍ତ ।

ତୋ ନିକଟରେ ତୋ ସମ୍ମୁଖରେ ନିରବରେ କେଇଟି ମୁହୂର୍ତ୍ତ କଟାଇବା ସତେ ଯେପରି ଶହ ଶହ ବର୍ଷ ସଙ୍ଗେ ସମାନ ।

ଏମିତି ଅନେକ କଥା ମୋ ମନ ଆକାଶରେ ପ୍ରତିଫଳିତ ହେଉଛି । ତା’ ମଧ୍ୟରେ ସପ୍ତର୍ଷି ଏକ ପ୍ରଶ୍ନ କରିବସେ । ତୋ ବିନା ମୁଁ କ’ଣ କରିବି ।

ତୁ ବିବାହ କରିବୁନି ରାଧା ?

ନାଁ ତୁମକୁ ଚାହିଁ ବଞ୍ଚିଯିବି

ତା’ପରେ....

ତା’ପରେ ମୁଁ ଆଶ୍ଚର୍ଯ୍ୟ ହୋଇଛି । ସ୍ତ୍ରୀ ପୁତ୍ରର ଅବାଧ୍ୟ ପରେ ମୁଁ ତୋତେ ବଞ୍ଚାଇ ରଖିବି, ପ୍ରେମ କରିବି, ସାନିଧ୍ୟ ଦେବି । ଆଲିଙ୍ଗନ ଆଉ ଚୁମ୍ୱନ ଦେଇ ମୁଁ ତୋତେ ଭାବବିହ୍ୱଳ କରିବି, ନିଜର ହେବି ।

ତୁ ମୋର ହାତକିଣା ନାଲି ଚୁଡ଼ି ପିନ୍ଧିବୁ । ମୁଁ ତୋର କୁମାରୀ ମଥାରେ ପିନ୍ଧାଇ ଦେବି ଚିରଦିନକୁ ଅଲିଭା ରକ୍ତର ନାଲି ଚିତା ସିନ୍ଦୁର ବିନ୍ଦୁ । ସେତକରେ ତୁ ହସିବୁ, ସେତକରେ ତୋର ଜୀବନ ସାର୍ଥକ ହେବ ।

ତା’ପରେ ଦିନ ଆସିବ ସୁଖ ଆଉ ଦୁଃଖ ସଂସାରରୁ ତୁ ବିଦାୟ ନେବୁ ତୋର ମର ଆତ୍ମାକୁ ମୋରି କାନ୍ଧରେ ବୁହାଇ ନେଇ ଯିବି ନଦୀ ଆର ପାରି ଶ୍ମଶାନକୁ, ସତୀଚଉଁରାକୁ, ସେଠି ପୁଣି ତୋ ନିମନ୍ତେ ଗଢ଼ିଦେବି ମୋ ଶକ୍ତିର କ୍ଷିଦ୍ର ତାଜମହଲ ।

ତୋ ମମତାର ବିକ୍ଷିପ୍ତ ମନ୍ଦ ମନ୍ଦ ନିନାନ୍ଦରେ ମଧୁର ସଂତୀତରେ ଅମର ହୋଇ ଉଠିବ ତୋର ଅଲିଭା ମରମ ଗାରର ଅନେକଟି ସ୍ତୁତି’ ଯାହାକୁ ମୁଁ ଭୁଲି ନପାରି କାନ୍ଦିବି ।

ସତରେ ଏ ଭଲ ପାଇବା ଶେଷରେ ଅଛି ଗୋଟାଏ ବାଧକ ଯାହାକି ମୃତ୍ୟୁ ମୋତେ ହାତଠାରି ଡାକିବ, ତୁମେ ଚାଲିଆସ କବି, ମୋ ପାଖକୁ, ଆଉ ଏଇ ସତୀଚଉଁରାର ଶ୍ମଶାନ ବୈକୁଣ୍ଠକୁ ।

 

ରାଧା ପରି, ଶିଳ୍ପୀ ଶ୍ରଦ୍ଧାନନ୍ଦ ବି ଆଜି କାନ୍ଦୁଛି । ନିରଳଶ ହୋଇ ଆତ୍ମାକୁ ବୁଝାଇଛି । କେତେ କ’ଣ କହିଛି । ରାଧା ମୋର ନୁହେଁ ପର, ସାତପର, କିନ୍ତୁ...... ?

 

କେତେ ଭଲ ପାଇଥିଲା ସେ ରାଧା କେତେ ବିନିଦ୍ର ରାତ୍ରୀ ମୋ ନିକଟରେ ବି ଥିଲା ସେ । ହସିଥିଲା ଗୁଲୁ ଗୁଲୁ ହୋଇ । କହିଲା ମୋତେ ଛାଡ଼ି ଯିବନାହିଁ ତ ?

 

ମତରେ ଆଜି ସେ ଚାଲିଯାଇଛି, ହେଲେ ଯିବା ପୂର୍ବରୁ ସେ ତ ଆଦେଶ ଭିକ୍ଷା କରିଛି । ସମ୍ଳେହେ ଶ୍ରଦ୍ଧାନନ୍ଦ ତା’ର ଶୁଭକାମନା କରିଛି–ଅନୁରୋଧ ପରେ ବାଧ୍ୟବାଧକତା ପ୍ରଶ୍ନତ ଉଠେନା-

 

ତେଣୁ ପୋଲିସ ଅଫିସର ବିନୋଦ ପାଇଁ ତ ରାଧା ଆଜି ଆତ୍ମବିଭୋର । ସେ ଆଜି କେତେ ସୁନେଲୀ ସୋପ୍ନର ସୌଦ୍ଧ ଗଢ଼ୁଥିବ । କଳ୍ପନା କଳ୍ପନାର ଅସୁମାରୀ ସୁତାରେ‌ ସେ ବୁଣୁଥିଲା ବୁଢ଼ିଆଣୀ ଜାଲ । ଇଚ୍ଛା ଥିଲା–ତା’ ପ୍ରତି ଭରସା ଥିଲା ରାଧା ଅବମାନନା କରିବ ନାହିଁ । ଦୀର୍ଘଦିନ ଯାଏ ସେ ନିଜର ହୋଇ ରହିବ ଶିଳ୍ପୀ ଶ୍ରଦ୍ଧା ନନ୍ଦନର ।

 

ଆଜି କିନ୍ତୁ ତାହାହୋଇ ପାରିଲାନାହିଁ । ରାଧା ତା’ର ମନଲାଖି ମନର ମଣିଷ ବାଛିନେଇ ଶ୍ରଦ୍ଧାନନ୍ଦକୁ ନିରସ ଶୁଷ୍କ ମଣିଷଭାବେ ସାରାଦିନ ପାଇ ବଞ୍ଚିଯିବା ପାଇଁ ନିର୍ଦ୍ଦେଶ ଦେଇଛି । ତା’ଛଡ଼ା ଶ୍ରଦ୍ଧାନନ୍ଦ ମଧ୍ୟ ଜାଣି ଜାଣି ଏ ସବୁଥିରୁ ବଞ୍ଚିତ ହେବାକୁ ପଛାଇ ନାହିଁ ଶ୍ରଦ୍ଧାନନ୍ଦ ଆଜି ନିରବ ।

 

କାହାକୁ କିଛି କହି ପାରେନା । କାହାରି ପାଖରେ ଏ ହୃଦୟ କଥା ଖୋଲି ବସିବାକୁ ରାହା ବି ମିଳେନା ତାକୁ, ଯେ ହେତୁ’ ସେ ନିଶ୍ୱ...ଧନହୀନ ।

 

ଧନହୀନ ନିମନ୍ତେ କୌଣସି ଗୌରବତାର ସୁଯୋଗ ଆସେନା । ସେ ବୁଝେନା ଦୁନିଆର ହାଲଚାଲ । ଶୁଣିପାରେନା ତା’ କର୍ଣ୍ଣରେ କୌଣସି ଏକ ମଧୁର ସଙ୍ଗୀରେ ବେସୁରା ରାଗିଣୀ । ନୟନ ଗହ୍ୱରେ ଦେଖି ନଥିବ ସେ କେଉଁ ଏକ ରାଜ ଐଶ୍ୱର୍ଯ୍ୟର ମନୋଲୋଭା ଉତ୍ସବ ବ୍ୟସନ’ କିନ୍ତୁ ଦୁଃଖିତ ନୁହେଁ ନିଶ୍ୱ, ନିର୍ଧନୀ ଶ୍ରଦ୍ଧାନନ୍ଦ ।

 

ଯେଉଁ ଦିନ ସେ ତା’ର ହାତ ଖୋଲି ଲେଖି ବସିଛି ଉପନ୍ୟାସ ସେ ଯେଉଁଦିନଠୁ ତୁଳୀ ଧରି ଆଙ୍କିପାରିଛି ସୁନ୍ଦରୀ ଅସୁନ୍ଦରୀ ମଣିଷର ଅବିକଳ ରୂପ । ଆଉ ଦୂର ଦରିଆର ଢେଉ ଉପରେ ଛୋଟ ଛୋଟ ଡଙ୍ଗା ବନାନୀର ଅପୂର୍ବ ସୌନ୍ଦର୍ଯ୍ୟ । ପଥର ମନ୍ଦିରରେ ଇଶ୍ୱରର ପ୍ରତିଛବି, ସେଇଦିନୁ ଜାଣେନା ଶ୍ରଦ୍ଧାନନ୍ଦ ଏ ଜୀବନ କ’ଣ ? ଏ ଜୀବନ ସୁଖ ପାଇଁ ହୀନସ୍ଥା ବଳରେ ଲଢ଼ୁଛ କି ଦୁଃଖ ପାଇଁ ରଙ୍ଗୀନୀ ମନମତାଣିଆ ସୌନ୍ଦର୍ଯ୍ୟକୁ ଉପଲବ୍‌ଧି କରିଛି ।

 

ଶିଳ୍ପୀ କେବଳ ବୁଝେ; ଦୁନିଆର ଯାହା ଆଶ୍ଚର୍ଯ୍ୟ ଯାହା ମହନୀୟ, ଯାହା ଲେଭନୀୟ, ଯାହା ସ୍ୱାଦ ସବୁ ତ କେବଳ ମୃତ୍ୟୁ ପାଇଁ ।

 

ତେବେ କାହିଁକି ଦୁଃଖ କରିବ ଶ୍ରଦ୍ଧାନନ୍ଦ ମନର ମାନସୀର ଜୀବନକୁ ନିରାନନ୍ଦ କରିବାରେ ତା’ର ଥାଏ କି ପ୍ରୟୋଜନ ।

 

–ଦଶ–

 

ପ୍ରତିଦିନ ପ୍ରତ୍ୟେହ କାର୍ଯ୍ୟକାଳରେ ନିଜକୁ ପ୍ରବୋଧନା ଦେଇଛି ଶ୍ରଦ୍ଧାନନ୍ଦ, ହେଲେ ଯେଉଁ ପ୍ରାଣ ଅନ୍ୟ ପ୍ରାଣର ଦୈନନ୍ଦିନ ସୁଖ ଦୁଃଖର ଭାଗ୍ୟଧର ହୋଇ ସହ୍ୟ କରି ଆସିଥିଲା ଏତେ କଷଣ, ସେ ପ୍ରାଣ ଯେ ଆଜି ଶାନ୍ତଭାବେ ନିର୍ବାଣ ଲଭିବ ଏ କଥା ମିଛ, ତେଣୁ ଶ୍ରଦ୍ଧାନନ୍ଦର ନୟନ ହୁଏ ସକଳ, ଆତ୍ମା ହୁଏ ପ୍ରେମିକା ନିମନ୍ତେ ଆତ୍ମ...ବିଭୋର, ପ୍ରେମିକାର ପ୍ରତିଟି ପ୍ରତିବିମ୍ବ ଯେତେବେଳେ ଶ୍ରଦ୍ଧାନନ୍ଦର ନୟନ ସମ୍ମୁଖରେ ଦଣ୍ଡାୟମାନ ସେତେବେଳେ ହୃଦୟ ତା’ର ଦୁଃଖରେ ଭାଙ୍ଗିପଡ଼େ, ଅଶେଷ ଅନୁକମ୍ପା ତା’ର ଶରୀର ଉପରେ କୁଠାରଘାତ କରେ, ହୃଦୟ ତା’ର ସତେକି ଅଗ୍ନିରେ ପୋଡ଼ିଜାଳି ଭସ୍ମୀଭୂତ ହୋଇଯାଏ, ସତେକି ପ୍ରେମିକା ତା’ର ସବୁଜ ବନାନୀରୁ ପକ୍ଷୀମେଲି ଦୁର ଆକାଶକୁ ଉଡ଼ି ଯାଉଛି, ଆଉ ଏ ପାପଭରା ପୃଥ୍ୱୀ ଉପରେ ତା’ର ନିର୍ଜାତିତ ଶରୀରଟା ଦୀର୍ଘଦିନ ନିମନ୍ତେ କଷଣ ସହି ବିଶ୍ରାମ ନେଉଛି ।

 

ଆଃ କେତେ କଷ୍ଟ, କେତେ ଭୟଭୀତ ଯନ୍ତ୍ରଣା ଶ୍ରଦ୍ଧାନନ୍ଦ ମନରେ, ତା’ର ହୃଦୟରେ । ସେ ଯେ କେଉଁ ପୃଥିବୀରେ ପକ୍ଷଚ୍ଛେଦ କରି ପଡ଼ିଛି, କିଏ ତା’ର ପକ୍ଷ ଦୁଇଟାକୁ ଧୀରେ ଧୀରେ କାଟି ଫିଙ୍ଗି ଦେଇ ନିଜକୁ ଖୁବ୍‌ ଆଗକୁ ଦୋଉଡ଼ାଇ ଚାଲିଛି ।

 

ସେ ଆଜି ମର୍ମାହତ, ତା’ର ଧୂସରିତ ପୃଥିବୀର ପ୍ରତ୍ୟେକ ସ୍ଥାନେ ଆଉ ଅସ୍ଥାନେ ଗୋଟି କରି ପୋତି ଦେଇଛି କୋଟି କୋଟି ଯନ୍ତ୍ରଣାର କଣ୍ଟକ, ପାଦ ଥୋଇ ଆଗକୁ ପଦେ ଅଗ୍ରସର ହୋଇପାରେନା ଶ୍ରଦ୍ଧାନନ୍ଦ ଆଜି ପୁଣି ସେହି ଶ୍ରଦ୍ଧାନନ୍ଦ ଭାବୁଛି ।

 

ରାଧା– !

 

ବଡ଼ ଚତୁରୀ ଥିଲା ସେ ରାଧା, ଯେଉଁ ଦିନ ଶୁନ୍ୟ ଆକାଶରୁ ଧରିଆଣି ନିଜ ଆୟତ ସୁନା ପଞ୍ଜୁରୀରେ ରାଧାକୁ ଆଶ୍ରୟ ଦେଇଥିଲା ଅନାୟସ ହୋଇଥିଲା, ତା’ର କାନେ କାନେ ଶୁଣାଉଥିଲା ଏହି ମହାମହିମ ପ୍ରେମ ଓ ଭଲ ପାଇବାର...ତୁହି ଏକା ନିଜର ସମସ୍ତ ଅବୟବ ଓ ଅଙ୍ଗ ପ୍ରତ୍ୟେଙ୍ଗ,

 

ସେ ଦିନ ପ୍ରେମ ପାଗଳିନୀ ରାଧା କାନପାତି, ମନ ଦେଇ ଧ୍ୟାନ ଦେଇ ଶ୍ରବଣ କରୁଥିଲା ପ୍ରେମରେ ଭଲ ପାଇବାର ହରି ନାମକୁ ।

 

ନବ ପଲ୍ଲବିତ ହୋଇଥିଲା ରାଧାର ହୃଦୟ ଜଗତର ଅନ କୋଟି ତରୁ, ଲତା, ପାଷାଣ ଦେହରେ ତା’ର ସୁକ୍ଷ୍ମ ରୂପରେ ଫୁଟିଥିଲା କେତୋଟି ନଗ୍ନଛବି, ଉଲଗ୍ନ ଆଲିଙ୍ଗନ, ସ୍ନେହରେ ଚୁମ୍ବନ

 

ସେଦିନ ରାଧା ବିଭୋର ହୋଇଥିଲା, ଭାବୁଥିଲା...ପ୍ରତ୍ୟେକ ପୁରୁଷ ଅପେକ୍ଷା, କବି ତା’ର ଜୀବନ ସାନିଧ୍ୟ ଦର୍ଶନ ଲାଭର ଚାକ୍ଷୁଷ ରୂପ ଦେଇଛି ମୋ ମନରେ, ମୁ ଗର୍ବୀ, ମୁଁ ହୃଦୟବତୀ, ମୁଁ ସୌଭାଗ୍ୟ ଶାଳିନୀ,

 

ପୁଣି ମନ ଖୋଲି କହେ ରାଧା, ତୁମେ ମୋ ମନରେ ଅସରନ୍ତି ଭାବ ଜଗାଇଛ, ତୁମେ ମୋର ମନର ପ୍ରତ୍ୟେକ ଅଣୁପରମାଣୁରେ ଭରିଦେଇଛ ନିସ୍ୱାର୍ଥର ସୋପ୍ନର ସୌନ୍ଦର୍ଯ୍ୟ ମନ୍ଦିର; ତା’ ମଧ୍ୟରେ ତୁମେ ଆରାଧ୍ୟ ଦେବତା;

 

ହେ ଦେବତା ମୋର, ପ୍ରାଣର ଅଭୁଲା ଠାକୁର, ତୁମ ବିହୁନେ ମୋର ରାତ୍ରୀର ନିର୍ଜନତା ଧୀରେ ଧୀରେ ବଢ଼ି, ବଢ଼ି ଗୋପନ ଲଭୁଛି, ‘‘ମା’ ମୋତେ ଅବାଧ୍ୟ ମନେ କରୁଛି; ତୁମର ପ୍ରତ୍ୟହ ପ୍ରତ୍ୟକ୍ଷ ଉପସ୍ଥିତିକୁ ସେ ଅଗ୍ରାହ୍ୟ ଓ ଘୃଣା କରୁଛି; ତା’ଛଡ଼ା ତୁମ ବିରୁଦ୍ଧରେ ତା’ର ସମାଲୋଚନା ଯେ ତୁମ ନିମନ୍ତେ ଏକ ଦୁନିଆଁ ପୃଥକ ଅପମାନ ତାହା ମିଛ ନୁହେଁ ।

 

ମାଆଙ୍କର ମନ କହୁଛି ତୁମେ ଆଉ ଏଠାକୁ ଆସନି, ଏ ଦରିଜାରେ ତୁମର ପାଦ ପଡ଼ିଲେ ସତେକି ବିରାଟ ଅପରାଧ, ତା’ଛଡ଼ା ମୋତେ ଡାକନି’ କୌଣସି କଥାରେ ହିତୋପଦେଶ ଦିଅନି, ମୋତେ ଖୁସି କରାଅନି, ମୋ ସାଥିରେ ଖାଅନି, ପୁଣି ତୁମେ ମୋର କିଏ ? ତୁମେ କାହିଁକି ଏଠାକୁ ଆସିବ । ଏଠାରେ ତୁମର କି କାମ ଅଛି ।

 

ଶ୍ରଦ୍ଧାନନ୍ଦର ଜୀବନ ନାଟିକାରେ ଅଭିନେତ୍ରୀ ଭାବେ ଅଭିନୟ କରିବାକୁ ରାଧା ଯେତେବେଳେ ଆଗେଇ ଆସେ ସେ କିନ୍ତୁ ମାନେନା ‘‘ମା’’ଙ୍କର ସେପରି ନିର୍ଦ୍ଦେଶ ମନା ଆଦେଶକୁ-

 

ସେ ଲେଖେ ମୋର ମଜନୁ’ ହେ ମୋର ପ୍ରାଣର ଅନକୋଟି ଦେବତାର ଆଶ୍ରୟ ସ୍ଥାନ ଶ୍ରୀକ୍ଷେତ୍ର । ଅସଂଖ୍ୟ ପୁଷ୍ପ ଲତାପରି ପୂର୍ଣ୍ଣର କାନନ ତୁମେ ମୋତେ ଏଠାରୁ ଟାଣିନିଅ ମୋତେ ତୁମର ସେହି ପୁତପବିତ୍ର ଜଗତରେ ସ୍ଥାନ ଦିଅ ।

 

ମୁଁ ଜାଣେ ‘ମା’ଙ୍କର ଶରୀର ବୃକ୍ଷ ମୋର ଉତ୍‌ପାଦନ ଦେଇଛି, ବର୍ଷ ବର୍ଷ କରି ଷୋଳବର୍ଷର ହୋଇଛି ସ୍ତନରୁ କ୍ଷୀର ଖାଇ, ଶରୀରରୁ ରକ୍ତ ପିଇ ଶୋଷିଛି ତା’ ଦେହରୁ ହାଡ଼ ମାଂସ, ସେ ଯେତେବେଳେ ମୋର ଜନ୍ମ ଦାତ୍ରୀ ପାଳନ କର୍ତ୍ତୀ, ସେ ମୋର ପରମ ପୂଜ୍ୟ ।

 

ତଥାପି ତ ମୁଁ ବିଚାର କରିଥିଲି ଯାହା ତାହା ମିଥ୍ୟା ନୁହେଁ, ଆଜି କିନ୍ତୁ ଆପଣଙ୍କର ସାନିଧ୍ୟ ଆଶାରେ ମୁଁ ଯେତେ ଆଗକୁ ଧାଏଁ ତୁମ ପାଖରେ କହିବସେ ସବୁକିଛି, ଦୁଃଖ, ସୁଖ, ଅତୀତ ଏବଂ ଆଗାମୀ କାଲିର ମୋ ଭବିଷ୍ୟତର ଇତିବୃତ୍ତ ।

 

ସେତେବେଳେ ମୋ ଆଖିରୁ ଲୁହ ଝରୁ ନଥିଲେ ବି, ଝରେ ତୁମରି ଆଖିରୁ ସେ ଲୁହକୁ ଲୁହ ରୂପରେ ଦେଖିଛି ମୁଁ । ବୁଝିଛି ଏବଂ ବୁଝାଇଛି ତୁମକୁ ଅନେକଟି କଥା ।

 

କୁହ ଏ ଅନାଥନୀ ପ୍ରିୟା କ’ଣ ତୁମର କାନ୍ଦୁରା ଆଖିରୁ ଲୁହ ପୋଛି ନାହିଁ ? କହିନାହିଁ ନା,...ତୁମ ବିନା ମୋର ଆଉ ଚିନ୍ତା କରିବାର ବିଷୟବସ୍ତୁ କିଛି ନାହିଁ, ‘ମା’ ମୋତେ ଗାଳି ଦେଉଛି । ଦେଉ, ଗାଳି ଦେଇ ମାଡ଼ ମାରି କ’ଣ ମଣିଷର ହୃଦୟକୁ ତରଳାଇ ଦିଆଯାଇ ପାରେ ।

 

ମୋର ପ୍ରେମ ଠାକୁର !

 

ତୁମେ ସ୍ଥିର ହୁଅ, ଅବା ଯାହା ହୁଅ ମୁଁ କିନ୍ତୁ ଜାଣେ ତୁମେ ହିଁ କେବଳ ଗୋଟିଏ ଜିନିଷ, ଯାହା କି ମୋ ନିମନ୍ତେ ପୃଥିବୀରେ ବିରଳ ତୁମକୁ ପାଇଲା ଦିନୁ, ଏ ମନରେ କେତେ ଯୋଗ କେତେ ଭୋଗ ଆଉ ଉପଭୋଗର ପସରା ଦେଖାଇ ସବୁଥିରୁ କିଛି କିଛି ଟାଣିଆଣି ଭରିଛି ଏ ମନର ପସରା ତାହା ତୁମେ ଶୂନ୍ୟ କରି ନେବ ଭାବୁଛ କେଦାର ।

 

ପାରିବ ତାହା କରି ?

 

ବରଂ ନେଇ ପାର ମୋ ଜୀବନର ଆଉ କିଛି ଯାହାକି ମୁଁ ତୁମକୁ ଖୁବ୍‌ ଆଗରୁ ଉତ୍ସର୍ଗ କରି ସାରିଛି ।

 

ଆଜି ରାଧାର ବିଭାଘର ପରେ ଠିକ୍‌ ଗତ ଅତୀତର ଅନେକ କଥା ଭାବି ସାରିଥିଲା ଶ୍ରଦ୍ଧାନନ୍ଦ, ଆଉ ଉନ୍ମାଦ ହୋଇ ଲେଖିଥିଲା ପ୍ରେମିକା ନିକଟକୁ ତା’ର ଶେଷ ଚିଠି, ଏବଂ ଶେଷ ବାର୍ତ୍ତା

 

ରାଧା,

 

ପ୍ରତିଥର ତୋର ନିର୍ଦ୍ଦେଶ ଥିଲା ମୋ ଜୀବନର ଦୈନନ୍ଦିନର କାର୍ଯ୍ୟଟିପ୍‍ପଣୀ, ଆଜି କିନ୍ତୁ ତାହା ମୁଁ ଅନୁଭବ କରୁ ନାହି, ଆଜି ମୁଁ ଅନୁଭବ କରୁଛି । ତୋ ନିକଟକୁ ପଦିଏ କଥା ଲେଖିବି, ଯାହାକି ମୋର ଅନ୍ତର ଭିତର କଥା, ତୋତେ ଥରେ ବୁଝିବାକୁ ହେବ, ଥରେ କହିବୁ ତୁ ଏବଂ ଥରେ ମୋ ମନରେ ଆଶ୍ୱାସନା ଢାଳି ଦେବୁ,

 

ଯେଉଁ ମନ ଆଜି ତୋର ଶୂନ୍ୟତାକୁ ଉପଲବ୍‌ଧି କରି ନିଜକୁ ଖୁବ୍‌ ଭାଗ୍ୟହୀନ ଭାବେ ତୋଳି ଧରିଛି; ଯେଉଁଥିପାଇଁ କି ସେ ତାମସିକତାର ଅବରୋଧ ମଧ୍ୟରୁ ନିଜକୁ ମୁକ୍ତକରି ପାରୁ ନାହିଁ-

 

ମୁଁ ଦେଖୁଛି, ଭାବୁଛି ଏବଂ ଚିନ୍ତା କରୁଛି, ମୁଁ କେଉଁଠି ଭୁଲ କରିଛି !

 

ମୋର ଆଧ୍ୟାତ୍ମିକ ବଳ ହ୍ରାସ ହୋଇଛି । ସର୍ବଶକ୍ତିମୟ ଏକତ୍ୱର ଦୃଷ୍ଟି ମୋର ମଳିନ ହୋଇଛି, ମୁଁ କ’ଣ କରୁଛି ତାହାହିଁ ଭାବୁଛି, ସକଳ ଚିନ୍ତା, ସକଳ ବିଶୃଙ୍ଖଳା, ସକଳ ବନ୍ଧନରୁ ମୁକ୍ତି ଲଭିବାକୁ ମୁଁ ଚେଷ୍ଟା କରୁଛି । କିନ୍ତୁ ତାହା ହୋଇନି, ତାହା ମୋ ଜୀବନ ପୁସ୍ତକର କୌଣସି ଗୋଟିଏ ହେଲେ ପୃଷ୍ଠାରୁ ଲିଭି ଯାଉନି ।

 

ସେ ପାଇଁ ଭଗବାନଙ୍କୁ ଡାକିଛି, ଅଳି କରିଛି, ଆରଧନା କରିଛି, ଅଶ୍ଳିଳ ବାକ୍ୟରେ ଠାକୁରଙ୍କ ଉପରେ ଅନେକ ଥର କୁଠାରଘାତ କରିଥିଲେ ବି ମୋ ମନରୁ କୌଣସିଟା ହଜି ଯାଉନି କି ଲୁଚି ଯାଉନି ।

 

ଦିନେ ଭାବୁଥିଲି ମନର ମାନସୀ ମୋର ମୋ ଦେହ ଛୁଇଁ ଶପଥ ବଦ୍ଧ ହେଉ, ମୋତେ ମୁକ୍ତ ପ୍ରାଣରେ ଭଲପାଉ, ନିଜର ସ୍ୱାର୍ଥ ପାଇଁ ମୋର ପ୍ରତ୍ୟେକ ଅଙ୍ଗ ଅବୟବକୁ ଟିକିଟିକି କରି ଖାଇଯାଉ, ଦେହରେ ଥିବା ରକ୍ତ ଶୋଷି ନିଜକୁ ବଳିଷ୍ଠ କରୁ । ମୋର ଦୁଃଖ ନିର୍ଯାତନାର ପରପୃଷ୍ଠାରେ ସେ ଦେଖୁ ଫଳରେ ସେ ଉତ୍ତୀର୍ଣ୍ଣ ହୋଇଛି, ହସୁଛି, ନାଚୁଛି, ଆନନ୍ଦମତ୍ତା ହୋଇ ଖେଳୁଛି,

 

କିନ୍ତୁ ରାସରାଣୀ !

 

ଆଜି ତ ମୋ ମନରେ ତାହା ନାହିଁ, ସେଦିନ ମୋ ମନ କହୁଥିଲା–ତୁ ମୋତେ ଯେତେ ଯାହା ଭାବିପାରୁ,

 

ତୋ ପ୍ରାଣର ମୂଲ୍ୟଠାରୁ ମୋ ପ୍ରାଣର ମୂଲ୍ୟକୁ ଅଧିକ ମଣିପାରୁ, ତଥାପି ଲେଖୁଛି, କହି ରଖୁଛି, ମୋ ସୁଖ ନିମନ୍ତେ ନଥାଉ ଆସ୍ତିକତା, ନଥାଉ ସ୍ୱାର୍ଥତା

 

କିନ୍ତୁ ରାଣୀ ତୋତେ ବିବାହ ବେଦୀକୁ ଯିବାକୁ ହେବ, ତୁ ବିବାହ କରିବୁ, ସୁନାର ସଂସାର ତୋର ସ୍ୱାମୀଙ୍କ ସାଥିରେ ନିତ୍ୟ ହେବ । ନିଜସ୍ୱ ହେବ, ତୁ ସୁଖି ହେବୁ,

 

ଆଜି କିନ୍ତୁ ସେ ମନୋଭାବ ମୋର ସାତଦରିଆ ଆରପାରିକୁ ମୋ ଅଲକ୍ଷରୁ ଚାଲି ଯାଇଛି । ହଜିଯାଇଛି ମୋ ମନରୁ ସେ ସମସ୍ତ କଥା, ଆଜି ପୁଣି ସେହି ସ୍ୱାର୍ଥାନ୍ଧ ମଣିଷପରି ମୋ ମନ ଚେଇଁଉଠିଛି, ମୋ ମନ ଉତ୍ତେଜିତ ହୋଇଛି । ମୁଁ ଖୋଜୁଛି ସେହି ରାଧାର କମନୀୟ ରୂପ ।

 

ଆଜି ଅପ୍ରତିହତ ମିନତି ସହ ମୋର ସମସ୍ତ ସତ୍ତା ତୋତେ ଡାକୁଛି ।

 

ତୁ କ’ଣ ଚାହୁଁନାହୁଁ ? ମୋର ସର୍ବାଙ୍ଗରେ, ମୋର ରକ୍ତ ମାଂସରେ ତୁ ମିଶିଯିବାକୁ’ ଯେହେତୁ ପୂର୍ବରୁ ତୁ ଅନୁଭବ କରୁଥିଲୁ ମୋ ଭିତରେ ତୁମେ ଅଛ’ ଆଉ ମୁଁ ମଧ୍ୟ ଅନୁଭବ କରୁଥିଲି ମୋ ମଧ୍ୟରେ ତୁ ଲୁଚି ଲୁଚି ବସିଛୁ ।

 

ଆଜି ସେ କଥା ଭାବିଲେ ତୋତେ ନେଇ କୌଣସିଟାଏ ବିଶ୍ଳେଷଣ କଲେ ମୋ ସମ୍ମୁଖରେ ଏକ ସମାସ୍ୟା ଆଜି ଉପସ୍ଥିତ ହୋଇଛି, ସେନେଇ ମୁଁ ଅସୁସ୍ଥ, ପୂନର୍ବାର ତୋ ଚେତନା ମୋ ଛାତିକୁ ଫଟାଇଛି, ଆଉ କେତେ ଅର୍ଥକୁ ମୋର ଅନର୍ଥ କରି ଘାଣ୍ଟୁଛି ।

 

ମନେହେଉଛି ମୁଁ ଯେଉଁଠି ଥାଏନା କାହିଁକି, ଯେଉଁଠିକୁ ଯାଏନା କାହିଁକି, ମୋତେ ହୃଦବୋଧ ହେଉଛି, ମୋ ପଛରେ କ’ଣ ଗୋଟାଏ ମୋର ନିଜସ୍ୱ କିଛି ଛାଡ଼ି ଆସିଛି, ହଜାଇ ଦେଇଛି, ତା’ର ପ୍ରତିରୂପରେ ଏ ନିର୍ଯ୍ୟାତନାର ରୂପ ତିଆରି ହୋଇଛି ।

 

ମୋର ପ୍ରେମ ତୀବ୍ରତର ହୋଇଯାଉଛି; ପ୍ରାଣ ମୋର କ୍ଷିପ୍ରତର ହୋଇଛି ମୁଁ କ’ଣ ଚାହୁଁଛି ଜାଣେନା, ମୁଁ କ’ଣ କରୁଛି ବୁଝେନା, କହେନା ମୋ ଭିତର କଥା କାହାର ଆଗରେ ।

 

ସତରେ ରାଣୀ, ପ୍ରେମ କରି ନିରାଶ ହେବାରେ ଯେଉଁ ଯନ୍ତ୍ରଣା ହୁଏ ତାହାତ କାହାକୁ ବୁଝାଇ ହୁଏନା କିମ୍ବା ତୋ ବ୍ୟତୀତ ଦ୍ୱିତୀୟ ମଣିଷ କାହାକୁ ବୁଝେନା ।

 

ମୁଁ ଠିକ୍‌ କହିପାରୁ ନାହିଁ ତୁ ମୋ ଭିତରେ ହଜିଛୁ କି, ଲୁଚିଛୁ, ମୁଁ ଆଜି ପାଗଳ କି ନିର୍ବୋଧ, ତାହା ମଧ୍ୟ ବୁଝାଇ ପାରୁନି ।

 

ଆଜି ପୁଣି ମୋର ଅନ୍ତରାତ୍ମା ଖୋଜୁଛି ଶାନ୍ତି । ନିଶ୍ଚିନ୍ତ ଏବଂ ନିଜର ଯେତେ ବାସନା ଏବଂ କାମନା ।

 

ମୁଁ ନିଜେ ହିଁ ତୋର ହୃଦୟ ହୋଇଯାଉଛି ତୋ ଫଟୋଚିତ୍ର ମୋ ଆଖି ଆଗରେ ବାରମ୍ବାର ପ୍ରତିଫଳିତ ହେଉଛି, ମୁଁ ବୁଡ଼ି ରହିଛି ତୋରି ନୀଳଯମୁନାରେ । ମୁଁ ହଜିଯାଇଛି ତୋର, ରୁଦ୍ର ନିଳୟରେ, ମୁଁ ଜଡ଼ି ରହିଛି ତୋର ରତିବାସନାରେ, ଆଉଦିନେ ତୁ କହିଥିଲୁ ତୁ ମୋର ହେବୁ ଭାଗ୍ୟାକାଶ, ମୁଁ ହେବି ତୋର ପ୍ରତିଟି ନକ୍ଷତ୍ର ଆଉ ଚନ୍ଦ୍ର !

 

ଏଇ ଦୁଇଟି ଶବ୍ଦ ଯଦିବା ମୁଁ ଲେଖି ରଖିଥିଲି ମୋ ଡାଇରିରେ ଭାବୁଥିଲି ଗୋପନ ରଖିବି ସବୁ ଲୁପ୍ତ ରଖିବି ମୋର ଅନାଥିନୀ ପ୍ରିୟାର ସମସ୍ତ ଲବ୍‌ଧ ପ୍ରେମକୁ ।

 

ହେଲେ ଆଜି ସଜାଡ଼ି ପାରୁନି ମୁଁ ମୋ ନିଜକୁ, ଜାଣିଛି ଯେ ତୋ ଏପାଇଁ କ’ଣ କ୍ଷତିହେବ ଏପାଇଁ ତୋତେ କେତେ ନିର୍ମମ ନିର୍ଯ୍ୟାତନାରେ କଷଣ ଭୋଗିବାକୁ ହେବ ।

 

ଏବେ ମୁଁ ଖୁବ୍‌ ରାଗିଛି, ଏବେ ମୁଁ ଖୁବ୍‌ ପାଷାଣ ପରି ହୋଇଛି, ଇଚ୍ଛା ହେଉଛି ପୋଲିସ ଅଫିସର ବିନୋଦର ଶଯ୍ୟା ବେଦୀରୁ ଟାଣି ଆଣିବି ତୋତେ, ବିନୋଦ ତୋର ଅସାମାଜିକ ସ୍ୱାମୀ ବୋଲି ପ୍ରଚାର କରିବି ।

 

ଆଜି ମୋର ସ୍ୱାର୍ଥାଗ୍ନି ଧୂ, ଧୂ ହୋଇ ଜଳୁଛି, ମୋର ଆଖି ଦୁଇଟା ଯେତେ ପରିମାଣରେ ଲୋତକ ବର୍ଷଣ କରୁଛି, ସତେ କି ସେ ଲୋତକ ଏକତପ୍ତ–ବୈତରଣୀର କୂଳଖିଆ ଜଳ ତରଙ୍ଗ ପରି ହୋଇଛି,

 

ମୁଁ ମନା କରିଥିଲି, ତୋର ବିବାହ ପରେ ତୋ ନାମ ମୋ ଲେଖନୀ ମୁନରେ ଆଉ ନୂଆ କରି ଲେଖିବି ନାହିଁ, ନୂଆ କରି ମୋ ତୁଳୀନେଇ ରଙ୍ଗ ଦେବିନାହିଁ ତୋ ପେନ୍‌ସିଲ ଅଙ୍କା ଚିତ୍ରିତ ରୂପ ଛବିରେ ।

 

ଆଜି ତ ସବୁ ମିଛ ହୋଇଗଲାଣି, ଆଜି ତ ମୁଁ ମୋ କଥା ରଖି ପାରୁନାହିଁ, ବରଂ ଭାବୁଛି ଏ ଜୀବନ ଯାହା ପାଇଁ ଜୀବନ ଦେବାକୁ ଭାବୁଥିଲା ସେ ଆଜି ଜୀବନ ନେବାକୁ ଲାଗିଛି, ତଥାପି ନିର୍ଜନତାରେ ଏ ପତ୍ର ପଢ଼ିବୁ । ଚିନ୍ତା ନକଲେ ମଧ୍ୟ ଥରୁଟିଏ କହିବୁ ମୁଁ କାହାର ହୋଇପାରେ ମୁଁ କ’ଣ କରିପାରେ, ମୋତେ ହତୋତ୍ସୋହ ନ ହେବାକୁ ମୋତେ ମୁଁ କ’ଣ ସାନ୍ତ୍ୱନା ଦେବି,

 

ତା’ଛଡ଼ା ଶେଷରେ ଥରେ ମୁଁ ଆବଶ୍ୟକ ମନେକରୁଛି ତୋ ଛବିର ପୁନରାବୃତ୍ତି, ମୋ କୋଳରେ ତୋର ସଶରୀରର ଆଲିଙ୍ଗନ, ଏବଂ ମୋ ଗଣ୍ଡରେ ତୋ ଚିବୁକରୁ ଗୋଟିଏ ଚୁମ୍ବନ ।

 

–ଏଗାର–

 

ଠିକ୍‌ ଆଜିର ଶରତ ସନ୍ଧ୍ୟାରେ ନୟନରୁ ଲୁହ ଝରାଇଥିଲା ରାଧା ଏବଂ ବସି ବସି ପଢ଼ି ନେଇଥିଲା ଶ୍ରଦ୍ଧାନନ୍ଦର ପ୍ରତିଟି ଅନୁଯୋଗକୁ, ପ୍ରତିଟି ଅନୁଗ୍ରହକୁ ଓ ପ୍ରତିଟି ଅନୁରୋଧକୁ, ତା’ପରେ ଦୀର୍ଘଦିନର ରୋମାଞ୍ଚ କାହାଣୀକୁ ନେଇ ସେ ଭାବି ଲାଗିଥିଲା କ’ଣ କରିବ ?

 

ପ୍ରେମକରି ଦିଆ ନିଆହୁଏ କିଛି ଗୋଟା ଏ ବସ୍ତୁ ପ୍ରେମ କରି ମଣିଷ ଆତ୍ମହତ୍ୟା କରେ, ପ୍ରେମ କରି ମଣିଷ ତା’ର ସର୍ବସ୍ୱ ହରାଏ, ତା’ପରେ ଯିଏ ଯେତେ ଭୁଲ କରୁଥିଲେ ବି ଭାବେନା କିଏ କାହା ପାଇ ଭୁଲ କରୁଛି, କାହାକୁ ସେ ଯନ୍ତ୍ରଣା ଭୋଗାଉଛି ଆଉ କିଏ କାହାର ସର୍ବନାଶ କରୁଛି ।

 

ରାଧା ମଧ୍ୟ ଆଜି ଚିନ୍ତିତ । ଏ ଭଲ ପାଇବା ମୂଳରେ ଯଦିବା କାହାରି କିଛି ସ୍ୱାର୍ଥ ନଥିଲା ଆଜି କିନ୍ତୁ ଶ୍ରଦ୍ଧାନନ୍ଦ ଅନୁଭବ କରିଛି, ମୋ ପାଇଁ ତାଙ୍କର ଅନେକଟା ସ୍ୱାର୍ଥ ଅଛି, ସେ ଦିନ ଧରାପଡ଼ି ନଥିଲେ ବି ଆଜି ଧରା ପଡ଼ିଛି ।

 

ହେଲେ ଶ୍ରଦ୍ଧାନନ୍ଦର ସେଥିରେ କିଛି ଭୁଲ ନାହିଁ, ସେ ମଧ୍ୟ ଭୁଲ କରି ନାହିଁ ‘ହୃଦୟ ଦେଇ ଯିଏ ଭଲପାଏ, ପ୍ରାଣ ମୁର୍ଚ୍ଛି ଯିଏ ପ୍ରେମକରେ ସେ ପୁଣି ଛାତିଫଟାଇ କାନ୍ଦେ,

 

ମୋର ସର୍ବନାଶ କରିବାକୁ ଚାହିଁ ନଥିଲା ଶ୍ରଦ୍ଧାନନ୍ଦ,

 

ମୋର ସୁଖ ନିମନ୍ତେ, ମୋର ଶାନ୍ତି ନିମନ୍ତେ ସେ ତା’ର ହୃଦୟ ଦେଇ ଆପ୍ରାଣ ଚେଷ୍ଟାରେ ଲାଗି ପଡ଼ିଥିଲା,

 

ମୋ ଦୁଃଖରେ ସେ ଦୁଃଖୀ’ ମୋ ସୁଖରେ ସେ ସୁଖ ଅନୁଭବ କରି ଦିନ କେଇଟାଯେ ବିତାଇଥିଲା ତାହା ମଧ୍ୟ ମୋର ବିଚାରିବାରେ କିଛି ସନ୍ଦେହ ନାହିଁ । ମୋ ହୃଦୟ ମଧ୍ୟରେ ମୁଁ ଯଦିବା ତାଙ୍କୁ ସାଇତି ନଥିଲି’ ଉଦ୍‌ବିଘ୍ନ ମଧ୍ୟ ହୋଇ ନ ଥିଲି, ତଥାପି ଅଥଳ ପ୍ରେମ ସମୁଦ୍ରର ଗଭୀରତା ମଧ୍ୟରୁ ବୁଡ଼ି ବୁଡ଼ି ଅନ୍ୱେଷଣ କରୁଥିଲି, ଲୋଡ଼ୁଥିଲି, ତାଙ୍କର ଆନନ୍ଦମୟ, ହାସ୍ୟମୟ ପ୍ରଶାନ୍ତି ମଧ୍ୟରେ, ଲୁଚି’ ଲୁଚି, ଛପି, ତାଙ୍କ ପ୍ରକାଶ୍ୟ ବାହ୍ୟ ପ୍ରେମକୁ,

 

ଅବଶ୍ୟ ବାହ୍ୟ ପ୍ରେମ ଆଉ ବାହ୍ୟ ହୋଇ ରହିଲା ନାହିଁ । ଗୋପନରେ, ଲୁକ୍‌କାୟିତ ଭାବେ ମୁଁ ଚେଷ୍ଟା କଲି ତାଙ୍କ ମନରେ, ପ୍ରତ୍ୟେକ ତନ୍ତ୍ରୀରେ, ପ୍ରତ୍ୟେକ ହାଡ଼ରେ ମାଂସପେଶିରେ ଶିରା ଆଉ ପ୍ରଶିରାରେ ମୋରି ଅନୁକମ୍ପା, ମୋରି ସ୍ୱାର୍ଥପରତାକୁ ଲୁଚାଇ ରଖିବି’ ତେଣୁ ସେ ଆପ୍ରାଣ ଚେଷ୍ଟା କରିଥିଲେ ବି ମୋଠାରୁ ଦୂରେଇ ରହି ପାରିଲେ ନାହିଁ ବରଂ ଖୁବ୍‌ ଘନିଷ୍ଠତାର ହୋଇଉଠିଲା ତାଙ୍କ ମନ ତାଙ୍କର ଦିବ୍ୟ ପ୍ରାଣ ସେ ମୋର ହେଲେ ।

 

ପ୍ରେମ କରିବାର ପୁରୁଷ ସ୍ତ୍ରୀର ଦାସତ୍ୱ କରେ ତାହା ମଧ୍ୟ ଉପଲବ୍‌ଧି କଲି, ତଥାପି ତାଙ୍କୁ ଛାଡ଼ି ପାରିଲି ନାହିଁ,

 

ଅତୀତର ପ୍ରତ୍ୟେକ ଘଟଣାବଳୀର ଇତିବୃତ୍ତି ମୋର ସମସ୍ତ ସତ୍ତା ହଜାଇ ବସିଲା । ତାଙ୍କ ପ୍ରେମରେ ମୁଁ ଅନୁପ୍ରାଣିତ ହେଲି । ତାଙ୍କୁ ଜୋର କଲି ବାଧ୍ୟ କରି ମୋ ଜୀବନକୁ ପୁଣି ଟାଣି ଆଣିଲି ଏବଂ ନିଜର କଲି ଅନୁରୋଧ କଲି ବିନୀତ ଭାବେ କେତେ ଆପତ୍ତି କଲି–ମୋତେ ବଞ୍ଚାଅ ମୋତେ ଭଲପାଅ ମୋତେ ପ୍ରେମକର ମୋ ଆତ୍ମା ସାଥୀରେ ତୁମର ଆତ୍ମା ମିଶାଇ ମୋତେ ସୁଖୀ କର ।

 

ସେ କଥା ଆଜି ଭୁଲିଗଲି, ତାଙ୍କ ବିପକ୍ଷରେ ମାୟାବିନୀ ସାଜିଛି, ମାୟାଜାଲର ଆରପଟେ, ନେପଥ୍ୟରେ, ଶିଳ୍ପୀ ଶ୍ରଦ୍ଧାନନ୍ଦର ଶୂନ୍ୟ ହୃଦୟର ଅଶରୀରକୁ ଫିଙ୍ଗିଦେଇ ମୁଁ ମୋର ସୁନାର ସଂସାର ଗଢ଼ୁଛି ।

 

ଅବଶ୍ୟ ବୁଝିଥିଲି ସେଦିନ ଯେଉଁ ଶିଳ୍ପୀ ଏତେ ସରଳ ଥିଲେ । ଯେଉଁ ଶିଳ୍ପୀ ଜୀବନକୁ ତିଳ ତିଳ କରି ବିଚ୍ଛିନ୍ନ ଭାବେ ନଷ୍ଟକରି ପାରୁନଥିଲେ କେବଳ ମୋ ପାଇଁ, ବିବାହର ମାତ୍ର ଗୋଟିଏ ମାସ ପରେ ସେ ଯେ କୋଟିଏ ଅନୁଚିନ୍ତା କରିବସିବେ, ମୋର ସଂସାର ମଧ୍ୟରୁ ମୋତେ ଜୀଇଁ ଥାଉଁ ଥାଉଁ ଟାଣିନେବେ, ମୋତେ ଓ ମୋର ଅପବିତ୍ର ଶରୀରକୁ ତାଙ୍କ ଜୀବନର କଣ୍ଟାବୁଦା ଉପରେ ଘୋଷାଡ଼ିବା ପାଇଁ ସେ ପାଷାଣ ହୋଇଯିବେ, ମୋର କିଛି ଗୋଟାଏ କ୍ଷତି ହୋଇଗଲେ ସେ କିଛି ଭାବିବେ ନାହିଁ । ମୋ ପାଇଁ ସେ ଅନୁଶୋଚନା କରିବେ ନାହିଁ ସେ ଧାରଣା ମୋର ନଥିଲା । ସେଦିନ ଯେଉଁ ଶ୍ରଦ୍ଧାନନ୍ଦ ନିଜକୁ ନିସ୍ତବ୍‌ଧ, ନିରୁତ୍ତର ରଖି ସୁଖକୁ ଶ୍ମଶାନକୁ ଠେଲି ଦେଇ ଦେଖିଥିଲେ କେବଳ ମୋର ସ୍ୱାର୍ଥ ମୋର ସୁଖ ଜୀବନ, ଆଜି କିନ୍ତୁ ତାହା ସେ ସରଳତା ଭାବେ ଗ୍ରହଣ କରି ପାରୁ ନାହାନ୍ତି ।

 

ସେ ଆଜି ମୋ ନିମନ୍ତେ ଖୁବ୍‌ ପାଷାଣ, ଖୁବ୍‌ କଠିନ, ସେ ଖୁବ୍‌ ତାତିଲା ହୋଇ ଉଠିଛନ୍ତି । ତାଙ୍କ ଆଖି ଦୁଇଟାରୁ ଯେଉଁ ଅଭିଶାପର ଅଗ୍ନି ଶିଖା ଜିଭ କାଢ଼ି ଲହ ଲହ ହେଉଛି, ସେଥିରେ ସେ ମୋତେ ଦହନ କରିବେ, ତା’ ସାଥିରେ ସେ ନିଜକୁ ମଧ୍ୟ ଦ୍ରବୀଭୂତ କରିବେ ।

 

ସେ ନିସ୍ୱାର୍ଥପର, କିନ୍ତୁ ସ୍ୱାର୍ଥାନ୍ଧରେ ମୋତେ ପୋଡ଼ିଦେବେ ମୋର ଦାମ୍ପତ୍ୟ ଜୀବନକୁ ନଷ୍ଟ କରିଦେବେ, ମୋ ସଂସାରକୁ ଖିନ୍‍ଭିନ୍‌ କରିଦେବେ, ତାହା ହିଁ ତାଙ୍କର ଉଦ୍ଦେଶ୍ୟ, ତେବେ ସେ ଭୁଲ୍‍ କାହାର ? ସେ ଭୁଲ୍‍ ପାଇଁ ଦାୟୀ କିଏ ? ମୁଁ ନାଁ ସେ ।

 

ତା’ଛଡ଼ା ରାଧା ଭାବୁଥିଲା, ନିଜ ଚରିତ୍ରକୁ ବିଶ୍ଳେଷଣ କରୁଥିଲା, ନିଜକୁ ମଧ୍ୟ ଅନୁରକ୍ତିରେ ଧିକାରୁଥିଲା

 

ଶିଳ୍ପୀ ଶ୍ରଦ୍ଧାନନ୍ଦ ବିବାହିତ, ସେ ସଂସାର ଗଢ଼ା ପୁରୁଷ । ମୋର ରୂପ ମୋର ଶରୀରର ଉତ୍ତାଳ ଯୌବନ ତାଙ୍କୁ ଟାଣି ଟାଣି ଆଣିଥିଲା ମୋ ପାଖକୁ ।

 

ସେଦିନ ସେ ସରଳ ଥିଲେ, ନିସ୍ୱାର୍ଥପର ମଧ୍ୟ ଥିଲେ ମୁ କିନ୍ତୁ ପାଷାଣୀ ଥିଲି, ମୁଁ ତାଙ୍କୁ ଯେତେକୁ ସଙ୍ଗୀତକୁ ମଧୁରସ୍ୱରରେ ଶୁଣାଇଥିଲି ସେ ତାହା ଶ୍ରବଣ ଡେରି ଶୁଣିଥିଲେ, ବ୍ୟାକୁଳ ବି ହେଉଥିଲେ । ବ୍ୟାକୁଳ ହୋଇ ନିଜକୁ ଅଜ୍ଞାନଶୀଳ କରି ଉତ୍ତେଜିତ ହୋଇ ମୋ ସାଥିରେ ଶୁଣୁଥିଲେ ।

 

ତାଙ୍କର ଅନ୍ୟ ଏକ ମୁଖ୍ୟ କାରଣ ମଧ୍ୟ ଥିଲା, ଯାହାକୁ କି ସେ ସ୍ପଷ୍ଟତା ଭାବେ ମୋ ନିକଟରେ ପ୍ରକାଶ କରି ପାରନ୍ତିନାହିଁ । ଅବଶ୍ୟ ମୁଁ ବୁଝେ, ସ୍ତ୍ରୀ ତାଙ୍କର କୌଣସି ଜୀବନ ସହିତ କ୍ୟାଚ (ସ୍ପର୍ଶ) କରି ପାରେନା,

 

କିନ୍ତୁ ଶିଳ୍ପୀ ଶ୍ରଦ୍ଧାନନ୍ଦ ମୁକ୍ତ ପ୍ରାଣର ସୌରଭ, ଶରୀର ଓ ଆତ୍ମାର ପ୍ରତିଟି ବିଷୟବସ୍ତୁ ଥିଲା ସଦାସର୍ବଦା ସୁନିର୍ମଳ ।

 

ସଂସାରର ମାୟା, ସଂସାର ଜଞ୍ଜାଳ, ସଂସାରରେ ଥିବା ଦୁଃଖ ଓ ନୈରାଶ୍ୟକୁ ସେ ନିଜେ ଗୁଣେ କ୍ଷମା ଦେଇ ନିଜକୁ ଏକ କର୍ତ୍ତବ୍ୟନିଷ୍ଟ ମଣିଷ ରୂଯେ ତିଆରି କରିବାକୁ ସେ ପ୍ରତିଜ୍ଞାବଦ୍ଧ ଥିଲେ ।

 

ସେ ଜାଣିଥିଲେ । ଦୁନିଆଁ ଏକ ମୁଁ ମଧ୍ୟତାର ସମଷ୍ଟି, ଏ ଲୋକ, ଏ ଜୀବ, ଏ ସ୍ତ୍ରୀ, ପୁଅ ଏବଂ ଯାବତୀୟ ପରିବାରର ଖେଳା ଲୀଳାରେ ମୁଁ ଅଂଶୀଦାର ।

 

ସତରେ ଶ୍ରଦ୍ଧାନନ୍ଦ ଥିଲା ଏକମାତ୍ର ନାଟୁଆ’ ଯେଉଁଠି ଯେଉଁ ଚରିତ୍ର ପାଇଁ ତାଙ୍କର ଆବଶ୍ୟକ ଆସେ ସେ ସେଇଥିରେହିଁ ଅଭିନୟ କରନ୍ତି, ହେଲେ ଶ୍ରଦ୍ଧାନନ୍ଦ ଆଜି ସେ ଅଭିନୟୟରୁ ମୁକ୍ତ ।

 

ରାଧା ସୁନ୍ଦରୀ ନହୋଇପାରେ କିନ୍ତୁ ପ୍ରେମ ତା’ର ଥିଲା ବୈକୁଣ୍ଠପୁର ।

 

ତଥାପି ସେ ତା’ର ବୈକୁଣ୍ଠ ସମାନ ପ୍ରେମକୁ ସ୍ୱାର୍ଥଦୃଷ୍ଟିରୁ ପାପ ପଙ୍କରେ ଘାଣ୍ଟିବାକୁ ସୁଯୋଗ ଉଣ୍ଡିଛି, ସେ ପରର ହୋଇଯାଇଛି ।

 

ପୋଲିସ ଅଫିସର ବିନୋଦର ସ୍ତ୍ରୀ ହେଲାପରେ ରାଧା ଥିଲା ନିରୁପାୟ; ହେଲେ ସେ ଆଉ କ’ଣ କରିପାରେ; ଗୋଟାଏ ଦିଗରେ ସେ ବିନୋଦର ଅଗ୍ନୀଦ୍ୱୀପ ସାକ୍ଷୀର ସ୍ତ୍ରୀ, ଆଜୀବନ ସାଥି, ତାଙ୍କରି ନିମନ୍ତେ ସେ ଦିନେ ଆବଶ୍ୟକ ଭାବେ ନିଜ ହାତରୁ ଶଙ୍ଖା କାଢ଼ିଦେବ ଏବଂ ମଥାରୁ ନାଲି ସିନ୍ଦୁର ପୋଛିଦେବ, କିନ୍ତୁ ଅନ୍ୟଦିଗରେ ଶିଳ୍ପୀ ଶ୍ରଦ୍ଧାନନ୍ଦ ତା’ର ଶୂନ୍ୟହାତରେ କୌଣସି ପ୍ରକାର ସାକ୍ଷୀ ନରଖି ହୃଦୟତା ଦୃଷ୍ଟିରୁ ପିନ୍ଧାଇଥିଲା ଦୁଇପଟ ନାଲି ପଥର ବସା ଚୁଡ଼ି, ମଥାରେ ବିନ୍ଦୁଏ ନାଲି ବିନ୍ଦିଆ, ସେ ଶ୍ରଦ୍ଧାନନ୍ଦ ଏବେଯାଏ ବି ତା’ର ହୃଦୟ ଜଗତରେ ଗୁଣୁ ଗୁଣୁ ହୋଇ କ’ଣ କେମିତି ରାହାଧରି ଗପୁଛି; ଅବଶ୍ୟ ରାଧା ତାହା ଅନୁଭବ କରିପାରୁନି । ତା’ପରେ ତା’ର ଉଷ୍ମ ନୟନ ବି ଆଜି ଲୋତକ ବର୍ଷଣ କରି ରାଧାର ହୃଦୟ ଜଗତକୁ ଭିଜାଇ ଦେଉଛି ।

 

ଆଜି ଶିଳ୍ପୀର ରକ୍ତ ଜମାଟ ବନ୍ଧା କାଗଜ ଉପରେ ଯେଉଁ ବିସ୍ମିତ ହୋଇଥିଲା । ସେ ଯେ କୌଣସିଟାର ବିଚାର କରି ପାରୁନାହିଁ । ଉପାୟ ହୀନତାଭାବେ କ’ଣ କରିବ ଏବଂ କ’ଣ ନକରିବ-। ଗୋଟିଏ ଦିଗକୁ ସେ ତା’ର ଭୁଲ୍‍ ପ୍ରସ୍ତାବର ମନ୍ତବ୍ୟ ଦେଲେ ସେ ଦିଗରୁ ଶୁଣିବ ଶିଳ୍ପୀ ଶ୍ରଦ୍ଧାନନ୍ଦର ମୃତ୍ୟୁଧ୍ୱନି ଅନ୍ୟ ଦିଗରେ ପୋଲିସ ଅଫିସର ବିନୋଦର ବଜ୍ରଠାରୁ କଠିନ୍‌ ସେ ପ୍ରତିଜ୍ଞା-

 

ହେଲେ ହୋଇଯିବ ଶିଳ୍ପୀର ଜୀବନ ନାଟକର ଶେଷ ସମାପ୍ତି ନହେଲେ ରାଧାର ଜୀବନ ଅଙ୍କରେ ଆଙ୍କି ହୋଇଯିବ ଗୋଟିଏ ସୀମାହୀନ ବିଚ୍ଛେଦର ପ୍ରଶସ୍ତ ସରଳରେଖା ।

 

ରାଧା ସେତେବେଳେ ଅଧୈର୍ଯ୍ୟ ହୋଇ ଉଠିବ, ପ୍ରାଣ ତାର କୁହାଟି ଉଠିବ, ଆଶାର କୃତବମିନାର ତା’ର ଧୀରେ ଧୀରେ ତଳକୁ ଦବି ଲୀନହେବ ମାଟିର ଧୂଳିରେ ।

 

ଭୟରେ ଆତଙ୍କିତ ହେଲା ରାଧା, ସତେଯେପରି ତା’ର ସବୁଜ ବନାନୀରେ କିଏ ଅଗ୍ନି ସଂଯୋଗ କରି ଦେଇଛି । ସ୍ୱାର୍ଥର ରାକ୍ଷାସ ସତେଯେପରି ଲେଲିହାନ ଶିଖା ଟେକି ଜୀବନର ଅସାର ଆନନ୍ଦକୁ ଧ୍ୱଂସ କରି ଦେଇଛି ।

 

ଦିନ ଥିଲା ଯେଉଁ ମନପକ୍ଷୀ ତା’ର ଟିକି ଟିକି ଡେଣା ମେଲି ଚୁଁ ଚୁଁ ରାବ କରୁଥିଲେ । ଏବଂ ଏଡାଳରୁ ସେଡାଳକୁ ଉଡ଼ି ମନମତ୍ତା ହୋଇ ଖେଳାବୁଲା କରି ଗାଉଥିଲା ଜୀବନର କେତେ ଅଜଣା ସଙ୍ଗୀତ, ସେ ପକ୍ଷୀମାନେ ଯେପରି ନିସ୍ତବ୍‌ଧ ଭାବେ ରାବ ବନ୍ଦ କରି ଦେଇଛନ୍ତି, ସତେକି ସେମାନେ ଧୀରେ ଧୀରେ ସେ ଅଗ୍ନି ମଧ୍ୟରେ ପାଉଁଶ ହୋଇ ଯାଇଛନ୍ତି ।

 

ରାଧା ହଠାତ୍‌ ଚିତ୍‌କାର କରି ଉଠିଲା–ଶ୍ରଦ୍ଧାନନ୍ଦ, ତୁମେ ଏ କ’ଣ କରୁଛ ? କହିଥିଲନା–ମୁଁ ତୋର କିଛି କ୍ଷତି କରିପାରିବି ନାହିଁ ମୁଁ ତୋର ସୁଖ ସଂସାର ଧୂଳି ଅଜାଡ଼ି ଅଳିଆ ଗଦା କରିବି ନାହିଁ, ତେବେ ଏ କ’ଣ ? କାହିଁକି ପୁଣି ମୋ ଜୀବନକୁ ତୁମେ ଫେରି ଆସିବାକୁ ଚେଷ୍ଟା କରୁଛ; ମୋତେ ଧ୍ୱଂସ କରିଦେବାକୁ ଆସୁଛ ନା ?

 

ନା ନା ଶ୍ରଦ୍ଧାନନ୍ଦ; ତୁମେ ଫେରିଯାଅ । ତୁମେ ଆଉ ଏ କଣ୍ଟକିତ ରାସ୍ତାକୁ ଅତିକ୍ରମ କରନି ।

 

ତୁମେ ଜାଣିଛନା ଶ୍ରଦ୍ଧାନନ୍ଦ, ମୋ ସ୍ୱାମୀ ତୁମର କ୍ଷତି କରିବାର ପ୍ରତିଜ୍ଞା ନେଇ ତୁମର ଚତୁର୍ଦ୍ଦିଗରେ ପରିଭ୍ରମଣ କରୁଛନ୍ତି, ସୁଯୋଗ ପାଇଲେ ସେ ତୁମକୁ ହତ୍ୟା କରିବେ..... ?

 

ପୁଣି ବିସ୍ମିତ ହୋଇ ଉଠିଲା ରାଧା, ସେ ପୁଣି କ’ଣ ଭାବୁଛି, ପୋଲିସ ଅଫିସର କାହାକୁ ହତ୍ୟା କରିବ ?

 

ତେବେ ରୁଗ୍‌ଣ ଶ୍ରଦ୍ଧାନନ୍ଦକୁ ? ତେବେ ଶିଳ୍ପୀକୁ ?? ତେବେ ମୋ ନିଜ ଜୀବନକୁ-???

 

କାହିଁକି ? ତାଙ୍କର କି ଅପରାଧ ହୋଇଛି ?

 

ମୁଁ ଜାଣେ ଶ୍ରଦ୍ଧାନନ୍ଦ ଦେବତାତୁଲ୍ୟ ମଣିଷ, ସେ ମୋତେ ଭଲ ପାଇଥିଲେ, ତାଙ୍କର ଭଲ ପାଇବା ଥିଲା ମୋର ଶୂନ୍ୟ ଆକାଶରେ ଚନ୍ଦ୍ରର ଆଲୋକ ।

 

ଆଜି କିନ୍ତୁ ମୋର ମନ ଆକାଶରେ ଶିଳ୍ପୀ ଶ୍ରଦ୍ଧାନନ୍ଦ କଳାହାଣ୍ଡିଆ ମେଘ ପଡ଼ିଛି, ସ୍ୱାର୍ଥର ଗର୍ଜନ ଆଜି ଢୁ ଢୁ ହୋଇ ଗର୍ଜନ କରୁଛି, ତାଙ୍କର ହିଂସାରୂପି ବିଜୁଳି ଝଲସି ଉଠିଛି ଏକ ତୀକ୍ଷଣ୍‌ ଶର ବେଗରେ ।

 

ସତେ କି ସେ ରାଧାର କ’ଣ କ୍ଷତି କରି ଦେଇ ଚାଲିଯିବ । ଜୀବନ ଯମୁନାରେ ତା’ର ପୂର୍ଣ୍ଣ କୁଳଖିଆ ଜଳ ତରଙ୍ଗ ସୃଷ୍ଟି କରି ଭାଙ୍ଗିଦେବ ତା’ର ଏକ ନବନିର୍ମିତ ସଂସାର ବନ୍ଧଟି, ତା’ପରେ ରାଧା କ’ଣ କରିବ ?

 

–ବାର–

 

ରାତ୍ରୀଟି ଖୁବ୍‌ ଶାନ୍ତ ହୋଇଥିଲେ ବି ରାଧା ଆଉ ଶୋଇ ପାରି ନଥିଲା, ନିର୍ଜନ କୋଠରୀଟା ସତେ କି ତାକୁ ଏକ ନିରବର ଆବଦ୍ଧ ଜନ୍ତୁ ଗୃହ ପରି ଉପଲବ୍‌ଧି ହେଉଥିଲା ସେ ଯୁଆଡ଼େ ଚାହୁଁଥିଲା ସିଆଡ଼େ ଖାଲି ସେ ଦେଖୁଥିଲା ଶ୍ରଦ୍ଧାନନ୍ଦ ଏକ ପ୍ରେତ ପୁରୁଷ ହୋଇ ତା’ର ପଲଙ୍କ ଚାରିପଟେ ଘୁରି ବୁଲୁଛି, ଦିନ ଥିଲା ଯେଉଁ ଶ୍ରଦ୍ଧାନନ୍ଦର ସ୍ମିତ ହସରେ ରାଧାକୁ ଆଲିଙ୍ଗନ କରୁଥିଲା, ଏବଂ ରାଧା ବୁଝୁଥିଲା ଅନେକ ପୁରୁଷଙ୍କ ଗହଣରେ ମିଶି ଆସିଥିଲେ ବି ଶିଳ୍ପୀଠାରୁ ସେ ଯେଉଁ କୋମଳ ଚୁମ୍ବନ ଗ୍ରହଣ କରୁଥିଲା, ଆଜି ଆଉ ତାହା ନାହିଁ । ଆଜି ଶିଳ୍ପୀ ସତେ କେଡ଼େ ଦୀର୍ଘ ଦୀର୍ଘ, ଲମ୍ବା ଦାନ୍ତକାଢ଼ି ଆଁ କରି ରହିଛି, ସତେ କି ସେ ରାଧାର କ୍ଷୁଦ୍ର ଜୀବନ ଶରୀରଟାକୁ ଗିଳି ପକାଇବ, ହସ୍ତର ଆଙ୍ଗୁଳି ଗୁଡ଼ାକର ବର୍ଦ୍ଧିତ ନଖ ଗୁଡ଼ାକରେ ସତେ କି ସେ ତାକୁ ହତ୍ୟା କରିବ, ରକ୍ତଗୁଡ଼ା ଚଁ ଚଁ କରି ପିଇଯିବ ନାଁ ? ସେଥିରେ ଶିଳ୍ପୀର ଆତ୍ମା ସନ୍ତୋଷ ଲଭିବ ।

 

ଭୟରେ, ପରାଶରେ, ରାଧା ପୁଣି କେଉଁ ଲେଉଟାଇଲା ଚାହିଁଲା–କାନ୍ଥର ପ୍ରତ୍ୟେକ ସ୍ଥାନକୁ ଚାହିଁଲା ଯେଉଁଠି ସେ ଦେଖିଲା ସ୍ୱାମୀ ବିନୋଦର ସରକାରୀ ପୋଷାକ ପିନ୍ଧା ନିର୍ଜୀବ ଛବିଗୁଡ଼ାକ ସେ ଖାଲି ସେଥିରେ ଦେଖିଲା ଏଇ ଶ୍ରଦ୍ଧାନନ୍ଦ କାଳାନ୍ତକ ରାକ୍ଷାସ ରୂପେ ଫେଁ ଫେଁ ହୋଇ ହସୁଛି, ପରିହାସ କରୁଛି ।

 

ସେ କହୁଛି–ତୁମେ ନା ୧୯୭୫ ମସିହାର ମୋ ଜୀବନକୁ ଆସିଥିଲା ? ମୋ ମନ ବଗିଚାର ପ୍ରତ୍ୟେକ ପୁଷ୍ପ ବୃକ୍ଷରେ ନାଲି, ନୀଳ, ଧଳା, ଓ ହଳଦୀ ରଙ୍ଗ ହୋଇ ଫୁଟି ଉଠୁଥିଲା କେବଳ ମୋ ମନ ଜଗତକୁ ସୁଗନ୍ଧ ବାସ୍ନାରେ ମହକିତ କରିବାକୁ ? ତୁମେ ହିଁ ନାଁ ସ୍ତ୍ରୀ ସାଜି ପ୍ରଜାପତି ହୋଇ ମୋର ଛାତି ଉପରେ ଆଉଜିପଡ଼ି ମୋ ଶରୀରରେ ବିଭିନ୍ନ ରଙ୍ଗ ଲଗାଇ ମୋତେ ଫଗୁ ଖେଳିବାକୁ ଉତ୍ତେଜିତ କରୁଥିଲା ? ?

 

ତୁମେ କିନ୍ତୁ ରାଧା ! ଆଜି ସମସ୍ତେ ଭୁଲିଗଲ ? କହିଥିଲି ତୁମେ ବିବାହ କରିବ ନାହିଁ, ବିବାହ କଲେ କାଳେ ଏ ଦରିଦ୍ର ଶିଳ୍ପୀର ଆଲିଙ୍ଗନ ଇତ୍ୟାଦି ତୁମକୁ ସଂସାର କରାଇ ଦେବ ନାହିଁ; ତୁମେ ମୋତେ ଭୁଲି ରହି ପାରିବ ନାହିଁ । ତା’ଛଡ଼ା ତୁମ ଜୀବନକୁ ଆଉ କୌଣସି ପୁରୁଷ ସ୍ନେହ ଆବରଣରେ ଢାଙ୍କି ପାରିବ ନାହିଁ ।

 

ଆଜି କିନ୍ତୁ ତୁମେ କ’ଣ କଲ ରାଧା ! ଶିଳ୍ପୀର ସଜ ପୁଷ୍ପ ବିରାଜିତ ତପୋବନକୁ ଭାଙ୍ଗି ଭୁଙ୍ଗି ନାରଖାର କରିଦେଲେ; ମନ ମନ୍ଦିରକୁ ମୋର ଦେବତା ଶୂନ୍ୟ କରି ଶୂନ୍ୟ ସ୍ଥାନରେ ଏକ ହିଂସାର ରାକ୍ଷାସ ବସାଇ ଦେଲ;

 

ତୁମେ ଆଜି ତୁଳାର ଶେଯରେ ଶୋଇ ମୂଲ୍ୟାୟନ କରୁଛ ନିଜର ଗୌରବକୁ ଏବଂ ତା’ ସାଥିରେ ସ୍ୱାମୀ ପୋଲିସ ଅଫିସର ବିନୋଦର ପ୍ରକ୍ଷାତିକୁ,

 

ସ୍ୱାମୀ ତୁମର ପ୍ରକ୍ଷାତ ଅଫିସର ବୋଲି ମୁଁ ଜାଣେ । ସ୍ୱାମୀ ତୁମର ଜଣେ ବିଜ୍ଞ ସରକାରୀ କର୍ମଚାରୀ ତାହା ମୁଁ ଅନୁଭବ କରିଛି କିନ୍ତୁ ରାଧା ! ମୁଁ ଆଜି ସେଇ ଗୋଟିଏ କଥା ଭୁଲି ପାରେନା, ରାଧା କିଏ ? ସତରେ ସେ ପୋଲିସ ଅଫିସରଙ୍କ ସ୍ତ୍ରୀ ? ତେବେ କେଉଁ ରାଧା ଥିଲା ମୋର ପ୍ରଣୟିନୀ; କେଉଁ ରାଧା ଥିଲା ମୋର, ପ୍ରେମିକା–ଏବଂ ସ୍ତ୍ରୀ,

 

ରାଧା ଏହା ଦେଖଇ ବାରମ୍ବାର ବ୍ୟସ୍ତ ହୋଇଥିଲା,

 

ଭୂତକୋଠରୀ ମଧ୍ୟରେ ସତରେ ନିଜକୁ ସେ ଭୟଭୀତ ନହେବାକୁ ସାନ୍ତ୍ୱନା ଦେଉଛି, କିନ୍ତୁ କ’ଣ କରିବ, ଯାହାଟା ହିଁ ଭାବୁଥିଲେ ବି ସେଥିରେ ସେ କିଛି ବାଟ ଅବାଟ ପାଉ ନଥିଲା, ପୁଣି ରାଧା ଆରପଟ ପରିବର୍ତ୍ତନ କରି ବେଡ୍‌ ସୁଇଚିଟା ଟିପି ଦେଇ ଜିରୋ ବଲଟା ଲିଭାଇ ଦେଇ ପୁଣି ଖୁବ୍‌ ଜୋରରେ ଆଲୋକିତ କରିଥିଲା ଘରଟା, ସେତେବେଳେ ରାଧା ଅନୁଭବ କରିଥିଲା ତା’ର ଶୟନ କକ୍ଷ ଦରଜାରେ କିଏ ଯେମିତି ହାତ ମାରି ଠକ୍‌ ଠକ୍‌ କରୁଛି...

 

କିଏ ? କିଏ ?? କିଏ ???

 

ରାଧାର କଣ୍ଠସ୍ୱର କ୍ଷୀଣ ହୋଇଗଲା, କିଛି କ୍ଷଣପରେ ଶବ୍ଦ ଆସିଲା ମୁଁ–ଶିଳ୍ପୀ, ଶ୍ରଦ୍ଧାନନ୍ଦ ।

 

ଶିଳ୍ପୀ ଶ୍ରଦ୍ଧାନନ୍ଦ !

 

ଖୁବ୍‌ ଜର୍ଜ୍ଜରିତ ସ୍ୱରରେ ନାମଟି ସ୍ମରଣ କରିଥିଲା ରାଧା, ବିରକ୍ତ ହୋଇ କହିଥିଲା–କାହିଁକି ତୁମେ ଆସିଲ ଶ୍ରଦ୍ଧାନନ୍ଦ ? କିଏ ତୁମକୁ ଆଜି ସ୍ୱାଗତ କରୁଥିଲା ଶୁଣେ–ନା ତୁମେ ଫେରିଯାଅ ଏଇ ଯେ ରାତ୍ରୀ ଗୋଟାଏ ବାଜିବାକୁ ଯାଉଛି, ଆଉ ହୁଏତ ଦୁଇ ମିନିଟ୍‌ ପରେ ସ୍ୱାମୀ ମୋର ବେଳାଭୂମିରୁ କାର୍ଯ୍ୟ ସ୍ତବଧ୍‌ ହେବେ, ସେ ଯେତେବେଳେ ଫେରିଆସିବେ ତାଙ୍କର ସୁନା ସଂସାରକୁ ସେ ଦେଖିବେ ତୁମେ ! ବିସ୍ମିତ ହେବେ’ ଆଶ୍ଚର୍ଯ୍ୟ ହେବେ, ପୁଣି ଚିନ୍ତାମଗ୍ନ ହୋଇ ଭାବିବେ ଶିଳ୍ପୀ ତେବେ ରାଧାର ମନ ଆକାଶରେ ଧୂସରିତ ମେଘ ତଳେ ଲୁଚି ଲୁଚି ବସିଛି,

 

ରାଧା ନିଜର ଭବିଷ୍ୟତକୁ ଆଖି ଆଗରେ ଦେଖିନେଇ ଖୁବ୍‌ ଭୋ, ଭୋ, ହୋଇ କାନ୍ଦି ଉଠିଲା,

 

ତା’ପରେ କ୍ରୋଧରେ ଜର୍ଜରିତ ହୋଇ ଉଠିଥିଲା ରାଧା, ସେ ଧୀରେ ଧୀରେ ଦରଜାଟା ଖୋଲି ଦେଇ ଶିଳ୍ପୀର ମଥା ଉପରେ ଖୁବ୍‌ ଜୋରରେ ଆଘାତ କରିଥିଲା । ଏବଂ ଗପିଉଠିଥିଲା, ତୁମେ ମରିଯାଅ ଶ୍ରଦ୍ଧାନନ୍ଦ । ତୁମକୁ ବଞ୍ଚାଇ ରଖି ମୁଁ ମଧ୍ୟ ସୁଖିହୋଇ ପାରୁ ନାହିଁ ।

 

ରାତ୍ରୀର ନିର୍ଜନତା ଏଥର ଖୁବ୍‌ ଜୋରେ ଅସ୍ଥିର ହେଲା, ଖୁବ୍‌ ଜୋରରେ ଆର୍ତ୍ତନାଦ କଲା ରାଧା, କାନ୍ଥ ଘଣ୍ଟାରେ ଶବ୍ଦ ହଠାତ୍‌ ଜଣାଇ ଦେଲା ସମୟ ଦୁଇଟା ।

 

ସାମ୍‍ନାରେ ଆସି ଠିଆ ହୋଇଛନ୍ତି ରାଧାର ସ୍ୱାମୀ ସ୍ୱୟଂ ବିନୋଦ, ରାଧା ଦେଖୁଛି, ସ୍ୱାମୀ ତା’ର କ୍ରୋଧରେ ଜର୍ଜରିତ ହେବା ପରିବର୍ତ୍ତେ ଖୁବ୍‌ ଶାନ୍ତ ଖୁବ୍‌ ସରଳ ହୋଇ ପଚାରୁଛନ୍ତି । ତୁମେ ଏ କ’ଣ କଲ ରାଧା–ଶିଳ୍ପୀ ମୋର ଶତ୍ରୁ ହେଲେ ବି ତୁମର ନିଜର ଶିଳ୍ପୀ ବଞ୍ଚିବ ତ ?

 

ଏଇନେ ପରିସ୍ଥିତି ଆମର କ’ଣ ହେବ ଜାଣ ? ମୋତେ ସାହାଯ୍ୟ କରୁନା ?

 

ତା’ପରେ ଶିଳ୍ପୀଙ୍କୁ ତାଙ୍କର କୋଠରୀ ମଧ୍ୟକୁ ଉଠାଇ ନେଇଥିଲେ ପୋଲିସ ଅଫିସର ବିନୋଦ ।

 

ସଜଳ ନୟନର ଆତୁର କଣ୍ଠରେ ରାଧା ଡାକୁଥିଲା ଶିଳ୍ପୀକୁ

 

ପ୍ରାଣର କେଦାର ! ତୁମେ ଏଥର ମୋତେ ଆଖି ଖୋଲି ଚାହିଁ ମୁଁ ତୁମର କ୍ଷତି କରିଛି; ମଥାରେ ଅଘାତ ଦେଇ ରକ୍ତର ସ୍ରୋତ ଛୁଟାଇଛି, ତୁମର ନିସ୍ୱାର୍ଥପରତା ଦାନର ପ୍ରତିଦାନ ଦେଇଛି-

 

ମୋତେ କ୍ଷମା କର, ମୁଁ ବର୍ତ୍ତମାନ କ୍ଷମା ମାଗିନେବାକୁ ତୁମର ପାଦ ଧରିଛି ମୋତେ କ୍ଷମା ଦେବନାହିଁ ମଜୁନ ?

 

ତୁମେ ଭୟ କରନି ଶିଳ୍ପୀ ସ୍ୱାମୀ ମୋର ତୁମ ନିମନ୍ତେ ଖୁବ୍‌ ହୃଦୟ ହରା, ତୁମରି ପାଇଁ ସେ ଆଜି ବିବ୍ରତ ହୋଇ duty (ଡିୟୁଟି) କୁ ଯେ ଚାଲି ଯାଉଛନ୍ତି’ ଗଲାବେଳେ ମୋତେ ବାରମ୍ୱାର ସଚେତନ କରି ଦେଇଛନ୍ତି ? ଶ୍ରଦ୍ଧାନନ୍ଦକୁ ସେବାରେ ଅବେହେଳା କଲେ ସମସ୍ତ କିଛି ସର୍ବନାଶ ହେବ, ପୋଲିସ ଅଫିସର ଘରେ ମର୍ଡ଼ର ହେଲେ ପର ପରିସ୍ଥିତି କ’ଣ ହେବ ସେକଥା ତୁମେ ଜାଣିପାରୁଛ ତ ?

 

–ମୋ ରାଣ, ମୋର ସତ ଆତୁର ଆବେଦନକୁ ତୁମେ ଆଉ ଭାଙ୍ଗି ଦିଅନା, ଶୁଣ ଥରେ, ନୟନ ଖୋଲି ଦେଖ, ରାଧା ଆଜି ତୁମ ପାଇଁ କେତେ ନିଷ୍ଠୁର ହୋଇଛି, ସ୍ୱାର୍ଥ ଦୃଷ୍ଟିରୁ କେଡ଼େ ହିଂସୁକ ହୋଇଛି ପ୍ରାଣ ତଥା ମୋର ସ୍ୱାମୀ ପୂଜାର ସତ୍ୟତା ପ୍ରତିପାଦନ କରିବାକୁ ଯାଇ ସାଧାରଣ ଭାବେ ଆଘାତ କଲି । ତୁମେ ମରିପାରିନା, ବଞ୍ଚିଗଲ ଶ୍ରଦ୍ଧାନନ୍ଦ’ ।

 

ରାଧା ଆଖିରୁ ଲୁହ ଝରିଲା । ଧୀରେ ଧୀରେ ପଣତ ତୋଳି ପୋଛିଲା ସେ ଲୁହକୁ ।

 

ସେ କେଡ଼େ ସ୍ନେହହୀନା’, ମୋହହୀନା, ମମତାହୀନା, ନିଜର ସ୍ୱାର୍ଥସିଦ୍ଧ ପାଇଁ କ’ଣ କରିବାକୁ ଯାଇଥିଲା ।

 

ଯେଉଁ ଶ୍ରଦ୍ଧାନନ୍ଦକୁ ସେ ନିଜେ ତା’ହାତରୁ ସିଗାରେଟ୍‍ ଡ଼ବା ଛଡ଼ାଇ ନେଇ ଆପତ୍ତି କରିଥିଲା, ଅନୁରୋଧ କରିଥିଲା । ପ୍ରିୟ ତୁମରୀ ହାତରେ ପୁଣି ସେ ସିଗାରେଟ୍‍ ଦେଖିଲେ ମୋର ଛାତି ଫାଟି ପଡ଼ୁଛି । ମୁଖରେ ଯେତେବେଳେ ସିଗାରେଟ୍‍ର ପାଉଁଶିଆ ଧୂଆଁ ବାହାରି ଯାଇ ଶୂନ୍ୟ ଆକାଶରେ ମିଶିଯିବାକୁ ଆଲୋଡ଼ିତ ହୁଏ । ସେତେବେଳେ ମୋ ମନରେ ଆତଙ୍କିତ ହୁଏ ଏ ଧୂଆଁ ସର୍ବନାଶ କରିବାକୁ ଆସି ପୁଣି ଫେରିଯାଉଛି, ନହେଲେ ଧୀରେ ଧୀରେ ତୁମର ନେବାର ପଥ ସୁସ୍ପଷ୍ଟ କରୁଛି ।

 

ପରେ, ପରେ ପୁଣି କାଶ ହୁଏ । ତୁମେ କାଶି କାଶି ଧଇଁସଇଁ ହୋଇପଡ଼ି, ମୁଁ ସେତେବେଳେ ଅନୁଭବ କରେ ରୁଗ୍‍ଣ ଶରୀରରେ ଥିବା ଅସ୍ଥି ଦୁଇଖଣ୍ଡ ସତେ ଯେମିତି ମଡ଼ମଡ଼ ହୋଇ ଭାଙ୍ଗିଯାଉଛି, ଶିରାଗୁଡ଼ା ଯିମିତି ଛିଡ଼ିଯାଉଛି, ମୁଁ ଅନୁମାନ କରେ ସତରେ ତୁମ ସେହି ଅସୁସ୍ଥ ଶରୀର ଭିତରେ ଶିରା ପ୍ରଶିରାର ରକ୍ତଗୁଡ଼ା ଝରଝର ହୋଇ ଗଡ଼ିଯାଉଛି ଖୁବ୍‌ ତଳକୁ, କେତେବେଳେ ସେ ପୁଣି ପ୍ରତିକ୍ରିୟା ଆରମ୍ଭ କରି ପୁଣି ଊର୍ଦ୍ଧ୍ୱଗାମୀ ହେବ, ମୁଖ ବାଟେ ରକ୍ତସ୍ରାବ ହେଲେ ତୁମକୁ କିଏ ବଞ୍ଚାଇ ରଖିବ ଶୁଣେ ?

 

ତୁମେ କହୁଥିଲ ମୁଁ ।

 

କିନ୍ତୁ–ମୁଁ ?

 

ଆଃ–

 

ଚିତ୍‌କାର କରି ଉଠିଲା ରାଧା

 

ଏ ଶ୍ରଦ୍ଧାନନ୍ଦ, ମୁଁ ଆଜି ତୁମକୁ ହତ୍ୟା କରିଥାଆନ୍ତି ?

 

ହିଁ ହିଁ ନିଶ୍ଚୟ ହତ୍ୟା କରିଥାଆନ୍ତି ।

 

କାହିଁକିନା ମନର ବାସନା ମୋର ଚେଷ୍ଟିତ ଥିଲା, ସଂସାର କରିବାର କାମନା ମୋର ଦିଗବିଦିଗ ହୋଇ କେବଳ ଘୂରି ବୁଲୁଥିଲା ।

 

ମୁଁ ଜନନୀ ହେବି, ସନ୍ତାନ ଜନ୍ମକଲେ ଯେ ମୋତେ ସମସ୍ତେ ବନ୍ଧ୍ୟାନାରୀ ବୋଲି ପରିଗଣିତ କରିକେ ମୋ ସ୍ୱାମୀଙ୍କ ପଇସାରେ ମୁଁ ଯେବେ ଏକ ବିଶାଳକୋଠା ତୋଳି ନପାରିବି ତେବେ ଲୋକଙ୍କ ମୁଖରୁ ଶୁଣି ଥାଆନ୍ତି ।

 

ରାଧା ଏକ ଅଲକ୍ଷଣୀ ବୋହୂ, ସଭାଖାଇ ଝିଅଟା, ସ୍ୱାମୀ ତା’ର ଧମକାଇ ଥିଲା, ତା’ର ମୂଲ୍ୟ ସେ ବୁଝିଲା ନାହିଁ, ସୁଘରଣୀ ନ ହେଲେ ସେ ତାହା କରିପାରିବ ନାହିଁ–

 

ମୁଁ ସୁଗୃହିଣୀ ହୋଇଥାଆନ୍ତି ଶ୍ରଦ୍ଧାନନ୍ଦ ।

 

ସେ ତାଜା ସୋପ୍ନ ମୋର ଭାଙ୍ଗି ଗଲା । ଆଗକୁ ପ୍ରାଣପଣେ ଯେତେ ପାଦ ଉଠାଇ ଚାଲିଥିଲେ ବି ତୁମେ ଠିକ୍‌ ପଛରୁ ଟାଣି ଧରିଲ ।

 

ମୁଁ ଆଉ ଆଗକୁ ଯାଇ ନପାରି ପଛେଇ ଗଲି । ସ୍ୱାମୀ କୋଳରେ ସୁଖନିଦ୍ରା ଅନୁଭବ କଲା ବେଳେ ବି ଭାବିଲି କେବଳ ତୁମରି କଥା । କାରଣ ମୁଁ କହିଥିଲି ନା ଯେତେ ଯାହା ହେଲେ ବି ମୁଁ ତୁମକୁ ତ୍ୟାଗ କରି ବିବାହ କରିପାରିବି ନାହିଁ ଶିଳ୍ପୀ, ତୁମେ ମୋତେ ବିବାହ ନ କଲେ ବି ମୁଁ ଆରଜନ୍ମ ଯାଏ ତୁମରି ମୁଖକୁ ଚାହିଁ ବସିଥିବି–ଆଜି କିନ୍ତୁ..... ?

 

ତୁମକୁ ହତ୍ୟା କରିଥାଆନ୍ତି ଶ୍ରଦ୍ଧାନନ୍ଦ, ତୁମେ ମୋ ଆଖି ଆଗକୁ ଆଉ ଆସି ନଥାଆନ୍ତ, ଲେଖିନଥାନ୍ତ ଆଉ ମୋ ନାମରେ ତରୁଣୀଭାର୍ଯ୍ୟା ନାମରେ କଳୁଷିତ ଉପନ୍ୟାସ ଶ୍ରଦ୍ଧାରେ ତୁଳୀ ଭାସି ମୋର ତୈଳଚିତ୍ର ଅଙ୍କନ କରି ବିରକ୍ତ ଭାବେ ପିଙ୍ଗି ଦେଇ ନଥାଆନ୍ତ ଏଣେତେଣେ;

 

ତାହା ଦେଖି ଲୋକେ ମୋତେ ସମାଲୋଚନା କରିଥାଆନ୍ତେ । ମୋ ନାମରେ କୁତ୍ସାରଟନା କରିବେ; ମୋ ନାମରେ କଳଙ୍କ କାଳିମା ବୋଳିଦେଇ ମୋତେ ସ୍ୱାମୀ ହୀନ କରାଇଥାଆନ୍ତେ ତୁମେ ହସିଥାଆନ୍ତ । ନୁହେଁ ?

 

ଠିକ୍‌ ସେତିକିବେଳେ କୁଆଡ଼େ ଥିଲା ସେ ବା’ବିତାସ ପିଟି ହେଲା ଝରକା ଉପରେ, ପଶ୍ଚିମ ଆକାଶର ବୁଡ଼ନ୍ତା ଚନ୍ଦ୍ର ଧୀରେ ଧୀରେ ଲୁଚିଗଲେ ଆକାଶ ଭରା କଳାହାଣ୍ଡିଆ ମେଘରେ ।

 

ଭୟରେ, ଆତୁରତାରେ ରାଧା ଝରକା ବନ୍ଦ କରିବାକୁ ଯାଇ ଦେଖିଥିଲା–ସତେ ଯେମିତି ରାସ୍ତା ଆଲୋକଗୁଡ଼ା ଲିଭିଗଲାଣି ରାସ୍ତାଘାଟରେ ଆଉ ଯେମିତି କେହି କାହାକୁ ଚାହାଁଚାହିଁ ହେଲେ ଚିହ୍ନିପାରିବେ ନାହିଁ, ଆଉ ସତେ ଯେମିତି କଳାକାଳିମାକୁ ଭେଦ କରି ଝରକାର ଲୌହବାଡ଼ ଭେଦ କରି ଶ୍ରଦ୍ଧାନନ୍ଦ ମୋ ଆଡ଼େ ମାଡ଼ି ଆସୁଛି,

 

କି ସୁକୋମଳ ହସ । କି ପ୍ରେମ ବାୟାର ବିନୀତ ଅନୁରୋଧ–ତୁ ଭୟ କରୁଛୁ କି ରାଧା ମୁଁ ମୁଁ ।

 

ଶ୍ରଦ୍ଧାନନ୍ଦ ବୋଲି ସେହି ଅନ୍ଧାର ମଧ୍ୟରେ ଜାଣିପାରୁଥିଲା ରାଧା, କାରଣ ଶ୍ରଦ୍ଧାନନ୍ଦ ପାଖକୁ ଲାଗିଆସୁଥିଲା । ଏବଂ କହୁଥିଲା ‘‘ମା’’ ଙ୍କର ତକିଆତଳୁ ଚାବିଟା ଆଣି ଦରଜା ଖୋଲିଲେ ‘‘ମା’’ ନିଶ୍ଚୟ ଜାଣିନେବେ ତାଙ୍କର ନିଦ୍ରାଭଙ୍ଗ କଲେ ଯେ ଆମେ ଧରା ପଡ଼ିଯିବା ।

 

ସରିଯିବ, ସବୁ ସରିଯିବା ଆଗରୁ ଥରେ ମା’ଙ୍କର କର୍କଶ ବାଣୀ ତୁମେ ଶୁଣିଛ ତ ? ମା’ ଜାଣିନେଲେ ତୁମରି କଥାରେ ଆମେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିବା, ତୁମଠାରୁ ମୋ ଦୂରତ୍ୱ ଖୁବ୍‌ ବେଶି ହୋଇଯିବ, ସେତେବେଳେ ଆମେ ଏମିତି ଦୀର୍ଘ ବିଚ୍ଛେଦକୁ ଆମେ ସତେ ସଞ୍ଜତ ଭାବେ ରଖିପାରିବା ନାହିଁ ।

 

ଆସ ମୋ ପାଖକୁ ଆସ, ଦେହକୁ ଲାଗିଯାଅ; ଚୁମ୍ୱନ ଦିଅ ମୋତେ ତୁମେ ଆଲିଙ୍ଗନ କର ।

 

ଚହଲିଗଲା ରାଧାର, ଅତୀତରେ ମନ । ଶିଳ୍ପୀର ଅଗାଧ ଅଥଳ ପ୍ରେମ ସମୁଦ୍ରରେ ସେ ପୁଣିଥରେ ଡୁବି ଯାଉଥିଲା, ଅନୁପ୍ରାଣିତ ହେଲା ଆଲିଙ୍ଗନରେ, ଖୁବ୍‌ ଘନିଷ୍ଠ ଭାବେ ପାଖକୁ ଲାଗିଯାଇ ଅଦୃଶ୍ୟ ଶ୍ରଦ୍ଧାନନ୍ଦକୁ ସେ ତା’ର କୋଳକୁ ଆଉଜାଇ ଆଣି ଆଖି ବୁଜିଲା ।

 

ରାତ୍ରୀର ତୃତୀୟ ପ୍ରହର, ଦୁଇଦିନ ପରେ ଶ୍ରଦ୍ଧାନନ୍ଦ ଆଖି

 

ଖୋଜିଛି, ଜଳଜଳ ହୋଇ ଚାହିଁ ରହିଛି ରାଧାକୁ ।

 

ରାଧା କାନ୍ଦୁଛି ।

 

ଆଖି ଦୁଇଟା ତାର ଫୁଲି ଯାଇଛି ।

 

ମୋ କୋଳରେ ଶିଶୁ ପରି, ଗୁରୁଙ୍କ ପାଦତଳେ ଶିଷ୍ୟ ପରି, ଆବେଦନ କରୁଛି, ଅଳି କରୁଛି, ବିନମ୍ର ହେଉଛି ।

 

ସାମାନ୍ୟ ଦୁର୍ବଳତା ପାଇଁ ସାମାନ୍ୟ ଶିଥିଳତା ପାଇଁ ସେ ସାଜିଥିଲା କାଳରାହୁ; ସେଦିନ ଗୋଟିଏ ମୁହୂର୍ତ୍ତ ମଧ୍ୟରେ ଗ୍ରାସିଥାଆନ୍ତା ଶ୍ରଦ୍ଧାନନ୍ଦକୁ, ସେ ଶ୍ରଦ୍ଧାନନ୍ଦ ଆଜି ରାଧାର ମୁହଁକୁ ଜଳଜଳ କରି ଛଳଛଳ ଆଖିରେ ଚାହିଁଛି, ସତେ କି ତା’ର ମନେପଡ଼ୁଛି କଟକ ଷ୍ଟେସନ ଉପରେ ରାଧା ହାତରେ ଥିବା ହିନ୍ଦୀ ଉପନ୍ୟାସ ‘ଏକ ଭୁଲ’ ଏବଂ ତା’ର କାହାଣୀ, ଆଉ ଘଟଣା ବଳିରୁ କିଛି, କିଛି-

 

ପୁଣି ଘରକୁ ଫେରି ଆସିଛି । ବହି ଖଣ୍ଡିକ ଖୋଲି ବହୁ ସମୟ ବସିଛି, କ’ଣ ଲେଖିବ ସ୍ଥିର କରି ପାରୁନି ।

 

ଦେଖୁଛି, ସବୁ କିଛି; ତା’ ମଧ୍ୟରେ ଅତି ସାଧାରଣ, ମୂଲ୍ୟହୀନ, ପ୍ରାଣହୀନ; ଏତେ ତୁଚ୍ଛ ଯେ କହିବା କଥା ନୁହେଁ ।

 

ତା’ ମସ୍ତିଷ୍କରେ କୌଣସି ବିଚାର ନାହିଁ । ତା’ ହୃଦୟରେ କୌଣସି ଅନୁଭବ ନାହିଁ, ସବୁ ବସ୍ତୁ ପ୍ରତି ପୂର୍ଣ୍ଣ ଉଦାସୀନତା ଭରିଯାଇଛି ।

କିଛିକ୍ଷଣ ପରେ ଶ୍ରଦ୍ଧାନନ୍ଦର ନୟନ ଦୁଇଟିରୁ ଲୋତକ ପୋଛି ଦେଲା ରାଧା, ପୁଣି ବିନମ୍ର ହୋଇ କହିଲା–ତୁମରି ପାଇଁ ଠାକୁରଙ୍କୁ ଡାକିଛି, ଅଳି କରୁଛି ତୁମେ ସୁସ୍ଥ ହୁଅ; ତୁମେ ଭଲ ହୋଇଯାଅ ।

ସ୍ୱାର୍ଥାନ୍ଧ ରାକ୍ଷାସ ମୋତେ ଗ୍ରାସ କରୁଥିଲା ବେଳେ ମୁଁ ସଇତାନୀ ସାଜିଥିଲି କେବଳ ହତ୍ୟା କରିବା ପାଇଁ । ତୁମର ସର୍ବନାଶ କରିବା ପାଇଁ । ତୁମେ ମରିଥାଆନ୍ତ । ତୁମ ପାଇଁ ଜୀବନରେ ଯେତେ ଦୁଃଖର ଯନ୍ତ୍ରଣା ଥିଲା ତୁମେ ତାହା ଭୁଲିଥାଆନ୍ତ ।

ସଂସାରର ଯାବତୀୟ ଜଞ୍ଜାଳ ତୁମକୁ ଆଉ ଘାଣ୍ଟି ପାରି ନଥାଆନ୍ତା–

କିନ୍ତୁ ମୁଁ..... ?

ହରାଇ ଥାଆନ୍ତି ସବୁ କିଛି !

ଯେଉଁ ମନ ତୁମରି ସୁଖକୁ ଚାହିଁ ଭୁଲିଥିଲା ତା’ ଜୀବନର ଯେତେ କିଛି; ଦୁଃଖ, ଶୋକ;, ଭୋକ, ଶୋଷ, ସ୍ନେହ ବନ୍ଧନରେ ନିଜକୁ ବନ୍ଧାଇ ଦେଇ ଉପଲବ୍‍ଧି କରିଥିଲି ଯେଉଁ ସ୍ୱର୍ଗଠାରୁ ଆହୁରି ମହାଜନ ସୁଖ, ସବୁ ତ ଆଜି ନିଷ୍ପ୍ରୟୋଜନ ଭାବେ ହଜାଇ ଦେଇ ନିଜକୁ ଭାଗ୍ୟହୀନା ମଣିଥାଆନ୍ତି କେଦାର ।

ମୁଁ ତୁମ ପାଖରେ ପ୍ରାର୍ଥନା କରୁଛି, ଅଳି କରୁଛି ଅନୁରୋଧ ମୋର ଏହି ବିଜ୍ଞତା ବର୍ଜିତ, ଛନ୍ଦ–କଳାହୀନ ଭାଷାରେ ତୁମକୁ ଅନୁରୋଧ କରୁଛି ମୁଁ ତୁମର ପ୍ରେମ ଆଲୋକରେ ନିଜକୁ ପୁର୍ନଗଠିତ କରି ଆଉ ଥରେ ନାଚିବି ତୁମରି ମଞ୍ଚରେ । ଆଖିବୁଜି କୁନି କଣ୍ଢେଇଟି ପରି ତୁମରି କୋଳରେ ଶୋଇ ଶୁଣିବି ତୁମରି ଜୀବନରେ ଘଟିଥିବା ଛୋଟ ବଡ଼ ଦୁଃଖର ନିର୍ଯାତନା, କଲୁରେଇ ବେଣ୍ଟ ଆଇଜମ ବୁଢ଼ୀ କଥା ।

ତୁମେ ଖୁବ୍‌ ମହତ ମଣିଷ ଶ୍ରଦ୍ଧାନନ୍ଦ, ତୁମେ ଗରିବ ନିଜସ୍ୱ ହୋଇଥିଲେ ବି ତୁମରି ହୃଦୟରେ ଭରି ରହିଥିଲା ଅସଂଖ୍ୟ ମମତାର ମଣିକାଞ୍ଚନ । ତୁମେ ତାହା ନିଃସ୍ୱାର୍ଥ ଭାବେ ଅନ୍ୟର ଗଳାରେ ପିନ୍ଧାଇ ଦେଇଥିଲ, ସେଥିରେ ତୁମେ କେତେ ଆନନ୍ଦ ପାଅ ସେଥିରେ ତୁମେ କେତେ ନିରାଶ ହୁଅ ସେକଥା ମୁଁ ଜାଣେ, ଏବଂ ଅନୁଭବ କରିଛି ।

ତୁମେ ଅଲକ୍ଷରେ ବସି କାନ୍ଦ, ଭିତରେ ଭିତରେ ତୁମେ ଜଳୁଥିଲେ ବି ସେ ଅଗ୍ନିର ଉତ୍ତାପ ଅନ୍ୟ କାହାକୁ ସ୍ପର୍ଶ କରି ପାରେନା ।

କେହି ବୁଝେନା, ଗରିବ ଶିଳ୍ପୀ ଶ୍ରଦ୍ଧାନନ୍ଦର ଜୀବନ ଇତିହାସ, ମୁଁ ନିମିତ ସୁଖର ଅମା ଅନ୍ଧାରରେ ନିମଜ୍ଜିତ ରହି ଭୁଲି ଯାଉଥିଲି ତୁମରି କଥା, ତୁମରି ସେହ୍ନ; ତୁମରି ମମତା ମୁଁ ଭୁଲ କରୁଥିଲି, ମୁଁ ହତ୍ୟା କରୁଥିଲି, ମୋତେ କ୍ଷମାକର,

ମୋର ଆକୁଳ ଆର୍ତ୍ତନାଦ ଆଜି ପୁଣି ଛାତି ଫଟାଇ କାନ୍ଦିବାକୁ ଚେଷ୍ଟା କରୁଛି, ତୁମରି ଅନୁମତିକୁ ଆଗ୍ରହ କରି ଯଦି ବିବାହ କଲି, ତେଣୁ ତୁମ ପାଇଁ ଥରେ ହେଲେ ଆଉ ଆଖିର ଲୁହ ନିଗାଡ଼ି ପାରୁନି,

 

କାନ୍ଦୁଛି; ଯାହାକି କାହାରି ଜାଣିବାର ନାହିଁ, ଜାଣିଲେ ବା ସାନ୍ତ୍ୱନା ପାଇବାର ଆଶା ଖୁବ୍‌ କମ୍‌ ।

 

ତୁମେ ମୋର ଭୁଲ୍‍କୁ ବୁଝ, ମୋତେ କ୍ଷମା ଦିଅ, ନିଅ ଥରେ ମୋତେ ତୁମରି କୋଳକୁ, ମୁଁ ଭୁଲିଯାଏ ଯାହା କିଛି ଭୁଲ କରିଥିଲି ତୁମରି ପାଖରେ ।

 

ଆଖିର ଲୁହ ଦୁଇବିନ୍ଦୁ ଗଡ଼ାଇ ଦେଲା ଶ୍ରଦ୍ଧାନନ୍ଦ, ଧୀରେ ଧୀରେ ରାଧାକୁ ବାହୁ ବେଷ୍ଟନିରେ କୋଳକୁ ନେଲା, ଶୁଷ୍କ କଣ୍ଠରେ କହିଲା–

 

ମୁଁ ତୋତେ କେଉଁଭଳି ଦେଖୁଛି, ତୁ ସ୍ୱୟଂ ମୁଁ ହୋଇ ମୋର ଆଲିଙ୍ଗନ ଆଶା କରୁଛି ମୋର ସ୍ନେହ, ଆଉ ପ୍ରେମ ତୀବ୍ରତର ହୋଇ ତୋତେ ଆକର୍ଷଣ କରୁଛି, ତୋତେ ମୋ ଆଡ଼କୁ ଟାଣୁଛି,

 

ମୁଁ ଜାଣୁଛି; ନିଜର ଅଜ୍ଞତା ଦୃଷ୍ଟିରୁ ତୁ ମୋତେ ହତ୍ୟା କରୁଛି, ନିଜର ସମ୍ମାନ ଦୃଷ୍ଟିରୁ ତୋର ପ୍ରତିକ୍ରିୟା ମୋ ଦେହରେ କଳଙ୍କ ଲିପି ଦେବାକୁ ଯାଉଛି, ତୋର ମାନବିକତାର ଦୁର୍ବଳତା ମୋତେ ସାତପର କରିଦେବାକୁ ସଦାସର୍ବଦା ଚେଷ୍ଟା କରୁଛି–କିନ୍ତୁ.... ?

 

ନିରବ ରହିଥିଲା ଶ୍ରଦ୍ଧାନନ୍ଦ । ପୁଣି ଦେଖିଥିଲା ରାଧା ଖୁବ୍‌ ଜୋରରେ କାନ୍ଦିବାକୁ ଚେଷ୍ଟା କରୁଛି । କାନ୍ଦି କାନ୍ଦି ନିଜ ଭୁଲର ପରି ମାର୍ଜନା ପାଇଁ ସେ ନିଜକୁ ଖୁନ୍‌ କରିଦେବ ବୋଲି ଚିନ୍ତା କରୁଛି,

 

ସେ ଏଥର ନିଜକୁ ହତ୍ୟା କରିବ, ନିଜକୁ ଅନ୍ୟଠାରୁ ଦୂରେଇ ନେଇ ନିଜର ଭଲପାଇବାକୁ ଜୀବନ୍ତ କରି ରଖିବ । ପରେ ଅନ୍ୟର ଦୋଷଜୁ ସେ ନିଜ ଗୁଣେ ଠିକ୍‌ କହିପାରିବ ନାହିଁ ।

 

ମନେମନେ ନିଜ ତ୍ରୁଟି ମାର୍ଜନା କରୁଥିଲା ରାଧା, ଶ୍ରଦ୍ଧାନନ୍ଦର ନୟନ ଦୁଇଟାରେ ସେ ଦେଖି ଚାଲିଥିଲା ଜଣେ ଦୁଃଖରେ ଆର୍ତ୍ତନାଦ କରୁଥିବା କରୁଣାମୟ ଠାକୁରର ପ୍ରତିଛବି ।

 

ସେହି ଆଖି ଦୁଇଟାରେ ଜଳ ଜଳ କରି ଚାହିଥିଲା ଶ୍ରଦ୍ଧାନନ୍ଦ,

 

ରାଧାର ଏତେଟା ମହାନ ତ୍ରୁଟି ପରେ ବି ସତେକି ସେ କହି ଚାଲିଥିଲା । –ଦେହର ସକଳ ଅବସ୍ଥାରେ ଜୀବନର ସକଳ କ୍ଷେତ୍ରରେ, ତୁ ବିରାଜମାନ ହେଉଛୁ । ତା’ଛଡ଼ା ଜଗତରେ ବି ତୋ ବିନା ଆଉ କିଛି ନାହିଁ, କେବଳ ତୋର ପ୍ରାଣ ତୋର ଜ୍ୟୋତି, ତୋର ପ୍ରେମ ମୋର ଛାତି ଫଟାଇ କନ୍ଦାଇବାକୁ ଚେଷ୍ଟା କରୁଛି ମୁଁ ଚାହେଁ, ନିରନ୍ତର ତୋର ଚେତନା ଚାହେଁ ମୋର ହୃଦୟ ମଧ୍ୟରେ ତୋର ସୁନ୍ଦର କମନୀୟ ରୂପର ପ୍ରତିଷ୍ଠା ।

 

ତୋତେ ଜାଣିବାକୁ ଚାହେଁ ଠିକ୍‌ ନିଜ ପରି; ସଦା ଦିନେ ପ୍ରତ୍ୟେକ କର୍ମରେ ମୋରି ପ୍ରକାଶ୍ୟରୂପ ଦେଖି ଯେପରି ମୁଁ ଦୁନିଆକୁ ଭୁଲିଯାଏ ।

 

ତୁ ମୋର ଅନାଥର ପ୍ରିୟା, ମୋର ମନ ଚାହେଁ ତୋତେ ଏବଂ ତୋର ସକଳ କାନ୍ତିକୁ । ତୁ ମୋର ହୋଇ ସାରାଜୀବନ ରହିଥାଆନ୍ତୁ; ଆଉ ମୁଁ..... ?

 

ରାଧା, ଚକିତ ହେଉଥିବା ଶ୍ରଦ୍ଧାନନ୍ଦ କଥାରେ, ଶ୍ରଦ୍ଧାନନ୍ଦର ପ୍ରତିଟି ଅନୁଯୋଗରେ, ସେ ଦେଖୁଥିଲା, ବର୍ତ୍ତମାନ ଶୂନ୍ୟ ଆକାଶରେ ଖୁବ୍‌ ଜୋରରେ ଝଡ଼ ସୃଷ୍ଟି ହେଉଛି, ସାଗରଟା ପ୍ରବୀଣ ହୋଇ ଉଠୁଛି । ଢେଉ ସାଥିରେ ଢେଉର ସଂଘର୍ଷ, ପାହାଡ଼ ଉପରେ ପାହାଡ଼ଟା ଖୁବ୍‌ ଜୋରରେ ଭାଙ୍ଗିପଡ଼ୁଛି, ପିଟିହୋଇ ଖୁବ୍‌ ଜୋରରେ ଆର୍ତ୍ତନାଦ କରୁଛି ।

 

କିନ୍ତୁ ଏହି ସମସ୍ତ ସଂଘର୍ଷ ମଧ୍ୟରେ କେହି କାହାର ସତ୍ତା ଖୋଜି ପାଉନାହିଁ ! ଅପରିହାର୍ଯ୍ୟ ଘଟଣାଗୁଡ଼ାକ ଚାରିଆଡ଼େ ବିଞ୍ଚିହୋଇ ପଡ଼ୁଛି ।

 

ଆକାଶ ଧୂମ୍ରମାୟିତ ପୃଥିବୀ ଧୂଳିରେ, ସାଗର ମନ୍ଥନରତ ଅନେକ ଆଶାରେ, କିନ୍ତୁ ପୃଥିବୀ ଏକ ଅବାସ୍ତବ ପରି ବସିଛି । କାରଣ ସେ ଜାଣିଛି । ସବୁର ଭୟାଭୟ ବସ୍ତୁ ଏକମାତ୍ର କାହାଣୀ ଗୁଚ୍ଛ ପୁସ୍ତକ ହୋଇ ରହିବ ।

 

ଆଉ କ୍ଷଣକ ପରେ ଧୂସରିତପୂର୍ଣ୍ଣ ଆକାଶ ଅବିରାମ ଗତିରେ ଢାଳିଦେବ ସମୁଦ୍ର ସମୁଦ୍ର ଜଳ, ପୁଣି ସମୁଦ୍ର ମନ୍ଥନପରେ ସେଥିରୁ ଜାତ ହେବେ କେତେ ବିଷ କି ଅମୃତ ।

 

ଧରାପୃଷ୍ଟ, ସବୁର ଆଧାର ହୋଇ ତୋଳିନେବ ସବୁର ଅଳିକୁ ଏବଂ ଅର୍ଦ୍ଦଳିକୁ,

 

ପୃଥିବୀ ନାରୀ ହୋଇ ରାଧା କ’ଣ ପାରିବନାହିଁ ଏହାର ସମାଧାନ କରି ?

 

ଏଥର ରାଧା ଖୁବ୍‌ ଜୋରରେ କାନ୍ଦି ଉଠିଲା ।

 

ଶ୍ରଦ୍ଧାନନ୍ଦର ଛାତି ଉପରକୁ ନିଜକୁ ଢଳାଇ ନେଲା । ଶ୍ରଦ୍ଧାନନ୍ଦର ସମସ୍ତ ଶରୀରକୁ ଖୁବ୍‌ ଜୋରରେ ଆଲିଙ୍ଗନ କରି ଅନୁଯୋଗ କରୁଥିଲା–ବିକ୍ଷୁବ୍‍ଧ ବାହ୍ୟରୂପର ପଶ୍ଚାତରେ ଦ୍ୱନ୍ଦ୍ୱର ଦାରୁଣ ଆଘାତରେ ମୁଁ ତୁମକୁ ଅନେକଟା ଭୁଲିଯିବାକୁ ଚାହିଁଥିଲି ଶ୍ରଦ୍ଧାନନ୍ଦ । ତଥାପି ସବୁଠାରୁ ତୁମକୁ ମୁଁ ବେଶି ବୁଝିପାରେ । ଏବଂ ସ୍ନେହ କରେ, ନିରବତାର ଗଭୀର ଆରାଧନାରେ ମୁଁ ତୁମକୁ ପୂଜା କରେ କାରଣ ତୁମେ ମୋତେ ବେଶି ପ୍ରେମ କର । ତୁମେ ମୋତେ ବେଶି ଆଲିଙ୍ଗନ କର । ମୋ ପାଇଁ ମୋ ନିମେନ୍ତେ ପ୍ରେମ କରିବାର ଅସଲ ସୁନାକୁ ତୁମ ବ୍ୟତୀତ ଆଉ କେହିହେଲେ ପରଖି ପାରିନି କାହାରି ହୃଦୟ କଷଟିରେ କେହି ପରୀକ୍ଷା କରିବ ଏପରି ଚିନ୍ତା ବି ମୁଁ ଦିନେ କରୁନଥିଲି ।

 

ଯାହା ହେବାର କଥା ତାହା ନିଶ୍ଚୟ ହୋଇଯିବ, ଏବଂ ହୋଇଗଲା,

 

ସତରେ ତୁମେ ଖୁବ୍‌ ନିଶ୍ଚିତ ଭାବେ ଜାଗିଛ, ତୁମେ ଖୁବ୍‌ ନିମଗ୍ନ ଭାବେ ବିରାଜିତ କରିଛ ତୁମର ଆତ୍ମୀୟତାକୁ । ତୁମେ ମୋତେ ତୁମର ସବୁଜ ଅରଣ୍ୟରେ ସୁନାପକ୍ଷୀ ସମ ବାନ୍ଧି ରଖିଛ, ମୁଁ ହାରିଯାଇଛି, ତୁମେ ହାରି ନପାରି ଆଜି ନିହାତି ଅପଦାର୍ଥ ଭାବେ ଆହତ ହୋଇଛ, ଭୋଗୁଛ ଅନେକ ଯନ୍ତ୍ରଣା ।

 

ତୁମେ ଆଜି ନିସ୍ତାର ପାଉନା, ତୁମ ହୃଦୟ ମଧ୍ୟରେ ଯାହା କିଛି ଅବର୍ଣ୍ଣନୀୟ ତାହା ତୁମେ ପ୍ରକାଶ କରି ନପାରି ଆଜି ନିର୍ଯାତନାରେ ଶଢ଼ୁଛ ।

 

ମୋତେ ଭଲ ପାଇ ଭୁଲ କରିଛ ।

 

ଅଥଚ ତୁମେ ଜାଗିଛ ଏକ ମହାମୟ ଜୀବନ୍ତ ଦେବତା ହୋଇ ।

 

ତୁମକୁ ଭୁରି ଭରି ପ୍ରଶଂସା କରିବାକୁ ମୋର ଜିଭଟା ଆଜି ଯେତେ କ୍ଷିପ୍ର ହେଉଛି, ପୁଣି କେଉଁ କୋଣରୁ ସ୍ୱାମୀ ମୋର ଲୁଚିଲୁଚି ଚାପି ଧରୁଛି ସେ ଜିଭକୁ । ଯାହାକି ମୁଁ ଆଉ ଆଗ ପରି ସ୍ପଷ୍ଟତା ଭାବେ କଥା କହିପାରୁନାହିଁ ।

 

ଯେଉଁ ଦିନ ମୁଁ ତୁମକୁ ଅନୁକୂଳ ବାର୍ତ୍ତା ଶୁଣାଇ ନିଜର ପ୍ରତିଷ୍ଠିତ କଥା କହି ତୁମରି ଗୁଣରେ ଗୁଣ ମିଶାଇ ଆବାହନ କରୁଥିଲି ତୁମଠାରେ ମୋର ନିଜ କଥାକୁ ।

 

ସେଦିନ ତୁମେ ସ୍ଥିର ନିଃସଂଶୟ ଭାବେ ମୋତେ ଭଲ ପାଉଥିଲ, ମୋତେ ଦୂରେଇ ନଦେବାର ପ୍ରତିଜ୍ଞା କରିଥିଲ ।

 

ସେଦିନ କିନ୍ତୁ ମୁଁ ତୁମକୁ ନିଜଠାରୁ ଆହୁରି ଆପଣାର କରିଥିଲି, କେବେ କୌଣସି ଦିନ ଏମିତି ବାହ୍ୟ କଳ୍ପନା ମୋ ମନରେ ବିରାଜିତ ହୋଇ ନଥିଲା ମୁଁ ପ୍ରତି ମୁହୂର୍ତ୍ତରେ ତୁମକୁ ତ ଖୋଜୁଥିଲି, ତାହା ନ ହୋଇଥିଲେ ପତ୍ର ଲେଖିବାର ଏତେ ପବୃତିବା ମୋର କାହିଁକି ହୃଦୟଗତ ହୋଇଥାଆନ୍ତା । ସବୁବେଳେ ନ ଲେଖିଲେ ମୁଁ ଯେ ଏତେ ପ୍ରେମ ପାଗଳିନୀ କାହିଁକି ହେଉଥାଆନ୍ତି-। ‘ମା’ଙ୍କ ଆଗରେ ସାନ ସାନ ଭଉଣୀମାନଙ୍କ ଆଗରେ ମୁଁ ଯେ ତୁମକୁ ଖୁବ୍‌ ଊର୍ଦ୍ଧ୍ୱକୁ ଉଠାଇ ସମ୍ମାନ ବା କାହିଁକି ଦେଖାଉଥାଆନ୍ତି ।

 

ତୁମେ ଏତେ ଭଲ । ତୁମେ ଦେବତାଠାରୁ ଆହୁରି ଶ୍ରେଷ୍ଠ । ତୁମ ମଧ୍ୟରେ ଅନେକ ଜ୍ଞାନର ଅବକାଶ ହୋଇଛି ତୁମେ ସମସ୍ତଙ୍କଠାରୁ ଅନ୍ୟତମ ।

 

ଏ ପ୍ରଶଂସା ଏମିତି ତୁମର ବ୍ୟକ୍ତିତ୍ୱ, ତା’ଛଡ଼ା ତୁମେ ଖୁବ୍‌ ସୁଦ୍ଧ ଏପରି ବାକ୍ୟମୟ ଏମାନଙ୍କ ପାଖରେ କରୁଥିଲି ବା କାହିଁକି ?

 

ଆଜି ପୁଣି ଏ କ’ଣ ହେଲା ? ମୁଁ ଜାଣେନା ତୁମେ ମୋତେ ବିବାହ କରିବାକୁ କାହିଁକି ଯେ ପ୍ରରୋଚନା ଦେଉଥିଲ ତାହା ମଧ୍ୟ ବୁଝି ପାରିଲି ନାହିଁ ।

 

ତୁମକୁ ଭୁଲି, ତୁମର ପ୍ରତ୍ୟେକ ସତ୍ତାକୁ ମୋଠାରୁ ବିଚ୍ଛିନ୍ନ କରି ବିବାହ କଲି ।

 

କିନ୍ତୁ– ?

 

ରାଧା କଥା କହୁ କହୁ ହଠାତ୍‌ ଅଟକି ଯାଇଥିଲା କଥା କହିବା ଭୁଲି ହୁଏତ ସେ ଖୁବ୍‌ ଜୋରରେ କାନ୍ଦି ଉଠିଥିଲା ।

 

–ତେର–

 

ରାଧା ଆଜି ଖୁବ୍‌ ଜୋରରେ ଅସୁସ୍ଥ ।

 

ଶରୀରଟା ତାର ଆଜି ସ୍ଥାଣୁ ପାଲଟି ଯାଇଛି, ସେ କାହାକୁ କିଛି କହି ପାରୁନି, ମୁହଁ ବନ୍ଦ, ଆଖି ଦୁଇଟି ତା’ର ଲାଖି ଲାଖି ଆସୁଛି ।

 

ପୋଲିସ ଅଫିସର ବିନୋଦ କିନ୍ତୁ ରାଧାର ଚିକିତ୍ସା କରିବାରେ ବ୍ୟସ୍ତ ।

 

ମନପ୍ରାଣ ଦେଇ ଡାକ୍ତର ବାବୁଙ୍କ ନିକଟରେ ଧ୍ୟାନ କରିଛି, ଟଙ୍କା ଯେ ଅକଳନ ଖର୍ଚ୍ଚ ହେବ ସେ ପାଇଁ ତା’ର ଦ୍ୱିଧା ନାହିଁ ।

 

ରାଧା ରୂପସୀ, ରାଧା ପ୍ରେମବାୟାଣୀ, ପ୍ରେମ କରି ରାଧାର ମନ ଜିଣିବା ଥିଲା ସେଦିନ ପୋଲିସ ଅଫିସର ବିନୋଦର ଏକଜିଦ୍‍ ଖୋର ମନୋବୃତ୍ତି ।

 

ପାଇଛି, ଅନେକ କଳେ, ବଳେ କୌଶଳରେ ରାଧାକୁ ତା’ର ସହ ସଙ୍ଗୀନଭାବେ ଟାଣି ଆଣିଛି ।

 

ଆଜି ରାଧାର ଯେବେ କିଛି ଗୋଟାଏ ହୋଇଯାଏ, ତେବେ ଜୀବନଟା ତା’ର ଯେ ବ୍ୟର୍ଥ ହୋଇଯିବ, ଶ୍ମଶାନ ପଡ଼ି ଯିବ ତା’ର ଜୀବନ ଦୁନିଆ ।

 

ରାଧା ପାଇଁ ସେ ଯେଉଁ ଶୂନ୍ୟତା ଉପଲବ୍‍ଧି କରିବ ସେଥିରେ ସେ ବଞ୍ଚି ପାରିବତ ?

 

ଏମିତି ବାରମ୍ୱାର ପ୍ରଶ୍ନ ଉଠିଛି ବିନୋଦ ମନରେ କ’ଣ କଲେ ରାଧା ଯେ ସୁସ୍ଥ ହେବ, ପୁଣି ସତେଜ ହୋଇ ଉଠିବ ତା’ର ମନ, ପୁଣି ସେ ହସି ଉଠିବ ତା’ର ପ୍ରତିଟି କୋଣରେ, ଅନୁକୋଣରେ ।

 

ରାଧା ଅନ୍ତସତ୍ତ୍ୱା, ଆଉ ମାତ୍ର କେତୋଟି ଦିନପରେ ସେ ହେବ ଜନନୀ, ବିନୋଦ ମଧ୍ୟ ଜନକ ହେବେ । ସେଥିରେ ଉଭୟଙ୍କର ଦୁଃଖ ଲାଘବ ହେବ ।

 

କିନ୍ତୁ.... ?

 

ରାଧାର ମୃତ୍ୟୁ ଯନ୍ତ୍ରଣା ସତେକି ବିନୋଦକୁ ଖୁବ୍‌ କ୍ଷୁବ୍‌ଧ କରୁଥିଲା । ଅଜଣା ଭୟରେ ବିନୋଦ ପ୍ରାୟ ଆତଙ୍କିତ ହୋଇଥିଲା, ରାଧା ମରିଯିବ ରାଧା ଚାଲିଯିବ ସତେ ଏତେବଡ଼ ଧନର ଗୌରବକୁ ନଷ୍ଟ କରି ଉପଭୋଗ କରିପାରି ନାହିଁ ସେ ପୋଲିସ ଅଫିସରଙ୍କର ଅପରିଯ୍ୟାପ୍ତ ଧନକୁ ।

 

ତେବେ ଏ ଧନ କ’ଣ ହେବ ?

 

ପ୍ରଶ୍ନ ପରେ ପ୍ରଶ୍ନ, ବିନୋଦକୁ ଭୟଭୀତ କରୁଛି କିନ୍ତୁ ରାଧାଯେ କ୍ଷଣକୁ କ୍ଷଣ ଅଚେତ; ଜଳ ମୁଦିଏ ମାଗି ନେବାକୁ ତା’ର କଣ୍ଠ ନଳୀର ସ୍ୱର ଆଉ ଝରିପଡ଼ୁନି ।

 

କେବଳ ସେ ତା’ର ହାତ ଦୁଇଟା ବଢ଼ାଇ ବିନୋଦର ଶରୀରକୁ ଆଲିଙ୍ଗନ କରୁଛି । ସତେକି ସେ ବିନମ୍ର ହୋଇ କହୁଛି ବଡ଼ ଯନ୍ତ୍ରଣା ହେଉଛି ସ୍ୱାମୀଏ ରୋଗର ଆଉ ପ୍ରାୟଶ୍ଚିତ ନାହିଁ; ବଞ୍ଚିବି ? ସତରେ ମୁଁ ବିଞ୍ଚିବ ?? ଏ ବିଶ୍ୱାସ ତୁମେ କରୁଛ ।

 

ସବୁ ମିଛ; ସବୁ ଗୁଲି ଡାକ୍ତର ପାରିବେ ନାହିଁ ମୋର ଆତଙ୍କିତ ରୋଗର ନିର୍ଣ୍ଣୟ କରି । ଦୁନିଆରେ ଏମିତି କିଛି ଔଷଧ ନାହିଁ ଯାହାକି ପ୍ରୟୋଗ କଲେ ମୋ ରୋଗର ଆମନ୍ତ୍ରଣ ହୋଇ ପାରିବ ।

 

ଯାହା ହୋଇଛି ତାହାତ ତୁମକୁ ଖୋଲାଖୋଲି କହିପାରିବି ନାହିଁ ସ୍ୱାମୀ । ଯଦିବା ପ୍ରକାଶ କରିଦିଏ ତୁମେ ତେବେ ହଠାତ୍‌ ଏକ ଅଚାନକ ରୋଗରେ ଛଟପଟ ହେବ । ତୁମର ଆଖି ଦୁଇଟାରେ ପୁଣି ମେଞ୍ଚା ମେଞ୍ଚା ଅଗ୍ନି ମୁଣ୍ଡା ଜନ୍ମ ହେବେ । ତୁମର ମନପ୍ରାଣ ଯେବେ ଉତ୍ତେଜିତ ହେବ, ତେବେ ତୁମର ହାତ ଦୁଇଟା ମେଲାଇ ଦେଇ ଶ୍ରଦ୍ଧାନନ୍ଦକୁ ହତ୍ୟା କରିବାକୁ ଟିକିଏ ହେଲେ ପଛଘୁଞ୍ଚା ଦେବ ନାହିଁ ।

 

ଶ୍ରଦ୍ଧାନନ୍ଦ ପରି ଜଣେ ନିଶ୍ୱ ଶିଳ୍ପୀ ଭଲପାଇବା ମୋର ଥିଲା ଦିନେ ଏକ ମହାନ ଆଦର୍ଶ, କିନ୍ତୁ ଥରେ ମୋର ତରୁଣୀ ସାଥିଙ୍କୁ ପଚାରି ବୁଝିଥିଲି ମିନୁ, ତୁ ଯାହାଙ୍କୁ ବିବାହ କରିଛୁ ସେ କ’ଣ କରନ୍ତି କହିଲୁ । ସେ ଉତ୍ତର କରିବା ପୂର୍ବରୁ ଥରେ ଖୁବ୍‌ ଗର୍ବିତ ହସରେ ମୋ ମନରେ କେତେଖଣ୍ଡ ଅଧଜଳା କାଠ ଖଣ୍ଡ ଜମେଇଥିଲା, ସେ ଯେତେବେଳେ ମୋ ମନରେ କୁହୁଳି ଉଠିଥିଲା ସେତେବେଳେ ମୋ ହୃଦୟ ମଧ୍ୟରେ ଅନେ କଳା କଳା ଧୂଆଁ ଜମିଥିଲା ।

 

ସେହି ଲହଡ଼ି ଭଙ୍ଗା ଧୂଆଁ ମଧ୍ୟରେ ମୁଁ ମିନୁର ପ୍ରତ୍ୟେକ କଥା ଶୁଣିଯାଉଥିଲି । ଏବଂ ସାକ୍ଷାତରେ ଦେଖୁଥିଲି ।

ମିନୁର ସ୍ୱାମୀ ଏଇ କେଇଟା ଦିନହେଲା ଖଣ୍ଡିଏ ଛୋଟ ବ୍ୟବସାୟରେ ହାତ ଦେଇଥିଲା । ଭାଗ୍ୟର ଉଥାନ, ମଣିଷକୁ କ’ଣ କରିପାରେ ସେ କଥା ପରିଲକ୍ଷିତ ହେଲା ସେଇ ମାତ୍ର ଛୋଟିଆ ବ୍ୟବସାୟରୁ । ଡାକ୍ତରୀ ଔଷଧ ବିକ୍ରୟ କରେ ମିନୁର ସ୍ୱାମୀ, ସେଥିରେ ପୁଣି ଟିଣ, ଟିଣ, ବୋତଲ, ବୋତଲ, ବିଦେଶୀ ମଦ ମଧ୍ୟ କାରବାର ଚାଲିଛି; ତା’ଛଡ଼ା ଆଉ ଏକ ବିରାଟ କଥା ହେଲା ଯେଉଁଥିରେ କି ସେ ବେଶି ଲାଭ ପାଏ ସେ ହେଉଛି ଡ୍ୟାମେଜ ଔଷଧ ।

ଅବଶ୍ୟ ମିନୁ ଏହା କହିଲା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲା ନିଜକୁ ଧନୀ ହେବାକୁ ଯାଇ ନିରୀହ ଗରୀବଙ୍କୁ ଯେ ଔଷଧ ବଦଳରେ ବିଷ ଦିଅନ୍ତି ତାହାହିଁ ଥିଲା ତା’ର ଅନୁଶୋଚନା ।

ଅମଙ୍ଗଳ ହେବ, ସମୟ ଆସିଲେ କ୍ଷତି ପରେ କ୍ଷତି ମାଡ଼ି ଆସିବ । ବିଶେଷ କରି କାଖରେ ତା’ର କୁନାଳ ବୋଲି ଯେଉଁ ଛୋଟପିଲାଟା ଜଳ ଜଳପରି ଚାରିଆଡ଼କୁ ଚାହୁଁଥିଲା ସେ ଦେଖୁଥିଲା ଦୁନିଆଟା କେଡ଼େ ସୁସ୍ଥ ପୃଥିବୀ କେତେ ଶାନ୍ତ ପୁଶୁପକ୍ଷୀଗୁଡ଼ିକ କେତେ ନିରୀହ, ସତେ ଯିମିତି କାହାରି ମନରେ ଅଶାନ୍ତ ନାହିଁ କେହି ଯେପରି ପର ନୁହେଁ । ସମସ୍ତ ନିଜର ।

ସମସ୍ତଙ୍କୁ ଚାହିଁଲେ କୁନାଳ ହସେ, ତଟସ୍ତ ହୋଇ ଚାହେଁ, କିନ୍ତୁ...... ?

ମନରେ ଶାନ୍ତ ହେବ ଅବଚେତନା ଥିଲା ମିନୁର, ଗରିବର ତଣ୍ଟି ଚିପି ଯେୁଁ ଧନର ଗଚ୍ଛିତ ହୁଏ, ସେହି ଗରିବର ପ୍ରତିଟି ଅଗ୍ନି ସମ ନିଶ୍ୱାସ ଆସି ମୋର ଏହି କଅଁଳା ନିର୍ଦ୍ଦୋଷ ଛୁଆଟା ଉପରେ ପଡ଼ିବ ।

 

କୁନାଳ ବଞ୍ଚିବ ?

 

ଗରିବର ଝାଳବୁହା ଗୋଟିଏ ପଇସାର ମୂଲ୍ୟ ଧନୀର ଗୋଟିଏ ସନ୍ତାନର ଜୀବନ ସହିତ ସମାନ ।

 

ନ୍ୟାୟରେ ଗରିବଠାରୁ ଗୋଟିଏ ପଇସା ସେବେ ଧନୀ ଧପେଇ ନିଏ, କଳା ବଜାରୀ କରି ଯଦି ଲାଭ ଖାଏ; ତା’ ମୂଲ୍ୟରେ ସେଦିନ ଗୋଟିଏ କଅଁଳା ପୁଅର ଜୀବନ । ମିନୁର ସ୍ୱାମୀ ହୁଏତ ଭୁଲ କରନ୍ତି; ଏ କଥା ସେ କହିପାରୁ ନଥିଲେ ବି ତା’ର ଆଖି ଓ ମୁଖର ଭାବଭାଙ୍ଗୀ ମଧ୍ୟ କହି ଦେଉଥିଲା ।

 

ତା’ପରେ କଥାଟାକୁ ବଙ୍କେଇ ରାଧା, ପୁଣି ସେ ପଚାରିଥିଲା–ତୁ ସୁଖରେ ଅଛୁ, ନୁହଁଲୋ– ?

 

ମିନୁ ହସିଥିଲା, ମୁହଁରେ ଲୁଗାକାନିଟାକୁ ଦୋହଲାଇ ଆଣି ସେ କହିଥିଲା,–ପ୍ରତ୍ୟେକ ନାରୀ ଚାହେଁ ତା’ ଜୀବନ ଅନ୍ୟ ନାରୀର ଜୀବନଠାରୁ ଉନ୍ନତ । ସ୍ୱାମୀର ଆଭିଜାତ୍ୟ, କିମ୍ୱା ତା’ର ଆଦର୍ଶ ନାରୀ ନିମନ୍ତେ ସେତେ କିଛି ବଡ଼ କଥା ନୁହଁ ।

 

ମିନୁର କଥା ସବୁ ଅବା ନ ସରୁ ରାଧା ଆଉ ଶୁଣିବାକୁ ଆଗ୍ରହ କରିନଥିଲା–କାରଣ ସେ ମିନୁର ସମସ୍ତ କଥାକୁ ଗୋଟଏ କଥାରେ ଚିନ୍ତା କରି ନେଇଥିଲା । ଯେ–ନାରୀ କେବଳ ଧନର ପ୍ରିୟ, ତେଣୁ ଯେଉଁ ସ୍ୱାମୀର ଧନ ନାହିଁ, ସେ ସ୍ୱାମୀ ବିବାହ କରିଥିଲେ ବି ତାର ଭାବିନେବା ଦରକାର ଯେ ତା’ର ସ୍ତ୍ରୀ ନାହିଁ । ମାନେ ଧନ ଯେଉଁଠି ନାରୀ ମଦ୍ୟ ସେଇଠି ।

 

ରାଧା ଅବଶ୍ୟ ମିନୁଠାରୁ ଅନେକ ବୁଦ୍ଧିମତୀ; ତଥାପି, ମିନୁ କଥାରେ ସେ ଏକମାତ୍ର ଏକମତ ହୋଇଥିଲା ଯେ; ନିଜକୁ ଶାନ୍ତିରେ ରଖିବାକୁ ହେଲେ ସ୍ୱାମୀ ଜଣେ ଧନାଢ଼୍ୟ ହେବା ଉଚିତ-

 

କଳାକୁ ପୂଜା କରି ମଣିଷ କେତେଦିନ ବଞ୍ଚି ପାରିବ ? ତେଣୁ ଶ୍ରଦ୍ଧାନନ୍ଦ ପରି ଶିଳ୍ପୀ ରାଧା ତ ସୁଖି ହୋଇ ପାରିବନାହିଁ,

 

ରାଧା ଭାବିଲା ଥରେ ପୁରୁଷ ଲାଳସାରେ ଅନ୍ଧହେଲା ଫଳରେ ନାରୀ ହେଲା ପାଷାଣୀ, ଅଭିଶାପରେ ଇନ୍ଦ୍ର ସହସ୍ର ଯୋନି ହେଲେ ପାପର ପ୍ରାୟଶ୍ଚିତ ଅଜି ଯାଏ ବି କରିପାରିଲେ ନାହିଁ । କିନ୍ତୁ ନାରୀ ଠାକୁରଙ୍କର ଚରଣ ସ୍ପର୍ଶପାଇ ଧନ୍ୟା ହେବା ସାଥିରେ ନିଜକୁ ମହାସତୀ ବୋଲାଇଲା ।

 

କିଶୋର, କିଶୋରୀ, ବୟସରେ ରୂପ ଥିଲେ ମନର ଆବିଳତା ଥିଲେ ଏମିତି ଅନେକ ଅଘଟଣ ଘଟିଯାଏ, ପ୍ରେମର ସାଗର ବହେ, ଭଲ ପାଇବାର ସେତୁ ପୁଣି ଦୃଢ଼ୀଭୂତ ହୁଏ । ପୁଣି ପ୍ରଳୟ ହୁଏ ।

 

ଶ୍ରଦ୍ଧାନନ୍ଦକୁ ଭଲ ପାଇ ମୁଁ ଯେଉଁ ଦିନ ଜାଣିଲି ଏକ ମହାନ ଭୁଲ କରିଛି, ସେଦିନ ପୁଣି ଠିକ୍ ପଥକୁ ଫେରି ଆସିବାକୁ ଚେଷ୍ଟାକରି ଖୋଜିଥିଲି ମିନୁପରି ଜଣେ ଧନାଢ଼୍ୟ ରୁପଶ୍ରୀର ଯୁବକ ।

 

ଅନେକ ଅନ୍ୱେଷଣ ପରେ ନିର୍ବାଚନ କରିଥିଲି ତୁମକୁ କାରଣ ତୁମେ ଥିଲ । ପୋଲିସ ଅଫିସର, ତା’ଛଡ଼ା ପରର ପଇସା ଉପରେ ତୁମର ଲୋଲୁପ ଦୃଷ୍ଟି ପଡ଼ିଲେ ତୁମେ ଚୋର ଡକାୟତ ଆହୁରି ଭୀଷଣ ହୁଅ ।

 

ସେଥିପାଇଁ ତୁମର ଭବିଷ୍ୟତ ଥିଲା ବୋଲି ଜାଣିଥିଲି ।

 

କିନ୍ତୁ ଆଜି..... ?

 

ବୁଝୁଛି, ସଂସାର କରି ମଣିଷ ରହିଲେ ସେହି ଦରକାର, ପ୍ରେମ ଦରକାର, ପ୍ରେମ ନଥିଲେ ସଂସାର କେବେ ସରସ ସୁନ୍ଦର ହୁଏ ନାହିଁ, ତେଣିକି ତୁମେ ଯେତେ ଧନ ଉପାର୍ଜ୍ଜନ କଲେ ମୋର ଲାଭ କ’ଣ ?

 

ମୁଁ ଯେତେବେଳେ ସହବାସ ନିମନ୍ତେ କ୍ଷ୍ୱିଧିତ ହୋଇଉଠେ, ସେତେବେଳେ ମୁଁ ଦେଖେ ତୁମର ଅନୁପସ୍ଥିତ ।

 

ସତରେ ଅରଣ୍ୟ ମୟୂରୀର ନୃତ୍ୟ ଧୀରେ ଧୀରେ କମିଆସେ; ମନଥମି ଯାଏ, ଆକାଶରେ ଉଠିଥିବା କଳାହାଣ୍ଡିଆ ମେଘ ଖଣ୍ଡକ ପୁଣି ଢଳିଆସେ ମୟୂରୀର ମୁହଁ ଉପରକୁ–

 

ସେତେବେଳେ ଭାବେ ସ୍ଥିର ମନବୁଝିବା ସବୁ ପୁରୁଷ ପକ୍ଷେ ସହଜ ନୁହେଁ ।

 

ଆଉ କିଛି ଭାବିପାରିଲା ନାହିଁ ରାଧା । ହଠାତ୍ ଭାବବିହ୍ୱଳ ହୋଇ କହି ଉଠିଥିଲା ମୋତେ ତୁମେ ବଞ୍ଚାଇ ରଖିବାକୁ ଚାହୁଁଛ ସ୍ୱାମୀ ? କିନ୍ତୁ– ??

 

ବିନୋଦ ହଠାତ୍ ଅବାକ୍ ହୋଇ ଯାଇଥିଲା, ଆଖି ଆଗରେ ତାର କେତେ ଅଗଣିତ ଅତୀତର କାହାଣୀ ଘୂରି ବୁଲିଥିଲା, କ୍ରୋଧରେ ମିନତି ସ୍ୱର ତାର ଧୀରେ ଧୀରେ ହୋଇ ଯାଇଥିଲା ନମ୍ର ।

 

ରାଧାକୁ ସଜୋରରେ ହୃଦୟ ଉପରକୁ ଟାଣି ଆଣିଥିଲା ବିନୋଦ ।

 

ଆବିଳତା, ସ୍ୱାର୍ଥତା ମନକୁ ନେଇ ବୁଝାଇ ଥିଲା ସେ । ତେବେ କ’ଣ ମୁଁ ସନ୍ତାନର ଜନକ ହୋଇ ପାରିବିନି ରାଧା ?

 

ରାଧା କହିଥିଲା–ବେଦନା କଣ୍ଠରେ ହଁ ସନ୍ତାନର ଜନକ ହେବ ତୁମେ । ତୁମେ ପୁଣି ଘର କରିବ, ହେଲେ ସ୍ୱାମୀ, ରାଧା ତାର ଜୀବନ ନାଟକର ଯବନିକା ଯାଏ ଚାଲି ଆସିଛି ।

 

ରାଧା ଜାଣି ନଥିଲା; ମଣିଷ ତାର କାମନା ନେଇ ଆଗକୁ ଅଗ୍ରସର ହେଲେ ଫଳ ତାର ଓଲଟା ହୋଇଯାଏ ବୋଲି, ଅବଶ୍ୟ ସତ୍ୟ କହିବାକୁ ଗଲେ ରାଧା ଭୁଲ କରିଛି ।

 

କ୍ଷମା କରିବ ତୁମେ, ଜୀବନରେ ଅନେକ ଅନେକ ଭୁଲ କରି ଯାଇଛି । ଜାଣି ନଥିଲି, ଦିନେ ମଧ୍ୟ ଚିନ୍ତା କରି ନଥିଲି,

 

ମାୟା ଓ ମୋହକୁ କାମନାର ରୂପଦେଇ ମୋ ଚରିତ୍ରକୁ ବଳିଷ୍ଠ ଯଦି କରେ; ସେଥିରେ ଅନ୍ୟର, ମାନେ, ଆପଣ ମାନଙ୍କର ଏତେ ଗୁଡ଼ା କ୍ଷତିହେବ ବୋଲି ।

 

ତୁମେ ମୋ ପାଇଁ କଷ୍ଟ ସ୍ୱୀକାର କରୁଛ । ମୁଁ ଆଜି ରୋଗରେ ପଡ଼ିଛି, ମୋ ପାଇଁ ଓ ମୋ ଜୀବନ ପାଇଁ ତୁମେ ବ୍ୟସ୍ତ । ଡାକ୍ତରଙ୍କ ନିକଟରେ କେତେ ଆତୁର ଆବେଗ ଆବେଦନ ତୁମର ।

 

ମୁଁ ଦେଖୁଛି ତୁମରି ଆଖିର ଲୁହ, ତୁମେ ପୁଣି ହୃଦୟ ଫଟାଇ କାନ୍ଦୁଛ, ସତେକି ତୁମେ ରକ୍ତ ବର୍ଷଣ କରୁଛ ସତେକି ତୁମେ ମୋ ପାଇଁ ସର୍ବସ୍ୱ ସାରିଦେବାକୁ ଚିନ୍ତା କରୁଛ କିନ୍ତୁ...... ?

 

ଭାବୁଛି ଡାକ୍ତର ଯେବେ ମୋର ରୋଗକୁ ଭଲ କରିଦିଏ, ମୁଁ ଯଦି ତୁମରି ଦୟାରୁ ଆରୋଗ୍ୟ ଲାଭ କରେ, ତେବେ ମୁଁ ତୁମର କେତେ ନିଜର ହେବି ସେ କଥା ଆଜି କଳନା କରି କହିପାରୁନି ।

 

ଇଚ୍ଛା ହେଉଛି ମୁଁ ତୁମକୁ ସୁଖି କରାଇବି’ ମୁଁ ତୁମକୁ ଆନନ୍ଦ ଦେବି’ ତୁମ ପାଇଁ ଜୀବନ ଚାଲିଯାଉ, ତଥାପି ତ ପଛକୁ ଫେରାଇ ଆଣିପାରିବିନି ନିଜକୁ ।

 

ଅଛି ମୁଁ ନିରୁପାୟ, ଉପାୟ ହୀନ ହେଲାପରେ ମଣିଷ କ’ଣ କରିପାରେ ।

 

ମୁଁ ଅନେକ ଭୁଲ କରିଛି । ପ୍ରିୟା ହେବାର ଆଶାରେ ଆସି ପ୍ରଣୟିନୀ ହୋଇଛି;......ରାଧା, ବିସ୍ମିତ ହୋଇ ଉଠିଲା ସତେତ ରାଧା ତାଙ୍କର ପ୍ରିୟା ନୁହେଁ ପ୍ରଣୟିନୀ ।

 

ସ୍ୱାମୀ ସେବା ତ ସ୍ତ୍ରୀର କର୍ତ୍ତବ୍ୟ ।

 

ଆଃ ଚିତ୍‌କାର କରୁଥିଲା ରାଧା, କ’ଣ ହେଉଛି ତାର, ସ୍ୱାମୀ ବିନୋଦ କେବେବୁଝି ପାରୁନାହାନ୍ତି, ବିନୋଦ କହିଲେ–ତୁମେ ଏତେ ପ୍ରଳାପ କରନି ରାଧା, ଡାକ୍ତର ଯେ ମନା କରିଛନ୍ତି ।

 

ମ୍ଳାନ କଣ୍ଠରେ ଉତ୍ତର ରାଧାର, ସ୍ୱାମୀ ! ଡାକ୍ତର ସିନା ପ୍ରଳାପର ସୀମା ଲଙ୍ଘନ କରିବାକୁ ପ୍ରତିରୋଧ କରୁଛନ୍ତି, ଏହାଦ୍ୱାରା ମୁଁ ଆରୋଗ୍ୟ ଲାଭ କରିବି, ହେଲେ ସେ’ତ ମୋର ପ୍ରଲୋଭନକୁ ଠିକ୍ ଦେଖି ପାରୁ ନାହାନ୍ତି, ଯାହାଦ୍ୱାରା କି ମୋର ଆଉ ଭ୍ରାନ୍ତି କିଛି ରହନ୍ତା ନାହିଁ ।

 

ହେଉ ତୁମେ ଶୋଇପଡ଼ ଗପ କରନି, ଏଥର ରାଧାର ଆଖିରେ ଚଳା ଚଳା ଲୁହର ସ୍ରୋତ, ନମ୍ର ତାର କଣ୍ଠସ୍ୱର ।

 

ତୁମ ସାଥିରେ ଏବେ କିନ୍ତୁ ବେଶି ବେଶି ଗପିବାକୁ ମନେ ହେଉଛି । ଜାଣେ ରାଧା ତୁମର ସ୍ତ୍ରୀ; ଦୀର୍ଘଦିନକୁ ସଂସାର ସେତୁ ସୁଦୃଢ଼ କରିବାକୁ ଆସି ମୁଁ ତୁମକୁ ଏକ ମରୁଭୂମିର ବାଲୁକା ଶେଯରେ ପହଞ୍ଚାଇ ଦେଇଛି । ତୁମେ ଆଜି ସୁଖ ତୃଷାରେ ବ୍ୟାକୁଳ, ତୁମେ ଆଜି ସଂସାରର ମହନୀୟ ଆଦର୍ଶକୁ ଦେଖି ପାରୁନା, କଳ୍ପନା ତୁମର ଆଜି ଅନେକ ଘାତ ପ୍ରତିଘାତ ପାଇ ପାଣି ଫୋଟକା ପରି ବିଲୀନ ହୋଇଛି ଏଇ ଆଖି ଆଗରେ.......

 

ମୁଁ ବଞ୍ଚିବି ନାହିଁ ଏପାଇଁ ତୁମେ ଚିନ୍ତାକୂଳ, କିନ୍ତୁ ସ୍ୱାମୀ, ସତରେ ମୁଁ ଆଉ ବଞ୍ଚି ପାରିବି ନାହିଁ, ଚାଲିଯିବି ଖୁବ୍ ଦୁରକୁ ଚାଲିଯିବି ଖୁବ୍ ଦୁରକୁ ଚାଲିଯିବି, ଶେଷରେ ଥରେ କହି ଯାଉଛି ମୋପାଇଁ ତୁମେ ଅନେକ ସ୍ୱାର୍ଥ ନଷ୍ଟ କରିଛ, ମୋରି ବିଡ଼ମ୍ୱନାରୁ ତୁମେ ଆଉ ଆଗକୁ ଆଗେଇ ପାରିନା, ମୁଁ ତୁମକୁ ପଛକୁ ଟାଣିଛି ଯନ୍ତ୍ରଣା ଦେଇଛି, ଭୋଗିଛ, ଅନେକ ଭୋଗିବ, କୁହ ସ୍ୱାମୀ ! ଶେଷ ଅନୁରୋଧକୁ ମୋର ନିଜ ଗୁଣେ ପାଳନ କରିବ କି ନାହିଁ ?

 

ରାଧାର ଶିରାକଟା ମଥାର ବେଗ୍ରତା, ନୟନା କୋଣରେ

 

ବୁନ୍ଦା ବୁନ୍ଦା ଲୋତକରେ ଅନୁଯୋଗ; ଭ୍ରୁଲତାର ବିନୀତ ପ୍ରାର୍ଥନାରେ ବିନୋଦର ମନ ପୁଣିଥରେ ଚହଲି ଯାଇଥିଲା ।

 

ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦି ଉଠିଥିଲା ବିନୋଦ ।

 

ରାଧାର ଆଖିରୁ ଲୁହ ପୋଛି କହିଥିଲା–କୁହ ତୁମକୁ ନେଇ ମୋର ଏତେବଡ଼ ସୋପ୍ନର ବାସ୍ତବ ଆଶା ଅଛି, ମୋ ମନବଗିଚାରେ ତୁମେ ହିଁ କେବଳ ଅସରନ୍ତି ବୃକ୍ଷରେ ଚୋଟିଏ ଫୁଲ, ଯାହାକି ଗନ୍ଧ ପୂର୍ଣ୍ଣ, ଯାହାକି ସୌନ୍ଦର୍ଯ୍ୟରେ ଭାରି ମୋତେ ଫୁଲକିତ କରୁଛି ।

 

ମୁଁ ଦିଗହଜା ସୋପ୍ନ ଦେଖେ କେବଳ ତୁମକୁ ଆଖିରେ ରଖି ପାରିବି, ପାରିବି, ଅନୁଯୋଗ ନିଶ୍ଚୟ ପାଳନ କରିବି । ପାରିବ ତେବେ ସ୍ୱାମୀ......

 

ଶୁଣ ପାଖକୁ ଥରେ ଲାଗିଆସ, ମୁଁ ଥରେ ତୁମକୁ ଆଲିଙ୍ଗନ କରେ ।

 

ରାଧା ଶଯ୍ୟା ବେଦୀରୁ ଧୀରେ ଧୀରେ ଉଠିଥିଲା, ଏବଂ ବିନୋଦକୁ ଛାତି ଆଡ଼କୁ ଟାଣି ନେଇ ଗଣ୍ଡରେ ଗୋଟିଏ ଚୁମ୍ୱନ ଦେଇ କହୁଥିଲା–ସତକହୁଛ ମୁଁ ମଲାପରେ ମୋ ଶରୀରକୁ ଡାହାଳ କୁକୁରମାନଙ୍କ ଆଗରେ ଫିଙ୍ଗିଦେବ, ମୋର ଶରୀରକୁ କାଠ ନିଆଁରେ ଜାଳି ଧ୍ୱଂସ କରିଦେବ..... ।

 

ତା’ପରେ ରାଧା ଆଉ ଆପତ୍ତି କରିପାରି ନଥିଲା ଧୀରେ ଧୀରେ ସେ ନୀରବ ହୋଇ ଯାଇଥିଲା ।

 

ଲୋତକରେ ଜୁଡ଼ୁସୁଡ଼ୁ ହୋଇ ଯାଇଥିଲା ମୀରାର ଆଖି ସେ ସ୍ୱାମୀଙ୍କର ପାଦଧରି ଆତୁର ଆବେଦନରେ କହି ଚାଲିଥିଲା ତୁମେ ମୋତେ ଟୋପିଏ ବିଷ ଦେଇଦିଅ ତ୍ରାହି ପାଇଯିବି । ଏ ସଂସାରର ଦୁଃଖକୁ ଭୂଲିଯିବି ସୁଖକୁ ମଧ୍ୟ ଆଉ ଆଶାରଖି ଚାହିଁବି ନାହିଁ ।

 

ମୋ ପାଇଁ ତୁମେ ବି କଠିନ ଯନ୍ତ୍ରଣାରେ ପେଶିହେଉଛ ରାତିରେ ମୋର ଶୋଇବାପରେ ତୁମେ ପୁଣି କାହିଁକି ଉଠି ବସ ସେ କଥା କ’ଣ ମୁଁ ବୁଝିପାରେନା ।

 

ନାରୀର ଜନ୍ମ ପାଇଛି ଯେତେବେଳେ, ନିରୀହ କଥା ଅକୁହା କଅଁଳା ପିଲାର ମନ ତ ବୁଝିପାରେ ତେବେ କାହିଁକି ନବୁଝି ପାରିବି ତୁମ କଥା ।

 

ବେଳେବେଳେ ତୁମେ ତୁମରି ଉପନ୍ୟାସରେ ରୂପ ଦେଇ ଲେଖନା ‘‘ପ୍ରଣୟିନୀଠାରୁ ପୁରୁଷକୁ ଅନେକ ପରିମାଣରେ ପ୍ରିୟା ବୁଝେ; ମୁଁ କିନ୍ତୁ ଜାଣେ, ତୁମେ ଲେଖିଲା ବେଳେ ଗୋଟାଏ ପାଗଳ ପାଲଟିଯାଅ, କଥା ଲେଖିଲେ ଖାଇବାକୁ ଭୁଲିଯାଅ, ଚିତ୍ର କଲେ ପରିବାରର, ମାତା, ପିତା, ସନ୍ତାନ କ’ଣ ତୁମେ ମନେ ରଖନା, କିନ୍ତୁ ଏଇ ବିଗତ ତିନୋଟି ବର୍ଷ ମଧ୍ୟରେ ମୁଁ ତୁମକୁ ଧାନକିଆରିରୁ ଅନାବନା ଘାସ ବାଛିଲା ପରି ବାଛିଛି, ଖଇରୁ ଧାନ ଖୁଣ୍ଟିଛି ଅନାବଶ୍ୟକକୁ ଅଲଗା କରି ଆବଶ୍ୟକକୁ ପାଖରେ ସାଇତି ରଖିଛି ।

 

ହେଲେ ତୁମେ ବୁଝ ମୁଁ କିଛି ବୁଝେନା, ପ୍ରିୟାଠାରୁ ତା’ର ପୁରୁଷକୁ ଅନେକ ପରିମାଣରେ ବୁଝେ ତାର ସ୍ତ୍ରୀ ।

 

ଏ କଥା ମିଛ ?

 

ମୁଁ ବୁଝିଛି ପ୍ରତିଦିନ ରାତ୍ରିରେ ତୁମେ କାନ୍ଦିଛ ବୋଲି ।

 

କାହିଁକି କାନ୍ଦ ? କାହିଁକି କଥା ପଦକରେ ତୁମେ ତାତି ଉଠ ରାଗିଯାଅ, ସେକଥା କ’ଣ ମୁଁ ବୁଝେନା, ବୁଝେ, ତୁମକୁ କିନ୍ତୁ କହିବାକୁ ମୋର ମନକହେନା ।

 

ଉପନ୍ୟାସ ରଚନା କରି, ଚିତ୍ର କରି କ’ଣ ମଣିଷ ତା’ର ପେଟ ପୂରାଇପାରେ, ପରିବାର ଚଳେଇ ପାରେ; ମୁଖକୁ ଦେଖିପାରେ

 

ଏସବୁ ଭୁଲ୍ ।

 

ମୁଁ କହିବି ତୁମେ କେବଳ ପରିବାର ଚଳେଇବ କିପରି ଭାବୁଛ, ଶ୍ରଦ୍ଧାନନ୍ଦର ସ୍ୱର ନରମ ଥିଲା ସେ କହିଲା ତୁ ମିଛ କହିଲୁ ମୀରା ମୁଁ କୌଣସିଦିନ ଧନର ଉପେକ୍ଷାରେ ନଥାଏ ମୁଁ ଯାହାକୁ ଜୀବନରୁ ସବୁଠାରୁ ବଡ଼ ଜିନିଷ ବୋଲି ଅପେକ୍ଷା କରିବସେ ସେ ଜିନିଷଟି କେବଳ ତୁମେ ! ନାରୀ, କହୁନାହିଁ ଏସବୁ ତୁମର ଦୋଷ ବୋଲି ।

 

‘‘ବିରକ୍ତି କରାଇବାର ଅଧିକାର ଯାହାର ଅଛି ସେ ପୁଣି ସ୍ନେହରେ ଆଲିଙ୍ଗନ କରିପାରେ ।’’

 

ନାରୀ ଭାବିଲା ଠିକ୍ କଥା ଏ ଘରକୁ ଆସିଲା ଦିନୁ ମୁଁ ହତଲକ୍ଷ୍ମୀ ହୋଇ ଆସିଛି; ଦେଢଶୁର ଥିଲେ ଯେ, ଯାତକ ପଲଟାଇ ଏ ନହେଉ ଥିବା ବିଭାଘରକୁ ପୁଣି ଯୋଡ଼ିଲେ ।

 

ସେୟା ହେଲା, ବିଭାଘର ପରେ ପରେ ସ୍ୱାମୀ ମୋତେ ଭଲପାଇଲେ ନାହିଁ ସୁଦୃଷ୍ଟିରେ ବି ଥରେ ଚାହିଁଲେ ନାହିଁ ।

 

‘‘ଅବଶ୍ୟ ଖାଇବା ପିନ୍ଧିବାରେ ଅଣହେଳା କରି ନାହାଁନ୍ତି । ପେଟ ପୂରି ମନ ନପୁରିଲେ କ’ଣ ଆନନ୍ଦ ଥାଏ ।

 

ମୋ ସ୍ୱାମୀ ଦୁଃଖି ସାମାନ୍ୟ ରୋଜଗାରରେ ସେ ମୋତେ ଚଳାନ୍ତେ କିପରି ? ।

 

ଆଜି ପୁଣି ଈମିତି ବେଳ ଯେ ସ୍ୱାମୀଙ୍କୁ ଜୋର ଦେଇ କଥା ପଦିଏ କହି ପାରୁ ନାହିଁ ତିନିଦିନ ହୋଇଗଲା ସୁମନ୍ତକୁ ଖୁବ୍ ଜ୍ୱର ଖିଆପିଆ କରୁନି, ବାଲି ଶାଗୁ ପାଟିରେ ଦେଲେ ବାନ୍ତି କରୁଛି ଖାଲି ରାହା ଧରି କାନ୍ଦୁଛି ହେଲେ କିଛି କହୁନି ।

 

ସେଥିରେ ମୁଁ ବିକଳ ହେଉଛି, ଆଖିର ଲୁହ ଅଲକ୍ଷରେ ଶେଷ ହେଉଛି, କିନ୍ତୁ ଗରିବ ସ୍ୱାମୀଙ୍କୁ ମୋର କିଛି କହି ପାରୁନି ।

 

ଶ୍ରଦ୍ଧାନନ୍ଦର ମୁହଁରେ ଯଦିବା ମୀରା କଥା କହି ଗୋଟିଏ ସଂସାର ମାୟାର ଜଳ ଘେରାଇ ଦେଇଥିଲା, ତାହା କିନ୍ତୁ ଶ୍ରଦ୍ଧାନନ୍ଦର ଅଭାବଗ୍ରସ୍ତ ମୂଷାଟା କାଟି ଦେଇ ବାହାର କରି ଦେଖାଇ ଦେଲା ଶ୍ରଦ୍ଧାନନ୍ଦର ମୁହଁକୁ ।

 

ଶ୍ରଦ୍ଧାନନ୍ଦ ବି ପୁଣି ଗପି ଚାଲିଲା ।

 

ମୁଁ ତୁମକୁ ଅବହେଳା କରିଛି ମିରା–ସତ କହିଲେ ମୁଁ ତୁମ ପାଇଁ କିଛି କରିପାରି ନାହିଁ, ସମୟର ଦ୍ୱାହି ଦେଇ ତୁମକୁ ଠକି ଠକି ଚାଲିଛି ।

 

ସୁମନ୍ତର ଦେହ ଖରାପ, ଔଷଧ ଟୋପାଏ ଆଣି ମୁଁ ପିଆଇ ଦେଇ ପାରୁନି ।

 

ଟୁକୁରା ଔଷଧରେ ଆଜିକାଲି ତ ଆଉ ରୋଗ ଆରୋଗ୍ୟ ହେଉନି ମୀରା ତେବେ ସୁମନ୍ତ ବଞ୍ଚିବ କିପରି ?

 

ମୀରା ଆଖି ଆଗରେ ନାଚି ଉଠିଲା ସେଇ ଗୋଟିଏ ମାତ୍ର ପୁଅ ସୁମନ୍ତ, ସେ ବଞ୍ଚିବ ? ସେ ସତରେ ବଞ୍ଚିବ ?

 

ରାଧାମାଧବ ତୁମେ ହିଁ ତ ମୋର ଏ ଛୋଟ ପରିବାରକୁ ସହାୟ ?

 

ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଉଠାଇଲା ମୀରା । ସୁମନ୍ତକୁ ବଞ୍ଚାଅ ।

 

ଶ୍ରଦ୍ଧାନନ୍ଦ ଚାହିଁଲା ମୀରାର ମୁହଁକୁ ।

 

ଆଦ୍ୟ ଆଷାଢ଼ର ଜଳଧାର ମିରାର ଆଖିରେ; ସେ କାନ୍ଦୁଛି ବିକଳରେ ପ୍ରାଣଟା ସତରେ ତା’ର ଛଟପଟ ହେଉଛି ।

 

ଦିନେ ଥିଲା ଏଇ ମୀରା, ତା’ର ସସସ୍ତଙ୍କୁ ଭୂଲି ବିଳାସବ୍ୟସନରେ ତା’ର ଥିଲା ବେଶି ଲୋଭ, ଭଲ ପିନ୍ଧି ଦାଣ୍ଡରେ ଚାଲିବ । ଥିଲା ତାର ଆଦିମ ସଉକି, କିନ୍ତୁ ସେଦିନ ତ ମୀରା ବୁଝି ନଥିଲା ଆଜିର ଏହି ପରିବାରର ଦୁଃଖ ସୁଖ ।

 

ଆଜି ବୁଝିଛି ସନ୍ତାନର ଜନ୍ମ ପରେ ସେ ହୁଏତ ଆଗଠାରୁ ଅନେକ ପରିମାଣରେ ଭଲପାଇଛି ତା’ର ସ୍ୱାମୀଙ୍କୁ ।

 

ଏବେ ସେ ବୁଝିଛି ‘‘ସ୍ୱାମୀ ତା’ର ଏକ ବୃହତ ଅଂଶ’’ ସ୍ୱାମୀଙ୍କ ମୁହଁକୁ ଚାହିଁଲେ ସେ ହୁଏତ ଆଜି ସମସ୍ତ ଭୁଲିଯାଇପାରେ ।

 

ସନ୍ଧ୍ୟା ପୂର୍ବରୁ ସେ ଯେତେଟା ଭାବେ ସ୍ୱାମୀଙ୍କୁ ଖୋଜୁଥିଲା ବର୍ତ୍ତମାନ ସ୍ୱାମୀଙ୍କ ଉପସ୍ଥିତିରେ ସେ ଆଉ ତାଙ୍କୁ ଭାବୁନାହିଁ, ସେ ଯଦି ଭାବୁଛି ବେଶି କରି ସେ ତା’ର ସେହି ତୃତୀୟ ବର୍ଷର ସନ୍ତାନ ସୁମନ୍ତକୁ ।

 

ଶ୍ରଦ୍ଧାନନ୍ଦ ବିବ୍ରତ ହେଲା, ସୁମନ୍ତର ଶାରିରୀକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ, ବିନା ପଇସାରେ ସରକାରୀ ଡାକ୍ତର ତ ଆସିବେ ନାହିଁ ।

 

......ତେବେ ?

 

ଉପାୟହୀନ ହୋଇ ପଡ଼ିଥିଲା ଶଦ୍ଧାନନ୍ଦ ।

 

ସ୍ୱାମୀଙ୍କ ମୁହଁକୁ ଭଲ କରି ଲକ୍ଷ୍ୟ କରିଥିଲା ମୀରା, ସେ ଦେଖୁଥିଲା ସ୍ୱାମୀ ତା’ର ପ୍ରମାଦ ଗଣୁଛନ୍ତି, କେବଳ ସୁମନ୍ତ ପାଇଁ ।

 

ଅନେକ ଦିନପରେ ଏଇ ବକଟକ ଆସିଲା କୋଳକୁ, ଏ ପରିବାରର ଭବିଷ୍ୟତ କେବଳ ସୁମନ୍ତ । ତାରି ପାଇଁ ଭଲରେ ଖାଇବା ପିନ୍ଧିବା କିଛିଟାଏ ବି ସେ କରିପାରିଲା ନାହିଁ ।

 

ଆଜି ଅନେକ ଅନେକ କଥା ମନେପଡ଼ିଛି ଶ୍ରଦ୍ଧାନନ୍ଦର । ପାରିବାରିଳ କଳହରେ ସେ ଯେତେବେଳେ ଜଳିଯାଇଥିଲା ସେତେବେଳେ ନିଜକୁ ସାନ୍ତ୍ୱନା ଦେବାକୁ ନିଜକୁ ଭୟଭୀତ କରି ଗାଁ ଛାଡ଼ି ଚାଲି ଆସିଥିଲା କଟକ ।

 

ସେ ଭାବିଥିଲା, କଟକରେ ଅନ୍ତତ ସେ ଦୁଇଟା ଭଲରେ ଖାଇବ ଭଲରେ ଭଲରେ ଦିନ କେଇଟା ବିତାଇ ଦେବ ।

 

କଟକ ଆସିଲା ପରେ, ମନର ସରାଗ ପୁଣି ସେହି ମନରେ ମଲା, ଆର୍ଥିକ ପରିସ୍ଥିତି ତା ନିମନ୍ତେ ଇମିତି ଏକ ଶତ୍ରୁ ହୋଇ ପଡ଼ିଥିଲାଯେ ସେ ସେଥିରୁ ତ୍ରାହିପାଇ ପାରି ନଥିଲା ।

 

ଖୁବ୍‌ ଆର୍ଥିକ ଯନ୍ତ୍ରଣାରେ ସନ୍ତୁଳି ହୋଇଥିଲା ଶ୍ରଦ୍ଧାନନ୍ଦ, ସେ ସେଥିରେ ଦହନ ହେବନାହିଁ ଏପାଇଁ ଯେଉଁମାନେ ତାକୁ ସାହାଯ୍ୟ କରିବାକୁ ହୋଇ ନିଜର ବାହାରି ଆସିଥିଲେ ସେମାନେ କିନ୍ତୁ ସାହାଯ୍ୟ ପରିବର୍ତ୍ତେ ସ୍ୱାର୍ଥର ସମାଜ ଭାଙ୍ଗି ଆଗକୁ ଆଗେଇ ଆସିଲେ ।

 

ତ୍ରାହିତ ପାଇପାରିଲା ନାହିଁ ଶ୍ରଦ୍ଧାନନ୍ଦ, ବରଂ ଦହନର ଶେଷ ସୀମାରେ ପହଞ୍ଚିଲା ତା’ର ଆତ୍ମା ।

 

ଠିକ୍‌ ସେତିକିବେଳେ ରାଧା ଆସିଥିଲା ଶ୍ରଦ୍ଧାନନ୍ଦର ଏମିତି ଏକ ଅଲୋଡ଼ା ଜୀବନକୁ ଶାନ୍ତି ଦେବାକୁ ।

 

ଅବଶ୍ୟ ସ୍ନେହ କରିଥିଲା ରାଧା, ମମତାରେ ବଶୀଭୂତ କରିଥିଲା ରାଧା ।

 

ସେ ସବୁ ନୂଆକଥା, ସତେତ ପୁରୁଣା ହୋଇଗଲେ ସବୁର ପରିବର୍ତ୍ତନ ହୁଏ ।

 

ପୁରୁଷର ପ୍ରତିଭାଠାରୁ ତାର ଧନକୁ ବେଶି ଭଲପାଏ ନାରୀ ।

 

ଅବଶ୍ୟ ଏସବୁ ପଛରେ ଧରା ପଡ଼ିଥିଲା, ସେଥିପାଇଁ ନିଜକୁ ଠକାଇବାକୁ ଯାଇ ବିଚରା ଶିଳ୍ପୀକୁ ଠକାଇ ଦେଇ ନିଜ ପଥ ପରିଷ୍କାର କରି ନେଇଥିଲା ରାଧା ।

 

ଗଲା ଅତୀତରେ ଅବଶିଷ୍ଟାଂଶ ହୁଏତ ଆଉ ଭାବିପାରିଲା ନାହିଁ ଶ୍ରଦ୍ଧାନନ୍ଦ ।

 

ମୀରା କହିଲା–ତୁମେ ଇମିତି କ’ଣ କାଠପରି ବସିଗଲ । ମୁଁ ଜାଣେ ତୁମେ ଭାବୁଥିବ ତୁମପାଖରେ ପଇସା ନାହିଁ, କେବଳ ବସି, ବସି ଚିନ୍ତାକଲେ କ’ଣ ପଇସା ଆସେ ।

 

ଶୁଣ; ମୋର ଛୋଟକଥା ମାନ ।

 

ସବୁ ଯାଇଛି, ଅଲକ୍ଷଣୀ ଯଦିବା ହେଲି ଏ ସାମାନ୍ୟ ଗହଣା ପ୍ରତି ଏତେ ମୋହ କାହିଁକି-?

 

ଖାଇବା ବାସନ ଗଲା, ସୁନାର ଅଳଙ୍କାର ଗଲା, ଆଉ କେବଳ ଅଛି ଏଇ ରୂପାର ଚୁଡ଼ି ଆଠପଟ ତ ? ହାତରେ ଦୁଇପଟ ଶଙ୍ଖା ଥିଲେ ମୁଁ ଖୁସିରେ ରହିବି କିନ୍ତୁ ସୁମନ୍ତ ମୋର ବଞ୍ଚୁ ।

 

ସେତେବେଳେ ମୀରାର କଥା ଝଡ଼ ବେଗରେ ଫୁଟି ଯାଇଥିଲା ଶ୍ରଦ୍ଧାନନ୍ଦର ଦେହରେ ସବୁ ସାରିଥିଲି କ’ଣ ଏଇ ରୂପା ଚୁଡ଼ି ଦୁଇପଟକୁ ଶେଷରେ ଆଖିଆଗରେ ରଖିବି ବୋଲି ।

 

ସେହି ନିଶିଥ ଅନ୍ଧାରରେ ପୁଣି ଶ୍ରଦ୍ଧାନନ୍ଦ ଭୋ, ଭୋ ହୋଇ କାନ୍ଦିଲା ।

 

ମୀରା ସାମାନ୍ୟ ନିଦରେ ଶୋଇଛି, ସୁମନ୍ତ ଦେହରେ ତାତି ଫୁଟୁଛି; ସରକାରୀ ଡାକ୍ତରଖାନାକୁ ଚାଲି, ଚାଲି ଗୋଡ଼ ଛିଡ଼ିଲା ଯେ ଡାକ୍ତର ବାବୁ ଥରକପାଇଁ ମନବଳାଇ କହିଲେ ନାହିଁ ଯେ ଗରିବ ହେଲେ ତ ରୋଗୀ; ତାକୁ ଥରେ ଯାଇ ଦେଖିଆସେ, ବରଂ ବିରକ୍ତିରେ କହିଲେ କ’ଣ କରିବି, ଉପାୟ ଆଉ ଦିଶୁନାହିଁ ଦୁନିଆଁସାରାର ଲକ୍ଷେ ରୋଗୀକୁ ଦେଖିବା ପାଇଁ ସରକାର ଯେଉଁ ଜଣିଏ ଡାକ୍ତର ଆପଣମାନଙ୍କ ପାଖକୁ ପଠାଇଛନ୍ତି ସେ କିନ୍ତୁ ନିହାତି ଅପାରଗ, ଆଚ୍ଛା ଯାଅ ଦେଖିବା ।

 

ସୁମନ୍ତକୁ ଆଉ ଦେଖିବାକୁ ଆସିଲେ ନାହିଁ । ପୁଣି ଦଶ ଖୋସାମତରେ କୁଲା ପାଢ଼ି ଆସି ଦିପାନେ ହୋମିଓପାଥିକି ଔଷଧ ଦେଇଗଲା ।

 

ସାମାନ୍ୟ ନୁହେଁ ରୋଗ ବୃହତ୍ତର, ସାଧାରଣ ତୁଟୁକା ବଇଦ ଯେ ଭଲ କରିଦେବ, ସେ ବିଶ୍ୱାସ ନୀରା, କିମ୍ବା ଶ୍ରଦ୍ଧାନନ୍ଦଙ୍କର ହେଲା ନାହିଁ ।

 

ବଡ଼ କଷ୍ଟ ହେଉଛି, ଯନ୍ତ୍ରଣାରେ ଛାତି ଫଟାଇ କାନ୍ଦି ଉଠୁଛି ସୁମନ୍ତ, ପୁଣି ବିଳିବିଳେଇ ଉଠୁଛି ସେ ।

 

ମୀରା ମଧ୍ୟ କାନ୍ଦୁଛି, ଟେବୁଲ ଉପରେ ଘଣ୍ଟାଟା ଥିଲା ଆବଶ୍ୟକ ମନେକଲେ ମୀରା ସମୟ ଜାଣିପାରେ, ଆଜି ତ ଆଉ ତାହା ନାହିଁ । ତଥାପି ସେ କେବଳ ଏତିକି ବୁଝୁଥିଲା, ରଙ୍ଗ କାରଖାନାର ଚେମିଣୀଟା ଠିକ୍‌ ରାତ୍ରି ବାରଟା ବେଳେ ଥରେ ପେଁ, ପେଁ ହୋଇ ଶବ୍ଦ କରେ କାହିଁକି କରେ ସେ କଥା ହୁଏତି ବୁଝି ନଥିଲା ମୀରା ।

 

ଆଜି କିନ୍ତୁ ଚେମିଣୀ ଶବ୍ଦ କେତେବେଳରୁ ହୋଇଯାଇଛି । ସେତିକିରୁ ମିରା ଅନୁଭବ କରୁଥିଲା ରାତ୍ରି ଦୁଇଟା ପରେ ହେବ ।

 

ଶ୍ରଦ୍ଧାନନ୍ଦ ଫେରିଲା ନାହିଁ ।

 

ମିରା ମନରେ ସନ୍ଦେହ । ଆଖି ଆଗରେ ସୁମନ୍ତର କଅଁଳ ଜୀବନ; ଶାରୀରିକ ଯନ୍ତ୍ରଣାରେ ଛଟପଟ ହେଉଛି, ପୁଣି ଆଖି ଅଲକ୍ଷରେ ରୁଗ୍‌ଣ ସ୍ୱାମୀ ତା’ର ପୁଅ ପାଇଁ ଔଷଧ ନିମନ୍ତେ ଯାଇଥିଲେ ଯେ ଏଯାଏ ଫେରିଲେ ନାହିଁ ।

 

ରାତ୍ରିର ବୟସ ଧୀରେ, ଧୀରେ କମି ଆସିଲା ମୀରାର ଆଖିରେ ବତୀଟା ତୈଳ ଅଭାବରୁ ଅସ୍ପଷ୍ଟ କରି ଆଲୋକ ଦାନ କରୁଛି ।

 

ଭୟରେ, ନିସ୍ତାର ପାଇ ପାରିଲା ନାହିଁ ଦୁଃଖିନୀ ମୀରା, ଆଉ ଦିଦଣ୍ଡ ପରେ ହୁଏତ ଦିବାଲୋକ ଆସି ଥାଆନ୍ତେ ମୀରାର ଅନ୍ଧାର ଜଗତକୁ ଆଲୋକ ଦାନ କରିବାକୁ, କିନ୍ତୁ ତାହା ସମ୍ଭବ ହେଲା ନାହିଁ ବରଂ ଅଭାଗିନୀ ମୀରାର ଆଖିରୁ ଯେଉଁ ଲୁହ ଗଡ଼ିଲା ସେଥିରେ ସମସ୍ତ ଆଲୋକ କ୍ରମଶଃ ଲିଭି ଆସିଲା–

 

–ଶେଷ–

 

ନିଜକୁ ସାନ୍ତ୍ୱନା ଦେଇ ଶୋଇ ପାରିଲା ନାହିଁ ରାଧା, ଆଖି ଆଗରେ, ପୁଣି ରାତ୍ରିର ନିସ୍ତବତାକୁ ଅତିକ୍ରମ କରି ଗୋଟିଏ ମୂର୍ତ୍ତି, ଆସି ଠିଆ ହୋଇଛି, ଆଖିରୁ ଲୁହ ଗଡ଼ାଉଛି ।

 

ବିନୟ ହେଉଛି, କାକୁତି ମିନତୀ ସ୍ୱରରେ କେତେ ପୁଣି ଅନୁଯୋଗ ।

 

ସେ କହୁଛି, ମରିଯିବି, ତୋତେ ଛାଡ଼ି ରହି ତ ପାରିବି ନାହିଁ ରାଧା, କହିଥିଲୁ ମୋତେ ବଞ୍ଚାଇ ରଖିବୁ ନା ।

 

ରାଧାର ଅଧିର କଣ୍ଠସ୍ୱର, ନମ୍ର ନୟନର ଡୋଳା, ଗୋଲାପ ଅଧରରେ ମୁଚୁ ମୁଚୁ ହସ-

 

ରାଧା କହୁଥିଲା–ପାରିବି; ପାରିବି ମଜୁନୁ ତୁମକୁ ବଞ୍ଚାଇ ପାରିବି, ତୁମେ ଆଉ ସେ କାଳକଥା ଗୁଡ଼ା ମୁଣ୍ଡରେ ପୁରାନା ଏଣେ ଦେଖ ।

 

ରାଧା ଆଡ଼କୁ ଧୀରେ ଧୀରେ ମୁହଁ ବୁଲାଉଛି ଶ୍ରଦ୍ଧାନନ୍ଦ ଆଖିରୁ ଲୁହ ପୋଛୁଛି ।

 

କେତେ ବିନୟ ହେଉଛି–

 

ବେଶୀ ନୁହଁ ଦଶଟି ଟଙ୍କା, ଦେଇ ପାରିବୁ ନାହିଁ ରାଧା....

 

ଯେଉଁଦିନ ଅଫିସରୁ ସରକାର ଆମକୁ ଛଟେଇ କରିଦେଲେ ମୋର ସୁପ୍ତ ମନକୁ ଦେଖି କହିଥିଲୁ ନା ? ଦୁନିଆଁରେ ଭଗବାନ ଅଛନ୍ତି, ସେ କାହାରି ଦୁଃଖ ଦେଖନ୍ତି ନାହିଁ, ଏତେ ବ୍ୟସ୍ତ କାହିଁକି ?

 

ସନ୍ଧ୍ୟା ହୋଇଗଲା କେବଳ ପ୍ରକାଶକଙ୍କ ପାଖରେ ହାତପାତି ପାତି, କିନ୍ତୁ ହେଲା ନାହିଁ; ମୋରି ମନକଥା କେବଳ ମୋରି ମନ ମଧ୍ୟରେ ରହିଲା, ସାମାନ୍ୟ ଟଙ୍କା କେତେଟା ମାଗି ନିଜକୁ କେବଳ ଅସମ୍ମାନିତ କରିବା ବ୍ୟତୀତ ଲାଭ ତ ଆଉ କିଛି ହେଲା ନାହିଁ, ସେମିତି ଫେରିଲି ।

 

ରାଧା ହସିଲା–ଏଇ ସାମାନ୍ୟ ଟଙ୍କା କେଇଟା ପାଇଁ ତୁମେ ଆଜି ବ୍ୟସ୍ତ ଶ୍ରଦ୍ଧାନନ୍ଦ, ତୁମକୁ ଦିନେ କହିଥିଲି ନା, ତୁମେ ମୋ ପାଇଁ ଅନେକଟା ଖର୍ଚ୍ଚ କରି ସାରିଛ ପ୍ରତି ଦାନରେ କିଛି ମାଗିନା, ଆଜି ତ ସେଇ ସୁଯୋଗ, ଆସିଛି ଟଙ୍କାର କେତେ ଆବଶ୍ୟକ ? ମୁଁ ବଞ୍ଚିଥିଲା ଯାଏ ତୁମେ କେବେ ଟଙ୍କା ଟଙ୍କା ହୋଇ ନିଜକୁ ଏତେ କ୍ଷତ ବିକ୍ଷତ କରିବ ନାହିଁ ।

 

ରାଧା ଆଜି ତାକୁ ଟଙ୍କା କିଛି ଦାନ କରିବ, ଅନେକ ଦିନପରେ ସେ ଯେତେବେଳେ ହାତ ପାତିଛି, ରାଧା ତାକୁ ସାହାଯ୍ୟ କରିବ, ପଇସା ହେଲେ ସୁମନ୍ତ କ’ଣ ବଞ୍ଚିବ ନାହିଁ ?

 

ସୁମନ୍ତକୁ ଦେଖାଇବା ପାଇଁ ସେ କଟକର ସବୁଠାରୁ ବଡ଼ ଡାକ୍ତରଙ୍କୁ ଡାକିବ ।

 

ସୁମନ୍ତ ସୁସ୍ଥ ହେଲେ ହତଭାଗିନୀ ମୀରା ଆଉ କାନ୍ଦିବ ନାହିଁ ।

 

ଶ୍ରଦ୍ଧାନନ୍ଦର ମୁଖରେ ହସ ଫୁଟି ଉଠିଲା, ସେ ଧୀରେ ଧୀରେ ଯାଇ କାନ୍ଥକୁ ଲାଗି ଠିଆ ହେଲା–

 

ପୁନଶ୍ଚ ଚେତା ଫେରିଲା ଶ୍ରଦ୍ଧାନନ୍ଦର, ସେ ସ୍ଥିର କଣ୍ଠରେ ପଚାରିଲା–ବିନୋଦ କ’ଣ ଆଜି ଫେରିବ ନାହିଁ ? ରାଧା ଅନୁମାନ କରି ନେଲା, ପୋଲିସ ଅଫିସରଙ୍କୁ ଆଜି ହୁଏତ ଖୁବ୍‌ ଜୋରରେ ଭୟ କରୁଛନ୍ତି ଶ୍ରଦ୍ଧାନନ୍ଦ ?

 

ସେ ଚେତନ ପୁଣି ପରିବର୍ତ୍ତନ କରିନେଲା ରାଧା ।

 

ମୁଖରେ ହସ ଫୁଟାଇ କହିଲା–ଫେରନ୍ତୁ ବିନୋଦ, ମୋ ଘରକୁ ତୁମର ଅବାଧ ପ୍ରବେଶ ପାଇଁ ସିନା ସେ ପ୍ରଥମେ ପ୍ରଥମେ ହୋଇ ମନା କରୁଥିଲେ । ସନ୍ଦେହରେ ନିଆଁ ହେଉଥିଲେ, ।

 

ସେ ଦିନ କିନ୍ତୁ ତା’ର ମୁକାବିଲା କରି ନେଇଛି, ତୁମରି ମୁଣ୍ଡରେ ରକ୍ତ ଦେଖିଲା ପରେ ସେ ଜାଣିଥିଲେ ତାଙ୍କରି ସ୍ୱାର୍ଥପାଇଁ ମୁଁ ତୁମକୁ ହତ୍ୟା କରିବାକୁ ଯାଉଥିଲି ।

 

ସେ ଜାଣନ୍ତି ମୁଁ କେବଳ ହିଁ ତାଙ୍କର, ମୋ ମନରେ ପର ପୁରୁଷ ପ୍ରତି ଗ୍ଳାନି ନଥିଲା, ନଥିଲା ପ୍ରେମ କରିବାର ଅଶେଷ ମନୋବୃତ୍ତି ଆଉ ମଧ୍ୟ ସେ ବୁଝିଥିଲେ, କେବଳ ସ୍ତ୍ରୀ ନୁହଁ ରାଧା, ଆଧୁନିକ ସଭ୍ୟତାର ଚରମ ନିଦର୍ଶନ ଥିଲା ତାଙ୍କର ଅତିଥି ସତ୍‍କାର ।

 

ସମୟେ ସମୟେ କେତେବଡ଼ ଅଫିସର ଆସିଛନ୍ତି ତାଙ୍କରି ଘରକୁ, ଚା’ ପିଆଲା ହାତକୁ ବଢ଼ାଇ ଦେଇ ଉତ୍ତମ ସମ୍ମାନ ଦେବାରେ ରାଧା ଥିଲା ସିଦ୍ଧହସ୍ତ ।

 

ମୋ’ରି ବ୍ୟବହାର, ମୋ’ରି ଆଚରଣରେ ସେ ଯେତେବେଳେ ଭୂରି ଭୂରି ପ୍ରଶଂସା ତାଙ୍କର ସାଙ୍ଗମାନଙ୍କ ଠାରୁ ଗ୍ରହଣ କରୁଥିଲେ ସେତେବେଳେ ସେ ନିଶ୍ଚିତ ହୋଇଥିଲେ ଯେ ରାଧା କେବେ କୁଚରିତ୍ରା ହୋଇ ପାରେନା, ଶ୍ରଦ୍ଧାନନ୍ଦ କେବଳ ତା’ ଜୀବନରେ କ୍ଷଣିକ ମାତ୍ର ସୋପ୍ନ ।

 

ଆଉ ଭାବୁଛ କ’ଣ ? ବିନୋଦ ପୋଲିସ ଅଫିସର ହେଲେ ବି,....

 

ଶ୍ରଦ୍ଧାନନ୍ଦ ବୁଝିଥିଲା, ବିନୋଦ କେବଳ ପୋଲିସ ପୋଷାକ ପିନ୍ଧା ପଥର ପ୍ରତିମାଟିଏ, ତା’ ନହେଲେ....

 

ଓଃ ସେ ପଛକଥା ।

 

ରାଧା ପୂର୍ଣ୍ଣଚ୍ଛେଦ ଟାଣିଲା କଥାରେ ।

 

ଆଇନର ଚେସର ତାଲାଟା ତକିଆ ତଳେ ଥୋଇଦେ । ଶ୍ରଦ୍ଧାନନ୍ଦର ହାତକୁ ବଢ଼ାଇ ଦେଲା ହଜାର ଟଙ୍କାର ଏକ ନୂତନ ମୁଦ୍ରଣର ଶହେଟଙ୍କିଆର ନୋଟବିଡ଼ା ।

 

ଶ୍ରଦ୍ଧାନନ୍ଦ ହାତରେ ଟଙ୍କା ଧରିଲା ପରେ ଧୀରେ ଧୀରେ ସ୍ଥାନ ତ୍ୟାଗକରି ଫେରାର ହୋଇ ଯାଇଥିଲା ।

 

ଏବେ ଶ୍ରଦ୍ଧାନନ୍ଦକୁ ହଜାରେ ଟଙ୍କା ଦେଇ ନିଜକୁ ଖୁବ୍‌ ଭାଗ୍ୟବତୀ ବୋଲି ଗର୍ବ କରିଥିଲା । ରାଧା ପୁଣି ହସିଥିଲା କିଛି ସମୟ ସେ ।

 

ମନେ ପଡ଼ୁଥିଲା ।

 

ମୋରି ପାଠ ପଢ଼ାପାଇଁ ‘‘ମା’’ଙ୍କର ବାବାଙ୍କ ସହିତ ଦୁଇଦିନ କାଳ ଝଗଡ଼ା ହେଲା–କାରଣ ବାବା କହୁଥିଲେ ପଇସା ନାହିଁ ରାଧା ବି.ଏ ପଢ଼ିବ ବୋଲି ତୁମେ ଚିନ୍ତା କରୁଛ କିପରି ? ସେତକରେ ବନ୍ଦକଲେ କ’ଣ ରାଧା ପାଇଁ ତାର ଯୋଗ୍ୟତା ହଉ ହୋଇଗଲା ।

 

କିନ୍ତୁ ମା’ ବୁଟୁନଥିଲା, ଯେହେତୁ ତା’ର ଆଖି ଆଗରେ କୁଟୁମ୍ବର ଅନ୍ୟମାନେ ।

 

ତାଙ୍କ ପିଲାମାନେ ପାଠ ପଢ଼ିବେ; ଚାକିରି କରିଚ୍ଛେ; ତାଛଡ଼ା ସହରୀ ଝିଅନା ? ପାଠ ନପଢ଼ିବାହିଁ ତାଙ୍କୁ ଗୋଟାଏ ଅବମାନନା ।

 

ମାନିନଥିଲା ମା ଜିଦ୍ ଥିଲା ରାଧା ପଢ଼ିବ; କିନ୍ତୁ ବାପା, ଆର୍ଥିକ ପରିସ୍ଥିତି ପାଇଁ ଜିଦ୍ ନରଖି ପାରି ନୀରବ ରହିଥିଲେ ।

 

ଏହି ଘଟଣା; ଏବଂ ଏହି ବିତଣ୍ଡା ଯୁକ୍ତିରୁ ସିନା ମୁଁ ବି.ଏ ଖଣ୍ଡକ ପଢ଼ିପାରିଲି ନାହିଁ, ଫଳରେ ଅଶାନ୍ତିର ଝଡ଼ ସର୍ବଦା ଲାଗି ରହିଲା ।

 

ମା’ଙ୍କର କର୍କଶ ସ୍ୱରରେ ବାପା ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତା’ପରେ– – –

 

ଯାହା ହୋଇଗଲା ସେ କଥା ଅଙ୍ଗେ ଲିଭାଇଲା ରାଧା । ରୋକ୍‌ ଠୋକ୍‌ ହଜାରେ ଟଙ୍କା ମୋର ସ୍ୱାମୀ ଏଇ ବିନୋଦ ପଟ୍ଟନାୟକଙ୍କ ହାତକୁ ମୁଁ ନିଜେ ନେଇ ବଢ଼ାଇ ଦେଇ ଆସିଥିଲି ଖାଲି ସେତିକି ତ ନୁହେଁ ଏକା ରିକ୍‌ସାରେ, ବିନୋଦ ସଙ୍ଗରେ ସିନେମା ଯିବାକୁ ‘ମା’ କିନ୍ତୁ ମନା କରିପାରିନଥିଲା, ମୁଁ ଅବାଧ୍ୟ ହେଲେ ବି ଏ ପରିସ୍ଥିତି ମତେ ବାଧ୍ୟ କରିଥିଲା, ନିସଙ୍କୋଚରେ ବିନା ଦ୍ୱିଧାରେ ବିନୋଦର ପାଖେ ପାଖେ ରହି ସମସ୍ତ ଅନୁଭୂତି ଜାଗରଣ କରିବାକୁ, କିନ୍ତୁ ସେତେବେଳେ ଶ୍ରଦ୍ଧାନନ୍ଦ ଥିଲା ମୋର ଜୀବନ ମରୁଭୂମିରେ ଟୁବିଟିଏ ମାତ୍ର ଜଳ ।

 

ଆଜି ସେହି ନଗଦ ହଜାର ଟଙ୍କା ପୁଣି ଶ୍ରଦ୍ଧାନନ୍ଦ ହାତରେ ତୋଳି ଦେଇଛି ରାଧା ।

 

ଆଃ ଛାତିଫଟା ଚିତ୍‌କାର ରାଧାର, ସତେ ଯେପରି ଶ୍ରଦ୍ଧାନନ୍ଦ ଆଜି ଜୋରକରି ମାଡ଼ି ବସିଛି ।

 

ଇସ୍‌ କି ଲଜ୍ୟା, କୋଠାଟା ସାରା ଲାଇଟ୍‌ ଜଳି ଜଳି ଖୁବ୍‌ ଜୋର୍‌ରେ ହିଟ୍‌ ହୋଇଯାଇଛି, ନାଇଟ୍‌ ଡିୟୁଟି ସାରି ବିନୋଦ ଯେତେବେଳେ ଫେରିଆସି ଦେଖିବେ ରାଧା ବୀଭତ୍ସ, ସାରାଶରୀରଟା ଉଲଗ୍ନ.... ।

 

ରାଧା ଚିଡ଼ି ଉଠିଲା ନା ନା ନା ତୁମେ ଯେତେ ଶୀଘ୍ର ପାରୁଛ ଏଠାରୁ ଚାଲିଯାଅ ଶ୍ରଦ୍ଧାନନ୍ଦ, ମୁଁ ତୁମକୁ ହତ୍ୟା କରିବାକୁ ଚାହୁଁନି ?

 

ରାଧାର ନିଦ ଭାଙ୍ଗିଗଲା, ମନ ମଧ୍ୟରେ ଶକ୍ତି ଏକ ଅନୁଶୋଚନା, ତେବେ ଶ୍ରଦ୍ଧାନନ୍ଦକୁ କିଏ ହତ୍ୟା କଲା ??

 

ଭୋ,ଭୋ: ହୋଇ କାନ୍ଦି ଉଠିଲା ରାଧା, ।

 

ସତେତ ରାତ୍ରିଟା ପାହିଯାଉଛି, ଘର ନିଶୁନ, ରାତି ନପାହୁଣୁ ସ୍ୱାମୀ ହୁଏତ କୁଆଡ଼େ ଚାଲି ଯାଇଛନ୍ତି, ଯାଆନ୍ତୁ ।

 

ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଉଠାଇଲା ରାଧା ହେ ପରମେଶ୍ୱର, ଅଭିରାମ ! ଚିରଦୁଖିନୀର ସ୍ୱାମୀକୁ ତୁମେ ବଞ୍ଚାଅ, ଉଧାର କର ଏ ବିପଦରୁ ।

 

ପୁଣି ରାଧାର ଚେତନା ପଶିଲା, ଧୀରେ ଧୀରେ କବାଟ ଖୋଲି ଦୁଆର ମୁହଁରେ ଆସି ଠିଆ ହେଲା, ଆଖି ଦୁଇଟାରୁ ଲୁହ ଫୋଛି ଚାହିଁଲା; ବେଶ ରାତ୍ରିଟି ଭଲଭାବେ ପାହି ଯାଇଛି, ମାଇ କୁଆଟିଏ ମଧ୍ୟ ଏଯାଏ ଆସିବାରେ ନାହିଁ, ତେବେ ସ୍ୱାମୀ ପୁଣି ଏତେ ସକାଳୁ...... ?

 

ସେ ଫେରାର ହୋଇଗଲେ ବୋଲି ଭାବୁଛି ରାଧା, ନିଜେ ବଡ଼ବାବୁ ବାରମ୍ୱାର ଘରକୁ ଫୋନ କରି ସାରିଲେଣି କ’ଣ ପାଇଁ ?

 

ଅବଶ୍ୟ ଏକଥା ବୁଝିଥିଲା ରାଧା, ସେ ଜାଣେ, ସବୁଜାଣେ ସେ କିନ୍ତୁ ସ୍ୱାମୀ ଯେ ତା’ର ଆଗ ଲୋଡ଼ା, ତାଙ୍କରି ପାଇଁ ଯେ ସେ ଆଜି ଜୀବନକୁ ସରସ ସୁନ୍ଦର କରିବାକୁ ଯାଉଛି, ପୁଣି ସୁମନ୍ତ ପରି ସେ ବି ଏକ ପୁତ୍ର ଅବା କନ୍ୟାର ଜନନୀ ହେବ ।

 

ନାଁ ଜମା ନୁହେଁ ସ୍ୱାମୀଙ୍କର ସମସ୍ତ ଅପରାଧକୁ ନିଜଗୁଣେ କ୍ଷମା ଦେଇ ଲୁକ୍‍କାୟିତ ରଖିବ ରାଧା ।

 

ରାଧା ପୁଣି ଆସିଲା ଘରକୁ, ବିଚାର କଲା ଆଲୋ ବମ୍‌ଟା ଖୋଲିବ; ସେଥିରେ ଥିବା ଶ୍ରଦ୍ଧାନନ୍ଦର ଅସଂଖ୍ୟ ଫଟୋକୁ ହିଟର ଲଗାଇ ପୋଡ଼ିବ, ଭୁଲିଯିବ ଶ୍ରଦ୍ଧାନନ୍ଦର ପ୍ରତିଟି ପୃଷ୍ଠାରେ ପୃଷ୍ଠାରେ ଅନୁଚ୍ଛେଦ, ଆଉ ତାକୁ ବଞ୍ଚାଇ ରଖିବାର ଆବିଳତା ।

 

ଆଉ ଡେରି କଲା ନାହିଁ ରାଧା, ଧୀରେ ଧୀରେ ଆଲବମ୍‌ରୁ ଫଟୋଗୁଡ଼ାକ କାଢ଼ି ହିଟର ଉପରେ ଥୋଇ ଦେଲା ରାଧା, କିଛି କ୍ଷଣ ପରେ ଗରିବ ଶିଳ୍ପୀର ଫଟୋଗୁଡ଼ିକ ପ୍ରେମିକାର ହିଂସା ଅଗ୍ନିରେ ପୋଡ଼ି ଜଳି ପାଉଁଶ ହୋଇଗଲା–

 

ସତେକି ଶ୍ରଦ୍ଧାନନ୍ଦ ଚିତ୍କାର କରି ଉଠିଲା ଆଃ.....ଆଃ......ଆଃ

 

ରାଧା ଖୁବ୍‌ ବ୍ୟସ୍ତ ହୋଇ ଧାଇଁ ଯାଉଥିଲା ଆଗକୁ; ଆଗକୁ ଜନଗହଳି ।

 

ଜନଗହଳି, ଖୁବ୍‌ ଜନଗହଳି ।

 

ସହରଟାକୁ ଅସହାୟ କରି ସମସ୍ତେ ଯେପରି ଧାଇଁଛନ୍ତି ମହାନଦୀ କୂଳକୁ, ତାରି ଆରପଟେ ଛୋଟ ପାହାଡ଼ର ନିମ୍ନ ଦେଶରେ ଅନେକ ଦିନର ବୃଦ୍ଧ ବଟ ବୃକ୍ଷଟା କାନ୍ଦି କାନ୍ଦି ଆଜି ନୟାନ୍ତ ହୋଇ ଭାବୁଛି କେଉଁ ଜନ୍ମର ପାପ ମୋର ଆଜି ପ୍ରାୟଶ୍ଚିତ ହେଉଛି ।

 

ସହରର ଅସଂଖ୍ୟ ଲୋକର ତୁଣ୍ଡ ଅସଂଖ୍ୟ ମଣିଷର ଆଖିରେ ଲୁହ, କ୍ରୋଧରେ ଫାଟି ପଡ଼ୁଛି ସମସ୍ତଙ୍କ ଛାତି ।

 

ରାଧା କିନ୍ତୁ ସହ୍ୟ କରିପାରିଲା ନାହିଁ । ଆଖି ଆଗରେ ଦେଖୁଛି, ସ୍ୱାମୀ ରିପୋର୍ଟ ଲେଖୁଛନ୍ତି ।

 

ସତରେ କ’ଣ ଶ୍ରଦ୍ଧାନନ୍ଦ ନିଜକୁ ଏପରି ଭାବେ ଅସହାୟ ଭାବେ ହତ୍ୟା କରୁଥିଲା ?

 

ନା–ନା–ତା’ ହୋଇ ନପାରେ ଶିଳ୍ପୀ କେବେ ତା’ର ଜୀବନକୁ ଏତେ ସହଜ ଭାବେ ନଷ୍ଟ କରି ନଥିବେ ।

 

କିନ୍ତୁ.... ?

 

କିନ୍ତୁ ପୁଣି କ’ଣ ? ଏକଥା ଭାବୁଛି ରାଧା, ଶ୍ରଦ୍ଧାନନ୍ଦ ଯେବେ ନିଜକୁ ନିଜେ ହାତରେ ରସି ବାନ୍ଧି ଥାଆନ୍ତା ! ବେକରେ, ତେବେ ମୋ ଠାରୁ ଆଣିଥିବା ହଜାର ଟଙ୍କାର ନୋଟ ପୁଣି ଆଇରନ୍‍ ଚେସ୍‌କୁ ଫେରି ଗଲା କିପରି ?

 

ଇସ୍‌ ପୁଣି ଆଜି ରାଧା କ’ଣ ଭାବୁଛି, ଶ୍ରଦ୍ଧାନନ୍ଦ ତ ମରିଛି ସେ ଭୁଲି ଯାଇଥିବ ତାର ଅନାଥିନୀ ପ୍ରିୟାର ସମସ୍ତ ଲବ୍‌ଧ ପ୍ରେମ ଆଉ ମୋ ଜୀବନକୁ ହତାଶ କରିବାକୁ ତ ସେ ଆଉ ଫେରିବ ନାହିଁ ଆଉ କହିବ ନାହିଁ ତ । ଆଗଠାରୁ ଆଜି ମୁଁ ବେଶି ତୋ ନିମନ୍ତେ ପ୍ରଲୋଭିତ, ତୋତେ ମୋ କୋଳରେ ପାଇ ଗଲେ, ମୁଁ ଆଉ ମୋର ଅତୀତକୁ ବାଣ୍ଟିବି ନାହିଁ ତାଛଡ଼ା । ବିନୋଦ ତୋର ଅସାମାଜିକ ସ୍ୱାମୀ, ଏକଥା କହି ତୋତେ ଟାଣି ଆଣି ଆଉ ତ ନିଆଁ ଆଖିରେ କଳଙ୍କିତ କରିବ ନାହିଁ ।

 

ରାଧା ଏଥର ଠିକ୍‌ ଚିନ୍ତା କଲା, ପ୍ରତିଜ୍ଞା କଲା

ନା, ଶ୍ରଦ୍ଧାନନ୍ଦର ଆୟୁଷ ପୁରିଥିଲା ସେ ଚାଲିଲା, ତା’ପଛରେ ଅନ୍ୟକୁ ଟାଣିଟାଣି ନେବାରେ ମୋର ଲାଭ ?

ବିନୋଦ ମୋର ସ୍ୱାମୀ । ତାଙ୍କୁ ବିପଦ ମୁହଁକୁ ଠେଲିଦେଇ ମୁଁ ବଞ୍ଚିବି କିପରି । ସ୍ୱାମୀ ଥିଲା ସ୍ତ୍ରୀର ଆଧିପତ୍ୟ ସଂସାରର ଆକାଶରେ ଉଜ୍ୱଳ ତାରକା ନଥିଲେ ସଂସାର ମୋର ଅନ୍ଧାର ନା-?

ରାଧା ତାର ବିଚାର ଶେଷ କରିନି, ପଛରୁ ଶୁଣିଲା, ମୀରା ଖୁବ୍‌ କର୍କଶ ସ୍ୱରରେ ଚିତ୍କାର କରୁଛି, ଏବଂ ଭୋ: ଭୋ, ହୋଇ କାନ୍ଦୁଛି, ପ୍ରତ୍ୟେକ କ୍ରନ୍ଦନ ଶେଷରେ ରାଧା ଅନୁଭବ କରୁଛି ମୀରା....ତା’ର ନାରୀ କଣ୍ଠର ଆର୍ତ୍ତନାଦରେ ସେ କମ୍ପିତ କରୁଛି ।

ତୁମେ ଠିକ୍‌ ଭାବେ ଶେଷ କରିଛ ତୁମ ସଂସାରର ଅଭିନୟ ସ୍ୱାମୀ, କିନ୍ତୁ ସୁମନ୍ତ ଆଉ-?

ପାରିବି ତ, ପାରିବି ତ ଏ ନିଆଁଲଗା ସଂସାରରେ ବଞ୍ଚି ।

ସୁମନ୍ତର ଔଷଧ ପାଇଁ ଆସି.....ଆଉ କାନ୍ଦିପାରି ନଥିଲା ମୀରା, ସୁମନ୍ତକୁ ଆଣି ସେହି ଗଛମୂଳରେ ପକାଇ ଦେଇ ଖୁବ୍‌ ଜୋରରେ ମଥାପିଟି ମିନତୀ ସ୍ୱରରେ ପଚାରିଲା ।

କୁହ, କୁହ, ପୋଲିସ ବାବୁ, ସୁମନ୍ତକୁ ମୋର କିଏ ପୋଷିବ ?

ସତେ ତ.... ?

ମୀରା ନାରୀ, ସ୍ୱାମୀ ତାର ପରଂବ୍ରହ୍ମ, ତାଙ୍କରି ଆଶିଷର ଦାନ ସୁମନ୍ତ । ସ୍ୱାମୀହୀନା ହୋଇ ମୀରା ବଞ୍ଚି ପାରିବତ ?

ପାଗଳିନୀ ପରି ଚେଇଁ ଉଠିଥିଲା ରାଧା, ତାର କରୁଣ ହୃଦୟ କେତେକ’ଣ ଅତୀତ ଆସି ଉଙ୍କି ମାରିଥିଲା ।

ଶ୍ରଦ୍ଧାନନ୍ଦ । ନିସ୍ୱ, ହେଲେ ବି ପବିତ୍ର.....

ତାଙ୍କୁ ତୁମେ ହତ୍ୟାକଲ ସ୍ୱାମୀ..... ?

ରାଧା ! ରାଧା !! ରାଧା !!!

ପୋଲିସ ଅଫିସର କ୍ରୋଧରେ ଜଳିଉଠିଲେ ।

ରାଧା କହିଲା,–ନାଁ ନାଁ ନାଁ ସ୍ୱାମୀ

ଶ୍ରଦ୍ଧାନନ୍ଦର ତୁମେ ଯଦି ସର୍ବନାଶ କରିଛ କେବଳ ମୋ’ରି ପାଇଁ, ତୁମେ ରାକ୍ଷାସ, ତୁମେ ପିଶାଚ ବିନୋଦ, କୁହ, କୁହ ଥରେ ତୁମେ ମିଥ୍ୟା ରିପୋର୍ଟକୁ ଫିଙ୍ଗିଦେଇ ପାରିବକି ସମାଧାନ କରି ।

 

ରାଧା ଏଥର ଚୁପ୍‌ ହୋଇ ଚାଲିଗଲା, ସ୍ୱାମୀଙ୍କୁ ଆଉ ସେ ନିଜଆଖି ଦୁଇଟାରେ ଚାହିଁଲା ନାହିଁ, ଚାଲିଗଲା ।

 

ଯେଉଁଠି ନିସ୍ୱ ଶ୍ରଦ୍ଧାନନ୍ଦ ସ୍ୱର୍ଗବୈକୁଣ୍ଠର ନନ୍ଦନ କାନନ, ସେଇଠିକୁ ।

 

ସେଇଠି ଶିଳ୍ପୀ; ସେଇଠି ତାର ଅତି ଆଦର କବିତାରାଧା ।

 

ଏକାସଙ୍ଗେ ଏକ ହୋଇ ରହିବେ ଚିରଦିନକୁ ।

 

ତା’ପରେ ପୋଲିସ ଅଫିସର ବିନୋଦ ଧୀରେ ଧୀରେ ଆଗକୁ ଆସି ଚାହିଁଥିଲେ ରାଧାକୁ ।

 

ସେ ଦେଖୁଥିଲେ ଆଖିଠାରୁ ବହୁ ଦୂରରେ ପାହାଡ଼ର ଆରପଟେ ରାଧା ତାର ଗୋପଛାଡ଼ି ମଥୁରା ମୁଖେ ଅଭିମାନ କରି ଚାଲିଛି ।

 

ଲୁଚି ଯାଉଛି ତା’ର କମନୀୟ ରୂପଶ୍ରୀ ଆଉ ମନଭୁଲା ବୀଣାର ତାନେ ତାନେ ମଧୂର ସଙ୍ଗୀତ, ଆଉ ତା’ସଙ୍ଗେ ବିଳପି ଉଠୁଥିଲା ଗୋପର ଭାଗ୍ୟାକାଶରେ ସେହି ମୋହନ ମୁରଲୀର ଧ୍ୱନୀ ।

 

କିନ୍ତୁ ପୋଲିସ ଅଫିସରଙ୍କ ଆଖିରେ କେବଳ ବହିଯାଉଥିଲା ଯମୁନାର ଦୁଇକୂଳ ଖିଆ ବିଧାତାର ସୃଷ୍ଟି ଜଳ ।

 

–କୃତଜ୍ଞତା ଜ୍ଞାପନ–

 

ଯେଉଁମାନେ ମୋତେ ଉପନ୍ୟାସ ଲେଖିବାକୁ ପ୍ରେରଣା ଯୋଗାଇଛନ୍ତି ସେମାନେ ହେଲେ ମୋର ପୂଜ୍ୟ ପ୍ରକାଶକ ଶ୍ରୀଯୁକ୍ତ ବିଦ୍ୟାଧର ସାହୁ, ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସାହୁ, ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପ୍ରଧାନ ଶ୍ରୀଯୁକ୍ତ ପ୍ରଭୁ ଚରଣ କାନୁନ ଗୋ S.D.O ଶ୍ରୀଯୁକ୍ତ ରଣଜିତ୍ ବେହେରା S.D.O ଶ୍ରୀଯୁକ୍ତ ନରସିଂହ ମହାପାତ୍ର (ଆକାଶ ବାଣୀ) ଶ୍ରୀଯୁକ୍ତ ଗିରୀଶ ଚନ୍ଦ୍ର ନାୟକ (ଆକାଶବାଣୀ) ବନ୍ଧୁ ସର୍ବଶ୍ରୀ ଶ୍ରୀ ଶ୍ରଦ୍ଧାନନ୍ଦ ରାଉତ, କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ ନବ କିଶୋର ସ୍ୱାଇଁ; ସୁଶାର କାନ୍ତ କାନୁନ ଗୋ; ରାଜକିଶୋର ରାଉତ (ସମାଜ) ପୂଜ୍ୟ ଉପନ୍ୟାସିକ କାହ୍ନୁ ଚରଣ, ଅଧିକାରୀ ଗୌରାଙ୍ଗ ଚରଣ ଦାଶ, ଅଦ୍ୱେତ ପ୍ରସାଦ ଦାଶ, ଘନଶ୍ୟାମ ପାଣି, ନାଟ୍ୟକାର–ନବ କୁମାର ସାହୁ ଉମାକାନ୍ତ ବେହେରା, ଶ୍ୟାମ ସୁନ୍ଦର ଲେଙ୍କା, ପ୍ରଫୁଲ କୁମାର ଦାସ, କାଳିଦାସ ପତି, ଓ ଲିଙ୍ଗରାଜ ସେଠୀ, ଭ୍ରମରବର ସେନ୍‌

 

ଟାଇପିଷ୍ଟ ଶେଖ୍‌ ନସିର ଉଦ୍ଦିନ କୁମାରୀ ବାସନ୍ତି ଲତା ନାୟକ ଏବଂ ମୋର କୁନି ମୁନି ଭଗ୍ନି, ପୁଷ୍ପଲତା, ସନ୍ଧ୍ୟା, ଚାରୁ, ନିରୁ, ଅନୁ, ବନୁ, ରେଣୁ, ସଞ୍ଜୁ, ମଞ୍ଜୁ, ହରପ୍ରିୟା, ଶାନ୍ତି, ବାସନ୍ତି, ମାମି; ଏବଂ ମୋର ଆୟୁଷ୍ମାନ ଶ୍ରୀମାନ୍‌, ଦୈତାରୀ ପ୍ରଧାନ, ଶ୍ରୀମାନ୍‌ ଶରତ ଚନ୍ଦ୍ର ପତ୍ରୀ ।

 

ଏମାନେ ମୋତେ ଉତ୍ସାହିତ କରିଥିବାରୁ ସେମାନଙ୍କ ନିକଟରେ ମୁଁ ଚିରକୃତଜ୍ଞ [ଇତି]

 

ଲେଖକ

 

–ପରବର୍ତ୍ତୀ ଆକର୍ଷଣ–

 

ଯେଉଁ ସୁରମା ଦିନେ ଥିଲା ଏମ୍‌, ଏ, ରେ ଫାଷ୍ଟକ୍ଳାସ ପାଇଥିବା ଚନ୍ଦ୍ରମଣୀଙ୍କର ପ୍ରୀୟା-। ସେ କିନ୍ତୁ ଆଜି ସ୍ୱାମୀ ଦିବ୍ୟଲୋଚନଙ୍କର ପ୍ରଣୟିନୀ ।

 

ପ୍ରେମ କରି, ଯେଉଁଦିନ ସୁରମାଠାରୁ ବିଚ୍ଛେଦ ହୋଇ ଯାଇଥିଲା ଚନ୍ଦ୍ରମଣୀ, ସେଦିନ ସେ ସଂସାର କରିବା କେବଳ ଯନ୍ତ୍ରଣା ବୋଲି ବୁଝିଥିଲା, ଏବଂ ନିଜକୁ ଈଶ୍ୱଙ୍କ ପୟରରେ ଉତ୍ସର୍ଗ କରିଥିଲା ସନ୍ୟାସ ହୋଇ ସଂସାରର ମାୟା, ବନ୍ଧନରେ ନିଜକୁ ଦ୍ରବୀଭୂତ କରି ଦିବ୍ୟଲୋଚନ ନିଜକୁ ଠାକୁରଙ୍କ ପୟରେ ଉତ୍ସର୍ଗ କରିବାର ସମୟରେ ଗୁରୁ ବୋଲି ମାନି ନେଇଥିଲା ଚନ୍ଦ୍ରମଣୀଙ୍କୁ-

 

ସମୟ ଦେଖି ଚନ୍ଦ୍ରମଣୀର ଆର୍ବିଭାବ ହୁଏ ଦିବ୍ୟଲୋଚନଙ୍କ ଗୃହରେ, ପରିଚିତ ହୁଏ ସୁରମା ।

 

ତା’ପରେ....... ? ଯାହା ହୋଇଛି ତା’ର ସମାଧାନ କରିଛି ଲେଖକଙ୍କର ଅନବଦ୍ୟ ଉପନ୍ୟାସ ‘‘ପ୍ରିୟାପ୍ରଣୟିନୀ’’

Image